ରାଜ୍ୟରୁ କେବେ ହେବ ଦାରିଦ୍ର୍ୟ ଦୂର?

0
178
Spread the love

ଭୁବନେଶ୍ୱର: ଓଡ଼ିଶାକୁ ଦାରିଦ୍ର୍ୟର ପିଛା ଛାଡୁନାହିଁ। ବିକାଶର ଡିଣ୍ଡିମ ପିଟ ବାସ୍ତବରେ ସରକାର ଲୋକଙ୍କର ପ୍ରକୃତ ଅଭାବ ଉପରେ ଅବଗତ ହୋଇପାରୁ ନାହାନ୍ତି। ଲୋକେ କେମିତି ବଞ୍ଚୁଛନ୍ତି, ତାହା ତୃଣମୂଳ ସ୍ତରକୁ ଗଲେ ବାସ୍ତବ ଚିତ୍ର ଦେଖାଯାଇଥାଏ। ଆଜିବି ରାଜ୍ୟର ହଜାର ହଜାର ଲୋକ ୨ଥର ଭଲରେ ଖାଇବାକୁ ପାଇପାରୁ ନାହାନ୍ତି। ଶିଶୁକୁ ସୁଷମ ଖାଦ୍ୟ ଦେଇପାରିବା ତ ଦୂର କଥା, ପିଲା ଯଦି ଚକଲେଟ୍‌ ଟିଏ ଖାଇବାକୁ ଚାହୁଁଛି, ତାହା ମଧ୍ୟ ଅଭିଭାବକ ଦେବାକୁ ଅସମର୍ଥ ହେଉଛି। ନଡ଼ାଛପର ଘର, ପ୍ଲାଷ୍ଟିକ ଜରି ତଲେ ଲକ୍ଷ ଲକ୍ଷ ଜନତାଙ୍କ ଜୀବନ ବିତୁଛି। ସରକାର ତେଲି ମୁଣ୍ଡରେ ତେଲ ଢାଲିବାରେ ଓସ୍ତାଦ୍‌। ଯେଉଁମାନଙ୍କୁ ଆବଶ୍ୟକ ଅଛି, ସେମାନଙ୍କୁ ସରକାରୀ ଯୋଜନାରୁ ବଂଚିତ କରାଯାଉଥିବା ଅନେକ ଥର ଅଭିଯୋଗ ହେଉଛି।

ଦ୍ରାରିଦ୍ର୍ୟତା ଯୋଗୁଁ ସଂପର୍କ ଛିନ୍ନ ହେଉଛି। ଗରିବୀ ଯନ୍ତ୍ରଣାରେ ଛଟପଟ ହେଉଥିବା ଲୋକେ ପିଲାର ଆବଶ୍ୟକତା ପୂରଣ କରିପାରୁ ନାହାନ୍ତି। ରୋଜଗାର ଅଭାବରେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡୁଛି। ଅନେକ ସମୟରେ ଦାଦନ ଓ ପ୍ରବାସୀ ଶ୍ରମିକ ହୋଇ ଫେରୁନାହାନ୍ତି। ବରଂ ଘରକୁ ମୃତଦେହ ଫେରୁଛି।

ତୃଣମୂଳ ସ୍ତରରେ ଅଭାବ

ସରକାର ବିପିଏଲ୍‌ ଚାଉଳ, ଏପିଏଲ୍‌ ଚାଉଳ ଓ ଅନ୍ନପୂର୍ଣ୍ଣା ଯୋଜନାରେ ଭାତ-ଡାଲି ଦେଇ ଲେକଙ୍କୁ ଖୁସି କରାଉଛନ୍ତି। କାଳିଆ ଯୋଜନାରେ ହିତାଧିକାରୀଙ୍କୁ ଟଙ୍କା ଦେଇ ବାହାବାହା ନେଉଛନ୍ତି। ଗରିବ ଲୋକଙ୍କୁ ଆବାସ୍‌ ଯୋଜନାରେ ଗୃହ ଯୋଗାଇ ଦେଉଛନ୍ତି। ସରକାର ଅଥବା ସ୍ଥାନୀୟ ଲୋକ ପ୍ରତିନିଧି ତୃଣମୂଳ ସ୍ତରକୁ ଯାଇ ଆବଶ୍ୟକ କରୁଥିବା ଲୋକଙ୍କୁ ଯୋଜନା ମାଧ୍ୟମରେ ଉପକୃତ ରକିପାରୁ ନାହାନ୍ତି। ଗରିବ ଲୋକେ ଗ୍ରାମାଂଚଳ ଓ ଦୁର୍ଗମ ଅଂଚଳରେ କେମିତି ଜୀବନଧାରଣ କରୁଛନ୍ତି, ସେ ସଂପର୍କରେ ଅବଗତ ହେଉ ନାହାନ୍ତି। ମାଗଣାରେ ଲୋକଙ୍କୁ ଖାଦ୍ୟ, ଘର ବିତରଣ କରିବା ଦ୍ୱାରା ରାଜ୍ୟରୁ ଦାରିଦ୍ର୍ୟତା ଦୂର ହୋଇପାରିବ ନାହିଁ। ପ୍ରକୃତରେ ଦାରିଦ୍ର୍ୟତା ଦୂର କରିବାକୁ ହେଲେ ଲୋକଙ୍କୁ ରୋଜଗାର ଦେବାକୁ ପଡ଼ିବ। ରାଜ୍ୟର ବିକାଶ କରିବାକୁ ହେଲେ କୃଷି ଓ ଶିଳ୍ପକୁ ସମୃଦ୍ଧ କରିବାକୁ ପଡ଼ିବ।

