ଚୋର ପାଖରେ ନାହିଁ ଧର୍ମ-ଅଧର୍ମ

0
229
Spread the love

 ଭୁବନେଶ୍ୱର: ଚୋରି ଓ ଡକାୟତି ମାମଲା ବଢ଼ିବାରେ ଲାଗିଛି। ସମାଜର ଏକ ନିଦ୍ଦିଷ୍ଟ ଗୋଷ୍ଠୀ ଶରୀରରୁ ଝାଳ ବାହାର ନକରି ପ୍ରବଳ ଧନସଂପତ୍ତି ଅର୍ଜନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଏଭଳି ବର୍ଗର ଲୋକେ କେବଳ ଅନ୍ୟର କ୍ଷତି କରନ୍ତି ନାହିଁ। ବରଂ ସାମୁହିକ ଜିନଷ ପ୍ରତି ମଧ୍ୟ ଦୃଷ୍ଟି ଦେଇଥାନ୍ତି। ଚୋର ଓ ଡକାୟତମାନେ ବିଚ୍‌ ରାସ୍ତାରେ ବାଇକ୍‌ ଡିକି ଭାଙ୍ଗିବା, ଗାଡ଼ି ନେଇଯିବା, ମହିଳାଙ୍କ ଠାରୁ ସୁନାଚେନ୍‌ ଲୁଟି ନେବା ଏକ ସାଧାରଣ କଥା ହୋଇଛି। ଠିକ୍‌ ସେହିପରି ଯଦି ଜଣେ ଧନି ପରିବାର ଲୋକେ ବାହାରକୁ ଯାଇ ରାତିରେ ଅନୁପସ୍ଥିତ ରହୁଛନ୍ତି, ତା’ହେଲେ ଏହି ସ୍ଥାନକୁ ଚୋର ଓ ଡକାୟତମାନେ ଟାର୍ଗେଟ କରୁଛନ୍ତି। ରାତି ସାରା ସବୁ ଲୁଟିନେବାକୁ ମଧ୍ୟ ପଛାଉ ନାହାନ୍ତି।

ଅତୀତରେ ଚୋର ଓ ଡକାୟତମାନେ ରାତିରେ ମନ୍ଦିରକୁ ଟାର୍ଗେଟ କରୁଥିବା ଦୃଷ୍ଟି ଗୋଚର ହୋଇଛି। ମୁଖ୍ୟତଃ ଗାଁ ଓ ଜନଗଳହି ଠାରୁ ଦୂରରେ ଥିବା ମନ୍ଦିର ଗୁଡ଼ିକରେ ରାତିରେ ନିର୍ଭୟରେ ପ୍ରବେଶ କରିବାରେ ଅସୁବିଧା ନଥାଏ। କାରଣ ଚୋରି ସମୟରେ ମନ୍ଦିରର ଫାଟକକୁ ଭାଙ୍ଗିଲେ ଯେଉଁ ଶବ୍ଦ ହୋଇଥାଏ, ତାକୁ ମଧ୍ୟରାତ୍ରୀରେ ଶୁଣିବାକୁ କେହି ନଥାନ୍ତି। ତେଣୁ ମନ୍ଦିରରୁ ଚୋରି କରିବାର ଚୋରମାନଙ୍କୁ ଅଧିକ ଲାଭ ଦାୟକ ହୋଇଥାଏ। ମନ୍ଦିରର ଦାନ ବାକ୍ସରୁ ଅତିକମ୍‌ରେ କିଛି ଟଙ୍କା ମିଳିଯାଏ, କିନ୍ତୁ ଅଷ୍ଟଧାତୁ ମୂର୍ତ୍ତି ଚୋରି କରି ଚୋରମାନେ ଲକ୍ଷାଧିକ ଟଙ୍କା ରୋଜଗାର କରିଥାନ୍ତି ବୋଲି ମଧ୍ୟ ଚର୍ଚ୍ଚା ହୋଇଥାଏ।

