ବରଷକେ ଥରେ ଆସିଛି ରଜ, ବନରେ ଡାକୁନି ଗଜରାଜ

0
306

ଭୁବନେଶ୍ୱର: ‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ’ ଏହି ଉକ୍ତି ଆଜିକାଲି କହାଣୀ ଭଳି ଲାଗୁଛି । ବୟସ୍କ ଲୋକମାନେ ଆଗରୁ କହୁଥିଲେ ପହିଲି ରଜ ଆସିଲେ ବନରେ ଗଜରାଜର ଡାକ ଶୁଭିଥାଏ । ହାତୀମାନେ ଡାଳ, ପତ୍ର ଖାଇବା ପାଇଁ ଅଧିକ ଚଳପ୍ରଚଳ ହେଉଥିଲେ । ରଜରେ ପ୍ରକୃତି ମା’ର ବାସ୍ନା ଭିନ୍ନ ଥାଏ । ମାଟି ମହକି ଥାଏ । ଆମ୍ବ ଓ ପଣସ ପାଚିଥାଏ । ଆମ୍ବ ଓ ପଣସ ହେଉଛି ହାତୀମାନଙ୍କର ଅନ୍ୟତମ ପ୍ରିୟ ଖାଦ୍ୟ । ତେଣୁ ହାତୀମାନେ ଗାଁ ମୁଣ୍ଡରେ ଥିବା ଆମ୍ବ ତୋଟା ଓ ପଣସ ଗଛକୁ ପହଂଚି ଯାଉଥିଲେ । ଆଜିକାଲି ଏହା ବିରଳ । ଗାଁ ମୁଣ୍ଡରେ ଆମ୍ବ ଓ ପଣସ ଗଛ ପୂର୍ବ ଭଳି ନାହିଁ । ହାତୀମାନେ ମଣିଷକୁ ଭୟ କରୁଛନ୍ତି ।

ସମୟ ବଦଳିଛି । ଜଙ୍ଗଲରେ ଆଉ ପୂର୍ବ ଭଳି ହାତୀ ନାହାନ୍ତି । ଜଙ୍ଗଲ ନଷ୍ଟ ଯୋଗୁଁ ହାତୀମାନଙ୍କର ସଂଖ୍ୟା ଢ଼େର ହ୍ରାସ ପାଇଛି । ବିଶେଷ କରି ଧାନ ଫସଲ ସମୟରେ ହାତୀମାନେ ଗାଁ ମୁହାଁ ହେଉଛନ୍ତି ସତ । କିନ୍ତୁ ସେମାନଙ୍କର ମଧ୍ୟ ମନୁଷ୍ୟକୁ ଭୟ ରହୁଛି । କାରଣ ଅନେକ ସ୍ଥାନରେ ହାତୀମାନଙ୍କର ମୃତ୍ୟୁର କାରଣ ହେଉଛନ୍ତି ମନୁଷ୍ୟ । ହାତୀ ମଧ୍ୟ କ୍ରୋଧର ଶିକାର ହୋଇ ମନୁଷ୍ୟକୁ ଶିକାର କରୁଛି । ବର୍ଷ ତମାମ ହାତୀ ଓ ମନୁଷ୍ୟର ମଧ୍ୟରେ ଅଘୋଷିତ ଯୁଦ୍ଧ ଲାଗି ରହୁଛି । କେତେବେଳେ ହାତୀକୁ ମଣିଷ ମାରୁଛି ତ କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି । ହାତୀମାନେ ପଦାକୁ ବାହାରି ଆସିବାର ମୁଖ୍ୟ କାରଣ ହେଲା, ଜଙ୍ଗଲ ହ୍ରାସ ପାଇବା । ଘନ ଜଙ୍ଗଲର ଅଭାବ ଯୋଗୁଁ ହାତୀମାନେ ପଦାକୁ ଆସି ମଣିଷର ଶିକାର ହେଉଛନ୍ତି । ହାତୀ ସୁରକ୍ଷା ପାଇଁ ସରକାର ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରିବାରେ ସମର୍ଥ ହୋଇପାରି ନାହାନ୍ତି ।

