ରକ୍ତମୁଖା ନକ୍ସଲ, ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନ

0
102


ଭୁବନେଶ୍ୱର: ସୁରକ୍ଷା ବାହିନୀ ଓ ନକ୍ସଲ ମଧ୍ୟରେ ସଂଘର୍ଷ ଜାରି ରହିଛି। ଓଡ଼ିଶା-ଛତିଶଗଡ଼-ଆନ୍ଧ୍ରପ୍ରଦେଶ ସୀମା, ଓଡ଼ିଶା-ଝାଡ଼ଖଣ୍ଡ-ଛତିଶଗଡ଼ ସୀମା, ଛତିଶଗଡ଼ ମହାରାଷ୍ଟ୍ର ସୀମା, ଆସାମ-ମରିପୁର ସୀମାରେ ଏହି ସଂଘର୍ଷର ବିରାମ ଦୀର୍ଘ ଦଶନ୍ଧି ଧରି ଲାଗି ରହିଛି। ନକ୍ସଲ ସମସ୍ୟାର ସମାଧାନ ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ପ୍ରବଳ ଉଦ୍ୟମ କରୁଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁ ନାହିଁ। ନକ୍ସଲମାନେ ସାଧାରଣ ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି। ବିକାଶ ନାଁରେ ନୀରିହ ଲୋକଙ୍କ ରକ୍ତରେ ହୋଲି ଖେଳୁଛନ୍ତି। ସରକାରୀ ସଂପତ୍ତିକୁ ବର୍ବାଦ ପହଞ୍ଚାଇବାରେ ଆଦୌ କୁଣ୍ଠାବୋଧ କରୁନାହାନ୍ତି। ଶହ ଶହ ପରିବାର ଉଜାଡ଼ି ଦେଉଛନ୍ତି। ମାନବ ଧର୍ମ କ’ଣ ତାହା ନକ୍ସଲ କି ମାଓବାଦୀମାନେ ଜାଣନ୍ତି ନାହିଁ।

ମାଓବାଦୀ ମାନଙ୍କ ଗୁଳିରେ ଗତ ଏପ୍ରିଲ ୩ ତାରିଖରେ ଛତିଶଗଡ଼ର ବସ୍ତର ଅଂଚଳରେ ୨୨ ଜଣ ଯବାନ ସହିଦ୍‌ ହୋଇଥିଲେ। ଏଥିରେ ୮ ଜଣ ରିଜର୍ଭ ଗାର୍ଡ, ୬ ଜଣ କୋବ୍ରା କମାଣ୍ଡର, ୬ ଜଣ ଏସ୍‌ଟିଏଫ୍‌ ସଦସ୍ୟ ଓ ଜଣେ ସିଆରପିଏଫ୍‌ ବାଟାଲିଅନ୍‌ର ଯବାନ ଥିଲେ। ସୁକମା ଜିଲ୍ଲା ଜାଗରଗୁଡ଼ା ଜଙ୍ଗଲରେ ମାଓବାଦୀଙ୍କ ସହିତ ଚାରି ଘଣ୍ଟା ଧରି ଚାଲିଥିବା ଏହି ଏନ୍‌କାଉଣ୍ଟର ଶନିବାର ଦିନ ଘଟିଥିଲା। ମାଓବାଦୀମାନେ ନିର୍ଦ୍ଦୟ ଭାବେ ପୁଲିସ୍‌ ଯବାନଙ୍କ ଉପରକୁ ଗୁଳି କିରିଥିଲେ, ଯେଉଁଥିରେ କି ୩୨ ଜଣ ଯବାନ୍‌ ଆହତ ହୋଇଥିଲେ।

