ପ୍ରେମିକାରୁ ପତ୍ନୀର ଅଧିକାର ଦାବି

0
121

ଭୁବନେଶ୍ୱର: ପ୍ରେମରେ ବିଫଳ ହେବା ପରେ ଯୁବତୀଙ୍କ ଅନଶନ ଚାଲିଛି। ଜଣେ କି ଦୁଇ ଜଣ ନୁହେଁ। ରାଜ୍ୟରେ ବିଭିନ୍ନ ସମୟରେ ଯୁବତୀମାନେ ପ୍ରେମରେ ବିଫଳ ହୋଇ ଧାରଣା ଓ ଅନଶନ କରି ଚର୍ଚ୍ଚାକୁ ଆସିଛନ୍ତି। ବିଗତ କିଛି ଦିନ ହେବ ଗଂଜାମ ଜିଲ୍ଲାରେ ଜଣେ ଯୁବତୀ ସ୍ତ୍ରୀର ଅଧିକାରୀ ପାଇଁ ସଂଘର୍ଷ କରୁଥିବା ବେଳେ ସୁନ୍ଦରଗଡ଼ରେ ମଧ୍ୟ ଜଣେ ଯୁବତୀ ପ୍ରେମରେ ବିଫଳ ହୋଇ ସହାୟତା ପାଇଁ ପୁଲିସ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମିଥ୍ୟା ପ୍ରତିଶ୍ରୁତିରେ ଫସି ଯାଇ ଯୁବତୀ ମାନେ ଯୁବକ ମାନଙ୍କ ଜାଲରେ ପଡ଼ିଯାଉଛନ୍ତି ଅଥବା ମିଠା ମିଠା କଥା କହି ଯୁବତୀଙ୍କୁ ପ୍ରେମ ଜାଲରେ ଯୁବକ ମାନେ ଫସାଇ ଦେଉଛନ୍ତି

ଆଜିର ଦିନରେ ଭଲ ପାଇବା ଏକ ପ୍ରକାର ପ୍ରହସନ ପାଲଟିଛି। ପ୍ରେମ ପରେ ପ୍ରତାରଣା, ହତ୍ୟା ଧମକ ଓ ସାମାଜିକ ଗଣମାଧ୍ୟମରେ ଯୁବତୀଙ୍କ ଫଟୋ ସହ ଅଶ୍ଲୀଳ, ଅରୁଚିକର ଟିପ୍ପଣୀ ଭାଇରାଲ ସାଧାରଣ କଥା ହୋଇଛି। ଜଣେ ଯୁବକଙ୍କୁ ଭଲ ଭାବନେ ନିଚିହ୍ନି ବିଶ୍ୱାସ କରୁଥିବାରୁ ଯୁବତୀମାନେ ଠକାମୀର ଶିକାର ହେଉଥିବା ବୁଦ୍ଧିଜୀବୀମାନେ ମତ ଦିଅନ୍ତି। ଫଳରେ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯୁବକ-ଯୁବତୀଙ୍କ ପ୍ରେମ ବ୍ୟାପାର ସଂପୂର୍ଣ୍ଣ ବ୍ୟକ୍ତିଗତ। ପାଶ୍ଚାତ୍ୟ ଦେଶରେ ବ୍ୟକ୍ତିଗତ ମାମଲା ଗୁଡ଼ିକୁ ନେଇ ରାଜନୀତି ସୃଷ୍ଟି ହୋଇ ନଥାଏ। ଭାରତରେ କିନ୍ତୁ ଅଲଗା। ପ୍ରେମ ବ୍ୟାପାର ଯେତେବେଳେ କୌଣସି ଏକ ମାମଲାରେ ପରିଣତ ହେଉଛି, ସେହି ସମୟରେ ରାଜ୍ୟବାସୀ ଜାଣୁଛନ୍ତି। ଚର୍ଚ୍ଚା ହେଉଛି। ବିଭିନ୍ନ ବୟାନ ଆସୁଛି।

