ବିପଦରେ ଗୋବଂଶ! ବାହାରକୁ ଚାଲାଣ ହେଉଛି ମାଂସ

0
251

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଗୋବଂଶ ହ୍ରାସ ପାଉଛି। ଗୋବଂଶର ସୁରକ୍ଷା ପାଇଁ କୃଷକ ଓ ଗୋପାଳକମାନେ ମନ ଦେଉ ନାହାନ୍ତି। ଚାରିଚକିଆ ବାହାନ ମାଧ୍ୟମରେ ବାହାର ରାଜ୍ୟକୁ ବେଆଇନ ଭାବେ ଗୋ-ଚାଲାଣ ହେଉଛି। ଅନେକ ସମୟରେ ପୋଲିସ ଜାଣିଶୁଣି ନିରବ ରହୁଥିବା ମଧ୍ୟ ଅଭିଯୋଗ ହେଉଛି। ସମ୍ବଲପୁର, ସୁନ୍ଦରଗଡ଼, ଭଦ୍ରକ, ବାଲେଶ୍ୱର ଓ ମୟୁରଭଂଜ ଜିଲ୍ଲାରୁ ପଡୋଶୀରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ଗୋ-ଚାଲାଣ ନେଇ ଚର୍ଚ୍ଚା ହେଉଛି। ବିଗତ କିଛି ମାସ ହେଲା ବାହାର ରାଜ୍ୟକୁ ଗୋ-ଚାଲାଣ ହେଉଥିବା ବେଳେ ଏବେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଓ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଂଚଳରୁ ବିପୁଳ ପରିମାଣରେ ଗୋ-ମାଂସ ଜବତ ହୋଇଛି। କିଛି ଦଲାଲ ରାଜ୍ୟରୁ ଗାଈ ଓ ଗୋମାଂଶ ଚାଲାଣ କରି ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ।

୩୦ ପେଟି ଗୋମାଂସ ଜବତ

ଭୁବନେଶ୍ୱର କମିଶନରେଟ ପୁଲିସ ଅନ୍ତର୍ଗତ ବାଲିପାଟଣା ଥାନାର ସାହେବନଗର ଗ୍ରାମରୁ ମଙ୍ଗଳବାର ବିପୁଳ ପରିମାଣର ଗୋ ମାଂସ ଜବତ ହୋଇଥିଲା। ଏହା ବାହାରକୁ ପଠାଯିବା ଲାଗି ଗାଡ଼ିରେ ଲୋଡିଂ ହେବା ସମୟରେ ସ୍ଥାନୀୟ ଲୋକେ ଅଭିଯୁକ୍ତମାନଙ୍କୁ ଅଟକ ରଖି ପୁଲିସକୁ ଏହାର ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଫିରୋଜ ଅଲ୍ଲୀ ଖାନଙ୍କ ଘରେ ମହଜୁଦ ଥିବା ୩୦ପେଟିରୁ ଊର୍ଦ୍ଧ୍ୱ ଗୋ-ମାଂସ ଜବତ କରିଥିଲା ଏବଂ ଏହାକୁ ଗାତ ଖୋଳ ପୋତି ଦେଇଥିଲା ।

୩ ଜଣ ଗିରଫ

ବାଲିଅନ୍ତା ଘଟଣା ସକାଳୁ ଘଟିଥିବା ବେଳେ ସମ୍ବଲପୁର ଜିଲ୍ଲାରେ ରାତିରେ ଗୋମାଂଶ ଚାଲାଣ ପାଇଁ ଚାଲିଥିବା ଯୋଜନାକୁ ଗ୍ରାମବାସୀ ବିଫଳ କରିଥିଲେ। ଯୁଯୁମୁରା ଥାନା ଅନ୍ତର୍ଗତ  କଂସର ପଞ୍ଚାୟତର ସାପଡଗରରେ ଏହି କାରବାର ଚାଲୁଥିଲା।  ଅଭିଯୋଗରେ ପୁଲିସ ନାମଜାନ ସୁରେନ, ନିକାଜିନ ସାମଦ  ଓ ଝାରଖଣ୍ଡର ଜଳଡେଗା ଥାନା ଅନ୍ତର୍ଗତ ଦାଡ଼ପାଣିର ଜୁନାସ ଟପ୍ନୋଙ୍କୁ ଗିରଫ କରିଥିଲା। ସେମାନଙ୍କ ଠାରୁ  ଗୋ ମାଂସ କଟା ଯାଇଥିବା ଗୋ ମାଂସ ଜବତ କରିଥିଲା ପୁଲିସ।

