ଏଥର ୬ ଜଣ ଓଡ଼ିଆଙ୍କ ‘ପଦ୍ମ ପୁରସ୍କାର’

0
407

ଭୁବନେଶ୍ୱର: ଅତୀତରେ ଯୁଗ ପୁରୁଷମାନେ କହିଯାଇଛନ୍ତି ଯେ, କଠୋର ପରିଶ୍ରମ ହିଁ ସଫଳତାର ଚାବି କାଠି । ତେଣୁ କଠୋର ପରିଶ୍ରମ କରି କୌଣସି କାମକୁ ହାସଲ କରିବା ସମ୍ଭବ । କିନ୍ତୁ ପରିଶ୍ରମ କରି ସମ୍ମାନ ମିଳିବା ସହଜ ନୁହେଁ । କାରଣ ସମ୍ମାନ ଯୋଗ୍ୟ ଲୋକଙ୍କୁ ହିଁ ମିଳିଥାଏ । ଆଉ ଯେଉଁ ବ୍ୟକ୍ତିମାନେ ନିଜର ସାଧନାକୁ ମୂଳ ମନ୍ତ୍ର କରି କର୍ତ୍ତବ୍ୟ ପରାୟଣ ହୋଇ ସମାଜର ମଙ୍ଗଳ ତଥା ଦେଶର ବିକାଶ କ୍ଷେତ୍ରରେ କାମ କରିଥାନ୍ତି ସେମାନଙ୍କୁ ହିଁ ଦେଶର ବଡ଼ ସମ୍ମାନ ପ୍ରାପ୍ତି ହୋଇଥାଏ । ପ୍ରସଙ୍ଗକ୍ରମେ କେନ୍ଦ୍ର ସରକାର ଦେଶ ଓ ବିଦେଶର ଯୋଗ୍ୟ ପ୍ରାର୍ଥୀଙ୍କୁ ପଦ୍ମ ପୁରସ୍କାର-୨୦୨୧ ଦେଇଛନ୍ତି । ଓଡ଼ିଶାରୁ ଏହି ତାଲିକାରେ ଅଛନ୍ତି ୬ ଜଣ ମହାନ ବ୍ୟକ୍ତି । ଜଣାଶୁଣା ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମବିଭୂଷଣ ପାଇବାକୁ ଥିବା ବେଳେ ପଦ୍ମଶ୍ରୀ ହକଦାର ହୋଇଛନ୍ତି ଶାନ୍ତୀ ଦେବୀ, ପୂର୍ଣ୍ଣମାସୀ ଯାନୀ, କୃଷ୍ଣମୋହନ ପାଠୀ, ରଜତ କର ଓ ନନ୍ଦ ପୃଷ୍ଟି ।

୧୧୯ ଜଣଙ୍କ ପଦ୍ମପୁରସ୍କାର, ଓଡ଼ିଶାରୁ ୬ ଜଣ


ଭାରତ ସରକାର ୨୦୨୧ରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସମେତ ୭ ଜଣଙ୍କୁ ପଦ୍ମବିଭୂଷଣ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ୧୦ ଜଣ ପଦ୍ମଭୂଷଣ ଓ ୧୦୨ଜଣଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି । ପଦ୍ମ ତାଲିକାରେ ଏଥର ୨୯ ଜଣ ମହିଳା ସାମିଲ ଥିବା ବେଳେ ୧୦ ଜଣ ହେଉଛନ୍ତି ପ୍ରବାସୀ ଭାରତୀୟ ଅଥବା ବିଦେଶୀ । ଦେଶର ୧୬ ଜଣ ଏମିତି ଯୋଗ୍ୟ ସନ୍ତାନ ଅଛନ୍ତି, ଯେଉଁମାନେ କି ଆଜି ଜୀବୀତ ନଥିଲେ, ବି ତାଙ୍କର ପରିବାର ଲୋକ ପଦ୍ମ ପୁରସ୍କାର ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ମିଳିବି ।

