ସାମ୍ବାଦିକ ପରିଚୟ ଦେଇ ବଟି ଆଦାୟ

0
130

ଭୁବନେଶ୍ୱର: ଗଣମାଧ୍ୟମ ହେଉଛି ସମାଜର ଜାଗ୍ରତ ପହରୀ। ସମାଜରେ ଘଟି ଯାଉଥିବା ବିଭିନ୍ନ ପ୍ରକାରର ଅଘଟଣ, ଦୁର୍ଘଟଣା, ଦୁର୍ନୀତି, ଅପରାଧା, ସମସ୍ୟା ଆଦି ଲୋକଲୋଚନକୁ ଆଣିବାର ହେଉଛି ଗଣମାଧ୍ୟମର ପ୍ରମୁଖ କାମ। ଗଣମାଧ୍ୟମ ମାଧ୍ୟମରେ ଅବହେଳିତ, ନିଷ୍ପେସିତ ଲୋକଙ୍କର କଲ୍ୟାଣ ହୋଇପାରୁଛି। ଖବର ସଂସ୍ଥା ଯଦି ନଥାନ୍ତା, ତାହେଲେ ସମାଜ ଆହୁରି ବିଶୃଙ୍ଖଳିତ ହୋଇଯାଆନ୍ତା, ଏହା ନିଃସନ୍ଦେହରେ କୁହାଯାଇପାରିବ।

ସାମ୍ବାଦିକ ତଥା ଗଣମାଧ୍ୟମରେ କାର୍ଯ୍ୟରତ ବ୍ୟକ୍ତିମାନେ ନିଜର ଉନ୍ନତି କଥା ଚିନ୍ତା ନକରି ସବୁବେଳେ ଅନ୍ୟର ଭଲ ଚିନ୍ତା କରିଥାନ୍ତି। କିନ୍ତୁ ଆଜିକାଲି କିଛି ଖଳ ପ୍ରକୃତିର ଲୋକ ‘ସାମ୍ବାଦିକ’ ଭଳି ପବିତ୍ର ଶବ୍ଦର ଅପବ୍ୟବହାର କରୁଛନ୍ତି। କିଛି ଲୋକ ସାମ୍ବାଦିକ ପରିଚୟ ଦେଖାଇ ଅନ୍ୟକୁ ଲୁଟିବାରେ ନ୍ୟସ୍ତ ଥିବା ବେଳେ ଆଉ କିଛି ଲୋକ ନକଲି ପ୍ରମାଣପତ୍ର ପ୍ରସ୍ତୁତ କରି ମନ୍ଦ ଉଦ୍ଦେଶ୍ୟ ରଖୁଛନ୍ତି। ପୋଲିସ ଅନେକ ସ୍ଥଳରେ ପର୍ଦ୍ଦାଫାସ କରୁଥିଲେ ବି ଅନେକ ଘଟଣା ଲୋକଲୋଚନକୁ ଆସିପାରୁ ନାହିଁ। ସ୍ପଷ୍ଟ ଭାବରେ କହିବାକୁ ଗଲେ ଗଣମାଧ୍ୟମକୁ କିଛି ଅସାମାଜିକ ବ୍ୟକ୍ତି କଳଙ୍କିତ କରୁଛନ୍ତି।

ଖବର ସଂସ୍ଥା ନାଁରେ ଲୁଟ୍‌

ଇଣ୍ଟରନେଟ୍‌ର ବହୁଳ ପ୍ରସାର ହେବା ପରେ ଆଜିକାଲି ବହୁ ସଂଖ୍ୟାରେ ଅନ୍‌ଲାଇନ୍‌ ନ୍ୟୁଜ୍‌ ପୋର୍ଟାଲ ଗୁଡ଼ିକ ଖୋଲିଯାଇଛି। ଏଥିରୁ କିଛି ସଂସ୍ଥାର ଉଦ୍ଦେଶ୍ୟ ସମାଜ କଲ୍ୟାଣ ପାଇଁ ନୁହେଁ। କିଛି ଅନ୍‌ଲାଇନ୍‌ ପୋର୍ଟାଲ ଯଦିଓ ଖବର ସହିତ ବ୍ୟବସାୟିକ ଉଦ୍ଦେଶ୍ୟ ରହିଛି, ଏହି ଶ୍ରେଣୀର ଖବର ସଂସ୍ଥା ସମାଜର କ୍ଷତି କରେ ନାହିଁ। କିନ୍ତୁ କିଛି ଖବର ପୋର୍ଟାଲର ମୂଳ ଉଦ୍ଦେଶ୍ୟ ଦାଦାବଟି ଆଦାୟ କରିବା। ମନ୍ଦ ଉଦ୍ଦେଶ୍ୟ ରଖି ନ୍ୟୁଜ୍‌ ପୋର୍ଟାଲ କରିଥିବା ସଂସ୍ଥା ମାନେ ବିକାଶମୂଳକ ଖବର ତଥା ଜନକଲ୍ୟାଣ ଧର୍ମୀ ଖବରକୁ ଗୁରୁତ୍ୱ ଦେଇ ନାହାନ୍ତି। ସେମାନେ କେଉଁ ଅଧିକାରୀ ଦୁର୍ନୀତି କରୁଛି, କେଉଁ ଠିକାଦାରଙ୍କ ଠାରୁ ଭଲ ଟଙ୍କା ମିଳିବ ତଥା କେଉଁ ବ୍ୟବସାୟୀଙ୍କୁ ଟାର୍ଗେଟ କଲେ ଭଲ ଅର୍ଥ ମିଳିବ, ସେକଥା ଚିନ୍ତା କରିଥାନ୍ତି।

