ଅଯୋଧ୍ୟାରେ ରାମଲୀଳା: କୋଭିଡ କଟକଣାରେ ଦେଖିଲେ ୧୦ କୋଟି ଲୋକ

0
406

ଭୁବନେଶ୍ୱର: ରାମ ସତ୍ୟ । ରାମ ସୁନ୍ଦର । ରାମଙ୍କ ଆଦର୍ଶ ମଧ୍ୟ ଯୁଗେ ଯୁଗେ ସ୍ମରଣୀୟ । ତ୍ରେତୟା ଯୁଗରେ ମଣିଷ ରୂପରେ ଜନ୍ମନେଇ ଭଗବାନ ଶ୍ରୀରାମ ବିଶ୍ୱକୁ ମଣିଷ ପଣିଆର ଆଦର୍ଶ ବାଣ୍ଟିଯାଇଛନ୍ତି । ଅତ୍ୟାଧୁନିକ ଯୁଗରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଯେତେ ବି ଉନ୍ନତି ପଥରେ ବଢ଼ିଥାଉ ନାଁ କାହିଁକି ରାମଙ୍କ ଜୀବନରୁ ଅନେକ ଶିଖିବାର ଅଛି । ଉତ୍ତର ପ୍ରଦେଶର ଐତିହ୍ୟ ନଗରୀ ଅଯୋଧ୍ୟାରେ ଚାଲିଥିବା ‘ରାମଲୀଳା’କୁ ବିଶ୍ୱର ୧୦ କୋଟି ଜନତା ଦେଖି ସାରିଛନ୍ତି ।

ରାମଲୀଳା ମନୋରଂଜନର ମାଧ୍ୟମ ନୁହେଁ, ଶିକ୍ଷା ପାଇଁ

ନବରାତ୍ରୀ ଅବସରରେ ଉତ୍ତର ପ୍ରଦେଶର ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ‘ଅଯୋଧ୍ୟା’ରେ ଗତ ୧୭ ତାରିଖ ଠାରୁ ରାମଲୀଳା ନାଟକ ମଂଚସ୍ଥ ହେଉଛି । ସରଯୁ ନଦୀ କୂଳରେ ଥିବା ଲକ୍ଷ୍ମଣ ଦୁର୍ଗ ମନ୍ଦିର ପରିସରରେ ହେଉଥିବା ଏହି ନାଟକ ୨୫ରେ ଶେଷ ହେବ । କିନ୍ତୁ ଏହାରି ମଧ୍ୟରେ ଆଠ ଦିନ ମଧ୍ୟରେ ୧୦ କୋଟିରୁ ଅଧିକ ଲୋକ ନାଟକ ଦେଖି ସାରିଛନ୍ତି । ପୂର୍ବରୁ ଏତେ ସଂଖ୍ୟାରେ ଦର୍ଶକ ଅଯୋଧ୍ୟାର ରାମଲୀଳାକୁ ଦେଖି ନଥିଲେ । ସବୁଠାରୁ ବଡ଼ କଥା ହେଲା ଯେ, କରୋନା ସଂକଟ କାଳରେ ଏତେ ସଂଖ୍ୟାରେ ଦର୍ଶକଙ୍କ ମନ ରାମଲୀଳାରେ ରହିବା । ରାମଲୀଳା ମନୋରଂଜନର ମାଧ୍ୟମ ନୁହେଁ, ବରଂ ଶିଖିବା ପାଇଁ ଏକ ବଡ଼ ସ୍ରୋତ । ଆଧୁନିକ ମଣିଷ ହିଂସା ଓ ଅହଂକାର ଠାରୁ ଦୂରରେ ସତପଥରେ ଆଗେଇବାର ଆବଶ୍ୟକତା ରହିଛି ଏବଂ ରାମାୟଣ ଦେଖିଲେ ହିଁ ତାହା ମିଳିପାରିବ ।

