ଏଆର୍‌ଆଇଆଇଏ-୨୦୨୦ ଘୋଷଣା

0
261

ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଶ୍ରୀ ଏମ୍‌. ଭେଙ୍କେୟା ନାଇଡୁ ଆଜି ଭର୍ଚୁଆଲ ବ୍ୟବସ୍ଥାରେ ଅଟଳ ରେଙ୍କିଙ୍ଗ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ ଅନ୍‌ ଇନୋଭେସନ ଆଚିଭ୍‌ମେଣ୍ଟ ବା ଏଆର୍‌ଆଇଆଇଏ-୨୦୨୦ ଫଳାଫଳ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସଂଜୟ ଶାମରାଓ ଧୋତ୍ରେ ଉପସ୍ଥିତ ଥିଲେ। ଉଚ୍ଚଶିକ୍ଷା ସଚିବ ଶ୍ରୀ ଅମିତ ଖରେ, ଏଆଇସିଟିଇର ଚେୟାରମ୍ୟାନ ପ୍ରଫେସର ଅନିଲ ସହସ୍ରବୁଦ୍ଧେ, ଏଆର୍‌ଆଇଆଇଏ ମୂଲ୍ୟାୟନ କମିଟିର ଚେୟାରମ୍ୟାନ ଡ. ବି.ଭି.ଆର ମୋହନ ରେଡ୍ଡି ଏବଂ ଶିକ୍ଷା ମନ୍ତ୍ରଣାଳୟ ଇନୋଭେସନ ସେଲର ମୁଖ୍ୟ ଇନୋଭେସନ ଅଧିକାରୀ ଡ. ଅଭୟ ଜେରେ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଉପରାଷ୍ଟ୍ରପତି ଶ୍ରୀ ନାଇଡୁ କୃଷି ଉପରେ ଅଧିକ ଗୁରୁତ୍ୱ ଦେବାକୁ ଏହି ଅବସରରେ ଗବେଷକ ଓ ବୈଜ୍ଞାନିକମାନଙ୍କୁ ଆହ୍ୱାନ ଜଣାଇଥିଲେ।  ଚାଷୀମାନଙ୍କ ପାଇଁ ନୂଆ ଟେକ୍ନୋଲଜି ଓ ନବସୃଜନ ବାହାର କରିବାକୁ ଏଆଇସିଟିଇ, ଆଇସିଏଆର୍‌, ଏନ୍‌ଆଇଆରଡି ଏବଂ କୃଷି ବିଶ୍ୱବିଦ୍ୟାଳୟଗୁଡିକ ମିଳିତଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।

ଉଚ୍ଚଶିକ୍ଷା ସଚିବ ଶ୍ରୀ ଖରେ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ଓ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ ଯୋଗଦେବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ଏଥିପାଇଁ ପ୍ରସ୍ତୁତ ହୋଇଥିବା ମାନ, ତଥ୍ୟାବଳୀ ଓ ଅନ୍ୟାନ୍ୟ ବିଷୟରେ ସେ ଆଲୋକପାତ କରିଥିଲେ। ଏଥିଯୋଗୁଁ ଚଳିତବର୍ଷ ଗତବର୍ଷଠାରୁ ଏଆର୍‌ଆଇଆଇଏ ରେଙ୍କିଙ୍ଗରେ ୩୦ରୁ ୩୫ ଶତାଂଶ ଅଧିକ ଶିକ୍ଷାନୁଷ୍ଠାନ ଯୋଗଦେଇବା ସେ କହିଥିଲେ।

ଚଳିତବର୍ଷ ଘୋଷିତ ଏଆର୍‌ଆଇଆଇଏରେ ଅନ୍ତର୍ଭୁକ୍ତ ହୋଇଥିବା ଶିକ୍ଷାନୁଷ୍ଠାନଗୁଡିକୁ ଦୁଇଟି ମୁଖ୍ୟ ବର୍ଗ ଓ ୬ଟି ଉପବର୍ଗରେ ବିଭକ୍ତ କରାଯାଇଛି। ସେଥିମଧ୍ୟରେ ଆଇଆଇଟି ମାଡ୍ରାସ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛି। ସେହିଭଳି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳ ସମୂହ, କେନ୍ଦ୍ର ଦ୍ୱାରା ଅର୍ଥ ଯୋଗାଇ ଦିଆଯାଉଥିବା ବୈଷୟିକ ଶିକ୍ଷାନୁଷ୍ଠାନ ସମୂହ ଏବଂ ମୁମ୍ବାଇ ସ୍ଥିତ କେମିକାଲ ଟେକ୍ନିକାଲ ପ୍ରତିଷ୍ଠାନ, ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ଅନୁଷ୍ଠାନ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। କଲେଜ ଅଫ୍‌ ଇଂଜିନିୟରିଂ ପୁଣେ, ସରକାରୀ ଏବଂ ସରକାରୀ ସହାୟତା ବର୍ଗରେ ତଥା ବେସରକାରୀ ଓ ସେଲ୍‌ଫ ଫାଇନାନ୍ସ କଲେଜ ବର୍ଗରେ ଭୁବନେଶ୍ୱରର କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲଜି (କିଟ୍‌) ଏବଂ ୱାରଙ୍ଗଲ ସ୍ଥିତ ଏସ୍‌ଆର ଇଂଜିନିୟରିଂ କଲେଜ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ମଧ୍ୟ ଏଆର୍‌ଆଇଆଇଏ-୨୦୨୧ର ଉଦ୍‌ଘାଟନ ବିଷୟ ଘୋଷଣା କରିଥିଲେ। ସବୁ ଶିକ୍ଷାନୁଷ୍ଠାନ ଏହି ରେଙ୍କିଙ୍ଗରେ ଭାଗ ନେବାକୁ ସେ ଆହ୍ୱାନ ଜଣାଇଥିଲେ।

Share the article

LEAVE A REPLY