ସତରେ କ’ଣ ଏସିଏଫ୍‌ ସୌମ୍ୟରଂଜନଙ୍କ ଦେହରେ ନିଆଁ ଲାଗି ମୃତ୍ୟୁ ହୋଇଥିଲା?

0
100

 ଭୁବନେଶ୍ୱର: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ଘଟଣାର ତଦନ୍ତ ୩ ମାସ ପରେ ଶେଷ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଥିଲା। ଗତ ଜୁଲାଇ ମାସ ୧୨ ତାରିଖରେ ଯୁବ ଏସିଏଫ୍‌ଙ୍କ ମୃତ୍ୟୁ ହେବା ପରେ ଘଟଣାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ଦାୟିତ୍ୱ ମିଳିଥିଲା। କାଇମ୍‌ବ୍ରାଞ୍ଚ ଏଡିଜି ସାମ୍ବାଦିକ ସମ୍ମିଳନୀରେ ସୌମ୍ୟରଂଜନଙ୍କ ମୃତ୍ୟୁ ଦୁର୍ଘଟଣା ବୋଲି କହିବା ପରେ ପୁଣି ଥରେ ସାଧାରଣ ଜନତାଙ୍କ ମନରେ ସଂଦେହ ଜାତ ହୋଇଛି। କାରଣ ଜଣେ ଯୁବ ବନ ଅଧିକାରୀଙ୍କ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ହେବା ଯେତିକି ଆଶ୍ଚର୍ଯ୍ୟଜନକ, ସେତିକି ଅଦ୍ଭୁତ ଭଳି ଲାଗୁଛି।

ଘଟଣା ଦିନ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ  ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସୌମ୍ୟଙ୍କ ଶରୀର ପ୍ରାୟ ୯୦ ପ୍ରତିଶତ ନିଆଁରେ ପୋଡ଼ିଯାଇଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା, ଯେଉଁଠାରେ କି ଡାକ୍ତର ମୃତ ଘୋଷଣା କରିଥିଲେ। ଅନେକ ଲୋକଙ୍କର ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ଉପରେ ସଂଦେହ ହେଉଛି। କାରଣ ବିଦ୍ୟାଭାରତୀ ଘର ଭିତରେ ଥିଲା ବେଳେ ସୌମ୍ୟ ବାହାରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲେ। କିନ୍ତୁ ପ୍ରକୃତରେ ଉଭୟ ସ୍ୱାମୀ ଓ  ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ସଂପର୍କ ନଥିବାରୁ ଯିଏ ଯେଉଁ କାମ କରୁଥିଲେ, ଅନ୍ୟଙ୍କ ପାଖରେ ସୂଚନା ରହୁ ନଥିଲା। ତେଣୁ ସୌମ୍ୟ ଯେତେବେଳେ ବାହାରେ ପୁରୁଣା କାଗଜପତ୍ର ନିଆଁ ଲଗାଉଥିବେ, ବିଦ୍ୟାଭାରତୀ ଜାଣିପାରି ନଥାଇ ପାରନ୍ତି।

ବୈବାହିକ ସଂପର୍କ ନିବିଡ ନଥିଲା

ସୌମ୍ୟଙ୍କ ମୃତ୍ୟୁ ପରେ ମଧ୍ୟ ବିଦ୍ୟାଭାରତୀ ସେତେ ବେଶୀ ଦୁଃଖରେ ଥିବା ଭଳି ଦେଖାଯାଉ ନାହାନ୍ତି। ଉଭୟ ଛାଡ଼ପତ୍ର ନେବା ପାଇଁ ସ୍ଥିର କରିଥିଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଯଦି ଏହା ହୋଇଥାଏ, ତା’ହେଲେ ସେ ଅବା ସୌମ୍ୟଙ୍କ ମୃତରେ ଦୁଃଖ ପ୍ରକାଶ କରିବେ କାହିଁକି? ସୌମ୍ୟଙ୍କ ସହିତ ଭଲ ଭାବରେ ମିଶି ଥିବା ଲୋକ ଚର୍ଚ୍ଚା କରନ୍ତି ଯେ, ବୈବାହିକ ଜୀବନକୁ ନେଇ ସେ ଖୁସିରେ ନଥିଲେ। ସୌମ୍ୟ ଜଣେ ପାରିବାରିକବାଦୀ। ସେ ନିଜ ପରିବାର ଲୋକଙ୍କୁ ବହୁତ ଭଲ ପାଉଥିଲେ। ପରଂପରା ମଧ୍ୟରେ ରହୁଥିଲେ। ଅଫିସ୍‌ରେ ମଧ୍ୟ ସେତେ ଖୁସିରେ ରହୁ ନଥିଲେ।

