କୋଟି କୋଟି ଜନତାଙ୍କୁ ନିରାଶ କଲେ କୋହଲି ବାହିନୀ

0
121

ନୂଆଦିଲ୍ଲୀ: ଭାରତର ୧୪୦ କୋଟି ଜନତାଙ୍କୁ ବିରାଟ କୋହଲିଙ୍କ ନେତୃତ୍ବରେ ଟି-୨୦ ବିଶ୍ବକପ୍‌ ଖେଳୁଥିବା ଟିମ୍‌ ଇଣ୍ଡିଆ ନିରାଶ କରିଛି। ବିଦେଶରେ ମଧ୍ୟ ପ୍ରଶଂସକମାନେ ଭାରତର ଶୋଚନୀୟ ପରାଜରେ ବ୍ୟସ୍ତବିବ୍ରତ ହୋଇଛନ୍ତି। ପାକିସ୍ତାନ ବିପକ୍ଷରେ ଭାରତ ମ୍ୟାଚ ଜିତୁ ଏହା କୋଟି‌ କୋଟି କ୍ରିକେଟ ପ୍ରଶଂସକ ଚାହିଁଥାନ୍ତି। ସେଥିପାଇଁ ଅନେକ ପ୍ରଶଂସକ ହୋମଜ୍ଞ, ପୂଜାର୍ଚ୍ଚନା କରିବାସ ସହିତ ମାନସିକ କରିଥାନ୍ତି। ଭାରତୀୟ ପ୍ରଶଂସକଙ୍କ ଅନୁସାରେ ଯେହେତୁ ଟିମ୍‌ ଇଣ୍ଡିଆ ରବିବାର ମଧ୍ୟ ମ୍ୟାଚ ଜିତୁ। ଭାରତ ପାଇଁ ପରିସ୍ଥିତି ଓଲଟା ରହିଥିଲା।

ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ୨୦୨୧ ଅକ୍ଟୋବର ୨୪ ତାରିଖ ରାତି ଯେତେବେଳେ ଭାରତ ଓ ପାକିସ୍ତାନ ମୁକାବିଲା ହୋଇଥିଲା, ଦର୍ଶକଙ୍କର ଉତ୍ସାହର ସୀମା ଟପିଥିଲା। ଭାରତର ବ୍ୟାଟିଂ ସମୟରେ ସମର୍ଥକମାନେ ଚିୟର କରୁଥିବା ବେଳେ ପାକିସ୍ତାନ ପାଳିରେ ପାକିସ୍ତାନୀ ସମର୍ଥକଙ୍କ ଉତ୍ସାହର ସୀମା ଟପିଥିଲା। କ୍ରିକେଟରେ ଯଦି ଗୋଟିଏ ଦଳର ବିଜୟ ହେଉଛି, ଅନ୍ୟ ଦଳର ପରାଜୟ ସୁନିଶ୍ଚିତ। କିନ୍ତୁ ଏହା ସମସ୍ତେ ଜାଣିଥିଲେ ବି ପ୍ରଶଂସକ ଚାହାନ୍ତି ନିଜର ଦଳ ବିଜୟ ହାସଲ କରୁ।

ବିଶ୍ବକପ: ଭାରତ-ପାକିସ୍ତାନ ୧୩ ଥର ମୁହାଁମୁହିଁ

ବିଶ୍ବକପ ରେକର୍ଡରେ ପାକିସ୍ତାନ ତୁଳନାରେ ଭାରତର ରେକର୍ଡ ଭିନ୍ନ ପ୍ରକାରର। କାରଣ  ୧୯୯୨ ମସିହା ପରଠାରୁ ୨୦୨୧ ଅକ୍ଟୋବର ୨୪ ପୂର୍ବ ପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ୧୨ ଥର ବିଜୟୀ ହୋଇଛି। ଦିନିକିଆ ବିଶ୍ବକପ ମ୍ୟାଚରେ ଭାରତ ୭ ଥର ବିଜୟ ହାସଲ କରିଥିବା ବେଳେ ଟି-୨୦ ବିଶ୍ବକରେ ୫ ଥର ଜିତିଛି। ଭାରତ ୧୯୯୨ ମସିହାରେ ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷରେ ବିଶ୍ବକପରେ ବିଜୟ ହାସଲ କରିଥିଲା ଏବଂ ସେହିଦିନ ଠାରୁ ଦୀର୍ଘ ୨୯ ପର୍ଯ୍ୟନ୍ତ ଏହି ଧାରା ଜାରି ରଖିଥିଲା। ଭାରତର ଏହି ବିଜୟ ଧାରାରେ ରବିବାର ଯବନିକା ପଡ଼ିଛି। ଭାରତ ବିରୋଧରେ ପାକିସ୍ତାନ ୧୦ ୱିକେଟ୍‌ରେ ବିଜୟୀ ହୋଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ବକପରେ ମୋଟ ୧୩ ଥର ମୁକାବିଲା ହୋଇଛି।

