କୋଭିଡ ଟିକା ନେବା ପରେ ଡାକ୍ତର-ନର୍ସଙ୍କ ମୃତ୍ୟୁ!

0
202

ଭୁବନେଶ୍ୱର: ସମଗ୍ର ବିଶ୍ୱ ସମେତ ଭାରତରେ ମଧ୍ୟ କରୋନା ଭାଇରସ ମହାମାରୀ ଓ ଟିକାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଦୀର୍ଘ ୧ ବର୍ଷ ହେଲା କରୋନା ଭାଇରସ ବିଶ୍ୱରେ କାୟା ମେଳାଇ ବସିଛି । ଏହାରି ମଧ୍ୟରେ ବ୍ରିଟେନ, ଅଷ୍ଟ୍ରେଲିଆ, ଆଫ୍ରିକା, ଭାରତ ସମେତ ପ୍ରାୟ ୨୦ରୁ ଅଧିକ ଦେଶରେ କରୋନାର ନୂଆ ଷ୍ଟ୍ରେନ ଦେଖାଯାଇଛି, ଯାହାକି ଗବେଷକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏକ ସଫଳ ଟିକା ଉତ୍ପାଦନ ଲାଗି ସମଗ୍ର ବିଶ୍ୱରେ ଉଦ୍ୟମ ଜାରି ରହିଥିବା ବେଳେ କୋଭିଡ ଟିକା ନେଇ ଅନେକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି । କାରଣ କୋଭିଡ ଟିକା ନେଇ ଆମେରିକାରେ ଜଣେ ଡାକ୍ତର ଓ ପର୍ତ୍ତୃଗ୍ରୀଜରେ ଜଣେ ନର୍ସଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ।

କୋଭିଡ-୧୯ ମୁକାବିଲା ଲାଗି ଆଜି ୨ୟ ପର୍ଯ୍ୟାୟରେ ରାଜ୍ୟରେ ଡ୍ରାଏ ରନ୍ କରାଯାଇଛି । ଏହା ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ମେଡିକାଲ କଲେଜରେ ଅନୁଷ୍ଠିତ ହୋଇଛି । କୋଭିଡଟିକାର ଡ୍ରାଏ ରନ ଗତ ୨ ତାରିଖ ଦିନ ମଧ୍ୟ କରାଯାଇଥିଲା । ଆଜି ଭଳି ସେଦିନ ମଧ୍ୟ ୩୦ରୁ ଉର୍ଦ୍ଧ୍ୱ କେନ୍ଦ୍ରରେ ୨୫ ଜଣ ଲେଖାଏଁ ସ୍ୱେଚ୍ଛାସେବୀଙ୍କୁ ଯୋଡ଼ାଯାଇଥିଲା । କରୋନା ଟିକା କେତେ ସଫଳ ତାହା ତ ଏବେ ଠାରୁ ସ୍ପଷ୍ଟ ଭାବେ କୁହାଯାଇପାରିବ ନାହିଁ । କିନ୍ତୁ ଏହାରି ଭିତରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ୨୯ ହଜାର ଟିକାକେନ୍ଦ୍ରକୁ ଚିହ୍ନଟ କରିସାରିଛନ୍ତି, ଯେଉଁଠାରେ କି ୩.୨୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ ଟିକା ଦିଆଯିବ ।

ଭାରତରେ କୋଭିଡ-୧୯ ନେଲା ଦେଢ଼ ଲକ୍ଷ ଜୀବନ

କୋଭିଡ-୧୯ରେ ବିଶ୍ୱରେ ୮ କୋଟି ୮୪ ଲକ୍ଷ ୫୫ ହଜାର ୬୭୬ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୯ ଲକ୍ଷ ୫ ହଜାର ୧୭୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଭାରତରେ ୧କୋଟି ୩ଲକ୍ଷ ୯୫ହଜାର ୨୭୮ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୧ଲକ୍ଷ ୫୦ହଜାର ୩୩୬ ଜଣଙ୍କର ମୃତ୍ୟୁ ହୋଇଛି । ଟିକାକରଣ ଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ଯାହା ଜଣାପଡୁଛି ଅଳ୍ପ ଦିନ ମଧ୍ୟରେ ଦେଶରେ କୋଭିଡ ଟିକାକରଣ ଆରମ୍ଭ ହୋଇଯିବ । ଏ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇସାରିଛନ୍ତି । ଭାରତରେ ଅକ୍ସଫୋର୍ଡ ଓ ସେରମ ଟିକାକୁ ପୂର୍ବରୁ ଜରୁରୀକାଳୀନ ବ୍ୟବହାର ପାଇଁ ମଂଜୁରୀ ମିଳିସାରିଛି ।

