ଟୋକିଓ ଅଲିମ୍ପିକ୍ସ: ମଉଳି ଗଲା ଓଡ଼ିଆ ହକି ଖେଳାଳିଙ୍କ ମନ

0
170

ଭୁବନେଶ୍ୱର: ଆସନ୍ତା ଜୁଲାଇ ମାସ ୨୪ ତାରିଖ ଠାରୁ ଜାପାନର ରାଜଧାନୀ ଟୋକିଓରେ ବହୁ ପ୍ରତିକ୍ଷୀତ କ୍ରୀଡ଼ା ମହାକୁମ୍ଭ ‘ଅଲିମ୍ପିକ୍ସ’ ଆରମ୍ଭ ହେବ । ୧୪ ଦିବସୀୟ ଟୋକିଓ ଅଲିମ୍ପିକ୍ସ-୨୦୨୦ ପାଇଁ କ୍ରୀଡ଼ାବିତ୍‌ମାନେ ଏବେ ନିଜକୁ ଜୋରଦାର ପ୍ରସ୍ତୁତି କରୁଛନ୍ତି । ଖେଳାଳିମାନେ ପଦକ ଆଣିବାର ସ୍ୱପ୍ନ ପୂରଣ କରିବା ପାଇଁ ଲଗାତାର ଉଦ୍ୟମ କରୁଛନ୍ତି । କିନ୍ତୁ ଦୁଃଖର କଥା ଯେ, ବହୁ ପରିଶ୍ରମ ପରେ ବି ଯେଉଁ ଖେଳାଳିମାନେ ଟୋକିଓ ଅଲିମ୍ପିକ୍ସ ଖେଳିବାକୁ ସୁଯୋଗ ପାଇପାରି ନାହାନ୍ତି, ସେମାନଙ୍କୁ ବହୁ କଷ୍ଟରେ ସମୟ କାଟିବାକୁ ପଡୁଛି । ଏମିତି ୪ ଜଣ ଓଡ଼ିଆ ହକି ତାରକା ହେଉଛନ୍ତି ଲିଲିମା ମିଂଜ, ନମିତା ଟପ୍ପୋ, ରଶ୍ମୀତା ମିଂଜ ଏବଂ ଶୀଳାନନ୍ଦ ଲାକ୍ରା ।

ମନ ମଉଳି ଯାଇଥିବା ଲିଲିମା ଓ ନମିତା ପ୍ୟାରିସ ଅଲିମ୍ପକ୍ସ ପ୍ୟାରିସ ଅଲିମ୍ପିକ୍ସ ବେଳକୁ ୩୧ ବର୍ଷରେ ପାଦ ଥାପିଥିବେ । ନମିତା ସେତେବେଳକୁ ୩୦ ବର୍ଷ ବୟସ୍କ ହୋଇଥିବେ । ବର୍ତ୍ତମାନର ଉତ୍ସାହ ୩ ବର୍ଷ ପରେ ଥିବ କି ନାହି, ତାହା ମଧ୍ୟ ସଂଦେହ । ରଶ୍ମୀତା ଓ ଶୀଳାନନ୍ଦଙ୍କୁ ମଧ୍ୟ ଆଗାମୀ ସମୟକୁ ଏବେ ଅପେକ୍ଷା କରିବାକୁ ପଡ଼ିବ ଏବଂ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ ।

ରାଜ୍ୟର କ୍ରୀଡ଼ାପ୍ରେମୀ ହତାଶ

ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଘୋଷଣା ହୋଇସାରିଛି । ଓଡ଼ିଶାରୁ ଏଥର ଉଭୟ ପୁରୁଷ ଓ ମହିଳା ଦଳରେ ୩ ଜଣଙ୍କୁ ସ୍ଥାନ ମିଳିଛି । ପୁରୁଷ ଦଳରେ ଓଡ଼ିଶାରୁ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ପ୍ରତିନିଧିତ୍ୱ କରିବେ । ସେହିପରି ମହିଳା ଦଳରେ ଖେଳିବେ ଦୀପଗ୍ରେସ ଏକ୍କା । ସୂଚନାଯୋଗ୍ୟ, ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମର ତାଲିମ ଶିବିରରେ ଓଡ଼ିଶାରୁ ୭ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ଏଥିରେ ମହିଳାଙ୍କ ଶିବିରରେ ୪ ଜଣ ଓ ପୁରୁଷଙ୍କ ଶିବିରରେ ୩ ଜଣ ଥିଲେ । ରାଜ୍ୟର କ୍ରୀଡ଼ାପ୍ରେମୀ, ପ୍ରଶଂସକ ଓ ବିଶେଷଜ୍ଞ ଆଶା କରୁଥିଲେ ଯେ, ଟୋକିଓ ଅଲିମ୍ପିକ୍ସ ପାଇଁ ଏଥର ଭାରତୀୟ ହକି ଦଳ ଓଡ଼ିଶାର ୭ ଜଣ ଖେଳାଳିଙ୍କୁ ଚୟନ କରିବ । କିନ୍ତୁ ମହିଳା ଟିମରୁ ୩ ଜଣ ଓ ପୁରୁଷ ଟିମରୁ ୧ ଜଣେ ବାଦ୍ ପଡ଼ିବା ପରେ କ୍ରୀଡ଼ାପ୍ରେମୀ, ପ୍ରଶଂସକ ଓ ବିଶେଷଜ୍ଞଙ୍କୁ ହତାଶ ହେବାକୁ ପଡ଼ିଛି ।

