ଅଟଳ ବିହାରୀ ବାଜପେୟୀଙ୍କ ଅଭିଜ୍ଞତା ଓ ସଶକ୍ତ ଭାରତ

0
313

ନୂଆଦିଲ୍ଲୀ: ଅଟଳ ବିହାରୀ ବାଜପେୟୀ ଥିଲେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି । ସେ ଏକ ଅତ୍ୟାଧୁନିକ ଭାରତ ପାଇଁ ସ୍ୱପ୍ନ ଦେଖିଥିଲେ, ଯାହାକି ଏବେ ପୂରା ହୋଇଛି । ଏକ ସଶକ୍ତ ଓ ସମୃଦ୍ଧ ଭାରତ ନିର୍ମାଣ ଲାଗି ସେ ଅନବରତ ଉଦ୍ୟମ କରିଥିଲେ । ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱର୍ଗତଃ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୁଇଟ କରି ଏହା କହିଛନ୍ତି ।

ବିଚାରଧାରା-ସିଦ୍ଧାନ୍ତ ଉପରେ ଆଧାରିତ ରାଜନୀତି କରୁଥିଲେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ । ରାଷ୍ଟ୍ର ସମର୍ପିତ ଜୀବନରେ ଭାରତର ବିକାଶ, ଗରିବ କଲ୍ୟାଣ ଓ ସୁଶାସନର ଯୁଗ ଆରମ୍ଭ କରିଥଲେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ କରି କହିଛନ୍ତି । ସ୍ୱର୍ଗତଃ ପ୍ରଧାନମନ୍ତ୍ରୀ ବାଜପେୟୀ ଭାରତର ଏଭଳି ରତ୍ନ ଥିଲେ, ତାଙ୍କୁ ଭୁଲି ହେବନାହିଁ । ଆଜି ତାଙ୍କର ୯୬ତମ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା । ତାଙ୍କର ଜୀବନରୁ ଆମକୁ କର୍ତ୍ତବ୍ୟନିଷ୍ଠା ଓ ରାଷ୍ଟ୍ରସେବା ଭଳି ପ୍ରେରଣା ମିଳିପାରିଛି ।

ବିଜେପିର ସୁଶାସନ ଦିବସ

ବାଜପେୟୀଙ୍କ ଜୟନ୍ତୀଙ୍କୁ ଭାରତୀୟ ଜନତା ପାର୍ଟି ଦ୍ୱାରା ପରିଚାଳିତ ସରକାର ସୁଶାସନ ଦିବସ ଭାବେ ପାଳନ କରାଯାଉଛି । ଏଥି ପାଇଁ ଆଜି ଦେଶର ୧୯ ହଜାରରୁ ଅଧିକ ସ୍ଥାନରେ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ ହେଉଛି । ଦେଶବ୍ୟାପୀ ବିଜେପି ଏହି କାର୍ଯ୍ୟକ୍ରମରେ ପ୍ରତକ୍ଷ୍ୟ ଭାବେ ଏକ କୋଟି ଚାଷୀଙ୍କୁ ଏକତ୍ର କରିବାକୁ ଉଦ୍ୟମ କରିଛି । ସେହିପରି କେନ୍ଦ୍ର ସରକାର ଆଜି ୯ କୋଟି ଚାଷୀଙ୍କ ଆକାଉଣ୍ଟରେ ୧୮ ହଜାର କୋଟି ଟଙ୍କା ଜମା କରିବେ । ଏହି ଟଙ୍କା ପିଏମ୍ କିଷାନ ନିଧି ଯୋଜନାରେ ପଠାଯାଉଛି ।

ପୋଖରାନରେ ପରମାଣୁ ପରୀକ୍ଷଣ

ବାଜପେୟୀଙ୍କ ସରକାରରେ ରାଜସ୍ଥାନର ପୋଖରାନରେ ପରମାଣୁ ବୋମା ପରୀକ୍ଷଣ ହୋଇଥିଲା । ଏହା ଥିଲା ୧୯୯୮ର ଘଟଣା । ଅଚାନକ ବୋମା ପରୀକ୍ଷା କରାଯିବା ପରେ ଆମେରିକା ଓ ପାକିସ୍ତାନ ସମେତ ସମଗ୍ର ବିଶ୍ୱର ଜନତା ଚକିତ ହୋଇଯାଇଥିଲେ । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମଙ୍କ ନେତୃତ୍ୱରେ ଏହି ମିଶନ ସଫଳ ହୋଇଥିଲା । ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଭାରତ ଉପରେ ନଜର ରଖିଥିଲା । ଆମେରିକା ଏଥି ପାଇଁ ୪ଟି ଉପଗ୍ରହ ଖଞ୍ଜିଥିଲା ।

