ଆଉ ୧୧୮ ଟି ମୋବାଇଲ୍ ଆପ୍କୁ ନିଷିଦ୍ଧ କଲେ ସରକାର

0
338
Spread the love

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଯୁକ୍ତି  ଆଇନର ଧାରା ୬୯(ଏ) ଯାହାକି ସୂଚନା ପ୍ରଯୁକ୍ତି (ଜନସାଧାରଣଙ୍କ ସୂଚନା ଆହରଣକୁ ବ୍ଲକ୍‌ କରିବା ବିଧି ଓ ନିରାପତ୍ତା) ନିୟମାବଳୀ, ୨୦୦୯ ଭାବେ ସଂପୃକ୍ତ ବ୍ୟବସ୍ଥା ସହ ଜଡ଼ିତ ତାହାକୁ ଜାରି କରି  ଦେଶରେ ସୃଷ୍ଟି ହୋଇଥିବା ବିପଦର ଆଶଙ୍କା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୧୮ଟି ମୋବାଇଲ୍‌ ଆପର ପ୍ରଚଳନକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଏବେସୁଦ୍ଧା ସେହିସବୁ ଆପ୍‌ ଗୁଡ଼ିକ ସଂପର୍କରେ ଉପଲବ୍ଧ ତଥ୍ୟ ଓ ସୂଚନା ଅନୁସାରେ ଏଗୁଡ଼ିକର ବ୍ୟବହାର ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା, ଦେଶର ପ୍ରତିରକ୍ଷା ତଥା ରାଷ୍ଟ୍ରର ନିରାପତ୍ତା ତଥା ଜନ ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଥିବାରୁ ସେସବୁକୁ ନିଷିଦ୍ଧ କରିବା ଲାଗି ସ୍ଥିର କରାଯାଇଛି।

LEAVE A REPLY