ରିଓରେ ମହିଳା ଟିମରେ ୪ ଓଡ଼ିଆ ଖେଳାଳି

ଗତ ଗୁରୁବାର ଦିନ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଟିମ ଘୋଷଣା ହେବା ପରେ ଓଡ଼ିଆ ଖେଳାଳି, ପ୍ରଶଂସକ ଓ ବିଶେଷଜ୍ଞଙ୍କୁ ଶକ୍ତ ଧକ୍କା ଲାଗିଥିଲା । କାରର ଏହି ଟିମରେ ଓଡ଼ିଶାରୁ କେବଳ ଦୀପଗ୍ରେସଙ୍କ ବ୍ୟତୀତ ଅନ୍ୟ ତିନି ଜଣ ଲିଲିମା, ନମିତା ଓ ରଶ୍ମୀତାଙ୍କୁ ସ୍ଥାନ ମିଳି ନଥିଲା । ଅନ୍ୟପଟରେ ରିଓ ଅଲିମ୍ପିକ୍ସ-୨୦୧୬ରେ ରାଜ୍ୟରୁ ୪ ଜଣ ଖେଳାଳି ପ୍ରତିନିଧିତ୍ୱ କରିଥିବାରୁ ଏଥର ମଧ୍ୟ ଅନୁରୂପ ଆଶା କରାଯାଉଥିଲା । ପ୍ରଦର୍ଶନ ଦୃଷ୍ଟିରୁ ଭାରତୀୟ ମହିଳା ଟିମରୁ ବାଦ ପଡ଼ିଥିବା ୩ ଓଡ଼ିଆ ଝିଅ ପ୍ରତିଭା କମ ନୁହେଁ । ମାତ୍ର କେଉଁ ଆଧାରରେ ଏମାନେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିପାରିଲେ ନାହିଁ, ତାହା ଚିନ୍ତାର ବିଷୟ ।

ପୁରୁଷ ଟିମରେ ହରିୟାଣାରୁ ୮, ଓଡ଼ିଶାରୁ ଜଣେ

ଭାରତୀୟ ପୁରୁଷ ହକି ଟିମର ଚୟନରେ ମଧ୍ୟ ପାତରଅନ୍ତର ନେଇ ଚର୍ଚ୍ଚା ହେଉଛି । ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଦଳରେ ସାମିଲ କରାଯାଇଥିବା ବେଳେ ଅଭିଜ୍ଞ ଓ ଯୁବ ଖେଳାଳି ଶୀଳାନନ୍ଦ ଲାକ୍ରାଙ୍କ ଟୋକିଓ ଯିବାର ସ୍ପପ୍ନ ଅଧାରେ ରହିଯାଇଛି । ଉଦୟମାନ ଫରୱାର୍ଡ ଖେଳାଳି ୨୦୧୭ରେ ଜାତୀୟ କନିଷ୍ଠ ଦଳରେ ଯୋଗ ଦେଇଥିଲେ । ସେ ସୁଲତାନ ଜୋହର କପ୍‌ରେ ଭାରତ ପକ୍ଷରୁ ସର୍ବାଧିକ ଗୋଲ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ କାଂସ୍ୟ ପଦକ ଜିତିଥିଲା । ଏବେ ଚର୍ଚ୍ଚା ହେଉଛି, ହକି ଖେଳ ପାଇଁ ଓଡ଼ିଶା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି । ଖେଳାଳିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରେତ୍ସାହନ ଯୋଗାଇ ଦେଉଛି । କିନ୍ତୁ ଦୁଃଖର କଥା ଯେ, ହରିୟାଣାରୁ ୮ ଜଣ ଖେଳାଳି ଟିମ ଇଣ୍ଡିଆ ପକ୍ଷରୁ ଖେଳୁଥିବା ବେଳେ ଓଡ଼ିଶରୁ ମାତ୍ର ଜଣେ ।

Share the article

LEAVE A REPLY