ବୌଦ୍ଧ ସାଉଥ୍କୋ ନିର୍ବାହୀ ଯନ୍ତ୍ରୀ ଓ ଏସ୍‌ଡିଓ ନାମରେ ୱାରେଣ୍ଟ୍‌ ଜାରି

0
614

ବୌଦ୍ଧ: ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ହଇରାଣ କରୁଥିବା ଏକ ମାମଲାର ବିଚାର କରି କଞ୍ଜୁମର କୋର୍ଟ ବୌଦ୍ଧ ସାଉଥ୍‌କୋର ନିର୍ବାହୀ ଯନ୍ତ୍ରୀ ଓ ଏସ୍‌ଡିଓଙ୍କ ନାମରେ ୱାରେଣ୍ଟ ଜାରି କରିଛି।

ବୌଦ୍ଧ ରାଣୀସତୀ ରାଇସ୍‌ ମିଲ୍‌ ମାଲିକ ସଞ୍ଜିବ ଅଗ୍ରୱାଲ ଓ ଆଇନଜୀବୀ ଦେବେନ୍ଦ୍ର ନାଥ ଗୁରୁ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଶ୍ରୀ ଅଗ୍ରୱାଲ ତାଙ୍କ ରାଇସ୍‌ ମିଲ୍‌ର ବିଦ୍ୟୁତ ବିଲ୍‌ ବାବଦ ସେ ମାସିକ ପ୍ରାୟ ୭ଲକ୍ଷ ବିଦ୍ୟୁତ ବିଲ ପଇଠ କରିଆସୁଛନ୍ତି। ଗତ ବର୍ଷ ଏପ୍ରିଲ୍‌ ମାସରେ ସ୍ଥାନୀୟ ରାମେଶ୍ବର ବିହାର ଠାରେ ତାଙ୍କର ଏକ ନିର୍ମାଣ କାର୍ଯ୍ୟପାଇଁ ଅସ୍ଥାୟୀ ବିଦ୍ୟୁତ ସଂଯୋଗ ନେଇଥିଲେ।

ଏଥିପାଇଁ ସେ ବିଦ୍ୟୁତ ବିଭାଗରେ ୮୫୦୦ଟଙ୍କା ଜମା କରିଥିଲେ। କିଛି ମାସ କାମ ବନ୍ଦ ହେବା ପରେ ଗତ ଜାନୁଆରୀ ମାସରେ ପୁନଃ ନିର୍ମାଣ କାମ ଆରମ୍ଭ କରିଥିଲେ। ଫେବୃଆରୀ ମାସରେ ସାଉଥ୍‌କୋ ଏସ୍‌ଡିଓ ତାଙ୍କୁ ଫୋନ୍‌ରେ ବେଆଇନ ସଂଯୋଗ ନେଇଥିବା ନେଇଥିବା କହି ବିଦ୍ୟୁତ ସଂଯୋଗ କାଟି ଦେଇଥିଲେ। ସେ ଜିଲ୍ଲାରେ ଅନୁପସ୍ଥିତ ଥିବାରୁ ଫେବୃଆରୀ ୧୮ତାରିଖ ବିଦ୍ୟୁତ କାର୍ଯ୍ୟାଳୟରେ ସେ ନେଇଥିବା ଅସ୍ଥାୟୀ ସଂଯୋଗର କାଗଜପତ୍ର ଜମା ଦେଇଥିଲେ। ମାତ୍ର ସାଉଥ୍‌କୋ ଅଧିକାରୀ କିଛି ନଶୁଣି ଏକ ଆସେସ୍‌ମେଣ୍ଟ ଅର୍ଡର୍‌ ଦେଇଥିଲେ। ସେଥିରେ ବିଦ୍ୟୁତ ଚୋରି (ହୁକିଂ) କରାଯାଇଥିବା ଦର୍ଶାଯାଇ ତାଙ୍କୁ ୨୦ହଜାର ଟଙ୍କାର ପେନାଲ୍‌ଟି ଦେବାକୁ କୁହାଯାଇଥିଲା ବୋଲି ଶ୍ରୀଅଗ୍ରୱାଲ କହିଛନ୍ତି।

ଏହା ତାଙ୍କ ସମ୍ମାନହାନୀ କରିଥିବାରୁ ସେ ବୌଦ୍ଧ କଞ୍ଜୁମର୍‌ କୋର୍ଟରେ ଅଭିଯୋଗ କରିଥିଲେ। ଏହି ମାମଲାରେ କୋର୍ଟ ପକ୍ଷରୁ ଗତ ମାର୍ଚ୍ଚ ୬ତାରିଖ ସାଉଥ୍‌କୋକୁ ଅନ୍ତରିଣ ନିର୍ଦ୍ଦେଶ ଜାରି କରି ୩ ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ ଦେବାକୁ କହିଥିଲେ। ଏଥିରେ ବ୍ୟତିକ୍ରମ ହେଲେ ଦୈନିକ ୧୦୦୦ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ କରିଥିଲେ। ଉକ୍ତ ନିର୍ଦ୍ଦେଶର ରହିତାଦେଶ ପାଇଁ ସାଉଥ୍‌-କୋ ଅଧିକାରୀ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ହାଇକୋର୍ଟ ମାମଲାର ଶୁଣାଣି କରି ଅବେଦନକୁ ଖାରଜ କରିବା ସହ କଞ୍ଜୁମର୍‌ କୋର୍ଟର ନିର୍ଦ୍ଦେଶ ପାଳନ କରିବା ସହ ବିଦ୍ୟୁତ ସଂଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସାଉଥ୍‌କୋ ଅଧିକାରୀ କୋର୍ଟର ଅବମାନନା କରିଛନ୍ତି। ଶୁକ୍ରବାର କଞ୍ଜୁମର୍‌ କୋର୍ଟ ତାଙ୍କ ଚୂଡାନ୍ତ ଶୁାଣାଣି ଶୁଣାଇ ୱାରେଣ୍ଟ ଜାରି କରିଥିବା ଉଭୟ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here