୬୦୨ କୋଟି ଟଙ୍କାର ବନପ୍ରକଳ୍ପ ପାଇଁ ୬୦୨ କୋଟି ମଞ୍ଜୁର

0
370
Spread the love

ଭୁବନେଶ୍ୱର: ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ୬୦୨ କୋଟି ଟଙ୍କାର ବନ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବ। ମନରେଗା ସଂଯୋଜନ କମିଟି ଦ୍ୱାରା ଏସବୁ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ମିଳିଛି। ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ମ ନରେଗା ସଂଯୋଜନ କମିଟି ଦ୍ୱାରା ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ୭୦ କୋଟି ଟଙ୍କା ବିନିଯୋଗ କରାଯାଇଥିଲା। ଚାରାରୋପଣ, ଚାରା ଉତ୍ପାଦନ କେନ୍ଦ୍ରଗୁଡ଼ିକରେ ଚାରା ଉତ୍ପାଦନ, ମୃତ୍ତିକା ଆର୍ଦ୍ରତା ସଂରକ୍ଷଣ, ଜଙ୍ଗଲ ଚତୁଃପାଶ୍ୱର୍ରେ ଟ୍ରେଞ୍ଚ ଖନନ, ମୂଲ୍ୟବାନ କାଠ ଉଦ୍ଧାର, ଜଙ୍ଗଲ ରାସ୍ତା ନିର୍ମାଣ ଆଦି ବନପ୍ରକଳ୍ପଗୁଡ଼ିକୁ ମ ନରେଗା ସଂଯୋଜନ କମିଟି ମଞ୍ଜୁରୀ ପ୍ରଦାନ କରିଥାଏ। ଚଳିତ ବର୍ଷ ପ୍ରଥମ ଥର ପାଇଁ ମ ନରେଗା ଯୋଜନାରେ ଜଙ୍ଗଲ ରାସ୍ତା ମରାମତି କାର୍ଯ୍ୟ ହାତକୁ ନିଆଯାଉଛି।

ଚଳିତ ବର୍ଷ ଏହି ଯୋଜନାରେ ରାଜ୍ୟର ୪୦ ହଜାର ହେକଫର ପରିମିତ ଅଞ୍ଚଳରେ ଚାରାରୋପଣ ଓ ୫ ହଜାର ଧାଡ଼ି କିଲୋମିଟର ବୃକ୍ଷରୋପଣ କାର୍ଯ୍ୟ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ଛଡ଼ା ସମସ୍ତ ହିତାଧିକାରୀମାନଙ୍କୁ ୩ କୋଟି ୫୦ ଲକ୍ଷ ସଂଖ୍ୟକ ଚାରା ବଣ୍ଟନ କରାଯିବ। ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟରେ ୧୭ ହଜାର ୩୪୦ ହେକକ୍ଟର ପରିମିତ ଅଞ୍ଚଳରେ ଚାରାରୋପଣ, ୨ ହଜାର ୬୮୭ ଧାଡ଼ି କିଲୋମିଟର ବୃକ୍ଷରୋପଣ ଏବଂ ୫୮ ଲକ୍ଷ ଚାରା ବଣ୍ଟନ କାର୍ଯ୍ୟ ସମାପ୍ତ ହୋଇସାରିଛି। ସେହିଭଳି ୨୦୨୦-୨୧ ଆର୍ଥିକ ବର୍ଷରେ ଅଗଷ୍ଟ ୧୫, ୨୦୨୦ ସୁଦ୍ଧା ୬୫ କୋଟି ଟଙ୍କା ବିନିଯୋଗ ହୋଇସାରିଛି ଓ ୩୫ ଲକ୍ଷ ଶ୍ରମଦିବସ ସୃଷ୍ଟି କରାଯାଇପାରିଛି। ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବନପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ଜଙ୍ଗଲ ବିଭାଗ ସମୁଦାୟ ୮୬ କୋଟି ଟଙ୍କା ବିନିଯୋଗ କରିଥିଲା।

ମନରେଗାରେ ଜଙ୍ଗଲ ପରିସୀମା ବୃଦ୍ଧି, ଜୈବବିବିଧତା ଓ ଜୈବମଣ୍ଡଳର ସୁରକ୍ଷା ପାଇଁ ପଦକ୍ଷେପ ବ୍ୟତୀତ ଚଳିତ ବର୍ଷ କୋଭିଡ୍‌ ମହାମାରୀ ସମୟରେ ବିପୁଳ ସଂଖ୍ୟକ ପ୍ରବାସୀ ଶ୍ରମିକମାନଙ୍କୁ କାମଧନ୍ଦା ଓ ଜୀବିକା ଯୋଗାଇଦେବା ଦିଗରେ ରାଜ୍ୟ ଜଙ୍ଗଲ ବିଭାଗର ଅବଦାନ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।

LEAVE A REPLY