ମଂଚ ନିକଟକୁ ଦର୍ଶକଙ୍କୁ ବାରଣ

ରାମଲୀଳାର ଆୟୋଜକ ସଂସ୍ଥା ତରଫରୁ କୁହାଯାଉଛି ଯେ, ରାମଲୀଳା ଶେଷ ହେବା ପୂର୍ବରୁ ଦର୍ଶକଙ୍କ ସଂଖ୍ୟା ଦୁଇ ଗୁଣ ବଢ଼ିଯିବ । ରାମଲୀଳାର ନିର୍ଦ୍ଦେଶକ ସୁଭାଷ ମଲ୍ଲିକଙ୍କ କହିବା ଅନ ୯ ଦିବସୀୟ ରାମଲୀଳାରେ ଏଥର ଫିଲ୍ମ କଳାକାର ଓ ଅଭିନେତାମାନେ ଅଭିନୟ କରୁଛନ୍ତି । କିନ୍ତୁ ଦୁଃଖର କଥା ହେଲା ଯେ, ଦର୍ଶକ ମଂଚ ପାଖକୁ ଆସି ରାମଲୀଳା ନାଟକ ଦେଖି ଦୂରଦର୍ଶନ, ୟୁଟ୍ୟୁବ ଓ ଅନ୍ୟ ସାମାଜିକ ଗଣମାଧ୍ୟମରେ ଉର୍ଦ୍ଦୁ ସମେତ ମୋଟ ୧୪ଟି ଭାଷାରେ ରାମଲୀଳାକୁ ପ୍ରସାରଣ କରାଯାଇଛି । କୋଭିଡ କଟକଣା ଯୋଗୁଁ ଏବର୍ଷ ଦର୍ଶକଙ୍କୁ ମଂଚ ପାଖକୁ ବାରଣ କରାଯାଇଛି ।

ଲକଡାଉନ୍‌ରେ ରେକର୍ଡ କରିଥିଲା ରାମାୟଣ

ରାମାନନ୍ଦ ସାଗରଙ୍କ ଦ୍ୱାରା ପ୍ରାୟୋଜିତ ଧାରାବାହିକ ‘ରାମାୟଣ’ ୩୩ ବର୍ଷ ପରେ ମଧ୍ୟ ଏହାର ଲୋକପ୍ରିୟତା ହ୍ରାସ ପାଇନାହିଁ । କରୋନା ଭାଇରସ ସଂକ୍ରମଣ ସମୟରେ ଦେଶରେ ଲାଗୁ ହୋଇଥିବା ଲକଡାଉନ-୧ରେ ଏହା ପ୍ରମାଣିତ ହୋଇଛି । ବିଶ୍ୱର ଯେକୌଣସି ଧାରାବାହିକ ତୁଳନାରେ ରାମାୟଣକୁ ଅଧିକ ଲୋକ ଟିଭି, ୟୁଟ୍ୟୁବ ଓ ଅନ୍ୟ ଗଣମାଧ୍ୟମରେ ଦେଖିଛନ୍ତି । ୨୧ ଦିନିଆ ଲକଡାଉନ ସମୟରେ ଘରେ ବସି ଲୋକେ କ’ଣ କରିବେ ସେଥିପାଇଁ ରାମାୟଣକୁ ପ୍ରସାରଣ କରାଯାଉ ବୋଲି ଦାବି କରିଥିଲେ । ସାଧାରଣ ଜନତାଙ୍କ ଦାବିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକଡାଉନ-୧ ସମୟରେ ପୂର୍ବାହ୍ନ ମାର୍ଚ୍ଚ ୨୮ ତାରିଖ ଠାରୁ ୯ଟାରେ ଓ ରାତି ୯ଟାରେ ଏହାକୁ ପ୍ରସାରଣ କରିଥିଲେ । ବିଶ୍ୱର ୧୭୦ ମିଲିୟନ ଲୋକ ଏହି ଧାରାବାହିକକୁ ଦେଖିଥିଲେ । ଏହାର ପ୍ରତିଟି ଆପିସୋଡକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା ।

ବଢ଼ିଛି ରାମ ନାମ ଓ ଅଯୋଧ୍ୟାର ଗୁରୁତ୍ୱ

ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ଅଯୋଧ୍ୟାର ଗୁରୁତ୍ୱ ବଢ଼ିଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ମନ୍ଦିର ନିର୍ମାଣ କାର୍ଯ୍ୟ ତୀବ୍ର ଗତିରେ ଚାଲିଛି । ଆସନ୍ତା ୩ ବର୍ଷ ଭିତରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ ବୋଲି ମଧ୍ୟ ଆଶା କରାଯାଉଛି । ରାମଙ୍କ ରାଜ୍ୟ ଅଯୋଧ୍ୟାକୁ ଶାନ୍ତି ଫେରିଛି । ଅଯୋଧ୍ୟରେ ଯଦି ଓ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥାକୁ ମଜବୁତ କରି ଦିଆଯାଇଛି, ତଥାପି ବ୍ୟକ୍ତିଗତ ସ୍ତରରେ କୌଣସି ଉତ୍ତେଜନା ପରିସ୍ଥିତି ପୂର୍ବ ଭଳି ନାହିଁ ।

Share the article

LEAVE A REPLY