ନକଲି ସାମଗ୍ରୀ ଉତ୍ପାଦନର ପେଣ୍ଠ ପାଲଟୁଛି କଟକ

0
189

ଭୁବନେଶ୍ୱର: କଟକ ସହରକୁ ସମଗ୍ର ଭାରତ ପୂରାତନ ଓ ଐତିହାସିକ ଭାବେ ଜାଣିଛି । ହଜାର ବର୍ଷ ପୂର୍ବରୁ ଏଠାକାର ସାଧବ ଘରର ପୁଅମାନେ ଜାଭା, ସୁମାତ୍ରା ଓ ବାର୍ଲି ସହରକୁ ବେପାର-ବଣିଜ କରିବାକୁ ଯାଉଥିଲେ । ଓଡ଼ିଶାରୁ ଉତ୍ପାଦିତ ସାମଗ୍ରୀ ବିଦେଶରେ ବିକ୍ରି କରୁଥିଲେ ଏବଂ ଜାଭା, ବାର୍ଲି ଓ ସୁମାତ୍ରାରୁ ଜିନିଷପତ୍ର ଆଣି ଓଡ଼ିଆ ଲୋକଙ୍କ ମଧ୍ୟରେ ବିକୁଥିଲେ । ଓଡ଼ିଶାର ଭଲ ଉତ୍ପାଦଗୁଡ଼ିକ ବିଦେଶରେ ନାଁ କରୁଥିଲା । କଟକର ତାରକାସୀ କାମ ବିଦେଶରେ ସୁନାମ ଅର୍ଜନ କରିଛି ।


ଐତିହାସିକ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ହେବାରେ କଟକ ସହରର ନାଁ ସମଗ୍ର ବିଶ୍ୱରେ ଆଉ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କିନ୍ତୁ ଏବେ କିଛି ମାସ ହେବ କଟକ ସହର ଏକ ସ୍ୱତନ୍ତ୍ର ଖରାପ ପରିଚୟ ସୃଷ୍ଟି କରିଛି । ତାହା ହେଲା ନକଲି ସାମଗ୍ରୀ ଉତ୍ପାଦନର ପେଣ୍ଠ ସ୍ଥଳୀ । ଅଳ୍ପ ଦିନ ଭିତରେ କଟକ ସହର ଓ ଏହାର ଉପକଣ୍ଠରେ ଅନେକ ଗୁଡ଼ିକ ନକଲି ଉତ୍ପାଦନ ସାମଗ୍ରୀ ଜବତ ହୋଇଛି । ଏଥିରେ ରହିଛି ନକଲି ସସ୍‌, ସିନ୍ଥେଟିକ ପନିର, ଗୁଟଖା, ସୋୟାବଡ଼ି, ମସଲା, ଘିଅ ଓ ଚା’ ପତି ।

ଶିକ୍ଷାର ପ୍ରାଣ କେନ୍ଦ୍ର କଟକ

ଦିନ ଥିଲା କଟକ ସହର ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଓଡ଼ିଶାର ପ୍ରାଣ କେନ୍ଦ୍ର ଥିଲା । ରାଜ୍ୟସାରା ଲୋକ ଏଠାକୁ ପାଠପଢ଼ିବାକୁ ଆସୁଥିଲେ । ବଡ଼ ବଡ଼ ରୋଗ ପାଇଁ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଉପରେ ନିର୍ଭର କରିବାକୁ ପଡୁଥିଲା । କଟକରେ ଶିକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ପରିମାଣରେ ଥିବାରୁ ଏଠାକାର ଲୋକ ବହୁତ ବୁଦ୍ଧିମାନ । କିନ୍ତୁ ମଣିଷ ଶିକ୍ଷିତ ଓ ବୁଦ୍ଧିମାନ ହେବା ନିଶ୍ଚିତ ଭାବେ ଭଲ କଥା । କିନ୍ତୁ ବୁଦ୍ଧିମାନ ଦେଖାଇ ଅନ୍ୟକୁ ହଇରାଣ କରିବା, ଠକିବା ଓ ଲୁଟିବା ନିଶ୍ଚିତ ଭାବେ ଖରାପ କଥା । ଏବେ କଟକ ସହରରେ ଅନେକ ଗୁଡ଼ିଏ କଂପାନୀ ଗଢ଼ି ଉଠିଛି, ଯେଉଁଠାରେ ନିକଲି ଖାଦ୍ୟ ସାମଗ୍ରୀ ଉତ୍ପାଦନ କରି କଟକ ଓ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଉଛି । ଏହି ନକଲି ସାମଗ୍ରୀ ଖାଇବା ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରତିକ୍ରିୟା ହେବା ସୁନିଶ୍ଚିତ ।

