କେତେ ସ୍ବଚ୍ଛ ରହିବ ପଂଚାୟତିରାଜ ନିର୍ବାଚନ?

0
100

ଭୁବନେଶ୍ୱର: ଆଗାମୀ ଫେବୃଆରୀ ମାସରେ ରାଜ୍ୟରେ ପଞ୍ଚାୟତିରାଜ ନିର୍ବାଚନ ହେବ। ସରକାର, ରାଜନୈତି ଦଳ, ଜନପ୍ରତିନିଧି ଓ ମତଦାତା ଏବେଠାରୁ ନିଜକୁ ପ୍ରସ୍ତୁତି କରୁଛନ୍ତି। ପଞ୍ଚାୟତିରାଜ ନିର୍ବାଚନରେ କେବଳ ଜିଲ୍ଲା ପରିଷଦ ନିର୍ବାଚନରେ ରାଜନୈତିକ ଦଳ ଗୁଡ଼ିକର ସଂପୃକ୍ତି ରହୁଥିଲେ ମଧ୍ୟ ପରୋକ୍ଷ ଭାବରେ ସମିତି ସଭ୍ୟମାନେ ମଧ୍ୟ ଦଳୀୟ ସଂଗଠନ ସହିତ ସଂପୃକ୍ତି ଥାଆନ୍ତି। ପଞ୍ଚାୟତ ନିର୍ବାଚନ କିଭଳି ଭାବରେ ପରିଚାଳନା କରାଯିବ, ରାଜନୈଦିକ ଦଳ ଗୁଡ଼ିକ ସହିତ କିପରି ସନ୍ତୁଳନ ରକ୍ଷା କରାଯାଇପାରିବ ସେନେଇ ରାଜ୍ୟ କମିସନଙ୍କ କାର୍ଯ୍ୟାଳୟରେ ଶନିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି

ରାଜ୍ୟ ର୍ନିବାଚନ କମିସନର ଆଦିତ୍ୟ ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୋଟ ଗ୍ରହଣ ସମୟ ଅବଧି ବଢାଇବାକୁ ଦାବି ହୋଇଥିଲା। ସଂଶୋଧିତ ଭୋଟର ତାଲିକାରେ ଯୁବବର୍ଗଙ୍କୁ ସାମିଲ କରିବା ସହ ନକଲି ଭୋଟର କାର୍ଡକୁ ଚିହ୍ନଟ କରି ନାକଚ କରିବାକୁ ରାଜନୈତିକ ଦଳ ଦାବି କରିଥିଲେ।

ସରକାରଙ୍କ ଲକ୍ଷ୍ୟ- ମଦମୁକ୍ତ ନିର୍ବାଚନ

ପଞ୍ଚାୟତ ନିର୍ବାଚନ ହେଉ କି ସାଧାରଣ ନିର୍ବାଚନ ହେଉ, ପ୍ରତ୍ୟେକ ସମୟରେ ମଦ ଓ ମାଂସର ବଡ଼ ଭୂମିକା ରହି ଆସିଛି। କାରଣ ମଦ ଓ ମାଂସ ଭୋଜି ମତଦାତାଙ୍କର ମନକୁ ବଦଳାଇ ଦେଇଛି। ନିର୍ବାଚନ ଆସିଲେ ନେତାମାନଙ୍କ ମଦ-ମାଂସର ଆସର ବସିଥାଏ। ନିର୍ବାଚନର ଢେର ଆଗରୁ କୁଜି ନେତାମାନେ ଏକତ୍ର ହୁଅନ୍ତି। ଆଉ ଚଳିତ ଥର ମଧ୍ୟ ଯେହେତୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି, ନେତାମାନେ ଦଳ ବାନ୍ଧିବା ଆରମ୍ଭ କରିଦେଇଛନ୍ତି। କିଛି ସ୍ଥାନରେ ମଦ-ମାଂସର ଆସର ମଧ୍ୟ ଆରମ୍ଭ ହୋଇଯାଇଛି। କିନ୍ତୁ ସରକାର ଏଥର ନିର୍ବାଚନରେ ମଦମୁକ୍ତକୁ ବାରଣ କରିବାକୁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। କିନ୍ତୁ ଏହା ଦେଖିବାକୁ ହେବ ଯେ, କେତେ ଫଳବତୀ ହେଉଛି।

ସରପଞ୍ଚ କରିବେ ୨ ଲକ୍ଷ ଖର୍ଚ୍ଚ

ସର୍ବଦଳୀୟ ବୈଠକରେ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତାବ ଦେଇଛନ୍ତି। ସରପଞ୍ଚ ଓ ସମିତି ସଭ୍ୟଙ୍କ ଖର୍ଚ୍ଚ ସୀମା ୧ଲକ୍ଷ ୬୦ହଜାରରୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିବାକୁ ଦାବି ହୋଇଛି। ପୂର୍ବରୁ ୮୦ହଜାର ଟଙ୍କା ଥିଲା ଖର୍ଚ୍ଚ ସୀମା। ସରକାରୀ କାଗଜପତ୍ରରେ ଯାହା ଦର୍ଶାଯାଇଥାଏ, ପ୍ରକୃତରେ ତାହା ହୋଇ ନଥାଏ। ଜଣେ ସରପଞ୍ଚ ଅଥବା ସମିତି ସଭ୍ୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଜିତିବା ସମ୍ଭବ ନୁହେଁ। ଯଦିଓ ସରକାରଙ୍କୁ ହିସାବ ଦିଆଯାଇପାରୁ ନାହିଁ ତଥାପି ଜଣେ ବ୍ୟକ୍ତି ସରପଞ୍ଚ ନିର୍ବାଚନରେ ବିଜୟୀ ହେବାକୁ ହେଲେ ଅତିକମ୍‌ରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ସମିତି ସଭ୍ୟଙ୍କ କ୍ଷେତ୍ରରେ ମଧ୍ୟ ସମାନ କଥା।

କେତେ ଖର୍ଚ୍ଚ କରିବେ ଜିଲ୍ଲା ପରିଷଦ ସଦସ୍ୟ

ରାଜ୍ୟର ବିଭିନ୍ନ ଅଞ୍ଚଳର ହେଉଥିବା ହେଉଥିବା ସରପଞ୍ଚ ନିର୍ବାଚନରେ ପ୍ରବଳ ଟଙ୍କା ଖର୍ଚ୍ଚ ହୋଇଥାଏ। ତାହା ପୁରୀ ହେଉ କି କଳାହାଣ୍ଡି ହେଉ, ମୟୂରଭଂଜ ହେଉ କି ମାଲକାନଗିରି। ପ୍ରାୟ ସବୁ ଅଞ୍ଚଳରେ ଗୋଟିଏ କଥା ଯେ, ସରପଞ୍ଚ ନିର୍ବାଚନରେ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। ସରକାରୀ ଭାବେ ଯେତିକି କୁହାଯାଏ, ତାଠାରୁ ଅଧିକ ଖର୍ଚ୍ଚ ହୁଏ। ଜିଲ୍ଲା ପରିଷଦ ସଭ୍ୟଙ୍କ ଖର୍ଚ୍ଚ ସୀମା ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବାଇବା ଲାଗି ଦାବି ହୋଇଛି। ହେଲେ ଜିଲ୍ଲା ପରିଷଦ ନିର୍ବାଚନରେ ଜଣେ ବ୍ୟକ୍ତି ବିଜୟୀ ହେବାକୁ ହେଲେ ପାଖାପାଖି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି।

Share the article

LEAVE A REPLY