ବେଆଇନକୁ ପ୍ରଶୟ: ୮ମାସ ମଧ୍ୟରେ ୬ ଜଣ ପୋଲିସ କର୍ମଚାରୀ ନିଲମ୍ବିତ

0
328

ଭୁବନେଶ୍ୱର: ରାଜ୍ୟରେ ପୋଲିସର ବର୍ବରତା ବଢ଼ିଚାଲିଛି । ପୋଲିସ କର୍ମୀମାନେ ନିଜେ ରକ୍ଷକ ହୋଇ ଭକ୍ଷକ ସାଜିବାକୁ ପଛାଉ ନାହାଁନ୍ତି । ସେହିଭଳି ଆଇନକାନୁନ ସଂପର୍କରେ ଅନ୍ୟକୁ ଉପଦେଶ ଦେଉଥିବା ପୋଲିସ କର୍ମଚାରୀ ନିଜେ ବେଆଇନ ପଥରେ ଯିବାକୁ ମଧ୍ୟ ଅଗ୍ରସର ହେଉଛିବା ଉଦାହରଣ ରହିଛି । ଅଭିଯୁକ୍ତ ପ୍ରତି ପୋଲିସ କଡ଼ାକାର‌୍ୟ୍ୟାନୁଷ୍ଠାନ ନେଉ ଅଥବା ବେଆଇନ ଭାବେ ପରିଚାଳିତ ହେଉ, ବିଗତ ୮ ମାସ ମଧ୍ୟରେ ୩ ଜଣ ଆଇଆଇସି, ଜଣେ ଏସଆଇ ଓ ୨ ଜଣ କନେଷ୍ଟବଳ ଚାକିରିରୁ ନିଲମ୍ବିତ ହୋଇସାରିଛନ୍ତି । ଜଣେ ପୋଲିସ କର୍ମଚାରୀ ନିଲମ୍ବିତ ହେବା ପରେ ଅନ୍ୟ ପୋଲିସମାନଙ୍କର ନିଦ ଭାଙ୍ଗୁ ନାହିଁ । ଯଦି ପୋଲିସ ଅନ୍ୟମାନଙ୍କ ଠାରୁ କିଛି ଶିଖନ୍ତା ତା’ହେଲେ ମାତ୍ର ୮ ମାସ ମଧ୍ୟରେ ୬ ଜଣଙ୍କୁ ନିଲମ୍ବନ କରି ନଥାନ୍ତେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ।

ଡିଜିପି ଅଭୟ ନେଲେ କାର୍ଯ୍ୟାନୁଷ୍ଠାନ

ଗତ ମାର୍ଚ୍ଚ ୨୫ ତାରିଖରେ କେନ୍ଦୁଝର ଜିଲ୍ଲା ପାଟଣା ଆଇଆଇସି ସନ୍ଧ୍ୟାରାଣୀ ଜେନା, ମେ’ ମାସରେ ଲକଡାଉନ ସମୟରେ ବଡ଼ଚଣା ଆଇଆଇସି ଦୀପକ କୁମାର ଜେନା, ନଭେମ୍ବର ୨୦ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଆଇଆଇସି ସ୍ମୃତି ପ୍ରଭା ପ୍ରଧାନ, ପୁରୀ ଜିଲ୍ଲା ବାସେଳିସାହି ଥାନା ଏସ.ଆଇ ବିପ୍ଲବ କୁମାର ପ୍ରଧାନ, କନଷ୍ଟେବଳ ଜଗନ୍ନାଥ ସ୍ୱାଇଁ ଓ କନଷ୍ଟେବଳ ବାବୁଲି ବେହେରା ନିଲମ୍ବିତ ହୋଇଛନ୍ତି । ତେବେ ଗୋଟିଏ ଦିନରେ ୪ ଜଣ ପୋଲିସଙ୍କ ବିରୋଧରେ ଡିଜିପି ଅଭୟଙ୍କ କାର‌୍ୟ୍ୟାନୁଷ୍ଠାନ ନେବା ନିଶ୍ଚିତ ଭାବରେ ଏକ ବଡ଼ ଦିନ କୁହାଯିବ । ପୂର୍ବରୁ ଗୋଟିଏ ଦିନରେ ସେ ଏକକାଳୀନ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରୀରୁ ନିଲମ୍ବନ କରି ନଥିଲେ ।