ନକ୍ସଲ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ

ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲାରେ ପୁଲିସ ଟିମ୍‌ ଶନିବାର ନକ୍ସଲଙ୍କ ଉପରେ ଏନକାଉଣ୍ଟର କରିଛନ୍ତି। ଏଥିରେ ୨୬ ଜଣ ନକ୍ସଲ ନହିତ ହୋଇଛନ୍ତି। କିନ୍ତୁ କ୍ଷୋଭର କଥା ହେଲା ଯେ ନକ୍ସଲ ମାନଙ୍କ ଗୁଳିରେ ୪ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ନାଗପୁରସ୍ଥିତ ଅରେଞ୍ଜ ସିଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟରେ ସୁରକ୍ଷା କର୍ମୀଙ୍କର ସର୍ଚ୍ଚ ଅପରେଶନ ଜାରି ରହିଛି। ମହାରାଷ୍ଟ୍ର ପୋଲିସର ସି-୬୦ ୟୁନିଟ ଶନିବାର ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ଗ୍ୟାରହବତୀ ବନାଞ୍ଚଳର ଧନୋରା ଠାରେ ମାଓ ଦମନ ଅଭିଯାନ ଚଳାଇଥିଲା। ଏହି ସମୟରେ ନକ୍ସଲଙ୍କ ସହ ମୁହାଁ ମୁହିଁ ହୋଇଥିଲା।

ମାଓ ଦମନ ଅଭିଯାନ ଜାରି

ମାଓ ଦମନ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅଭିଯାନ ଜାରି ରହିଛି। ମାଓ ପ୍ରଭାବିତ ଅଞ୍ଚଳଗୁଡିକରେ ସ୍ଥାନୀୟ ପୋଲିସ, ସିଆରପିଏଫ୍‌ ଓ ବିଏସଏଫ୍‌ ଯବାନମାନଙ୍କୁ ମୁତୟନ କରାଯାଇଛ। ନକ୍ସଲମାନଙ୍କ କାର୍ଯ୍ୟକଳାପକୁ ନଜର କରି ସେମାନଙ୍କୁ ଦମନ କରିବା ପାଇଁ ସରକାର ଯବାନମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ମଧ୍ୟ ଦେଉଛନ୍ତି। ଏସବୁ ପରେ ବି ମାଓବାଦୀମାନେ ମଝିରେ ମଝିରେ ବଡ଼ ବଡ଼ ଅଘଟଣ କରୁଛନ୍ତି। ସୁରକ୍ଷାକର୍ମୀଙ୍କୁ ମୁକାବିଲା କରିବା ଲାଗି ନକ୍ସଲମାନେ ବଡ଼ଧରଣର ଯୋଜନା କରୁଛନ୍ତି।

ମଣିପୁରରେ ବି ହିଂସା ଜାରି

ଏପ୍ରିଲ୍‌ ୩ ତାରିଖ ଭଳି ନଭେମ୍ବର ୧୩ ତାରିଖକୁ ମଧ୍ୟ ଏକ ଦୁଃଖଦ ଦିନ କୁହାଯିବ। ମଣିପୁରରେ ବଡ଼ଧରଣର ଉଗ୍ରବାଦୀ ଆକ୍ରମଣ  ହୋଇଛି। ଏଠାରେ ୩ ଯବାନଙ୍କ ସହ ଜଣେ ଅଧିକାରୀ ସହିଦ୍‌ ହୋଇଛନ୍ତି। ଚୁରାଚାନ୍ଦପୁର ଜିଲ୍ଲା ସିଘାଟରେ ଆସାମ ରାଇଫ୍‌ଲସର କମାଣ୍ଡିଙ୍ଗ ଅଫିସରଙ୍କ ଟିମ ଉପରେ ଆତଙ୍କୀମାନେ କରିଛନ୍ତି। ଉଗ୍ରବାଦୀମାନେ ପୂର୍ବ ଯୋଜନା ଅନୁସାରେ ୪୬ ଆସାମ ରାଇଫଲସ୍‌ର ଏକ ଟ୍ରୁପ ଉପରେ ଅତର୍କିତ ଭାବେ ଗୁଳି ବର୍ଷଣ କରଥିଲେ। ଏହି ଘଟଣାରେ ଆସାମ ରାଇଫଲସ୍‌ର କମାଣ୍ଡିଙ୍ଗ ଅଫିସର ତାଙ୍କ ପତ୍ନୀ ଓ ୬ ବର୍ଷ ପୁଅର ମଧ୍ୟ ମୃତ୍ୟୁ ହୋଇଛି।

Share the article

LEAVE A REPLY