କୃଷି ବିକାଶରେ ୩୫ ପ୍ରଜାତିର ନୂଆ ଫସଲ

0
134

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଓ ଅପପୁଷ୍ଟି ରୋଗକୁ ମୁକାବିଲା ପାଇଁ ଭାରତ ସରକାର ଏକ ଭିନ୍ନ ପଦକ୍ଷେପ ନେଇଛନ୍ତି । ସରକାରଙ୍କ ଯୋଜନା ଅନୁସାରେ ପରିବର୍ତ୍ତିତ ଜଳବାୟୁ ଅନୁଯାୟୀ ଚାଷ କାମ କରାଯିବାର ଆବଶ୍ୟକତା ରହିଛି । ସେହିପରି ଭିଟାମିନ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶିଶୁମାନଙ୍କ ଠାରେ ଦେଖାଯାଉଥିବା ଅପପୁଷ୍ଟି ରୋଗ ଦୂର ହୋଇପାରିବ । ଏହି ୨ଟି ସମସ୍ୟାର ସମାଧାନ କୃଷକଙ୍କ ପାଇଁ କରାଯାଇଛି ଏବଂ କୃଷକ ମାଧ୍ୟମରେ ଏହା ସମାଧାନ ହୋଇପାରିବ ବୋଲି ବୈଜ୍ଞାନିକମାନେ ଉଦ୍ୟମ କରିଛନ୍ତି ।

ବିଗତ କିଛି ବର୍ଷ ହେବ ଜଳବାୟୁ ପରିବର୍ତ୍ତନ କାରଣରୁ ଚାଷୀମାନେ ବର୍ଷା ଅଭାବରେ ମରୁଡ଼ି ଭଳି ସ୍ଥିତିର ସମ୍ମୁଖୀନ ହେଉଛନ୍ତି । କିଛି ବର୍ଷ ପୂର୍ବରୁ ମୌସୁମୀ ବର୍ଷା ଠିକ ସମୟରେ ହେଉଥିବାରୁ ଫସଲ ଭଲ ଉତ୍ପାଦନ ହେଉଥିଲା । ମାତ୍ର ଏବେ ବର୍ଷା ନିୟମିତ ଭାବେ ହେଉ ନାହିଁ । ଜୁଲାଇ ମାସରେ ଯେତିକି ବର୍ଷା ଦରକାର ତାହା ହେଉନାହିଁ । ଅନ୍ୟପଟରେ ଅକ୍ଟୋବର ମାସରୁ ଫସଲ ଅମଳ ଋତୁ ଆରାମ୍ଭ ହେଉଥିବା ବେଳେ ଅଦିନିଆ ବର୍ଷ ଚାଷ କାମରେ ବ୍ୟାପକ ବାଧା ସୃଷ୍ଟି କରୁଛି । ତେଣୁ ଏଭଳି ସମସ୍ୟାକୁ ମୁକାବିଲା କରିବା ପାଇଁ ସରକାର ୩୫ ପ୍ରଜାତିର ଫସଲ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।

ନୂଆ ଫସଲ ବନାମ ରୋଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୮ ତାରିଖରେ ଦେଶର କୃଷକ ଭାଇମାନଙ୍କୁ ବଡ଼ ଉପହାର ଦେଇଛନ୍ତି । ସେ ଚାଷୀଭାଇମାନଙ୍କୁ ୩୫ଟି ନୂଆ ଫସଲର ଭ୍ୟାରିଆ ସମର୍ପିତ କରିଛନ୍ତି । ନୂଆ ଫସଲରେ ୬ ପ୍ରକାରର ଗହମ ଓ ୮ ପ୍ରକାରର ଧାନ, ୨ ପ୍ରକାର ଲେଖାଏଁ ବାଜରା, ସୋରିଷ, ସୋୟାବିନ, ଚନା, ହରଡ଼ ଆଦି ମଧ୍ୟ ସାମିଲ ରହିଛି । ଏଗୁଡ଼ିକର ବିକାଶ କରିଛି ଭାରତୀୟ କୃଷି ଓ ଗବେଷଣା ପରିଷଦ (ଆଇସିଏମଆ) । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ନୂଆ ଫସଲର ବିକାଶ କାମ ପାଇଁ ‘ଆଇସିଏମଆ’ର ଦୀର୍ଘର ଗବେଷଣା ପରେ ପ୍ରସ୍ତୁତ କରିଛି । ନୂଆ ଫସଲ ଜରିଆରେ ଜଳବାୟୁ ପରିବର୍ତ୍ତନ ଓ ଅପପୁଷ୍ଟିର ପ୍ରଭାବ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଜଳର କମ ଆବଶ୍ୟକତା କରୁଥିବା ଫସଲ ମଧ୍ୟ ଏହି ତାଲିକାରେ ରହିଛି । ଆଇସିଏମ୍ ଦ୍ୱାରା ଗବେଷଣା କରାଯାଇଥିବା ନୂତନ ଧାନ ଦ୍ୱାରା ରୋଗ ପ୍ରତିରୋଧକ ହ୍ରାସ ପାଇପାରିବ ।

