ରାଜ୍ୟରେ ପେଟ୍ରୋଲ ଲିଟର ୧୧୧ ଟଙ୍କା

0
233

ଭୁବନେଶ୍ୱର: ଓଡ଼ିଶାରେ ପେଟ୍ରୋଲ ଦର ଆକାଶ ଛୁଆଁ ହୋଇଛି। ଭୁବନେଶ୍ମାବରରେ ପେଟ୍ରୋଲ ଲିଟର ପିଛା ୧୦୫ ଟଙ୍କା  ୮୦ ପଇସା ଥିଲା ବେଳେ ଲକାନଗିରି ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୧୧୦ଟଙ୍କା ୯୪ ପଇସାରେ ପହଂଚିଛି।  ଗତ କିଛି ଦିନ ମଧ୍ୟରେ ପେଟ୍ରୋଲ ଦର ବେଲଗାମ ହୋଇଯାଇଛି। ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ଅତିକ୍ରମ କରିଥିବା ବେଳେ ଡିଜେଲ ଦର ୧୦୭ ଟଙ୍କା ୨ ପଇସାରେ ପହଂଚିଛି। ଏଲପିଜି ସିଲିଣ୍ଡର ୯୨୮ଟଙ୍କା ୫୦ ପଇସା ହୋଇଛି। ବର୍ଷ ଆରମ୍ଭରୁ ମାଲକାନଗିରିରେ ଏଲପିଜି ସିଲିଣ୍ଡର ପିଛା ୭୨୩ ଟଙ୍କା ଥିଲା। କିନ୍ତୁ ଏବେ ଏହା ୨୦୦ ଟଙ୍କାରୁ ଅଧିକ ବୃଦ୍ଧି ହୋଇଛି। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଲୋକଙ୍କର ରୋଜଗାର ବହୁତ କମ୍‌। ସେଠାରେ ତେଲ ଦର ବଢ଼ିବା ଫଳରେ ଲୋକଙ୍କୁ ଭାରି ବାଧୁଛି।

ତେଲ ଦର ବଢ଼ିବା ଦ୍ୱାରା ପ୍ରତକ୍ଷ୍ୟ ଭାବରେ ଜୀବନକୁ ପ୍ରଭାବିତ କରୁଛି ତାହା ନୁହେଁ, ବରଂ ପରୋକ୍ଷରେ ଏହା ଆହୁରି ସାଂଘାତିକ କାରଣ ହେଉଛି। ଲଗାତାର ତେଲ ଦର ବଢ଼ିଚାଲିଥିବାରୁ ଖାଉଟି ଏବେ ଚିନ୍ତାରେ ପଡିଛି। ଏକଦା ଯେଉଁମାନେ ବାଇକ୍‌ରେ ୫୦୦ ଟଙ୍କାର ପେଟ୍ରୋଲ ପକାଉଥିଲେ, ଏବେ ତାହା ପାଖାପାଖି ୨ ଗୁଣ ଅଧିକ ହୋଇଯାଇଛି। ବିଶେଷ କରି ବିଗତ ୫ ବର୍ଷ ହେବ ତେଲ ଦରରେ ବ୍ୟାପକ ପରିବର୍ତ୍ତନ ଦେଖାଯାଇଛି। ଗରିବ ଲୋକଙ୍କର ଅବସ୍ଥା ଆହୁରି ଖରାପ। ଘରୁ ବାଇକ୍‌ ବାହାର କରିବା ପୂର୍ବରୁ ପେଟ୍ରୋଲ ଦର ଚିନ୍ତା ବଢ଼ାଉଛି। ସେହିପରି ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡିବାକୁ ମଧ୍ୟ ନାରାଜ ହେଉଥିବା ଦେଖିବାକୁ ମିଳିଛି। ତେଲ  ଦର ହୁ ହୁ ବଢୁଥିବାରୁ ଛୋଟ ବ୍ୟବସାୟୀମାନେ ବାଇକ୍‌ ମାଧ୍ୟମରେ ବ୍ୟବସାୟ କରିବା ନେଇ ଚିନ୍ତା କରୁଛନ୍ତି।

