ଅଘୋଷିତ ରଣକ୍ଷେତ୍ର ପାଲଟୁଛି ବିଧାନସଭା!

0
179

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ନିର୍ଦ୍ଧାରତି ସମୟ ପୂର୍ବରୁ ଶେଷ ହୋଇଛି । ବଜେଟ ଅଧିବେଶନ ଚଳିତ ଆର୍ଥିକ ବର୍ଷ ପାଇଁ ଗୃହ ଗତ ଫେବ୍ରୁଆରୀ ୧୮ ତାରିଖରେ ଆରମ୍ଭ ହୋଇଥିଲା । ଗୃହ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦ୍‌ବୋଧନ ଦେଇଥିଲେ । ପରେ ୩ ଦିନ ପାଇଁ ଧନ୍ୟବାଦ୍ ପ୍ରସ୍ତାବ ଆଗତ ହୋଇଥିଲା । ବିଧାନସଭାରେ ଫେବ୍ରୁଆରୀ ୨୨ ତାରିଖରେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ବଜେଟ୍ ଉପସ୍ଥାପନ ହୋଇଥିଲା, ଯାହାକି ବିରୋଧୀ ଦଳମାନଙ୍କୁ ପସନ୍ଦ ଆସି ନଥିଲା । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୨୭ରେ ଶେଷ ହୋଇଥିବା ବେଳେ ୨ୟ ପର୍ଯ୍ୟାୟ ମାର୍ଚ୍ଚ ୧୨ରେ ଆରମ୍ଭ ହୋଇ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଶେଷ ହେବାର ଥିଲା । ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨୬ଟି ବୈଠକ ବସିଥିଲା, ଯେଉଁଥିରେ କି ୧୦ଟି ବିଲ୍ ଆଗତ ହୋଇଥିବା ବେଳେ ଏଥିରୁ ୯ଟି ପାରିତ ହୋଇଥିଲା । ଅଧିବେଶନର ଶେଷ ଦିନରେ ବିଧାନସଭା ଅଘୋଷିତ ରଣକ୍ଷେତ୍ର ପାଲଟିଛି ।

ଅଧିବେଶନର ଆରମ୍ଭରୁ ଶେଷ ଯାଏଁ ବିବାଦ

ବଜେଟ ଅଧିବେଶନରେ ଏଥର ବିରୋଧୀ ଦଳର ନେତାମାନେ ବାରମ୍ବାର ଶାସକ ଦଳକୁ ଟାର୍ଗେଟ କରିଥିଲେ । ଧାନମଣ୍ଡି ଅବ୍ୟବସ୍ଥା ନେଇ ବଜେଟ ଆରମ୍ଭରୁ ଦେବଗଡ଼ ବିଧାୟକ ଆତ୍ମହତ୍ୟା କରିଥିଲେ, ଯାହାକ ସବୁଦିନ ପାଇଁ ମନେ ରହିବ । ଶାସକ ଦଳ ବିରୋଧୀ ଦଳମାନଙ୍କୁ ଆଲୋଚନାରେ ସକରାତ୍ମକ ଭାବେ ଭାଗ ନେବା ପାଇଁ ସୁଯୋଗ ଦେଇ ନଥିବା ଅଭିଯୋଗ ଆଣି ବିରୋଧୀମାନେ ଗୃହରେ ଅନେକ ସମୟରେ ହୋହାଲ୍ଲା ଓ ସ୍ଲୋଗାନ ଦେଇଥିଲେ । ଏଥର ବିଧାନସଭାରେ ମଣ୍ଡିରେ ଧାନକିଣାକୁ କେନ୍ଦ୍ର କରି ବିଜେପି ଓ କଂଗ୍ରେସ ଦଳର ବିଧାୟକମାନେ ସରକାରଙ୍କୁ ଟାଗେର୍ଟ କରିଥିଲେ । ବିରୋଧି ଦଳର ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ତଳେ ଯାଇ ଶ୍ଲୋଗାନ ଦେଇଥିଲେ । ତେବେ ବିରୋଧୀ ଦଳ ଗୃହ କାର୍ଯ୍ୟକାଳ ଚାଲିଥିବା ବେଳେ ଶେଷ ଦିନ ଯେଭଳି କାମ କଲେ, ତାହା ସବୁଦିନ ପାଇଁ ମନେ ରହିବ ।

ବାଚସ୍ପତିଙ୍କୁ ଜୋତା ଫୋପଡା  ଗଲା!