ସ୍ୱର୍ଣ୍ଣ ଚତୁର୍ଭୁଜ ଓ ଗ୍ରାମ୍ୟ ସଡ଼କ ଯୋଜନା

ବାଜପେୟୀଙ୍କ ଅନ୍ୟ ଏକ ଅଭିଜ୍ଞତା ହେଲା ତାଙ୍କର ମହତକାଂକ୍ଷୀ ସଡ଼କ ପ୍ରକଳ୍ପ ସ୍ୱର୍ଣ୍ଣ ଚତୁର୍ଭୁଜ ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା । ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାରେ ଚେନ୍ନାଇ, କୋଲକାତା, ଦିଲ୍ଲୀ ଓ ମୁମ୍ବାଇକୁ ଯୋଡ଼ାଯାଇପାରିଛି । ସେହିଭଳି ଗ୍ରାମ୍ୟ ସଡ଼କ ଯୋଜନା ବଳରେ ଦେଶର ପ୍ରତିଟି ଗାଁକୁ ରାସ୍ତା ନିର୍ମାଣ ହୋଇପାରିଛି । ଏହି ଯୋଜନା ସଫଳ ହୋଇଥିବାରୁ ଦେଶର ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଦେଖାଯାଇଛି ।

ସର୍ବଶିକ୍ଷା ଅଭିଯାନ

ବର୍ଷ ୨୦୦୧ରେ ଅଟଳ ବିହାରୀ ସରକାର ସର୍ବ ଶିକ୍ଷା ଅଭିଯାନ ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଅନୁସାରେ ୬ ବର୍ଷରୁ ଉର୍ଦ୍ଧ୍ୱ ଓ ୧୬ ବର୍ଷ ବୟସରୁ କମ ଶିଶୁଙ୍କୁ ମାଗଣାରେ ଶିକ୍ଷା ଦିଆଯାଉଛି । ଏହି ଯୋଜନା ଲାଗୁ ହେବାର ୪ ବର୍ଷରେ ବାହାରେ ବୁଲାବୁଲି କରୁଥିବା ପିଲାଙ୍କର ସଂଖ୍ୟା ୬୦ ପ୍ରତିଶତ ହ୍ରାସ ପାଇଥିଲା । ଅର୍ଥାତ ଶିଶୁମାନଙ୍କୁ ଅଧିକ ଶିକ୍ଷା ମିଳିପାରିଥିଲା ।

ବଦଳିଲା ଟେଲିକମ ନୀତି

ବାଜପେୟୀ ସରକାର ନିଜର ଟେଲିକମ ପଲିସିରେ ସଂସ୍କାର ଆଣିଥିଲେ । ଟେଲିକମ ଫାର୍ମ ଲାଗି ବ୍ୟବସ୍ଥା ଠାରୁ ରାଜସ୍ୱ ସେୟାରିଂ ବ୍ୟବସ୍ଥା ଲାଗୁ ହୋଇଥିଲା । ଭାରତ ସଂଚାର ନିଗମ ପଲିସି ମଧ୍ୟ ଲାଗୁ କରାଯାଇଥିଲା । ବାଜପେୟୀଙ୍କ ସରକାର ଅନ୍ତର୍ଜାତୀୟ ଟେଲିଫୋନରେ ବିଦେଶ ସଂଚାର ନିଗମ ଲିମିଟେଡର ଏକାଧିକାର ନୀତିକୁ ଶେଷ କରିଥିଲେ ।

କାରଗିଲ ଯୁଦ୍ଧ

କାରଗିଲ ଯୁଦ୍ଧରେ ପାକିସ୍ତାନ ବିରୋଧରେ ଭାରତ ବିଜୟୀ ହୋଇଥିଲା । ଏଥି ସହିତ ଭାରତ ବିଶ୍ୱବାସୀଙ୍କୁ ବାର୍ତ୍ତା ଦେଇଥିଲା ଯେ, ଦେଶ ମୁଣ୍ଡ ନୁଆଇଁବ ନାହିଁ । ସେହି ସମୟରେ ପ୍ରଧାନମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପେୟୀ । ଅଟଳ ସରକାର କାରଗିଲ ସହିଦଙ୍କ ଲାଗି ଅନୁକମ୍ପା ରାଶି ଘୋଷଣା କରିଥିଲେ । ଏହା ପରେ ତତକାଳୀନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ଶରୀଫଙ୍କୁ ସମନ ପଠାଇଥିଲେ ଯେ, ଏଲଓସିରୁ ସେନା ପ୍ରତ୍ୟାହାର କରୁ ।

Share the article

LEAVE A REPLY