ରାଷ୍ଟ୍ରୀୟ ଜୈବିକ ପ୍ରତିଷ୍ଠାନ ଲୋକାର୍ପିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାୟପୁରରେ ନବନିର୍ମିତ ରାଷ୍ଟ୍ରୀୟ ଜୈବିକ ପ୍ରତିଷ୍ଠାନର ନୂଆ ପରିସରକୁ ମଧ୍ୟ ଲୋକାର୍ପଣ କରିଛନ୍ତି । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଭିଡିଓ କନଫରେନ୍ସଂ ମାଧ୍ୟମରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ସୂଚନାଯୋଗ୍ୟ, ନ୍ୟାସନାଲ ଇଷ୍ଟିଚ୍ୟୁଟ ଅଫ୍ ବାୟୋଟିକ୍ ଷ୍ଟ୍ରେସ୍ ମ୍ୟାନେଜମେର୍ଟର ନିର୍ମାଣ ପାଇଁ ୫୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଠାରେ ଉନ୍ନତ ଧରଣର ବିହନ ଉପରେ ଗବେଷଣା କରାଯିବ । ସେହିପରି କୃଷି ସଂପର୍କିତ ତାଲିମ ମଧ୍ୟ ଦିଆଯିବାର ବ୍ୟବସ୍ଥା କରାଯିବ ।

ଭାରତୀୟ କୃଷି ସବୁବେଳେ ବୈଜ୍ଞାନିକ

ନିଜର ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତୀୟ କୃଷି ସବୁବେଳେ ବୈଜ୍ଞାନିକ ଭଳି କାମ କରି ଆସିଛି । କାରଣ ପୂର୍ବରୁ ମଧ୍ୟ କୁହାଯାଇଛି ଯେ, କ୍ଷେତ ଯେତିକି ପରିମାଣରେ ଗଭୀର ହେବ, ସେହି ହିସାବରେ ଫସଲ ଫଳିବ । ମୋଦୀ କହିଛନ୍ତି ଯେ, ଫସଲର ନୂଆ ଭ୍ୟାରିଆଣ୍ଟ ପାଣିପାଗ ଜନିତ ସମସ୍ୟାକୁ ମୁକାବିଲା କରିପାରିବ । ଏଥି ସହିତ ପୂର୍ବରୁ ଉତ୍ପାଦିତ ହେଉଥିବା ଫସଲ ତୁଲନାରେ ଅଧିକ ଭିଟାମିନଯୁକ୍ତ ହୋଇପାରିବ ।

ମୋଦୀଙ୍କ ସହ କଥା ହେଲେ ଚାଷୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ପ୍ରଜାତିର ଫସଲ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ଚାଷୀମାନଙ୍କ ସହିତ କଥା ହୋଇଛନ୍ତି । ମୋଦୀ ଜମ୍ମୁ କଶ୍ମୀର ନିବାସୀ ଜୈତୁନ ବେଗମ ନାମରେ ଜଣେ ଚାଷୀଙ୍କ ସହିତ କଥା ହୋଇଛନ୍ତି, ଯିଏକି ନିଜର କୃଷି କ୍ଷେତ୍ରରେ ନୂଆ-ନୂଆ ଶୈଳୀ ବ୍ୟବହାର କରିଥାନ୍ତି । ସେ ଅଂଗୁର ଓ ସେଓ ଆଦି ଚାଷ କରିଥାନ୍ତି । ମୋଦୀଙ୍କ ସହିତ କଥା ହେବା ପରେ ଉତ୍ତରାଖଣ୍ଡର ଜଣେ ଚାଷୀ ସୁରେଶ ରାଣା କହିଛନ୍ତି ଯେ, ପୂର୍ବରୁ ସେ ଗ୍ରୀଷ୍ମକାଳୀନ ଧାନ ଚାଷ କରୁଥିଲେ । ଏବେ କିନ୍ତୁ ପାଣିର ସ୍ତର କମ ହୋଇଯାଇଛି । ଜମିର ଉର୍ବରତା ମଧ୍ୟ ହ୍ରାସ ପାଇଛି । ତେଣୁ ସରକାର ବିଭାଗରୁ ମକା ଚାଷ ସଂପର୍କରେ ଜାଣିବାକୁ ପାଇଲେ । ଏହା ତାଙ୍କୁ ଲାଭ ଦେଇଛି ।

Share the article

LEAVE A REPLY