ଗ୍ରାଉଣ୍ଡ ଜିରୋରୁ ତଦନ୍ତ

ସୌମ୍ୟରଂଜନଙ୍କ ଯେତେବେଳେ ମୃତ୍ୟୁ ହୋଇଥିଲା, ସେହି ସମୟରେ ଏହି ଘଟଣାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଉପରକୁ ଅଙ୍ଗୁଳି ଉଠିଥିଲା। କ୍ରାଇମବ୍ରାଞ୍ଚ ଏଡିଜିଙ୍କ କହିବା ଅନୁସାରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ହତ୍ୟା ବୋଲି କହିହେବ ନାହିଁ। ଏହା ଏକ ଦୁର୍ଘଟଣା କହିଲେ ହେବ। କାରଣ କ୍ରାଇମବ୍ରାଞ୍ଚ ଗ୍ରାଉଣ୍ଡ ଜିରୋକୁ ଯାଇ ତଦନ୍ତ କରିଥିଲା। ତିନି ସନ୍ଦିଗ୍ଧମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ କରିଥିଲା। ଟେଷ୍ଟ ପରେ ଡିଏଫଓ ଶ୍ରୀ ବେହେରାଙ୍କୁ କ୍ଲିନ୍‌ ଚିଟ୍‌ ମିଳି ଥିବା ବେଳେ ମନ୍ମଥ କୁମ୍ଭଙ୍କୁ ମଧ୍ୟ ନିର୍ଦ୍ଦୋଷ ଜଣାପଡ଼ିଛନ୍ତି।

ବିଦ୍ୟାଭାରତୀଙ୍କ ନାଁରେ ଦଫା

କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ, ସୌମ୍ୟଙ୍କୁ ବଂଚାଇବା ପାଇଁ ପତ୍ନୀ ବିଦ୍ୟାଭାରତୀ ଚେଷ୍ଟା କରିନଥିଲେ  କି ସଠିକ୍‌ ପରିମାଣରେ ତାଙ୍କ ଉପରେ ପାଣି ଢାଳିନଥିଲେ। ତେଣୁ ସେ ନିଜ ସ୍ୱାମୀଙ୍କୁ ଜାଣିଶୁଣି ସେ ପୋଡି ହେଉଥିବାର ଦୃଶ୍ୟ ଦେଖିଥିଲେ। ଏହି କାରଣରୁ ତାଙ୍କ ବିରୋଧରେ ଆଇପିସିର ଧାରା ୨୮୫ ଓ ୩୦୪ (ଏ) ରୁଜୁ କରାଯାଇଛି।  କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, ବିଦ୍ୟା ଓ ସୌମ୍ୟରଞ୍ଜନଙ୍କ ବୈବାହିକ ସମ୍ପର୍କ ଭଲ ନଥିଲା। ସୌମ୍ୟଙ୍କ ନିଆଁ ଲିଭାଇବାକୁ ଯଥାପୂର୍ବକ ଚେଷ୍ଟା କରିନଥିଲେ ବିଦ୍ୟା ସ୍ୱାମୀଙ୍କୁ ବଞ୍ଚାଇବାକୁ ଉପଯୁକ୍ତ ପଦକ୍ଷେପ ନେଇ ନଥିଲେ କି ତାଙ୍କୁ ଉଦ୍ଧାର କରିବାକୁ କାହାକୁ ଡାକିନଥିଲେ।

Share the article

LEAVE A REPLY