ଜେଲ୍‌ରେ ଜୀବନ: ଏମିତି ରାତି କାଟିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

0
366

ଭୁବନେଶ୍ୱର: ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ, ବର୍ତ୍ତମାନ ଗଂଜାମ ଜିଲ୍ଲା ଗୋପାଳପୁର ବିଧାୟକ ତଥା ବିଜୁ ଜନତା ଦଳ (ବିଜେଡି)ରୁ ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀ ଗୁରୁବାର ରାତି ପ୍ରାୟ ୧୧ଟାରେ ଜେଲ ଯାଇଛନ୍ତି । ଜେଲ ଯିବା ପୂର୍ବରୁ ପ୍ରଦୀପ ପାଣିଗ୍ରାହୀ ଭୁବନେଶ୍ୱରସ୍ଥିତ ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ । କ୍ରାଇମବ୍ରାଂଚ ତରଫରୁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ପ୍ରଦୀପଙ୍କ ଜାମିନ ନାମଞ୍ଜୁୁର ହେବାରୁ ତାଙ୍କୁ ୧୪ ଦିନ ଲାଗି ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ପ୍ରଦୀପ ପାଣିଗ୍ରାହୀ ସାଧାରଣ କଏଦୀ ଭାବେ ଜେଲର ୧୪ ନମ୍ବର ୱାର୍ଡରେ ଥିବା ସଂଗରୋଧରେ ଅଛନ୍ତି ।

କ୍ରାଇମବ୍ରାଂଚର ଏକ ଟିମ ଅତର୍କିତ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଇଥିଲେ । ସେହି ସମୟରେ ଶ୍ରୀ ପାଣିଗ୍ରାହୀ ଭୁବନେଶ୍ୱରସ୍ଥିତ ନିଜର ସରକାରୀ ବାସଭବନରେ ଥିଲେ । କାହାରିକୁ କିଛି ସୂଚନା ନଦେଇ ଅଥବା ଚିଠି ନେଇ କ୍ରାଇମବ୍ରାଂଚ ପ୍ରଦୀପଙ୍କୁ ଉଠାଇ ନେଇଥିଲା ବୋଲି ତାଙ୍କର ପତ୍ନୀ ସୁଜାତା ପାଣିଗ୍ରାହୀ ଗଣମାଧ୍ୟମକୁ କହିଥିଲେ । ପରେ କ୍ରାଇମବ୍ରାଂଚ ଟୁଇଟ ଯୋଗେ ସୂଚନା ଦେଲା ଯେ, ସେମାନେ ପ୍ରଦୀପଙ୍କୁ ନିଜର ନୟନ୍ତ୍ରଣରେ ରଖି ପଚରାଉଚରା କରୁଛନ୍ତି । ଜାଲିଆତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଗିରଫ କରାଯାଇ ଥିବା ବେଳେ ପ୍ରଦୀପଙ୍କ ନାଁରେ କ୍ରାଇମବ୍ରାଂଚ ସ୍ପଷ୍ଟ କରିଥିବା ବେଳେ ଆଇପିସିର ଧାରା ୪୧୯, ୪୨୦, ୪୬୭, ୬୬୮, ୪୭୧ ଓ ୧୨୦ (ଖ) ଲାଗିଛି ।

ପ୍ରଦୀପଙ୍କ ଦୋଷ କ’ଣ

ଓଡ଼ିଶା ରାଜନୀତିର ଜଣେ ବରିଷ୍ଠ ନେତା ବିଧାୟକ ପ୍ରଦୀପଙ୍କ ଦୋଷ ଏହା ଥିଲା ଯେ, ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ପକ୍ଷରୁ ଟାଟା କଂପାନୀରେ ଚାକିରି କରାଇ ଦେବା ନାଁରେ ଲୋକଙ୍କ ଠାରୁ ଲାଞ୍ଚ ଟଙ୍କା ନେଇଥିଲେ ।

ଝାରପଡ଼ା ଜେଲରେ ପୁଣି ବିଧାୟକ

ଝାରପଡ଼ା ଜେଲ ବହୁ ଦିନର ବ୍ୟବଧାନ ପରେ ପରେ ଜଣେ ଅଭିଯୁକ୍ତ ବିଧାୟକଙ୍କୁ ସେବା ପ୍ରଦାନ କରିବ । ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏଠାରେ ୧୪ ଦିନି ବିଚାର ବିଭାଗର ହାଜତରେ ରହିବେ । ଏଥି ପାଇଁ ଜେଲ କର୍ତ୍ତୃପକ୍ଷଙ୍କ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଦୀର୍ଘ ଦେଢ଼ ବର୍ଷ ପରେ ଝାରପଡ଼ା ଜେଲକୁ ପୁଣି ଜଣେ ବିଧାୟକଙ୍କୁ ସେବା ଦେବାର ସୁଯୋଗ ମିଳିଛି । ଏହି ଜେଲକୁ ଶେଷ ଥର ପାଇଁ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ହାଜତରେ ରହିବାକୁ ଆସିଥିଲେ । ଏହା ଥିଲା ୨୦୧୯ ଜୁଲାଇ ମାସ ପ୍ରଥମ ସପ୍ତାହର ଘଟଣା ।

ଆକାଶ ପାଠକଙ୍କ ୧୬.୫ କୋଟି

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡ଼ିଥିବା ଆଇଏଫ୍‌ଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ଆକାଉଣ୍ଟରେ ପୁଣି ୧ କୋଟି ୨୮ ଲକ୍ଷ ଟଙ୍କା ଠାବ ହୋଇଛି । ଏଥି ସହିତ ଆକାଶ ପାଠକଙ୍କ ଭୁବନେଶ୍ୱର ଓ ପୁନେରେ ଥିବା ୩ଟି ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧୬ କୋଟି ୫ ଲକ୍ଷ ଟଙ୍କା ହୋଇଛି । ଏଥିରୁ ୧୦ କୋଟି ୭୬ ଲକ୍ଷ ଟଙ୍କା ନଗଦ ଜମା ହୋଇଛି । ଅଭୟକାନ୍ତ ଓ ତାଙ୍କ ପରିବାରର ସଦସ୍ୟଙ୍କ ନାଁରେ ମଧ୍ୟ ଟଙ୍କା ଥିବା ଭିଜିଲାନ୍ସକୁ ସୂଚନା ମିଳିଛି ।

ବିଧାୟକଙ୍କ ପ୍ରତି ଜନତାର ତୁଟୁଛି ଭରସା

ଜନତାଙ୍କ ସେବା କରିବା ନାଁରେ ନେତାମାନେ ଭାଷଣ ବାଜି କରୁଛନ୍ତି । ନିର୍ବାଚନ ପୂର୍ବରୁ କୁଢ଼ କୁଢ଼ ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ ନିର୍ବାଚନରେ ବିଜୟୀ ହେବା ପରେ ଜନସାଧାରଣଙ୍କର ସମସ୍ୟା ଓ ଦୁଃଖକୁ ଭୁଲିଯାଉଛନ୍ତି । ନେତାମାନେ ଘୋର ଦୁର୍ନୀତିକାମରେ ବ୍ୟସ୍ତ ରହୁଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଯିଏକି ଗୁରୁବାର ରାତିରେ ଜେଲ ଯାଇଛନ୍ତି ।

Share the article

LEAVE A REPLY