ବଦଳିବ ସ୍ବାସ୍ଥ୍ୟ ଭିତ୍ତିଭୂମି: ଛୋଟ ସହରରେ କ୍ରିଟିକାଲ କେୟାର ବ୍ୟବସ୍ଥା

0
186
Spread the love

ନୂଆଦିଲ୍ଲୀ: ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ଅଧିକ ସୁଦୃଢ଼ ହେବ। ଜନସାଧାରଣଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସୁବିଧା ମିଳିବ। କମ ଖର୍ଚ୍ଚରେ ମଧ୍ୟ ଗୁରୁତର ରୋଗଙ୍କୁ ଚିକିତ୍ସା ମିଳିପାରିବ। କେନ୍ଦ୍ର ସରକାର ଏଦିଗରେ କାମ କରୁଛନ୍ତି। ନରେନ୍ଦ୍ର ମୋଦୀ ୨୦୨୧ ଅକ୍ଟୋବର ୨୪ ତାରିଖରେ ‘ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହି ଜନକଲ୍ୟାଣରୂପୀ କାର୍ଯ୍ୟକ୍ରମ ବାରାଣସୀ ଠାରୁ ଆରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀ‌ ବେନ୍‌ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ।

ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନା ଦେଶବାସୀଙ୍କୁ ଉତ୍ତମ ସେବା ଯୋଗାଇବ। ସ୍ବାସ୍ଥ୍ୟ କ୍ଷେତ୍ରରେ ଏହା ହେଉଛି ସର୍ବବୃହତ୍ତ ଯୋଜନା ବୋଲି କୁହାଯାଉଛି। ଏହି ଯୋଜନା ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ମଜବୁତ୍‌ କରିବ। ଭିତ୍ତିଭୂମିକୁ ଅଧିକ ମଜବୁତ କରିବା ପାଇଁ ସରକାର ୫ ବର୍ଷରେ ୬୪ ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବେ।

ସବୁ ଜିଲ୍ଲାରେ ଇଣ୍ଟିଗ୍ରେଟେଡ ପବ୍ଲିକ ହେଲ୍‌ଥ ଲ୍ୟାବ

ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଲା ମହାମାରୀ ସମୟରେ ଦେଶ ମଜବୁତ ଭାବରେ ଏହା ସହିତ ଲଢ଼େଇ କରିପାରିବ।  ସହରାଂଚଳ ଓ ଗ୍ରାମାଂଚଳରେ ଥିବା ସ୍ବାସ୍ଥ୍ୟ ସମସ୍ୟାର ସମାଧାନ କରିବାକୁ ମୂଳ ଲକ୍ଷ୍ୟ ରଖିବ। ୫ଲକ୍ଷରୁ ଅଧିକ ଲୋକ ବସବାସ କରୁଥିବା ଜିଲ୍ଳାରେ କ୍ରିଟିକାଲ କେୟାର ସୁବିଧା କରାଯିବ। ସମସ୍ତ ଜିଲ୍ଲାରେ ଇଣ୍ଟିଗ୍ରେଟେଡ ପବ୍ଲିକ ହେଲ୍‌ଥ ଲ୍ୟାବ କରାଯିବ।

୭ ବର୍ଷରେ ୬୦ ହଜାର ନୂଆ ମେଡିକାଲ ସିଟ୍‌

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଦେଶରେ ବିଗତ ୭ ବର୍ଷ ମଧ୍ୟରେ ୬୦ ହଜାର ମେଡିକାଲ ସିଟ ସଂଖ୍ୟା ବଢ଼ିଛି। ୨୦୧୪ ପୂର୍ବରୁ ଦେଶରେ ମେଡିକାଲ କଲେଜର ସିଟ ୯୦ ହଜାରରୁ କମ୍‌ ଥିଲା। ଗତ ୭ ବର୍ଷରେ ମେଡିକାଲ କଲେଜର ୬୦ ହଜାର ନୂଆ ସିଟ ଯୋଡ଼ି ହୋଇଯାଇଛି। ଉତ୍ତର ପ୍ରଦେଶରରେ ୨୦୧୭ ଯାଏଁ ସରକାରୀ ମେଡିକାଲ କଲେଜରେ କେବଳ ୧୯୦୦ ସିଟ ଥିଲା। ଡବଲ ଇଞ୍ଜିନର ସରକାରରେ ଗତ ୭ ବର୍ଷ ମଧ୍ୟରେ ୧୯୦୦ରୁ ଅଧିକ ସିଟ ବୃଦ୍ଧି କରାଯାଇଛି। ରାଜ୍ୟରେ ମେଡିକାଲ କଲେଜ ସିଟ ସଂଖ୍ୟା ବଢ଼ିବା ଦ୍ବାରା ଦେଶର ଛାତ୍ରୀଛାତ୍ରୀଙ୍କୁ ଡାକ୍ତରୀ ପଢ଼ିବାରେ ସହଜ ହେଉଛି। କାରଣ ଘରୋଇ ମେଡିକାଲ କଲେଜରେ କେବଳ ଧନୀ ଘରେ ଜନ୍ମ ନେଇଥିବା ପିଲା ହିଁ ପାଠ ପଢ଼ିପାରିବେ।

୯ ମେଡିକାଲ କଲେଜ ଲୋକାର୍ପଣ

ସିଦ୍ଧାର୍ଥ ନଗରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ସିଦ୍ଧାର୍ଥନଗର, ଏଟା, ହଦଦୋଇ, ପ୍ରତାପଗଡ଼, ଫତପେୁର, ଦେବରିଆ, ଗାଜପୁର, ମିର୍ଜାପୁର ଓ ଜୌନପୁର ଜିଲ୍ଳାରେ ୨୩୨୯ କୋଟି ଟଙ୍କାରେ ନିର୍ମିତ ୯ଟି ମେଡିକାଲ କଲେଜକୁ ଲୋକାପର୍କଣ କରିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୋଦୀ କହିଥିଲେ ଯେ, କ’ଣ ଆପଣଙ୍କୁ ମନେ ଅଛି ଯେ, ଉତ୍ତରପ୍ରଦେଶର ଇତିହାସରେ ଏକକାଳୀନ ଏତେ ସଂଖ୍ୟାରେ ମେଡିକାଲ କଲେଜର ଲୋକାର୍ପଣ ଉତ୍ସବ ହୋଇଥିଲା। ପୂର୍ବରୁ ଯଦି ଏମିତି ହେଉ ନଥିଲା, ଏବେ କେମିତି ହୋଇପାରୁଛି। ଏହାର ଅତି ସାଧାରଣର ଉତ୍ତର ହେଲା ଯେ, ରାଜନୈତିକ ଆଗ୍ରହ ଓ ରାଜନୈତିକ ପ୍ରାଥମିକତା।

LEAVE A REPLY