ଗୃହରେ ଅନ୍ତିମ ଦିନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପରେକୁ ଜୋତା ପୋପଡ଼ା ଯାଇଥିବା ଅଭିଯୋଗ ଆଣିଥିଲା ଶାସକ ବିଜେଡି ଦଳ । କିନ୍ତୁ ମୁଖ୍ୟ ବିରୋଧୀ ଦଳ ଏହାକୁ ଖଣ୍ଡନ କରିଛି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ରବିବାର ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ କହିଛନ୍ତି ଯେ, ଯେତେବେଳେ ଗୃହରେ ବିଧେୟକ ପାରିତ ହେଉଛି, ବିଧାୟକ ଭାବେ ପ୍ରତ୍ୟେକଙ୍କ କହିବାର ଅଧିକାର ଅଛି । କିନ୍ତୁ ବିରୋଧୀ ଦଳର ବିଧାୟକମାନଙ୍କୁ କହିବାକୁ ଶାସକ ଦଳ ସୁଯୋଗ ଦେଉନାହିଁ । ବିନା ଆଲୋଚନାରେ ବିଧେୟକ ପାରିତ ହେଲା । ବାଚସ୍ପତି କାହାରି କଥା ଶୁଣିଲେ ନାହିଁ । ଫଳରେ ହେଡଫୋନ୍ ଓ କଲମ ଫୋପଡା ଯାଇଛି । କିନ୍ତୁ ବିନା ଦୋଶରେ ବିଧାୟକ ଜୟନାରାୟଣ ମିଶ୍ର, ମୋହନ ମାଝୀ ଓ ବିଷ୍ଣୁ ସେଠୀଙ୍କୁ ନିଲମ୍ବନ କରାଯିବା ଯୁକ୍ତିଯୁକ୍ତ ନୁହେଁ । ତେଣୁ ବିରୋଧରେ ବିଜେପି ବିଧାୟକମାନେ ବିଧାନସଭା ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ତଳେ ରାତିସାରା ଧାରଣା ଦେଇଛନ୍ତି ।

ଶେଷ ଦିନ ଗୃହରେ ଅଘଟଣ, ଦାୟୀ କିଏ?

ସାମ୍ବାଦିକ ସମ୍ମିଳନୀରେ ବିଜେପି ଅଭିଯୋଗ ଆଣିଛି ଯେ, ଶେଷ ଦିନରେ ଗୃହରେ ଯେଉଁ ଅଭାବନୀୟ ଘଟଣା ଘଟିଲା ଏଥି ପାଇଁ ବାଚସ୍ପତି ଦାୟୀ । ଗୃହର ଅଧ୍ୟକ୍ଷ ସମସ୍ତ ନେତାଙ୍କ କଥା ଶୁଣିବା କଥା । କିନ୍ତୁ ବାଚସ୍ପତି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁ ନାହାନ୍ତି । ସେ ବିଜେଡିର ଖେଳନା ଭଳି କାମ କରୁଥିବାରୁ ଶନିବାର ଅପ୍ରୀତିକର ଘଟଣା ଘଟିଛି । ଶାସକ ଦଳ କାଳେ ବଦନାମ ହୋଇଯିବ, ସେଥିପାଇଁ ବାଚସ୍ପତି କାମ କରୁଛନ୍ତି । ବିଧାନସଭାରେ ଯେଉଁ ବିଲ ପାରିତ ହୋଇଛି, ଏସଂପର୍କରେ କୌଣସି ଆଲୋଚନା ହୋଇ ନାହିଁ । ତେଣୁ ଏହାକୁ ମଂଜୁରୀ ନଦେବା ପାଇଁ ରାଜ୍ୟପାଳଙ୍କୁ ନିବେଦନ କରିବୁ ବୋଲି ଶ୍ରୀ ନାଏକ ଗଣମାଧ୍ୟମକୁ କହିଛନ୍ତି ।

ଘଟଣାକୁ ବିଜେଡି-କଂଗ୍ରେସର ନିନ୍ଦା

ତେବେ ଗୃହକାର୍ଯ୍ୟ ଜାରି ଥିବା ବେଳେ ବାଚସ୍ପତିଙ୍କ ଉପରକୁ ଜୋତା ପୋପଡ଼ାଯିବାକୁ କେନ୍ଦ୍ର କରି ଶାସକ ବିଜେଡି ଓ କଂଗ୍ରେସର ନେତାମାନେ ତୀବ୍ର ନିନ୍ଦା କରିଛନ୍ତି । ବିଧାୟକ ଭୁପିନ୍ଦର ସିଂହ, ଶଶିଭୂଷଣ ବେହେରା ଓ ପ୍ରତାପ ଦେବ ନନ୍ଦା କରିଛନ୍ତି । ସେହିପରି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଓ ସନ୍ତୋଷ ସିଂହ ସାଲୁଜା ମଧ୍ୟ ବିଜେପି ନେତାଙ୍କ ଦ୍ୱାରା କରାଯାଇଥିବା କାମକୁ ବିରୋଧ କରିଛନ୍ତି ।

Share the article

LEAVE A REPLY