ନୂତନ ପରିବହନ ନିୟମ ରୋକିବ ଶିଶୁ ମୃତ୍ୟୁ ହାର!

0
117

ଭୁବନେଶ୍ୱର: ଶିଶୁମାନେ ହେଉଛନ୍ତି ଦେଶର ଉଜ୍ୱଳ ଭବିଷ୍ୟତ। ଏକଥା ଶିଶୁର ବାପା-ମା’, ପରିବାର, ଗୁରୁଜନ, ସମାଜର ବୁଦ୍ଧିଜୀବୀ ସମତେ ସରକାର ମଧ୍ୟ ଉପଲବ୍ଧି କରିଛନ୍ତି। ଶିଶୁଙ୍କ ସୁରକ୍ଷା ପାଇଁ ସରକାର ଏକାଧିକ ଯୋଜନା ମଧ୍ୟ କରିଛନ୍ତି। ଶିଶୁ ସମାଜରେ କିଭଳି ଭାବେ ଉନ୍ନତ ଶୈଳୀରେ ବଂଚିବ ସେଥିପାଇଁ ସମସ୍ତଙ୍କର ଉତ୍ତର ଦାୟିତ୍ୱ ହେବା ଦରକାର। କିନ୍ତୁ ଦୁଃଖର କଥା ହେଲା ଯେ, ପ୍ରତିବର୍ଷ ରୋଗ ହେଉ ଅଥବା ପୁଷ୍ଟିକର ଖାଦ୍ୟର ଅଭାବ ଯୋଗୁଁ ହଜାର ହଜାର ଶିଶୁ ମାନଙ୍କର ମୃତ୍ୟୁ ହେଉଛି। ଏହି ମୃତ୍ୟୁ ତାଲିକାରେ ସଡ଼କ ଦୁର୍ଘଟଣା ମଧ୍ୟ ସାମିଲ ରହୁଛି। ଅଭିଭାବକଙ୍କର ଅବହେଳା ଯୋଗୁଁ ଶିଶୁମାନେ ସଡ଼କ ଦୁର୍ଘଟଣାର ଶିକାର ହେଉଛନ୍ତି।  

ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ବାଇକ ଆରୋହୀଙ୍କ ପାଇଁ ନିୟମ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ନିୟମ ପିଲାଙ୍କୁ ବସାଇ ଯାତ୍ରା କରିବାକୁ ନେଇ ପ୍ରସ୍ତୁତ ହୋଇଛି।  

ନିୟମ କ’ଣ

-କେନ୍ଦ୍ର ସରକାରଙ୍କ ନୂତନ ପ୍ରସ୍ତାବ ଅନୁସାରେ ୪ ବର୍ଷ ପର୍ଯ୍ୟନ୍ତ ଶିଶୁ ଯେତେବେଳେ ବାଇକ ପଛରେ ଥିବ ଏହାର ବେଗ ଘଣ୍ଟା ପିଛା ୪୦ କିମିରୁ କମ୍‌ ରହିବ
– ୯ ମାସରୁ ୪ ବର୍ଷ ପର୍ଯ୍ୟନ୍ତ ଶୁଶୁକୁ କ୍ରଶ ହେଲମେଟ ପିନ୍ଧାଇବାକୁ ହେବ
– ବାଇକ ଚାଳକ ସୁନିଶ୍ଚିତ କରିବେ ଯେ, ୪ ବର୍ଷର କମ ଶିଶୁଙ୍କୁ ନିଜ ସାଥୀରେ ସୁରକ୍ଷିତ ଭାବେ ନେବେ।
-ଶିଶୁ ମାନଙ୍କୁ ସୁରକ୍ଷିତ ହାର୍ନେସ ପିନ୍ଧାଇବାକୁ ହେବ। ଏହା ଏକ ଏଭଳି ଜ୍ୟାକେଟ, ଯାହା ସାଇକୁ ଏଡଜଷ୍ଟ କରିଥାଏ। ଏହା ପିନ୍ଧିବା ଦ୍ବାରା ଶିଶୁଙ୍କ ସୁରକ୍ଷା ବଢ଼ିଥାଏ। ସେଫ୍ଟି ହାର୍ନେସରେ କିଛି ଫିତା ଥାଏ, ଯାହାକି ବାହନ ଚାଳକଙ୍କ କାନ୍ଧରେ ଲାଗିଥାଏ।

ୟୁନିସେଫ୍‌ ରିପୋର୍ଟ

ୟୁନିସେଫ୍‌ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ୨୦୧୮ରେ ଭାରତରେ ସର୍ବାଧିକ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ଭାରତରେ ସେହି ବର୍ଷ ୮ ଲକ୍ଷ ୮୨ ହଜାର ଶିଶୁ ପ୍ରାଣ ହରାଇଥିଲେ। ନାଇଜେରିଆରେ ୮ ଲକ୍ଷ ୬୬ ହଜାର ଶିଶୁ ପ୍ରାଣ ହରାଇଥିବା ବେଳେ ପାକିସ୍ତାନରେ ଏହି ସଂଖ୍ୟା ଥିଲା ୪ ଲକ୍ଷ ୯ ହଜାର। ତେବେ ଭାରତରେ ୧୦୦୦ ଶିଶୁ ମଧ୍ୟରୁ ୫ ବର୍ଷରୁ କମ୍‌ ମୋର୍ଟାରିଟି ଦର ହେଉଛି  ୩୭। ନାଇଜେରିଆରେ ଏହି ସଂଖ୍ୟା ୧୨୦ ଥିବା ବେଳେ ପାକିସ୍ତାନରେ ୬୯।  ପୁଷ୍ଟିହୀନତା, ରକ୍ତହୀନତା, ମେଦବହୁତା ସହିତ ଅନ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟା ଯୋଗୁଁ ଶିଶୁମାନଙ୍କର ଅସ୍ୱାଭାବିକ ମୃତ୍ୟୁ ହେଉଛି।

ସଚେତନତା ଦରକାର

ମନ୍ତ୍ରାଳୟ ଏହି ପ୍ରସ୍ତାବ ଉପରେ ଲୋକଙ୍କ ଅଭିଯୋଗ ଓ ଆପତ୍ତି ନେଇ ପରାମର୍ଶ ମାଗିଛନ୍ତି। ସରକାର ନଭେମ୍ବର ପର୍ଯ୍ୟନ୍ତ ପରାମର୍ଶ ଦିଅନ୍ତୁ ବୋଲି କହିଛନ୍ତି। ସୂଚନା ଅନୁସାରେ ୨୦୨୩ ଜାନୁଆରୀରେ ଏହି ନୂଆ ନିୟମ ଲାଗୁ ହୋଇପାରେ। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ୨୦୧୯ ମସିହାରେ ସଡ଼କ ଦୁର୍ଘଟଣାରେ ଭାରତରେ ୧୧ ହଜାର ୧୬୮ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଅର୍ଥାତ ଦିନକୁ ୩୧ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଗତବର୍ଷ ତୁଳାନାରେ ଏହା ୧୧.୯୪ ପ୍ରତିଶତ ଅଧିକ ଥିଲା। ଶିଶୁ ମୃତ୍ୟୁ ଦୁର୍ଘଟଣା ହ୍ରାସ କରିବା ପାଇଁ ସତେଚନତାର ଆବଶ୍ୟକତା ରହିଛି।    

Share the article

LEAVE A REPLY