ଲାଲଗଡ଼ରେ ଦୁର୍ବଳ ହେଉଛି ନକ୍ସଲ ସଂଗଠନ

0
221

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ମାଓ ସଂଗଠନ ଦିନକୁ ଦିନ ଦୁର୍ବଳ ହେଉଛି। ନକ୍ସଲ ଅଧ୍ୟୁଷିତ ଅଂଚଳରେ ରାଜ୍ୟ ବିଏସ୍‌ଏଫ୍‌, ଡିଭିଏଫ୍‌ ଓ ଏସ୍‌ଓଜି ଯବାନମାନେ ସକ୍ରିୟ ଥିବା ବେଳେ ନକ୍ସଲମାନେ ପୂର୍ବଭଳି ଆଉ ଉତ୍ପାତ କରିପାରୁ ନାହାନ୍ତି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ସାମ୍ବାଦିକ ସମ୍ମିଳନରେ ରବିବାର ସୂଚନା ଦେଇଛନ୍ତି ଯେ, ସ୍ୱାଭିମାନ ଅଂଚଳରେ ପୋଲିସର ଉପସ୍ଥିତି ଜାହିର ଥିବାରୁ ୧୭ ଜଣ ନକ୍ସଲ ନିହତ ହୋଇଛନ୍ତି। ସେହିଭଳି ଚଳିତ ବର୍ଷ ୨୧ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ୩୨ ଜଣ ଗିରଫ ହୋଇଛନ୍ତି।

ଛତିଶଗଡ଼ରେ ନକ୍ସଲଙ୍କ ଛତ୍ରଭଙ୍ଗ

କେବଳ ଓଡ଼ିଶା ନୁହେଁ। ବରଂ ପଡୋଶୀ ଛତିଶଗଡର ସୁକମା ଜିଲ୍ଲାରେ ମଧ୍ୟ ମାଓବାଦୀ ଦଳ ପୂର୍ବ ଭଳି ଆଉ ଦୃଢ଼ ସ୍ଥିତିରେ ନାହିଁ। ଛତିଶଗଡ଼ରେ ଗତ ୨୬ ତାରିଖରେ ଡିଆର୍‌ଜି, କୋବ୍ରା,ଏସ୍‌ଟିଏଫ ଏବଂ ସିଆର୍‌ପିଏଫ୍‌ ଯବାନଙ୍କ ମିଳିତ ଅପରଶେନ ନକ୍ସଲମାନଙ୍କୁ ସମ୍ମୁଖୀନ ହୋଇଥିଲା। ଏହାରି ମଧ୍ୟରେ ବହୁ ସମୟ ଧରି ଗୁଳି ବିନିମୟ ହୋଇଥିଲା। ଏଥିରେ କ୍ୟାଡର ନକ୍ସଲ ଖସିଯାଇଥିଲେ। କିନ୍ତୁ ଯବାନମାନେ ଦୁଇଟି ମାଓ ଶିବିରକୁ ଧ୍ୱସ୍ତ କରିବା ସହିତ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଓ ମାଓ ସାମଗ୍ରୀ ଜବତ କରତଥିଲେ।

ଝାଡ଼ଖଣ୍ଡ ପୋଲିସକୁ ବଡ଼ ସଫଳତା

ଓଡ଼ିଶା ଓ ଛତିଶଗଡ଼ ଭଳି ଝାଡ଼ଖଣ୍ଡ ପୋଲିସ ମଧ୍ୟ ମାଓବାଦୀଙ୍କୁ ମୁକାବିଲା କରିବାରେ ବଡ଼ ସଫଳତା ପାଇପାରିଛି। ଡିସେମ୍ବର ୨୬ ତାରିଖରେ ପୋଲିସ ଗୁମଲା ଜିଲ୍ଲାରେ ଅପରେଶନ ଚଳାଇଥିବା ବେଳେ ୫ ଜଣ ନକ୍ସଲଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ବିପୁଳ ପରିମାଣରେ ଗୁଳି, ବନ୍ଧୁକ ଓ ମୋବାଇଲ ଜବତ କରିଥିବା ଗୁମଲା ଏସ୍‌ପି ଏଚ୍‌.ପି ଜନାର୍ଦ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନକ୍ସଲମାନେ ବ୍ୟବସାୟୀଙ୍କ ଧମକ ଦେଇ ଟଙ୍କା ଆଦାୟ କରୁଥିବା ନେଇ ଏସ୍‌ପିଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା।  

