ବର୍ଷାକୁ ଚାହିଁ ରହିଛି ଚାଷୀ, ଅଟକିଛି ଚାଷ କାମ

0
60

ଭୁବନେଶ୍ୱର: ଗତ ଜୁନ୍‌ ମାସର ସ୍ଥିତି ଭଳି ଅଗଷ୍ଟ ମାସରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାମ ଅଧାବାଟରେ ଅଟକି ରହିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଖରିଫ ଋତୁର ଚାଷ କାମ ଆଗକୁ ବଢ଼ିପାରି ନାହିଁ। ତେବେ ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ଚାଷ କାମ ଏକ ପ୍ରକାର ଭଲ ସ୍ଥିତିରେ ଥିବା ବେଳେ ପଶ୍ଚିମ ଓଡ଼ିଶାର ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷୀମାନେ ବର୍ଷାକୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ଚଳିତ ମାସରେ ଯେଭଳି ଭାବରେ ବର୍ଷା ହେଉଛି, ଆଶା କରାଯାଉଛି ଯେ, ମରୁଡ଼ି ହୋଇପାରେ।

ପଶ୍ଚିମ ଓଡ଼ିଶାର ଅଧିକ ସ୍ଥାନରେ ଧାନ ବିହୁଡ଼ା ଓ ରୁଆ କାମ ୫୦ ପ୍ରତିଶତ ହୋଇନାହିଁ। ଖରା ଯୋଗୁଁ ଏବଂ ସ୍ୱଳ୍ପ ବର୍ଷା ଯୋଗୁଁ ଖେତ ଗୁଡ଼ିକ ଶୁଖିଲା ରହୁଛି। ଚାଷୀମାନେ ପାଣି ପାଇଁ ବ୍ୟାକୁଳ ହୋଇ ଉଠିଛନ୍ତି। କିଛି ଦିନ ହେବ ମଝିରେ ମଝିରେ ଖଣ୍ଡ ବର୍ଷା ହେଉଛି। ସେହି ବର୍ଷା କେବଳ ମାଟି ଭିଜାଉଛି। ଖେତରେ ପାଣି ଭର୍ତ୍ତି ହୋଇପାରୁ ନାହିଁ। ତେବେ ଖରିଫ ଋତୁର ମଧ୍ୟବର୍ତ୍ତୀ ସମୟରେ ଯେହେତୁ ଖେତରେ ପାଣି ନାହିଁ, ଚାଷୀ ଚିନ୍ତାରେ ପଡ଼ି ଯାଇଛି। ଏବେ ଚଳିତ ବର୍ଷର ଉତ୍ପାଦନକୁ ନେଇ ଆଉ ଉତ୍ସାହିତ ନାହିଁ।

ନିରାଶା କଲା ଲଘୁଚାପ

ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଅଗଷ୍ଟ ୧୭ ତାରିଖ ଠାରୁ ଦୁଇ ଦିନ ବର୍ଷା ହେବ ବୋଲି ପୂର୍ବରୁ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ପକ୍ଷରୁ କୁହାଯାଇଥିଲା। ମଙ୍ଗଳବାର ଦକ୍ଷିଣ ଓଡ଼ିଶାର ମାଲକାନଗିରି, ନବରଂଗପୁର ଓ ରାୟଗଡ଼ାରେ ଭଲ ବର୍ଷା ହୋଇଛି। ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକର ଚାଷୀମାନେ ମଧ୍ୟମଧରଣର ବର୍ଷା ଆଶା କରିଥିଲେ। କିନ୍ତୁ ତାହା ହୋଇପାରିଲା ନାହିଁ। ଲଘୁଚାପ ଯୋଗୁଁ ବର୍ଷା ହୋଇପାରେ ବୋଲି ଏବେବି ଚାଷୀମାନେ ଅନେକ ଆଶା ରଖିଛନ୍ତି। ଅନ୍ୟପଟରେ ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚଳିତ ମୌସୁମୀ ଋତୁରେ ଏପର୍ଯ୍ୟନ୍ତ (ଜୁନ ୧ରୁ ଅଗଷ୍ଟ ୧୬ ସୁଦ୍ଧା) ୧୧ ପ୍ରତିଶତ କମ ବର୍ଷା ହୋଇଛି ବୋଲି ସ୍କାଏମେଟ୍‌ କହିଛି। ଏହି ନିଅଣ୍ଟିଆ ବର୍ଷା ଚଳିତ ମାସ ଶେଷ ସୁଦ୍ଧା ପୂରଣ ହୋଇପାରେ।

ମାଲକାନଗିରିରେ ପ୍ରବଳ ବର୍ଷା

ରାଜ୍ୟର ଅନ୍ୟ ସ୍ଥାନରେ ଯାହା ହେଉ ପଛେ ମାଲକାନଗିରି ଜିଲ୍ଲାରେ ସୋମବାର  ଠାରୁ ଲଗାଣ ବର୍ଷା ଲାଗି ରହିଛି। ତଳିଆ ଅଂଚଳରେ ଜଳ ଭର୍ତ୍ତି ହୋଇଯାଇଛ। କିଛି ସ୍ଥାନରେ ପୋଲ ଉପରେ ପାଣି ପ୍ରବାହିତ ହେଉଛି। ତଳୁଆ ପୋଲ ଉପରେ ପାଣି ପ୍ରହାରିତ ହେବାରୁ ଯାତାୟତ ଠପ୍‌ ହୋଇଯାଇଛି। ମଙ୍ଗଳବାର ୩୨୬ ଜାତୀୟ ରାଜପଥର କାଙ୍ଗରୁକୋଣ୍ଡା ବ୍ରିଜ ଉପରେ ୫ ଫୁଟର ପାଣି ପ୍ରବାହିତ ହେଉଥିଲା। ଫଳରେ ଯାନବାହାର ଚଳାଚଳ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ରହିଥିଲା। କାଲିମେଳା ଏବଂ ପଡିଆ ମଧ୍ୟରେ ଥିବା କନ୍ୟାଶ୍ରମ ବ୍ରିଜ ଉପରେ ମଧ୍ୟ ସମାନ ଅବସ୍ଥା ଉପୁଜିଥିଲା।  

ବର୍ଷା ଅଭାବ, ଚିନ୍ତାରେ ଚାଷୀ

ଖରିଫ ଋତୁରେ ବର୍ଷାର ଅଭାବ ଯୋଗୁଁ ବିଶେଷ ଭାବରେ ପଶ୍ଚିମ ଓଡ଼ିଶାର ଚାଷୀମାନେ ଅଧିକାଂଶ ପ୍ରଭାବିତ ହୋଇଛନ୍ତି। ପଶ୍ଚିମ ଓଡ଼ିଶାର ଖେତ ଗୁଡ଼ିକ ପାଣି ଦରକାର କରୁଥିବା ବେଳେ ବର୍ଷା ଦାଉ ସାଜିଛି। ଅଗଷ୍ଟ ମାସରେ ଯାହା ବର୍ଷା ହେଉଛି, ସେଥିରେ କେବଳ ମାଟି ଓଦା ହେଉଛି। ଖେତରେ ପାଣି ନାହିଁ।

Share the article

LEAVE A REPLY