ମହିଳା ସାମ୍ବାଦିକାଙ୍କ କାରନାମା

ଭୁବନେଶ୍ୱର କମିଶନରେଟ୍‌ ପୁଲିସ ଚଳିତ ମାସ ୨୮ ତାରିଖରେ ଏକ ଖବର ସଂସ୍ଥା ‘ଲାଇଭ୍‌ କଳିଙ୍ଗ ନିଉଜ୍‌’ ସହିତ ଜଡ଼ିତ ୫ ଜଣଙ୍କୁ ଗିରଫ କରିଛି। ଗିରଫ ମାନଙ୍କ ମଧ୍ୟରେ ଅଛନ୍ତି ଜଣେ ସାମ୍ବାଦିକା। ଏହି ଖବର ସଂସ୍ଥା ନନ୍ଦନକାନନ ଅଂଚଳରେ ଏକ ୱେବ୍‌ପୋର୍ଟାଲ ଖୋଲି ଲୋକଙ୍କୁ ଅପହରଣ କରି ର୍ନିଯାତନା ଦେଉଥିଲା। ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲା।  ଆପରାଧିକ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍‌ ଥିଲେ ରଘୁରାମ ସାହୁ ଏବଂ ତାଙ୍କୁ ସହଯୋଗ କରୁଥିଲେ ସାମ୍ବାଦିକା ପ୍ରିୟମ୍ବଦା ନାୟକ ଓରଫ ଗୁଡ୍ଡି। ନିକଟରେ କେନ୍ଦ୍ରାପଡ଼ା ଜଣେ ଟ୍ରକ୍‌ ମାଲିକ ଏବଂ ତାଙ୍କର ସହଯୋଗୀଙ୍କୁ ଏହି ଖବର ସଂସ୍ଥାର କର୍ମଚାରୀମାନେ ଅପହରଣ କରି ୧୦ ଲକ୍ଷ ଟଙ୍କା ମାଗିବା ନେଇ ଥାନାରେ ଅଭିଯୋଗ ହେବା ପରେ ଘଟଣା ପଦାରେ ପଡ଼ିଥିଲା।  

ଲକ୍ଷ୍ୟଭ୍ରଷ୍ଟ ହେଉଛନ୍ତି ଯୁବପିଢ଼ି

ଆଜିକାଲିର ଯୁବପିଢ଼ି କର୍ତ୍ତବ୍ୟ କମ୍‌ ଓ ସଫଳତା ଅଧିକ ଚାହୁଁଛନ୍ତି। କମ୍‌ ପରିଶ୍ରମରେ ବିନା ସାଧାନରେ ଅଧିକ ଦରମା ଆବଶ୍ୟକ କରୁଛନ୍ତି। ଅନେକ କ୍ଷେତ୍ରରେ ଯୁବପିଢ଼ି ଯେତେବେଳେ ଲକ୍ଷ୍ୟଭ୍ରଷ୍ଟ ହେଉଛନ୍ତି, ସେହି ସମୟରେ ସେମାନେ କୁପଥଗାମୀ ହେଉଛନ୍ତି। ସାମ୍ବାଦିକା ପ୍ରିୟମ୍ବଦା ନାୟକର ସାମ୍ବାଦିକତାରେ ଅଭିଜ୍ଞତା ବହୁତ୍‌ କମ। ଖବର ଦୁନିଆକୁ ଆସିବାର ୨ ବର୍ଷ ହୋଇ ନଥିବ, କିନ୍ତୁ ଦୁର୍ନୀତି କ୍ଷେତ୍ରରେ ତାର’ ସାହାସ ଜଣେ ଅଭିଜ୍ଞସଂପନ୍ନ ବ୍ୟକ୍ତି ଠାରୁ କମ୍‌ ନୁହେଁ। ସେ ବଡ଼ ବ୍ୟବସାୟୀ, ଠିକାଦାର୍‌, ହୋଟେଲ୍‌ମାଲିକଙ୍କୁ ଟାର୍ଗେଟ କରୁଥିଲା। ପ୍ରଥମେ ସେ ଅନ୍ୟମାନଙ୍କର ଦୁର୍ବଳତାକୁ ବାହାର କରୁଥିଲା ପରେ ନିଜର ଦଳର ସହଯୋଗୀଙ୍କ ସହିତ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଟାର୍ଗେଟ କରୁଥିଲା। ଗୁଡ୍ଡି ଏକ ଘରୋଇ ଡାକ୍ତରଖାନା, ହୋଟେଲ୍‌, ବନ୍ଧୁକ ସଂସ୍ଥା, ବାର୍‌ ଯାଇ ଦାଦାବଟି ମାଗିଥିବା ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନାରେ ଅଭିଯୋଗ ହୋଇଥିଲା। 

Share the article

LEAVE A REPLY