ମାସ୍କ ପିନ୍ଧିଲେ କରୋନା ଭାଇରସ୍‌ ନିୟନ୍ତ୍ରିତ ହେବ!

0
122

ଭୁବନେଶ୍ୱର: କରୋନା ଭାରଇସ୍‌ ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ସମଗ୍ର ବିଶ୍ୱରେ ଉଦ୍ୟମ ଜାରି ରହିଛି। ବିଗତ ଦେଢ଼ ବର୍ଷ ହେବ ବିଶ୍ୱର ପ୍ରସିଦ୍ଧ ଚିକିତ୍ସା ପ୍ରତିଷ୍ଠାନ, ବିଶେଷଜ୍ଞ ଓ ଗବେଷକମାନେ କରୋନା ଭାଇରସ୍‌କୁ ମୁକାବିଲା ପାଇଁ ଗବେଷଣା ଚଲାଇଛନ୍ତି। ଏପର୍ଯ୍ୟନ୍ତ କରୋନା ରୋଗକୁ ପ୍ରତିହତ କରିବା ଲାଗି ଔଷଧ ପ୍ରସ୍ତୁତ ହୋଇପାରି ନାହିଁ। କେବଳ କିଛି ବିକଶିତ ଓ ବିକାଶଶୀଳ ଦେଶରେ କୋଭିଡ୍‌-୧୯ ଟିକା ଉତ୍ପାଦନ ହୋଇପାରିଛି। ସାରା ବିଶ୍ୱରେ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଭାରତରେ ମଧ୍ୟ ଟିକାକରଣ ଜାରି ରହିଛି।

ଟିକାକରଣ ପ୍ରକ୍ରିୟା ଜାରି ଥିଲେ ବି କରୋନାର ୨ୟ ପ୍ରବାହ ଆସିବା ପରେ ବିଶ୍ୱବାସୀଙ୍କର ଚିନ୍ତା ଅଧିକ ବଢ଼ିଯାଇଛି। ଠିକ୍‌ ଏକ ବର୍ଷ ପୂର୍ବରୁ ଏପ୍ରିଲ ମାସ ୧୦ ତାରିଖରେ କରୋନା ଭାଇରସ୍‌ର ପ୍ରଥମ ଲହର ଥିଲା। ଓଡ଼ିଶାରେ ସେହି ସମୟରେ ଦିନକୁ ହାତ ଗଣତି ଲୋକ ପଜିଟିଭ୍‌ ଚିହ୍ନଟ ହେଉଥିଲେ। ରାଜ୍ୟରେ ଏବେ ଦିନକୁ ପ୍ରାୟ ୧୩ ଶହ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ସଂକ୍ରମଣ ଯଦିଓ ବଢ଼ି ଚାଲିଛି, ତଥାପି ଲୋକଙ୍କ ମନରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଓ ରାତ୍ରିକାଳୀନ କର୍ଫୁକୁ ଭୟ ନାହିଁ। ସରକାର ମଧ୍ୟ ଘୋଷଣା କରିସାରିଛନ୍ତି ଯେ, ଲୋକେ ସାମାନ୍ୟ ସତର୍କ ରହିଲେ ଲକ୍‌ଡାଉନ୍‌ର ଦରକାର ପଡ଼ିବ ନାହିଁ। କିନ୍ତୁ ଏଥି ପାଇଁ ଆମକୁ ସତର୍କ ରହିବାକୁ ହେବ ଏବଂ ମାସ୍କ ପିନ୍ଧିବାକୁ ପଡ଼ିବ।

ମାସ୍କ ନିୟମ କଡ଼ାକଡ଼ି

ମାସ୍କର ବ୍ୟବହାରକୁ ରାଜ୍ୟ ସରକାର କଠୋର ହୋଇଛନ୍ତି। ମାସ୍କ ପିନ୍ଧିବା ନିୟମ କଡ଼ାକଡ଼ି କରିଛନ୍ତି। ଯଦି କେହି ଲୋକ ସର୍ବସାଧାରଣ ସ୍ଥାନରେ ବିନା ମାସ୍କ ରେ ବୁଲନ୍ତି, ତା’ହେଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ସେହି ଲୋକ ଯଦି ମାସ୍କ ନ ପିନ୍ଧି ପୋଲିସ ହାତରେ ୨ୟ ଥର ଧରାପଡ଼ନ୍ତି, ତା’ହେଲେ ୫ ହଜାର ଟଙ୍କା ଜରିମାନା ପଡ଼ିବ। ରାଜ୍ୟ ସରକାର ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ମାସ୍କ ପିନ୍ଧୁ ନ ଥିବା ଲୋକଙ୍କର ଠାରୁ ୨ ଗୁଣ ଜରିମାନା ଆଦାୟ କରାଯିବ।