ସାଧାରଣ ଜୀବନ ପ୍ରଭାବିତ

ମାଲକାନଗିରି ଜିଲ୍ଲା କାଲିମେଳାରେ ତେଲ ଦର ଲୋକଙ୍କ ଆଖିରୁ ଲୁହ ବାହାର କରୁଛି କହିଲେ ଭୁଲ ହେବ ନାହିଁ। ଏଠାରେ ପେଟ୍ରୋଲ , ଡିଜେଲ ଓ ରୋଷେଇ ଗ୍ୟାସ ସିଲିଣ୍ଡର ରାଜ୍ୟ ଅନ୍ୟ ଯେକୌଣସି ଅଂଚଳର ଦର ତୁଳନାରେ ସର୍ବାଧିକ। ବର୍ଦ୍ଧିତ ତେଲ ଦର ଅନ୍ୟାନ୍ୟ ଅତ୍ୟାବଶକୀୟ ଜିନିଷ ଉପରେ ପ୍ରଭାବ ପକାଉଛି। ଦୋକାନ ସାମଗ୍ରୀ ଦରଦାମ ମଧ୍ୟ ବଢ଼ି ବଢ଼ି ଚାଲିଛି। ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଅନେକ ଗରିବ ଲୋକଙ୍କ ପାଖରେ ଟଙ୍କାର ଅଭାବ କାରଣରୁ ରୋଷେଇରେ ମାପିଚୁପି ତେଲ ପଡୁଛି।

ତେଲ ଦର କମିବ କେବେ?

ବିପିଏଲ୍‌ ପରିବାରକୁ ସରକାର କିଲୋ ପିଛା ୧ ଟଙ୍କାରେ ଚାଉଳ ଯୋଗାଇ ଦେଉଛନ୍ତି। ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ। ହେଲେ ସରକାର ତେଲ ଓ ଗ୍ୟାସ ଦର ହ୍ରାସ କରିବାକୁ ଚିନ୍ତା କରୁ ନାହାନ୍ତି। ଭାରତ ଅଶୋଧିତ ତୈଲ କେତେ ଟଙ୍କାରେ କିଣୁଛି, ତାହା ସାଧାରଣ ଲୋକ ଜାଣି କିଛି ଲାଭ ନାହିଁ, ତାଙ୍କର ଜୀବନ ଶୈଳୀ ଠିକରେ ଚାଲିବା ଦରକାର। ତେଲ ଦର ହ୍ରାସ ନ ହେବାରେ ରାଜ୍ୟ ସରକାରଙ୍କ ମଧ୍ୟ ବଡ଼ ଭୂମିକା ରହୁଛି। ରାଜ୍ୟ ସରକାର କହୁଛନ୍ତି, ଦୀର୍ଘ ୨୦ ବର୍ଷ ହେବ ଲୋକଙ୍କର ବିକାଶରେ କାମ କରାଯାଉଛି। କିନ୍ତୁ ତେଲ ଦର ହ୍ରାସ କରିବାକୁ ଚିନ୍ତା ପଶୁନାହିଁ।

କମୁଛି ରୋଜଗାର, ବଢୁଛି ଖର୍ଚ୍ଚ

ଦୀର୍ଘ ଦେଢ଼ ବର୍ଷ ହେବ ଲୋକଙ୍କର ଜୀବନ କରୋନା କାଳରେ ସନ୍ତୁଳିତ ହେଉଛି। ଲୋକଙ୍କର ରୋଜଗାର କମିଥିବା ବେଳେ ଖର୍ଚ୍ଚରେ ପୂର୍ବ ଭଳି ରହିଛି। ସରକାରୀ ଚାକିରିଆଙ୍କୁ ବାଦ୍‌ ଦେଲେ ଘରୋଇ ସଂସ୍ଥାରେ କାର୍ଯ୍ୟରତ କର୍ମୀ, ବ୍ୟବସାୟୀ ଓ ଦିନ ମଜୁରୀ କରି ପରିବାର ଚଳାଉଥିବା ଲୋକଙ୍କର ଅବସ୍ଥା ଖରାପ ସ୍ତରକୁ ଚାଲିଯାଇଛି। ଘରୋଇ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମାରେ ବୃଦ୍ଧି ହୋଇ ନାହିଁ। ଏବେବି ଅନେକ ସ୍ଥସ୍ଥା ଦରମା କାଟ କରିବା ଜାରି ରଖିଛନ୍ତି। ତେଣୁ ପରିବାର ଚଳାଇବା ଏବେ ବହୁତ ଅସୁବିଧା ହେଉଛି।  

LEAVE A REPLY

Please enter your comment!
Please enter your name here