ଗୋ-ମାତା କୃଷକର ବଡ଼ ବନ୍ଧୁ

କୃଷକଙ୍କ ବଡ଼ ବନ୍ଧୁ ଗୋମାତା ସଂଖ୍ୟା କମିବାରେ ଲାଗିଛି। ଅତ୍ୟାଧୁନିକତାର ବଶବର୍ତ୍ତୀ ହୋଇ ଆଜିକାଲି ଲୋକେ ଚାଷ କାମରେ ଟ୍ରାକ୍ଟର, ପାଓ୍ଵାରଟେଲର ଓ ଅନ୍ୟ ଯନ୍ତ୍ରପାତିର ବ୍ୟବହାର କରୁଛି। ସେହିପରି ଚାଷଜମିର ଉର୍ବରତା ବଢ଼ାଇବା ପାଇଁ ଗୋବର ସ୍ଥାନରେ ରାସାୟନିକ ସାର ଓ କୀଟନାଶକ ଔଷଧ ବ୍ୟବହାର ହେଉଛି। ଫଳରେ ଚାଷ କାମରେ ଗାଈ ଓ ବଳଦର ବ୍ୟବହାର ପୂର୍ବଭଳି ଦରକାର ପଡୁନାହିଁ।

ହ୍ରାସ ପାଉଛି ଦେଶୀ ଗାଈ ସଂଖ୍ୟା

ଗାଁ-ଗହଳିରେ ପୂର୍ବଭଳି ଆଜିକାଲି ଆଉ ଗାଈ-ବଳଦ ଦେଖାଯାଉନାହାନ୍ତି। ଅଳ୍ପ କିଛି ଲୋକ ଦୁଗ୍ଧ ଉତ୍ପାଦନ ପାଇଁ ଗାଈ ପାଳନ କରୁଛନ୍ତି। ତାହା ପୁଣି ହ୍ରାଇବ୍ରିଡ୍‌, ଜର୍ସି, ହରିୟାଣା ପ୍ରଜାତିର ଗାଈ। ଦେଶୀ ଗାଈ ସଂଖ୍ୟା ହାତଗଣତି। ଗାଁ ମାନଙ୍କରେ ପୂର୍ବରୁ ଚାଷୀମାନେ ବଳଦ ଦ୍ୱାରା ଚାଷ କରାଯାଉଥିଲା। ଏବେ ସେହି ସ୍ଥାନ ଦଖଲ କରିଛି ଟ୍ରାକ୍ଟର ଓ ଅନ୍ୟ ଯନ୍ତ୍ରପାତି।  

ଗୋବଂଶ ବୃଦ୍ଧି ଲାଗି ଦରକାର ସଚେତନତା

ରାଜ୍ୟରେ ଗୋବଂଶ ବୃଦ୍ଧି ପାଇ ସଚେତନତାର ଆବଶ୍ୟକତା ରହିଛି । ଏହା ସରକାରୀ ସ୍ତରରେ ହେଉ ଅଥବା ଘରୋଇ ସଂସ୍ଥା ହେଉ । ଗୋବଂଶ ବୃଦ୍ଧି ପାଇଁ ସମସ୍ତେ ମାନସିକ ସ୍ତରରେ ମଜବୁତ ହେବା ଦରକାର । ବ୍ୟକ୍ତିଗତ ସ୍ତରରେ ମଧ୍ୟ ଗୋବଂଶ ବୃଦ୍ଧି ପାଇଁ ଚିନ୍ତା କରାଯିବାର ଆବଶ୍ୟକତା ରହିଛି । ଗୋବଂଶ ବୃଦ୍ଧି ହେବା ଦ୍ୱାରା ଏହି କାମରେ ବହୁ ସଂଖ୍ୟାରେ ନିଯୁକ୍ତି ତଥା ରୋଜଗାର ଦିଆଯାଇପାରିବ ।

Share the article

LEAVE A REPLY