ମ୍ୟାଚର ମୁଖ୍ୟାଂଶ

ଟସ୍‌ ଜିତି ପାକିସ୍ତାନ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ୨୦ ଓଭରରେ ୭ଟି ୱିକେଟ ହରାଇ ୧୫୧ ରନ୍‌ କରିଥିଲା। ଜବାବରେ ଏହି ବିଜୟ ଲକ୍ଷ୍ୟକୁ ପାକିସ୍ତାନ କୌଣସି ୱିକେଟ ନ ହରାଇ ହାସଲ କରିଥିଲା। ପାକିସ୍ତାନର ଓପରନ ଅଧିନାୟକ ବାବର ଆଜମ (୫୨ ବଲ, ଅପରାଜିତ ୬୮ ରନ୍‌, ୬ଚୌକା, ୨ ଛକା) ଓ ମହମ୍ମଦ ରିଜୱାନ (୫୫ବଲ, ଅପରାଜିତ ୭୮ ରନ, ୬ଚୌକା, ୩ଛକା) ପ୍ରଥମ ୱକେଟ ପାଇଁ ଅତୁଟ ଶତକୀୟ ଇନିଂସ ବଳରେ ଦଳକୁ ଜିତାଇଥିଲେ। ଭାରତ ହାରିବାର କାରଣ ହେଉଛି ବ୍ୟାଟିଂରେ ନୈରାଶ୍ୟଜନକ ପ୍ରଦର୍ଶନ ଓ ବୋଲିଂରେ ବିପରୀତ ଅନୁକୁଳ ପରିସ୍ଥିତି।

କ’ଣ କହିଲେ କୋହଲି

ବିଶ୍ବକପରେ ଭାରତକୁ ପାକିସ୍ତାନ ଠାରୁ ପ୍ରଥମ ଥର ହାରିବାକୁ ପଡ଼ିଛି। ଏନେଇ ବିରାଟ କୋହଲି କହିଛନ୍ତି, ଆମ ତୁଳନାରେ ପାକିସ୍ତାନ ଉଭୟ ବୋଲିଂ ଓ ବ୍ୟାଟିଂ କ୍ଷେତ୍ରରେ ଭଲ ଖେଳିଥିଲା। ଆମେ ଆମର ଯୋଜନାକୁ ସଫଳ ରୂପ ଦେବାରେ ବିଫଳ ହୋଇଥିଲୁ। କିନ୍ତୁ ବିରୋଧୀ ଟିମ ସବୁ କ୍ଷେତ୍ରରେ ଆମର ଯୋଜନାକୁ ବିଫଳ କରିଥିଲେ। ଟସ୍‌ ଜିଣି ପାକିସ୍ତାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଶାହୀନ ଆଫ୍ରୀଦୀ ଆରମ୍ଭରୁ ରୋହିତ ଶର୍ମା ଓ କେଏଲ ରାହୁଲଙ୍କୁ ଶିକାର କରିଥିଲେ। ଭାରତ ମା୍ର ୩୧ ରନ୍‌ରେ ୩ ଜଣ ଖେଳାଳିଙ୍କୁ ହରାଇଥିଲା। ବୋଲିଂରେ ମଧ୍ୟ ଆମେ ଭଲ ପ୍ରଦର୍ଶନ କରିପାରି ନଥିଲୁ।

ପ୍ରଶଂସକଙ୍କ କ୍ରୋଧ

ପାକିସ୍ତାନ ଠାରୁ ହାରିଯିବା ପରେ ଭାରତ ସମର୍ଥିତ ପ୍ରଶଂସକଙ୍କ ମାନଙ୍କର କ୍ରୋଧର ସୀମା ଟପିଛି। ବିରାଟ କୋହଲିଙ୍କୁ ପ୍ରଶଂସକମାନେ ଟାର୍ଗେଟ କରିଛନ୍ତି। ବିରାଟ କୋହଲି ଅଧିନାୟକ ପଦ ଛାଡ଼ି ଦିଅନ୍ତୁ ବୋଲି ଅପିଲ ହୋଇଥିବା ବେଳେ ମହେନ୍ଦ୍ର ସିଂହ ଧୋନୀଙ୍କୁ ମନେ ପକାଇଛନ୍ତି। ଧୋନୀଙ୍କ ନେତୃତ୍ବରେ ଭାରତ କେବେ ବି ହାରି ନଥାନ୍ତା ବୋଲି ମଧ୍ୟ ଚର୍ଚ୍ଚା ହେଉଛି।  

ଇମ୍ରାନଙ୍କ ଶୁଭେଚ୍ଛା, କାନ୍ଦିଲେ ବାବରଙ୍କ ପିତା

୧୯୯୨ ବିଶ୍ବକପ ବିଜେତା ତଥା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ କରି କହିଛନ୍ତି ଯେ, ମହମ୍ମଦ ରିଜୱାନ ଓ ଶାହୀନ ଆଫ୍ରୀଦୀଙ୍କୁ ଦେଇ ପାକିସ୍ତାନ ଗର୍ବ କରୁଛି। ଏହି ମ୍ୟାଚରେ ଅନ୍ୟତମ ନାୟକ ସାଜିଥିଲେ ବାବର ଆଜମ। ମ୍ୟାଚ ବିଜୟୀ ହେବା ପରେ ବାବରଙ୍କ ପିତା ଆଜମ ସିଦ୍ଦୀକୀ ଭାବୁକ ହୋଇଥିଲେ ଏବଂ ତାଙ୍କ ଆଖିରୁ ଆନନ୍ଦର ଲୁହ ଖସିପଡ଼ିଥିଲା।

Share the article

LEAVE A REPLY