ବିଦେଶକୁ ଚାଲାଣ ହେଉଛି ପ୍ରାଚୀନ ମୂର୍ତ୍ତି

କୁହାଯାଇଥାଏ ଯେ, ଅଷ୍ଟଧାତୁ ମୂର୍ତ୍ତି ବହୁତ ମୂଲ୍ୟବାନ। ପୂରାତନ ମୂର୍ତ୍ତି ହୋଇଥିଲେ ଏହାର ଚାହିଦା ଆହୁରି ଅଧିକ। ଭାରତରେ ତିଆରି ଅଷ୍ଟଧାତୁ ମୂର୍ତ୍ତି ଗୁଡ଼ିକ ବିଦେଶରେ ଅଧିକ ଚାହିଦା ରହିଛି। ଚୋରମାନେ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି କରି ଏକ ରାକେଟ ମାଧ୍ୟମରେ ବିକ୍ରି କରିଥାନ୍ତି। ରାକେଟ ମାଧ୍ୟମରେ ମୂର୍ତ୍ତି ଗୁଡ଼ିକ ବିଦେଶକୁ ଚାଲିଯାଇଥିଲେ। ବିଦେଶୀ ମୁଦ୍ରାରେ ବିକ୍ରି ହେଉଥିବା ଅଷ୍ଟଧାତୁ ମୂର୍ତ୍ତିକରୁ ଚୋରା ରାକେଟ ଦଳ ଲକ୍ଷ ଲକ୍ଷ ଟଙ୍କା ବିକ୍ରି କରିଥାନ୍ତି।  ଭଗବାନ ବୋଲି ଆମେ ଯେଉଁ ମୂର୍ତ୍ତିଗୁଡ଼ିକୁ ବିଶ୍ୱାସ କରୁଛେ, ତାହା ଚୋର ଓ ଡକାୟତମାନଙ୍କ ପାଇଁ ସାଧାରଣ କଥା। ତେଣୁ ଚୋରି କଲାବେଳେ ତାଙ୍କ ମନରେ କୌଣସି ଶଙ୍କା ଜାତ ହୋଇ ନଥାଏ।

ବାଣପୁର ପ୍ରଜାପତି ମନ୍ଦିରରୁ ୨୧ ମୂର୍ତ୍ତି ଚୋରି

ଚୋରମାନେ ଯେତେବେଳେ ଅର୍ଥାଭାବର ଶିକାର ହୋଇଥାନ୍ତି, ସେମାନେଙ୍କୁ ସତ୍ୟ-ଅସତ୍ୟ, ଧର୍ମ-ଅଧର୍ମ ଓ ପାପ-ପୂଣ୍ୟ କିଛି ଦେଖାଯାଇ ନଥାଏ। ଅନେକ କ୍ଷେତ୍ରରେ ଚୋରମାନେ ମନ୍ଦିରରୁ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ଚୋରି କରିବାକୁ ପଛେଇ ନାହାନ୍ତି। ଅତୀ‌ତରେ ଏଭଳି ଘଟଣା ଘଟିଛି, ଚୋରମାନେ ମନ୍ଦିରର ମୁଖ୍ୟ ଠାକୁର ମୂର୍ତ୍ତିକୁ ଛାଡ଼ି ବାକୁ ସବୁ ନେଇ ମଧ୍ୟ ପଳାୟନ କରିଛନ୍ତି। ୨୦୨୦ ଡିସେମ୍ବର ୨୧ ତାରିଖର ଘଟଣା ଚୋରମାନେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ୧୪ଶ ଶତାବ୍ଦୀର ଦକ୍ଷ ପ୍ରଜାପତି ମନ୍ଦିରରୁ ଚୋରି କରିଥିଲେ। ସେଦିନ ମନ୍ଦିରରୁ ୨୧ଟି ମୂର୍ତ୍ତି ଚୋରି ହୋଇଥିଲା, ଯେଉଁଥିରେ ୪ଟି ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଥିଲା।

ବାଇଗଣ କ୍ଷେତରୁ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର

ଭୁବନେଶ୍ବର ଉପକଣ୍ଠ ଉତ୍ତରା ଫାଣ୍ଡି ଅନ୍ତର୍ଗତ କୁଞ୍ଜର ନୀଳକଣ୍ଠେଶ୍ବର ମନ୍ଦିରରୁ ୨୦୨୦ ମେ’ ମାସ ୧୪ ତାରିଖ ରାତି ଚୋରି ହୋଇଥିବା ମୂଲ୍ୟବାନ ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ୪ ଦିନ ପରେ ସଂଘଳେଇ ଶାସନ ମୌଜାରେ ଥିବା ଏକ ବାଇଗଣ କ୍ଷେତରୁ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକେ ବାଇଗଣ କ୍ଷେତରେ ଅଷ୍ଟଧାତୁ ମୂର୍ତ୍ତି ପଡ଼ିଥିବା ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ସେମାନେ ଏବାବଦରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ମୂର୍ତ୍ତି ଉଦ୍ଧାର କରିଥିଲା। ତେବେ ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣା ପୂର୍ବ ଓଡ଼ିଶାରେ ଅଧିକ ଦେଖାଯାଉଛି।

LEAVE A REPLY