‘ହିଂସା’ହେଉଛିପାରିବାରିକ କଳହର କାରଣ

0
37

 ଭୁବନେଶ୍ୱର: କୁହାଯାଇଥାଏ ଯେ, ଯେଉଁଠାରେ ଉଭୟ‌ ସ୍ନେହ ଓ ଶ୍ରଦ୍ଧା ବସବାସ କରିଥାଏ, ତାହା ଘର ଭଳି ଲାଗିଥାଏ। ବିପରୀତ ଦୃଷ୍ଟିକୋଣରୁ ଦେଖିଲେ ଯଦି ଗୋଟିଏ ସ୍ଥାନରେ ସବୁବେଳେ କଳହ, ରାଗ, ଅଶାନ୍ତି ଲାଗିରହେ, ବିଶାଳ ସୁନ୍ଦରଘର, ଖାଇବା-ପିଇବାର ଅସୁବିଧା ନଥିଲେ ମଧ୍ୟ ମଣିଷ ରହିଲା ଭଳି ପରିବେଶ ହୋଇ ନଥାଏ। ମନୁଷ୍ୟ ନିଜର କର୍ତ୍ତବ୍ୟକୁ ଭୁଲିଯାଉଛି। ପରିବାର ପ୍ରତି ଯେଉଁ ଉତ୍ତର ଦାୟିତ୍ୱ ରହିଛି, ତାହା କରିପାରୁ ନାହିଁ। ବିଶେଷ ଭାବରେ ଆଜିର ଯୁବ ସମାଜ ଏଥିରୁ ଦୂରରେ ରହୁଛନ୍ତି।

ଆଜିର ଦିନରେ ଅଧିକାଂଶ ଯୁବପୀଢ଼ି ବୃଦ୍ଧ ବାପା ଓ ବୃଦ୍ଧା ମା’ଙ୍କୁ ସମୟ ଦେଇପାରୁ ନାହାନ୍ତି। ବାପା-ମା’କେମିତି ଅଛନ୍ତି, ପଚାରି ବୁଝିବାକୁ ମନ ହେଉନାହିଁ। ରାଜ୍ୟରେ ଅନେକ ସମୟରେ ଏଭଳି ଘଟଣା ସାମ୍ନାକୁ ଆସୁଛି। ପାରିବାରିକ ସଂପର୍କ ବିଗିଡ଼ିବାର ଅନ୍ୟ ଏକ କାରଣ ହେଲା ଅର୍ଥାଭାବ, ନିଶା ଏବଂ ପରକୀୟା ପ୍ରୀତି। ଅନେକ ସମୟରେ ଆମେ ଦେଖିଛେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ସଂପର୍କ ରହୁ ନାହିଁ। ସ୍ୱାମୀର ମାଡ଼ରେ ସ୍ତ୍ରୀର ଜୀବନ ଯାଉଛି। ସ୍ତ୍ରୀର ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣୁଛନ୍ତି। କେବଳ ସେତିକି ନୁହେଁ ସ୍ବାର୍ଥ ପାଇଁ ବନ୍ଧୁ ନିଜର ବନ୍ଧୁଙ୍କୁ ମଧ୍ୟ ଭୁଲି ଯାଉଛି।

ବାପାର ତଣ୍ଟିଚିପି ଦେଲା ପୁଅ

ପାରିବାରିକ କଳହକୁ କେନ୍ଦ୍ର ଚଳିତ ମାସ ୧୧ ତାରିଖ ରାତିରେ ବାପାଙ୍କୁ ପୁଅ ତଣ୍ଟିଚିପି ହତ୍ୟା କରିଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଘାଘୁର୍ଲି ଗାଁରେ ସାମାନ୍ୟ ଯୁକ୍ତିତର୍କକୁ ନେଇ ମହେଶ୍ବର ମାଝୀ ବାପା ବୈକୁଣ୍ଠ ମାଝୀଙ୍କୁ ଆକ୍ରମଣ କରିଥିଲା। ଏଥିରେ ମନ ନବୁଝିବାରୁ ତଳେ ଚିତ୍କାର ରକୁଥିବା ବୈକୁଣ୍ଠଙ୍କୁ ମହେଶ୍ବର ତଣ୍ଟି ଚିପି ହତ୍ୟା ପୁଅ କରିଥିଲା। ଗୁରୁତର ଅବସ୍ଥାରେ ବୈକୁଣ୍ଠଙ୍କୁ ଆଖପାଖ ଲୋକେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ କିନ୍ତୁ ସେ ଆଉ ବଞ୍ଚି ପାରିନଥିଲେ।