ବିନା ଲକଡାଉନ୍‌ରେ କରୋନା ରୋକିହେବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଲୋକେ ବାହାରକୁ ଯିବା ପୂର୍ବରୁ ନିଶ୍ଚିତ ଭାବେ ମାସ୍କ ପିନ୍ଧନ୍ତୁ। ଜୀବନ  ଓ ଜୀବିକାକୁ ଜାରି ରଖିବାକୁ ହେଲେ ମାସ୍କ ପିନ୍ଧିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ବିନା ମାସ୍କରେ ବାହାରକୁ ଯାଆନ୍ତୁ ନାହିଁ। ମାସ୍କ ହିଁ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କବଚ। କେବଳ ଏତିକି ନୁହେଁ। ମାସ୍କ ପିନ୍ଧିବା ଦ୍ୱାରା କରୋନାକୁ ଆମେ ବିନା ଲକଡାଉନ୍‌ରେ  ରୋକିପାରିବା। ଯଦି ନିଜର ଜୀବନ ଜୀବିକାକୁ ବଜାୟ ରଖିବାକୁ ଚାହାନ୍ତି ତେବେ, ମାସ୍କ ପିନ୍ଧନ୍ତୁ ବୋଲି ନବୀନ କହିଛନ୍ତି।  

୧୪ ଦିନିଆ ମାସ୍କ ଅଭିଯାନ

ମହାରାଷ୍ଟ୍ର, ଛତିଶଗଡ଼ର ରାଜଧାନୀ ରାୟପୁର ଓ ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡାରେ ଲକଡାଉନ୍‌ ହୋଇଛି। ପଂଜାବ ଓ ଉତ୍ତରପ୍ରଦେଶର କିଛି ସହରରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଛି। ଦେଶରେ ଦିନକୁ ୧ ଲକ୍ଷରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛି। ତେଣୁ ଆମକୁ ଏବେଠାରୁ ସତର୍କ ରହିବାକୁ ପଡ଼ିବ। ରାଜ୍ୟ ସରକାର ଶୁକ୍ରବାର ଠାରୁ ୧୪ ଦିନିଆ ମାସ୍କ ଅଭିଯାନ ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାର ଏହି ଅଭିଯାନକୁ ଅଧିକ କଡ଼ାକଡ଼ି କରିବେ। ନିଜେ ମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ, ଆମେ ଆମେ ଯଦି ପ୍ରତିଦିନ ମାସ୍କ ପିନ୍ଧିବା ତାହେଲେ ଏହା ଏକ ଅଭ୍ୟାସରେ ପରିଣତ ହୋଇଯିବ। ପୂରା ନାକ ଓ ମୁହଁକୁ ବନ୍ଦ କରି ମାସ୍କ ପିନ୍ଧିଲେ ତେବେ କରୋନାକୁ ଜିତି ପାରିବା। ବେକରେ ଝୁଲେଇ କି ନୁହେଁ, ମାସ୍କକୁ ଠିକ ଭାବେ ନାକକୁ ଘୋଡେଇ ପିନ୍ଧିବା।

ମା’ମାନେ ପରିବାରର ଦାୟିତ୍ୱ ନିଅନ୍ତୁ: ନବୀନ

ପରିବାରର ସମସ୍ୟଙ୍କୁ ମାସ୍କ ପିନ୍ଧାଇବା ମା’ ମାନଙ୍କର ବଡ଼ ଦାୟିତ୍ୱ ହେଉ।  ଘରଲୋକ ଯେତେବେଳେ ବାହାରକୁ ଯାଉଛନ୍ତି ସେମାନେ ମାସ୍କ ପିନ୍ଧୁଛନ୍ତି କି ନାହିଁ ମା’ ମାନେ ଏଥିପାଇଁ ଯତ୍ନଶୀଳ ହେବା ଦରକାର। କାରଣ  ମା’ ମାନେ ସତର୍କ ହେଲେ କରୋନା ଘର ଭିତରକୁ ଆସିପାରିବ ନାହିଁ। ସରକାର ବାହାରେ ଜଗିଛନ୍ତ ଓ ମା’ ମାନେ ଘର ଭିତରେ ପରିବାରର ଲୋକଙ୍କୁ ଜଗନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

Share the article

LEAVE A REPLY