ରାହୁଲ ଗାନ୍ଧୀ କହିଲେ- ଆଉ କେତେ ଜଣ ଅନ୍ନଦାତା ଜୀବନ ହାରିବେ

0
489

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚାଷୀ ଆନ୍ଦୋଳନ ସମୟରେ ୨୨ ଜଣ କୃଷକଙ୍କ ମୃତ୍ୟୁକୁ ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀ ଶୁକ୍ରବାର ଟୁଇଟ୍ କରି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଆହୁରି କେତେ ଜଣ ଅନ୍ନଦାତାଙ୍କୁ ଜୀବନ ହାରିବାକୁ ପଡିବ? କୃଷି ବିରୋଧୀ ଆଇନ କେବେ ଶେଷ ହେବ? ଏହି ଟୁଇଟ ସହିତ ରାହୁଲ ଗାନ୍ଧୀ ଏକ ମିଡିଆ ରିପୋର୍ଟ ମଧ୍ୟ ଯୋଡ଼ିଛନ୍ତି, ଯେଉଁଥିରେ ଦାବି କରାଯାଇଛି ଯେ, ଚାଷୀ ଆନ୍ଦୋଳନ ସମୟରେ ଏପର୍ଯ୍ୟନ୍ତ ୨୨ ଲୋକଙ୍କର ମୃତ୍ୟୁ ହୋଇସାରିଛି ।

କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ନେଇ ଜାତୀୟ ରାଜଧାନୀ ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଜାରି ରହିଛି । ଆଜି ଆନ୍ଦୋଳନର ୨୩ତମ ଦିବସ । ଏହାରି ମଧ୍ୟରେ ୫ଟି ପର୍ଯ୍ୟାୟରେ ଚାଷୀ ସଂଗଠନର ନେତା ଓ ସରକାର ଆଲୋଚନା କରିସାରିଛନ୍ତି । ଚାଷୀମାନେ ନିକଟରେ ଭାରତ ବନ୍ଦ କରିଥିଲେ । ଏହି ଆନ୍ଦୋଳନକୁ କଂଗ୍ରେସ, ଡିଏମ୍‌କେ, ଏନସିପି, ଆରଜେଡି ସମେତ ଆହୁରି କିଛି ରାଜୈନିକ ଦଳ ସମର୍ଥନ ଜଣାଇଥିଲେ । ଏସବୁ ପରେ ବି ଆଲୋଚନାରୁ କୌଣସି ସକରାତ୍ମକ ନିଷ୍ପତ୍ତି ବାହାରିପାରି ନାହିଁ । ଯେତେଦିନ ଯାଏଁ ଦାବି ପୂରଣ ହୋଇ ନଥିବ, ସେତେଦିନ ଯାଏଁ ଚାଷୀ ଆନ୍ଦୋଳନ ଜାରି ରଖିବାକୁ କୃଷକମାନେ ନିଷ୍ପତ୍ତି ନେଇଛନ୍ତି ।

ଅଦାନୀ-ଅମ୍ବାନଙ୍କ ଆୟ ୨ ଗୁଣ ହୋଇଛି: ରାହୁଲ

ବିଗତ ଦିନରେ ମଧ୍ୟ ରାହୁଲ ଗାନ୍ଧୀ ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ପ୍ରଧାନମନ୍ତ୍ରୀ ଙ୍କ ‘ମନ କୀ ବାତ୍‌’ କାର୍ଯ୍ୟକ୍ରମ ଉପରେ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଥିଲେ ଯେ, ଏବେ ଚାଷୀଙ୍କ ଉପରେ ଚର୍ଚ୍ଚା କରିବାର ସମୟ ଆସିଛି । ମୋଦୀ ସରକାର ଚାଷୀଙ୍କ ଆୟ ୨ ଗୁଣ କରିବା ବଦଳରେ ଅଦାନୀ-ଅମ୍ବାନୀଙ୍କ ଆୟ ୨ ଗୁଣ ବଢ଼ାଇ ଦେଇଛନ୍ତି । ପ୍ରତିଶ୍ରୁତି ଥିଲା ଚାଷୀଙ୍କ ଆୟ ୨ ଗୁଣ କରିବା । ମୋଦୀ ସରକାର ଆୟ ତ ୨ ଗୁଣ କରିଛନ୍ତି, କିନ୍ତୁ ଅଦାନୀ-ଅମ୍ବାନୀଙ୍କର । କେନ୍ଦ୍ର ସରକାର କଳା କୃଷି ଆଇନକୁ ଏପର୍ଯ୍ୟନ୍ତ ଠିକ କହୁଛନ୍ତି । ସେ କ’ଣ ଚାଷୀଙ୍କ କଲ୍ୟାଣ ପାଇଁ କିଛି ରାସ୍ତା ବାହାର କରିବେ ।

ଚାଷୀ ସପକ୍ଷରେ ବିଜେପିର ପ୍ରଚାର

ଚାଷୀ ଆନ୍ଦୋଳନକୁ କଂଗ୍ରେସ ସମର୍ଥନ କରୁଥିବା ବେଳେ ଭାରତୀୟ ଜନତା ପାର୍ଟି ଏହାକୁ ତୀବ୍ର ବିରୋଧ କରିଛି । ବିଜେପି ଦେଶବ୍ୟାପୀ ୩ଟି ନୂଆଁ କୃଷି ଆଇନ୍ ଲାଗୁ ହେବା ପରେ କୃଷକମାନେ କ’ଣ ସୁବିଧା ପାଇବେ ସେ ନେଇ ବୁଝାଉଛି । ଏଥି ଭାରତୀୟ ଜନତା ପାର୍ଟିର୍ର ନେତାମାନେ କୃଷକଙ୍କ ନିକଟକୁ ପହଂଚଛନ୍ତି ।

ଚାଷୀଙ୍କୁ ପ୍ରଧାନମନ୍ତ୍ର ମୋଦୀଙ୍କ ସଂବୋଧନ

ଦୀର୍ଘ ୨୩ ଦିନ ଧରି କୃଷକମାନଙ୍କର ଆନ୍ଦୋଳନ ତୀବ୍ର ରୂପ ନେବା ପରେ ଏହା ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ମଧ୍ୟ ପହଂଚିଛି । କୃଷି ଆଇନ ସଂପର୍କରେ ଚାଷୀମାନଙ୍କୁ ବୁଝାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉଦ୍ୟମ କରିଛନ୍ତି । ମୋଦୀ ନିକଟରେ ଦିନିକିଆ ଗୁଜୁରାଟ ଗସ୍ତ କରି ଚାଷୀମାନଙ୍କୁ ସମ୍ବୋଧନ କରିଥିଲେ । ମଧ୍ୟପ୍ରଦେଶର ୨୩ ହଜାର ଗାଁର ଚାଷୀମାନଙ୍କୁ ବୁଝାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରୟାସ କରିଛନ୍ତି ।

LEAVE A REPLY

Please enter your comment!
Please enter your name here