ଆମେରିକୀୟ ଡାକ୍ତରଙ୍କ ମୃତ୍ୟୁ

ଆମେରିକାର ମିୟାମୀରେ ଜଣେ ଡାକ୍ତର କୋଭିଡ ଟିକା ନେବାର ୧୬ ଦିନ ପରେ ପ୍ରାଣ ହରାଇଛନ୍ତି ବୋଲି ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ଡାକ୍ତର ଗ୍ରେଗରୀ ମାଇକେଲ (୫୬)ଙ୍କ ପତ୍ନୀ ହେଇଦୀ ନେକେଲମାନ ଅଭିଯୋଗ ଆଣିଛନ୍ତି ଯେ, ଗତ ଡିସେମ୍ବର ୧୮ ତାରିଖରେ ତାଙ୍କର ସ୍ୱାମୀ ଫାଇଜର ଟିକା ନେବା ପୂର୍ବରୁ ସୁସ୍ଥ ଥିଲେ । କିନ୍ତୁ ଟିକା ନେବା ପରେ ଡାକ୍ତରଙ୍କ ରକ୍ତ ସଂଚାଳନରେ ଅସୁବିଧା ହୋଇଥିଲା । ଗତ ରବିବାର ଡାକ୍ତର ଗ୍ରେଗରୀଙ୍କୁ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ହଠାତ୍ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ ଫାଇଜରର ଟିକା ରୋଗ ସୃଷ୍ଟି କରିଥିଲା ଓ ତାଙ୍କର ସ୍ୱାମୀଙ୍କର ମୃତ୍ୟୁ ହୋଇଛି । କିନ୍ତୁ କଂପାନୀ ପକ୍ଷରୁ ପତ୍ନୀଙ୍କ ଅଭିଯୋଗ ସ୍ୱୀକାର କରାଯାଇ ନାହିଁ ।

ଫାଇଜର ଟିକା ନେଇ ନର୍ସଙ୍କ ମୃତ୍ୟୁ!

ଆମେରିକୀୟ ଡାକ୍ତରଙ୍କ ପୂର୍ବରୁ ଜଣେ ପର୍ତ୍ତୃଗ୍ରୀଜ ସ୍ୱାସ୍ଥ୍ୟକର୍ମୀଙ୍କର ଫାଇଜର ଟିକା ନେଇ ମୃତ୍ୟୁ ହୋଇଛି । ମିଡିଆ ରିପୋର୍ଟ ଅନୁସାରେ ନର୍ସ ସୋନିଆ ଏକଭେଡୋ (୪୧)ଙ୍କ ହଠାତ ମୃତ୍ୟୁ ହୋଇଛି । ସେ ଗତ ୧ ତାରିଖ (ଶୁକ୍ରବାର ଫାଇଜର-ବାୟୋଏନଟେକ ଟିକା ନେଇଥିଲେ ଏବଂ ଟିକା ନେବାର ୪୮ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ପରିବାର ଲୋକେ କହିଛନ୍ତିଟିକା ଗ୍ରହଣ କରିବା ପୂର୍ବରୁ ଓ ପରେ ମଧ୍ୟ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିଲା । ସେ ପାର୍ଟୋସ୍ଥିତ ପତ୍ତିୁଗ୍ରୀଜ ଇନଷ୍ଟିଚ୍ୟୁଟ ଅଫ ଅଙ୍କୋଲୋଜୀର ପେଡିଆଟ୍ରିକ ବିଭାଗରେ ନର୍ସ ଭାବେ କାର୍ଯ୍ୟରତ ଥିଲେ ।

Share the article

LEAVE A REPLY