ପୋଷି ପାରିଲେ ୬ ବର୍ଷ ଝିଅ

ଦ୍ରାରିଦ୍ୟର ତାଡ଼ନା ସମ୍ଭାଳି ନପାରି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଂଚଳରେ ଶୁକ୍ରବାର ମନ୍ଦ ପାଙ୍ଗି ନାମକ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମନ୍ଦ ପାଙ୍ଗୀ ନଦୀକୁ ଡେଇଁ ପଡି ଆତ୍ମହତ୍ୟା କରିଛନ୍ତି। ସ୍ୱାଭିମାନ ଅଂଚଳର ପଣସପୁଟ ପଞ୍ଚାୟତର ସିଙ୍ଗଇ ଗ୍ରାମର ମନ୍ଦଙ୍କ ପରିବାର ବହୁତ ହସଖୁସିରେ ଚାଲିଥିଲା। ସ୍ତ୍ରୀ ଏକ ଝିଅ ଜନ୍ମ ଦେଇ ଆରପାରିକୁ ଚାଲିଯାଇଥିଲେ। ପତ୍ନୀଙ୍କ ପରଲୋକ ପରେ କୁନି ଝିଅକୁ ନେଇ ମନ୍ଦ ବହୁ କଷ୍ଟରେ ଚଳୁଥିଲେ। କାରଣ ୬ ବର୍ଷର ଝିଅକୁ ଛାଡ଼ି ସେ ଦୂରସ୍ଥାନକୁ କାମ କରିବାକୁ ଯାଇ ପାରୁ ନଥିଲେ। ଅନ୍ୟପଟରେ ନିଜ ଗାଁରେ କାମ ଧନ୍ଦା ମିଳୁ ନଥିଲା, ଯେଉଁଥି ପାଇଁ ସେ ସବୁବେଳେ ଚିନ୍ତାରେ ବୁଡ଼ି ରହୁଥିଲେ।

ଦାରିଦ୍ର୍ୟ ପାଇଁ ଆତ୍ମହତ୍ୟା!

ଦାରିଦ୍ର୍ୟ ପାଇ ଆତ୍ମହତ୍ୟା ଘଟଣା ରାଜ୍ୟରେ ନୂଆ ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଅଭାବନୀୟ ଅଘଟଣ ଘଟିଛି। ୨୦୧୯ ଅଗଷ୍ଟ ୨୯ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନମ୍ବର ଓ୍ଵାର୍ଡ ନିବାସୀ ତଥା ମେଷ ପାଳକ ବୀରେନ୍ଦ୍ର ମୁଣ୍ଡା ମଧ୍ୟ ଆତ୍ମହତ୍ୟା କରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ସେହିବର୍ଷ ଜୁନ୍‌ ୧୪ ତାରିଖରେ ଗଂଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଂଚଳରେ ୨ ଜଣ ନାବାଳିକାଙ୍କର ମୃତ୍ୟୁ  ହୋଇଥିଲା। ଘରେ ଅଭାବ-ଅସୁବିଧା ଯୋଗୁଁ ନାବାଳିକା ଦ୍ୱୟ ଆତ୍ମହତ୍ୟା କରିଥିଲେ। ସେହିପରି ୨୦୧୭ ନଭେମ୍ବର ମାସର ଘଟଣା। ଖୋର୍ଧା ଜିଲ୍ଲା, ନନ୍ଦପୁର ଗାଁର ଲକ୍ଷ୍ମଣ ରଣସିଂହଙ୍କ ଝିଅ ସଂଧ୍ୟା ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଧମକ ଦେଇଥିଲେ।

LEAVE A REPLY