ଜୁଲୁମ୍‌ ଦେଖଉଛି ପୋଲିସ; ଭରସା ହରାଉଛନ୍ତି ଜନତା

0
319

ଭୁବନେଶ୍ୱର: ସାଧାରଣ ଲୋକଙ୍କୁ ସହାୟତା ଓ ସୁରକ୍ଷା ଦେବା ପାଇଁ ପୋଲିସ ବ୍ୟବସ୍ଥା ରହିଛି। ସାଧାରଣ ଜନତାର ବୃହତ୍ତ ସୁରକ୍ଷା ଦେବାର କର୍ତ୍ତବ୍ୟ ହେଉଛି ପୋଲିସର। କିନ୍ତୁ ଦିନକୁ ଦିନ ପୁଲିସ ଉପରେ ସାଧାରଣ ଜନତାଙ୍କର ଭରସା ତୁଟିବାରେ ଲାଗିଛି। ଏହାର କାରଣ ପୋଲିସ ସୁହାଇଲା ଭଳି ତଦନ୍ତ ନ କରି କାର୍ଯ୍ୟାନୁଷ୍ଠାନ ନେଉଛି। ଫଳରେ ଜନତା ପୋଲିସ ପ୍ରତି ସନ୍ତୁଷ୍ଟ ନାହାନ୍ତି। ଜନତା ଯେତେବେଳେ ହି୍ରଂସ ଦେଖାଯାଉଛନ୍ତି। ପୁଲିସର ବ୍ୟାପକ କ୍ଷତି ହେଉଛି ମଧ୍ୟ ଗତକାଲି ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ଏଭଳି ଘଟଣା ହେଉଛି ଏହାର ଜ୍ୱଳନ୍ତ ଉଦାହରଣ। ଗୋଟିଏ ଦିନରେ ୨ଟି ଭ୍ୟାନକୁ କ୍ଷତି ପହଂଚାଇଛନ୍ତି ସାଧାରଣ ଜନତା। ଭଦ୍ରକ ଜିଲ୍ଲାରେ ପୋଲିସ ଭ୍ୟାନ୍‌କୁ ଜାଳି ଦେଇଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଭଙ୍ଗାରୁଜା କରିଛନ୍ତି। ମାତ୍ର କେତେଜଣ ପୋଲିସ କର୍ମଚାରୀଙ୍କ ଲାଗି ସମାଜରେ ପୋଲିସ ବ୍ୟବସ୍ଥା ଉପରେ ସାଧାରଣ ଜନତାଙ୍କର ଭରସା ତୁଟୁଥିବା ବେଳେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହେଉଛି।

ପୋଲିସ ଭୟରେ ମୂକ ଯୁବକର ଜୀବନ ଗଲା

ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧିନ ହାତୁଆରି ଗ୍ରାମରେ ପୋଲିସ ଲାଗି ବୋଲି ଜଣେ ଦିବ୍ୟାଙ୍ଗଙ୍କ ଜୀବନ ଯାଇଥିବା ଚର୍ଚ୍ଚା ହେଉଛି। ଏହି ଗ୍ରାମର ମୂକ ଯୁବକ ବାପି ମହାଳିକ ଜନ୍ମରୁ ମୁକ ହୋଇଛନ୍ତି। ସେ ଗତକାଲି କୌଣସି ବ୍ୟକ୍ତିଗତ କାମ ପାଇଁ ପାଖ ଗାଁରେ ଥିବା ତାଙ୍କ ଭଉଣୀଙ୍କ ପାଖକୁ ଯାଉଥିବା ବେଳେ ପୋଲିସ୍‌ ବିନା କାରଣରେ ଗୋଡାଇବା ଆରମ୍ଭ କରିଥିଲେ। ଫଳରେ ବାପି ଭୟରେ ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ଏକ ପୋଖରୀରେ ଖସିଯାଇଥିଲେ

ପାଣିରେ ବୁଡ଼ିଗଲା ଯୁବକ, ଉଦ୍ଧାର କଲାନି ପୋଲିସ

ସବୁଠାରୁ ବଡ଼ କଥା ହେଲା ଯେ, ବିପଦ ସମୟରେ ପଡ଼ିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କାମ ହୋଇଥିଲେ ମଧ୍ୟ ବାପିଙ୍କୁ ପୋଲିସ ଛାଡ଼ି ପଳାଇଥିଲା। ଦିବ୍ୟାଙ୍ଗ ଯୋଗୁଁ ବାପି ପୋଖରୀ ଭିତରୁ ବାହାରି ପାରି ନଥିଲେ। କିଛି ସମୟ ପରେ ଗାଁ ଲୋକେ ବାପିଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ବାପି ମୂକ ଥିବାରୁ ସେ ପାଟି ଫିଟାଇ କାହାରିକୁ ଡାକି ପାରି ନଥିଲା।  

ମୂକ ଯୁବକଙ୍କୁ ପୋଲିସ କହିଲା- ଚୋର

ପୋଲିସ କହିଛି ଯେ, କୋଇଲା ଚୋରିକୁ କେନ୍ଦ୍ର ବାପି ମହାଳିକୁ ଧରିବାକୁ ଉଦ୍ୟମ କରାଯାଉଥିଲା। କିନ୍ତୁ ଉତ୍ତେଜିତ ଗାଁ ଲୋକେ ପୋଲିସକୁ ନଡରି ଭ୍ୟାନରେ ନିଆଁ ଲଗାଇ ଦେଇଥିଲେ। ଗାଁ ଲୋକେ ବାପିଙ୍କ ମୃତଦେହ ରାସ୍ତାରେ ରଖି ପୋଲିସ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।  

ଛତ୍ରଭଙ୍ଗ ଦେଲା ପୋଲିସ
କେନ୍ଦୁଝର ଜିଲ୍ଳା ପଣ୍ଡାପଡ଼ା ଥାନା ଅଧିନରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ମଧ୍ୟ ବୁଧବାର ଗ୍ରାମବାସୀଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡ଼ିଛି।  ପଣ୍ଡାପଡ଼ା ହାଟରେ ବହୁ ଦିନ ଧରି ଚାଲି ଆସୁଥିଲା କୁକୁଡ଼ା ଲଢେଇ ବନ୍ଦ କରିବାକୁ ଯାଇଥିବା ବେଳେ ପୋଲିସକୁ ସ୍ଥାନୀୟ ଲୋକେ ଆକ୍ରମଣ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଂଚି କୁକୁଡା ଲଢ଼େଇ ବନ୍ଦ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। ଆକ୍ରମଣର ଶିକାର ହେବା ପରେ ପୋଲିସ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲା।   

LEAVE A REPLY

Please enter your comment!
Please enter your name here