ବିକାଶ ହେଉଛି ନକ୍ସଲ ଗଡ଼

କେନ୍ଦ୍ର ସରକାରଙ୍କ ନକ୍ସଲ ମୁକାବିଲା ନୀତି ଅନୁସାରେ ଓଡ଼ିଶା-ଆନ୍ଧ୍ର-ଛତିଶଗଡ଼ ସୀମା ଓ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୋଲିସ ଓ ଯବାନମାନେ ଅପରେଶନ ଜାରି ରହିଛି। ମାଓ ଅଧ୍ୟୁଷିତ ଅଂଚଳରେ ବିକାଶମୂଳକ କାମ ଜାରି ରହିଛି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ଅତ୍ୟାବଶ୍ୟକ ସୁବିଧା କରାଯାଉଛି। ସ୍ଥାନୀୟ ଅଂଚଳରେ ବ୍ୟାପକ ସଚେତନତା ବାର୍ତ୍ତା ବଣ୍ଟାଯାଉଛି। ଫଳରେ ଧୀରେ ଧୀରେ ଗ୍ରମାଂଳଚର ଲୋକେ ନକ୍ସଲକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ନକ୍ସଲମାାନେ ମଧ୍ୟ ସରକାରଙ୍କ ବିକାଶମୂଳକ କାମକୁ ହୃଦୟଙ୍ଗମ କରିସାରିଛନ୍ତି। ସେଥିପାଇଁ ସେମାନେ ମୂଳ ସ୍ରୋତରେ ସାମିଲ ହୋଇ ନିଜେ ମଧ୍ୟ ସାଧାରଣ ମଣିଷ ଭାବେ ବଂଚିବାକୁ ସଂକଳ୍ପ ନେଉଛନ୍ତି।

ବିକାଶ ଚିନ୍ତା କରୁଛନ୍ତି ଦୁର୍ଗମ ଅଂଚଳର ଅଧିବାସୀ

ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳରେ ପୂର୍ବରୁ ନକ୍ସଲମାନଙ୍କର ପ୍ରାଦୂର୍ଭାବ ରହୁଥିଲା। ଗ୍ରାମାଂଚଳର ଅଶିକ୍ଷିତ, ଚାଷୀ ମୂଲିଆଙ୍କୁ ନକ୍ସଲମାନେ ପ୍ରବର୍ତ୍ତାଇ ହେଉ ଅଥବା ବଳପୂର୍ବକ ସରକାରଙ୍କ ବିକାଶମୂଳକ କାମରେ ବାଧା ସାଜୁଥିଲେ। ସ୍ଥାନୀୟ ଲୋକେ ମଧ୍ୟ ସରକାର ଓ ନିଜର ସ୍ଥିତି ସଂପର୍କରେ ଅବଗତ ହୋଇ ନପାରି ନକ୍ସଲମାନଙ୍କ ପ୍ରରୋଚନାରେ ପଡ଼ି ଧନଜୀବନ କ୍ଷତି କରୁଥିଲେ। ଏବେ କିନ୍ତୁ ସେମାନେ ବିକାଶ କ’ଣ ବୁଝିପାରିଛନ୍ତି। ଗଣମାଧ୍ୟମ, ସୂଚନା ପ୍ରଯୁକ୍ତିବିଦ୍ୟାର ପ୍ରସାର ହେବା ପରେ ଦୁର୍ଗମ ଅଂଚଳର ଲୋକେ ମଧ୍ୟ ବିକାଶ କଥା ଚିନ୍ତା କରୁଛନ୍ତି।   

Share the article

LEAVE A REPLY