ଠେଙ୍ଗାରେ ପିଟିପିଟି ବାପାଙ୍କୁ ହତ୍ୟା

କେନ୍ଦୁଝର ଜିଲ୍ଲା ପାଟଣା ଥାନା ମିରିଗିଖୋଜି ଗ୍ରାମରେ ପୁଅର ଠେଙ୍ଗାମାଡ଼ରେ ବାପାର ମୃତ୍ୟୁଘଟିଛି। ୮୦ ବର୍ଷୀୟ ଆକୁଳି ଚରଣ ପଲେଇଙ୍କୁ ଘରୋଇ କଳିକୁ ନେଇ ପୁଅ ବରେନ(୩୮) ଠେଙ୍ଗାରେ ମୁଣ୍ଡକୁ ପିଟି ଦେଇଥିଲା। ଗୁରୁତର ଆହତ ଆକୁଳିଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ବଞ୍ଚାଇ ପାରି ନଥିଲେ।  

ସ୍ବାମୀର ମାଡ଼ରେ ସ୍ତ୍ରୀ ମୃତ

କୁହାଯାଇଥାଏ ପତି-ପତ୍ନୀଙ୍କ ସଂପର୍କ ସାତ ଜନମ ପାଇଁ। କିନ୍ତୁ କିଛି ଅସାମାଜିକ ବ୍ୟକ୍ତିଙ୍କ ପାଇଁ ଗୋଟିଏ ଜନମ ପାଇଁ ମଧ୍ୟ ସୁସଂପର୍କ ରହିପାରୁ ନାହିଁ। ଲୋକଙ୍କର ରାଗ ସୀମା ଅତିକ୍ରମ କରୁଛି। ସ୍ତ୍ରୀର ଜୀବନ ନେବା ପାଇଁ ମଧ୍ୟ ଆଦୌ କୁଣ୍ଠାବୋଧ କରୁନାହାନ୍ତି। ମୟୂରଜିଲ୍ଲା ସଦର ମହକୁମା ବାରିପଦା ଓ ଢେଙ୍କାନାଳ ସରଦ ଥାନା ଅନ୍ତର୍ଗତ ଚାଉଳିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

କୂଅରୁ ମୃତଦେହ ଉଦ୍ଧାର

ବାରିପଦା ସଦର ଥାନା ଅର୍ନ୍ତଗତ ଚନ୍ଦନପୁର ପଞ୍ଚାୟତ ବୈଦିପୁର ଗ୍ରାମର ମୁନସୀ ମାରାଣ୍ଡି ନିଜ ସ୍ତ୍ରୀ କର୍ମୀ ମାରାଣ୍ଡିଙ୍କୁ ପିଟିପିଟି ହତ୍ୟା କରିଥିଲା। ପରେ ସ୍ତ୍ରୀଙ୍କର ମୃତଦେହକୁ କୂଅରେ ପକାଇ ଦେଇଥିଲା। ୪ ଦିନ ପରେ କୂଅରୁ ଦୁର୍ଗନ୍ଧ ବାହାରୁଥିବା ଓ ଜଣେ ମହିଳାଙ୍କ ମୃତଦେହ ଭାସୁଥିବର ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ଶବକୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲା। ସେହିଭଳି ଢେଙ୍କାନାଳ ସଦର ଥାନା ଚାଉଳିଆ ଗ୍ରାମରେ ସ୍ବାମୀ ଟିଭି ଷେଣ୍ଢର କାଠଫାଳିଆ ମାଡରେ ସ୍ତ୍ରୀ ରେଖା ଷେଣ୍ଢର ମୃତ୍ୟୁ ହୋଇ ହୋଇଥିଲା।

Share the article

LEAVE A REPLY