ଏସ୍‌ପି କାର୍ଯ୍ୟାଳୟରେ ଯୁବତୀଙ୍କ ଧାରଣା

ଗଂଜାମ ଜିଲ୍ଲାର ସୁମିତ-ତପସ୍ପିନୀ ମାମଲାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ସୁନ୍ଦରଗଡ଼ରେ ଏଭଳି ଏକ ଘଟଣା ପୁଣି ଲୋକଲୋଚନକ ଆସିଛି। ପୋଲିସ ବର ପାଇବାକୁ ଆଶା ରଖିଥିବା ଯୁବତୀ ପ୍ରତାରଣାର ଶିକାର ହୋଇଛନ୍ତି। ପୋଲିସ ବିଭାଗରେ କାର୍ଯ୍ୟରତ ପ୍ରେମକୁ ପ୍ରତ୍ୟାଖାନ କରିବା ପରେ ଯୁବତୀ ଜଣକ ସୁନ୍ଦରଗଡ଼ ଏସ୍‌ପି କାର୍ଯ୍ୟାଳୟ ଆଗରେ ଅନଶନ କରିଛନ୍ତି। ପ୍ରତାରକ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏ ଅନଶନ ଜାରି ରଖିବେ ବୋଲି କହିଛନ୍ତି। ଲେଫ୍ରିପଡ଼ା ଥାନା  ଅଞ୍ଚଳର କୁଲବିରାର ନିବାସୀ ତଥା ପୋଲିିସ କନଷ୍ଟେବଳ ମୁକେଶ ବୀରଗଣ୍ଠିଆଙ୍କ ୨୦୧୭ରେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ ଜାଲରେ ଫସାଇ ଥିଲେ। ଏହାରି ମଧ୍ୟରେ ତାଙ୍କ ଠାରୁ ବିଭିନ୍ନ ବାହାନାରେ ବହୁ ଟଙ୍କା ନେଇଥିଲେ। ୩ ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିବା ପରେ ଯୁବକ ଏବେ ଦୂରେଇ ଯାଇଛନ୍ତି ବୋଲି ଅଭିଯୋଗ ହୋଇଛି।

ଚର୍ଚ୍ଚାରେ ତପସ୍ପିନୀ-ସୁମିତଙ୍କ ଲଭ୍‌ ଷ୍ଟୋରି

ଗତ ଅକ୍ଟୋବର ୨୨ ତାରିଖ ଠାରୁ ପ୍ରେମିକ ତଥା ସ୍ୱାମୀଙ୍କ ଘର ସାମ୍ନାରେ ଧାରଣା ଦେଇ ଚର୍ଚ୍ଚାକୁ ଆସିଥିଲେ ଗଂଜାମର ଝିଅ ତପସ୍ପିନୀ ଦାଶ। ତପସ୍ପିନୀ ଓ ଡ. ସୁମିତ ସାହୁଙ୍କ ବାହାଘର ବ୍ରହ୍ମପୁର ଏବଂ ଆସିକାରେ ହାଇଡ୍ରାମା ଚାଲିଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ହେଉଛି। ଶ୍ୱଶୁର ଘର ଆଗରେ ତପସ୍ପିନୀ ୧୦ ଦିନ ଧାରଣ ଦେବା ପରେ ମାମଲା ଏବେ ବ୍ରହ୍ମପୁର କୋର୍ଟରେ ପହଞ୍ଚି। ୨୦୨୦ ମସିହାରେ ତପସ୍ପିନୀଙ୍କୁ ସୁମିତ କୋର୍ଟରେ ବିବାହ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏମାନେ ୬ ମାସ ଏକାଠି ରହିବା ପରେ ରୀତିନୀତି ଅନୁଯାୟୀ ବିବାହ କରି ଘରକୁ ନିଷ୍ପତ୍ତି ନେଇଥିଲେ। ବିବାହ କରାଇ ଦେବାକୁ ପୁଅର ବାପା ପ୍ରତିଶ୍ରୁତିି ମଧ୍ୟ ଦେଇଥିଲେ।ଦୁଇ ଦୁଇଥର ବିବାହ ପାଇଁ ଲଗ୍ନ ସ୍ଥିର ହୋଇଥିଲା। କାର୍ଡ଼ ମଧ୍ୟ ବଣ୍ଟା ସରିଥିଲା।କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ ବି ଝିଅ ଘରକୁ ଆସିନଥିଲେ ବର। ଏହାର ପ୍ରତିବାଦ କରି ବୋହୂବେଶରେ ଶଶୁର ଘରେ ପହଁଚି ଯାଇଥିଲେ କନ୍ୟା। ତପସ୍ପିନୀ-ସୁମିତଙ୍କ ପ୍ରେମ କାହାଣୀ ଏବେ ପଦାରେ ପଡ଼ିଛି। ସୁମିତଙ୍କ ଦରମା ଅଟକି ଯାଇଛି। ଅନ୍ୟପଟେ ତପସ୍ୱିନୀ ଏବେ ବି ଆସିକା ଚିନିକଳ ଆଇବିରେ ସୁମିତଙ୍କୁ ଚାହିଁ ରହିଛନ୍ତି।