ପଦ୍ମଭୂଷଣ ପାଇବାରେ ୪ର୍ଥ ଓଡ଼ିଆ ସୁଦର୍ଶନ ସାହୁ

ପୁରୀରେ ସୁଦର୍ଶନ କ୍ରାଫ୍ଟ ମ୍ୟୁଜିୟମ ଓ ଭୁବନେଶ୍ୱରରେ ସୁଦର୍ଶନ ଆର୍ଟ ଆଣ୍ଡ କ୍ରାଫ୍ଟ ଭିଲେଜର ପ୍ରତିଷ୍ଠାତା ସୁଦର୍ଶନ ସାହୁ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ୮୧ ବର୍ଷୀୟ ସୁଦର୍ଶନ ୧୯୩୯ ମସିହାରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ । ନିଜ ଉଦ୍ୟମରେ ଗଢ଼ି ତୋଳିଥିବା ଅନୁଷ୍ଠାନରେ ବହୁ ଛାତ୍ରଛାତ୍ରୀ ସ୍ଥାପତ୍ୟ କ୍ଷେତ୍ରରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଓଡ଼ିଶାରୁ ପଦ୍ମବିଭୂଷଣ ପାଇବା ତାଲିକାରେ ସେ ୪ର୍ଥ କ୍ରମ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ସ୍ୱର୍ଗତ କେଳୁଚରଣ ମହାପାତ୍ର, ସୀତାକାନ୍ତ ମହାପାତ୍ର ଓ ରଘୁନାଥ ମହାପାତ୍ରଙ୍କୁ ଏହି ସମ୍ମାନ ମିଳିଛି । ସୂଚନାଯୋଗ୍ୟ, ଶ୍ରୀ ସାହୁ ୧୯୮୮ ମସିହାରେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ ।

୬୦ ବର୍ଷ ରଥଯାତ୍ରା ବିବରଣୀ ପ୍ରଦାନ

ଶିକ୍ଷାବିତ୍ ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ରଜତ କୁମାର କର ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଟିଭି ଓ ରେଡିଓ ମାଧ୍ୟମରେ ସେ ଦୀର୍ଘ ୬୦ ବର୍ଷ ହେଲା ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରିଛନ୍ତି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗାଁରେ ଜନ୍ମଗ୍ରହଣ କରିଥିବା ନନ୍ଦକିଶୋର ପୃଷ୍ଟି ହେଉଛନ୍ତି ସ୍ଥାନୀୟ ଅଂଚଳରେ ଜଣେ ଭଲ ଗୃହ ଶିକ୍ଷକ ।

ସମାଜ ସେବା ଲାଗି ଶାନ୍ତି ଦେବୀଙ୍କୁ ପଦ୍ମଶ୍ରୀ

ମାତ୍ର ୭ମ ଶ୍ରେଣୀ ପାଠ ପଢ଼ିଥିଲେ ବି ସେ ଗରିବ ଓ ଅବହେଳିତ ପିଲାମାନଙ୍କୁ ଶିକ୍ଷାଦାନ କରି ସ୍ୱାକ୍ଷରତା ବଢ଼ାଇବା ପାଇଁ ଉଦ୍ୟମ କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ସମାଜସେବା, ଭୂଦାନ ଓ ସତ୍ୟାଗ୍ରହ ଆନ୍ଦୋଳନ କ୍ଷେତ୍ରରେ ଅବଦାନ ପାଇଁ ଗାନ୍ଧୀବାଦୀ ନେତ୍ରୀ ତଥା ସେବା ସମାଜର ପ୍ରତିଷ୍ଠାତା ଶାନ୍ତି ଦେବୀଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି ।

ଶିକ୍ଷାଗତ ଯୋଗ୍ୟତା ନଥିଲେ ବି ୧୦ ହଜାର ଭଜନ ମୁଖସ୍ଥ

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ପଂଚାୟତର ଚାରିପଡ଼ାରେ ଜନ୍ମଗ୍ରହଣ କରିଥିଲେ ସନ୍ୟାସିନୀ ପୂର୍ଣ୍ଣମାସୀ ଯାନୀ । ପାଠଶାଠ ଆଦୌ ପଢ଼ି ନଥିଲେ ବି ସେ ସମସ୍ତ ପୁରାଣ, ଶାସ୍ତ୍ର, ପୋଥି ମୁହଁରେ ପଢ଼ିପାରୁଛନ୍ତି । ପ୍ରାୟ ୧୦ ହଜାର ଭଜନ ଓ ଜଣାଣ ଲିଖିତ ଓ ରେକର୍ଡିଂ କରାଯାଇଛି । ସେଥି ପାଇଁ ସେ ପଦ୍ମଶ୍ରୀ ପୁରସ୍କାର ପାଇବେ ।

ମାଗଣରେ ଚିକିତ୍ସା ସେବା

ଆଜିକାଲିର ଡାକ୍ତରମାନେ ଟଙ୍କା ଉପାର୍ଜନ କରିବା ପାଇଁ ବ୍ୟସ୍ତ ହୋଇପଡୁଥିବା ବେଳେ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ କୃଷ୍ଣମୋହନ ପାଠୀ ଏହାର ଓଲଟା । ସେ ଗରିବ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଛନ୍ତି ।

Share the article

LEAVE A REPLY