ଅସାଧୁ ଉପାୟରେ ଟଙ୍କା ଅର୍ଜନ

ବିଗତ ଦିନରେ କଟକରୁ ଅନେକ ସମୟରେ ନକଲି ଉତ୍ପାଦନ ସାମଗ୍ରୀ ଜବତ ହେଉଛି । ଏଥି ସହିତ ନକଲି ସାମଗ୍ରୀରେ ବ୍ୟବହୃତ ଲୋଗୋ, ପ୍ୟାକିଂ, ମେସିନ ଜବତ କରୁଛି ପୋଲିସ । ପୋଲିସ ଏହି ଠକ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଗିରଫ କରୁଛି । କିନ୍ତୁ ଏଥିରୁ ଅନ୍ୟମାନେ କିଛି ଶିଖୁ ନାହାନ୍ତି । ବରଂ ନକଲି ଉତ୍ପାଦନ ସାମଗ୍ରୀ କଂପାନୀ ପରିଚାଳିତ ହେଉଛି । କିଛି ଅସାଧୁ ବ୍ୟକ୍ତି କମ ଖର୍ଚ୍ଚରେ ଭଲ ରୋଜଗାର କରିବା ପାଇଁ ନକିଲି ସାମଗ୍ରୀ ଉତ୍ପାଦନକୁ ପ୍ରାଧାନ୍ୟ ଦେଉଛନ୍ତି ।

ନକଲି ଖାଦ୍ୟ ସାମଗ୍ରୀ

-୨୦୨୧ ଜାନୁଆରୀ ୬: କଟକ ସଦର ଥାନା ଅନ୍ତର୍ଗତ ମୁକାମେଶ୍ୱର ଗାଁରୁ ଚା’ ପତି ପ୍ରସ୍ତୁତିକରଣ କଂପାନୀ ଠାବ ।୨୦୨୦ ଡିସେମ୍ବର ୩୧: ୧ କୁଇଣ୍ଟାଲ ସନ୍ଥେଟିକ ପନୀର ଜବତ । ୟୁରିଆ, ସଲଫୁରିକ ଏସିଡ ଓ ମଇଦାରୁ ପ୍ରସ୍ତୁତ ହେଉଥିଲା ।
-୨୦୨୦ ଡିସେମ୍ବର ୨୨: ମଧୁପାଟଣାରେ ନକଲି ସସ୍ କାରଖାନା ଠାବ । ସେହିଦିନ ସକାଳୁ ଜଗତପୁରରେ ନକଲି ସିମେଣ୍ଟ କାରଖାନା ଠାବ ହୋଇଥିଲା ।
-୨୦୨୦ ଡିସେମ୍ବର ୨୧: ପିଠାପୁରରେ ନକଲି ଘିଅ କାରଖାନା ଠାବ ହୋଇଥିଲା । ତା’ ପରଦିନ ସେହି ଅଂଚଳରେ ଆଉ ଏକ ଘିଅ କାରଖାନା ଠାବ ହୋଇଥିଲା ।
-୨୦୨୦ ଡିସେମବର ୧୯: ଜଗତପୁର ଶିଳ୍ପାଂଚଳରେ ନକଲି ସୋୟାବଡ଼ କାରଖାନା ଠାବ ହୋଇଥିଲା ।

Share the article

LEAVE A REPLY