କର୍ଲାପାଟ ଅଭୟାରଣ୍ୟରେ ୮ ହାତୀ ମୃତ

କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟରେ ଚଳିତ ବର୍ଷ ୮ଟି ହାତୀର ମୃତ୍ୟୁ ହୋଇଛି । ଅଭୟାରଣ୍ୟର ଘୁଷୁରିଗୁଡ଼ି ଅଂଚଳରେ ଗତ ଫେବ୍ରୁଆରୀ ମାସରେ ୭ଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଗତ ୯ ତାରିଖରେ ପୁଣି ଏକ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । ଗୋଟିଏ ନିଦ୍ଧିଷ୍ଟ ସ୍ଥାନରେ ଏବଂ ଅଳ୍ପ କେଇ ଦିନ ମଧ୍ୟରେ ୮ଟି ହାତୀ ମୃତ୍ୟୁ ନେଇ ପରିବେଶବିତ୍ ଓ ବନ୍ୟପ୍ରାଣୀ ପ୍ରେମୀଙ୍କ ମନରେ ଉଦ୍‌ବେଗ ପ୍ରକାଶ ପାଇଛି । ହାତୀ ମୃତ୍ୟୁ ନେଇ ଖବର ଲଗାତାର ପ୍ରକାଶ ପାଇବା ପରେ ଏକ କେନ୍ଦ୍ରୀୟ ଟିମ୍ କର୍ଲାପାଟ ଅଭୟାରଣ୍ୟକୁ ଆସିଥିଲେ । ସେମାନେ ସେଫ୍ଟିସେମିଆ ରୋଗ ଯୋଗୁଁ ହାତୀମାନଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଦେଇଥିଲେ ।

ଜୁନ ମାସରେ ୨ ହାତୀ ମୃତ

ରାଜ୍ୟରେ ଚଳିତ ଜୁନ ମାସରେ ୨ଟି ହାତୀର ମୃତ୍ୟୁ ହୋଇଛି । ଗଂଜାମ ଜିଲ୍ଲା ଘୁମୁସର ବନଖଣ୍ଡ ଅନ୍ତର୍ଗତ ଢଉପଲ୍ଲୀ କାଜୁ ଜଙ୍ଗଲରୁ ଗତ ୭ ତାରିଖ ଦିନ ଏକ ହାତୀର ମୃତଦେହ ଠାବ ହୋଇଥିବା ବେଳେ ୯ ତାରିଖରେ କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରୁ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । ଘୁମୁସର ବନଖଣ୍ଡରେ ମୃତ୍ୟୁବରଣ କରିଥିବା ହାତୀ ପାଇଁ ବନ ବିଭାଗ ୨ ଜଣ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି । ବନପାଳ ଅନୀଲ କୁମାର ପଣ୍ଡା ଓ ବନରକ୍ଷୀ ସନ୍ତୋଷ କୁମାର ଦାଶ କାର୍ଯ୍ୟରୁ ନିଲମ୍ବନ ହୋଇଛନ୍ତି ।

ରଜରେ ନାହିଁ ଉତ୍ସାହ

ଓଡ଼ିଶାର ଅନ୍ୟତମ ଗଣପର୍ବ ହେଉଛି ରଜ । ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପହିଲି ରଜକୁ ପୂର୍ବ ଓଡ଼ିଶାରେ ଧୂମଧାମରେ ପାଳନ କରାଯାଇଥାଏ । ଭଲିକି ଭଳି ଖାଦ୍ୟ ଘରେ ପ୍ରସ୍ତୁତି ହୋଇଥାଏ । ସାହିମାନଙ୍କରେ ରଜଦୋଳି ଲାଗିଥାଏ । ରଜ ପାଇଁ ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ । ରଜ ପର୍ବରେ ପାନ ହେଉଛି ଅନ୍ୟତମ ଆକର୍ଷଣୀୟ ଜିନିଷ । ଏଥର କିନ୍ତୁ ଗତ ବର୍ଷ ଭଳି ରଜ ପର୍ବରେ କରୋନା ଭାଇରସ ମହାମାରୀ ପ୍ରହାର ପକାଇଛି । ରାଜ୍ୟରେ ସଂକ୍ରମଣ ବୃଦ୍ଧି ଯୋଗୁଁ ସରକାର ପର୍ବ ପାଳନ ପାଇଁ କଟକଣା ଲଗାଇଛନ୍ତି । ତେଣୁ ରଜ ପର୍ବ ଏଥର ଘର ଭିତରେ ସୀମିତ ରହିଯ

କ୍ଷତି ସହିଲେ ବ୍ୟବସାୟୀ

ରଜ ଆସିବା ପୂର୍ବରୁ କପଡ଼ା ବଜାରରେ ପ୍ରବଳ ଗହଳି ହୋଇଥାଏ । ବ୍ୟବସାୟୀମାନେ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଆନେକ ରିହାତି ଦେଇଥାନ୍ତି । ଏଥର ଲକଡାଉନ ଓ ସଟଡାଉନ ଯୋଗୁଁ ଦୋକାନ ଓ ବ୍ୟବସାୟିକ କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି । ଝିଅମାନେ ନୂଆଁ ପୋଷାକ ପିନ୍ଧି ସାମାଜିକ ପରଂପରା ସହିତ ଦୋଳି ଖେଳନ୍ତି । କିନ୍ତୁ ଏସବୁ କୋଭିଡ-୧୯ ଅଟକାଇ ଦେଇଛି । ସାମାଜିକ ଦୂରତାକୁ ଆଖି ଆଗରେ ରଖି ସହରର ସାହି ବସ୍ତିରେ ବାଗୁଡ଼ି ଓ ତାସ ଖେଳ ଖେଳୁ ନାହାନ୍ତି ଲୋକେ ।

Share the article

LEAVE A REPLY