ଯୁବତୀ ବି କମ୍‌ ନୁହଁନ୍ତି

ପ୍ରେମ ବ୍ୟାପାର କ୍ଷେତ୍ରରେ ଆମ ସମାଜରେ ସବୁବେଳେ କେବଳ ପୁରୁଷ ସମାଜ ଖରାପ ତାହା କୁହାଯାଇ ପାରିବ ନାହିଁ। ଏଭଳି ଯୁବତୀ ଅଛନ୍ତି, ଯେଉଁମାନେ କି ବହୁ ପରିବାରକୁ ନଷ୍ଟ କରି ଦେଇଥାନ୍ତି। ସେମାନେ ନିଜ ଜୀବନକୁ ଅନ୍ଧାରକୁ ଠେଲି ଦେବା ସହିତ ଯେଉଁ ପୁରୁଷକୁ ବିବାହ କରିବେ ସେହି ପରିବାରକୁ ମଧ୍ୟ ବିପଦରେ ପକାଇବାକୁ ପଛ ଘୁଞ୍ଚା ଦେବାକୁ ପଛାନ୍ତି ନାହିଁ। ସବୁଠାରୁ ଦୁଃଖଦ କଥା ହେଲା ଉଚ୍ଚ ଶିକ୍ଷିତ, ସମ୍ଭାନ୍ତ ପରିବାରରେ ବଢ଼ି ମଧ୍ୟ ଅନେକ ଯୁବତୀ ମାନେ ଏକକାଳୀନ ଏକାଧିକ ପୁରୁଷ ସହିତ ସଂପର୍କ ରଖିବା।

ଅନଶନରେ ବସି ଯୁବତୀ ଗିରଫ

୨୦୧୯ ମେ’ ମାସର ଘଟଣା ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା କନ୍ଥପଡ଼ା ଗ୍ରାମରେ ପ୍ରେମିକଙ୍କ ଘର ସମ୍ମୁଖରେ ବିବାହ ଦାବିରେ ଅନଶନରେ ବସିଥିବା ଜଣେ ଯୁବତୀଙ୍କୁ ପୁଲିସ ଗିରଫ କରିଥିଲା। ମାମଲା ଥିଲା ଯେ କନ୍ଥପଡ଼ା ଗ୍ରାମର ବିମନ ସାହୁଙ୍କ ପୁଅ ବାବୁ ସାହୁ (୨୨)ଙ୍କ ସହ ଫପଣ୍ଡ ଗ୍ରାମର ଯୁବତୀ ରିଙ୍କି ସାହୁ (୨୨)ଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ରିଙ୍କିଙ୍କୁ ବିବାହ କରିବା ପାଇଁ ବାବୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଅନ୍ୟ ପକ୍ଷରେ ରିଙ୍କିଙ୍କୁ ଭଲ ପାଉଥିବା ଜଣେ ଯୁବକ ରିଙ୍କିଙ୍କୁ ବିବାହ ନ କରିବାକୁ ବାବୁକୁ ଚେତାବନୀ ଦେଇଥିଲା।  ଏହି ଧମକ ପରେ ବାବୁ ରିଙ୍କିଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ରିଙ୍କ ବିମନଙ୍କ ଘର ସମ୍ମୁଖରେ ଅନଶନରେ କରିଥିଲେ। ବିମନଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ରିଙ୍କିଙ୍କୁ ଗିରଫ କରିଥିଲା। 

Share the article

LEAVE A REPLY