ବୀରମିତ୍ରପୁର ଓ ପୁରୀରେ ହାଜତ ମୃତ୍ୟୁ

ବୀରମିତ୍ରପୁର ଥାନା ଓ ପୁରୀରେ ୨ ଜଣ ଯୁବକଙ୍କ ହାଜତ ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକେ ଅଭିଯୋଗ ଆଣିଥିଲେ । ପୁରୀରେ ଲୋକନାଥ ରୋଡ୍ ଫାଦର ସ୍କୁଲ ନିକଟରେ ରହୁଥିବା ୩୩ ବର୍ଷୀୟ କେ. ରମେଶଙ୍କ ପୋଲିସ ମାଡ଼ରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । । ଗିରଫ ସମୟରେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିବାରୁ ରମେଶ ଗୁରୁତର ହୋଇଥିଲା ବୋଲି ଏସପି ଅଖିଳେଶ୍ୱର ସିଂହ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ଗୁରୁତର ହେବା ପରେ ରମେଶକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା ବୋଲି ଏସ୍‌ପି କହିଥିଲେ । ସେହିପରି ଅନ୍ୟ ଏକ ମାମଲାରେ ବୀରମିତ୍ରପୁର ଥାନା ପୋଲିସ ଜଣେ ଯୁବକଙ୍କୁ ଅଟକ ରଖିଥିଲା । ସଂପୃକ୍ତ ଯୁବକ ହାଜତରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ଅଭିଯୋଗ ହୋଇଛି ।

ଏନଏଚଆରସି ଓ ଓଏଚଆରସିରେ ମାମଲା

ବାସେଳିସାହି ଓ ବୀରମିତ୍ରପୁର ଥାନାରେ ହୋଇଥିବା ହାଜତ ମୃତ୍ୟୁ ନେଇ ମାମଲା ରାଜ୍ୟ ମାନବାଧିକାର କମିଶନ ଓ ଜାତୀୟ ମାନବାଧିକାର କମିସନ ପହଂଚିଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ମଣିପୁର ପ୍ରଭାରୀ ସମ୍ବିତ ପାତ୍ରଙ୍କ ଅଭିଯୋଗ କ୍ରମେ ପୁରୀ ଘଟଣାରେ ଏନଏଚଆରସି ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି । ସେହିପରି ମାନବାଧୀକାର କର୍ମୀ ତଥା ପ୍ରବୀର କୁମାର ଦାସ ପୁରୀ ଓ ବୀରମିତ୍ରପୁର ଘଟଣାର ତଦନ୍ତ ଦାବି କରି ଓଏଚ୍‌ଆରସିରେ ଅପିଲ କରିଛନ୍ତି ।

ହାଜତରେ ପୋଲିସର ଉଗ୍ର ରୂପ

ତେବେ ଓଡ଼ିଶାରେ ହାଜତରେ ମୃତ୍ୟୁ ନୂଆ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ଥାନାରେ ହାଜତ ମୃତ୍ୟୁ ଘଟଣା ଘଟିଛି । ପୋଲିସର ମାଡ଼ରେ ଅନେକ ଲୋକ ହାଜତରେ ପ୍ରାଣ ହରାଇଛନ୍ତି । ଅଭିଯୋଗ ଅନୁସାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଅନେକ ସମୟରେ ପୋଲିସ ହିଂସ୍ରକ ରୂପ ନେଇଥାଏ । ଅଭିଯୁକ୍ତ ଠାରୁ ସହଜରେ ତଥ୍ୟ ଆଦାୟ କରିବା ବଦଳରେ ଥାର୍ଡ ଡିଗ୍ରୀକୁ ବ୍ୟବହାର କରିଥାଏ । ପୋଲିସର ମାଡ଼ରେ ଅଭିଯୁକ୍ତମାନଙ୍କୁ ଲହୁଲୁହାଣ ହେବାକୁ ପଡ଼ିଥାଏ । ଏପରିକି ଜୀବନ ମଧ୍ୟ ହାରିବାକୁ ହୋଇଥାଏ ।

Share the article

LEAVE A REPLY