କଟକଣାରେ ବର୍ଷ ଶେଷ, ଆଉ ଆରମ୍ଭ

0
132

ଭୁବନେଶ୍ୱର: କୋଭିଡ-୧୯ କାରଣରୁ ଜୀବନ କଟକଣା ଭିତରେ ହିଁ ସୀମିତ ରହିଯାଉଛି। ଜୀବନରେ କିଛି କରିବାକୁ ଚାହୁଁଥିଲେ ମଧ୍ୟ   ଅନେକ ଚିନ୍ତା କରିବାକୁ ପଡୁଛି। ଜୀବନ ଏକ ଘଡ଼ି ସନ୍ଧି ମୁହୂର୍ତ୍ତ ଦେଇ ଅଗ୍ରସର ହେଉଛି। ଅଧିକାଂଶ ସମୟ ମନୁଷ୍ୟ ଚିନ୍ତା କରୁଛି। ଉତ୍ସାହ ବୋଲି କିଛି ନାହିଁ। ଏପରିକି ଚଳିତ ବର୍ଷ ଶେଷ ହେବାକୁ ଯାଉଥିବା ବେଳେ ମଧ୍ୟ ଉତ୍ସାହ ନାହିଁ। ସେହିପରି ବର୍ଷ ଆରମ୍ଭ ମଧ୍ୟ କଟକଣା ଦେଇ ଚାଲିବ। ପରିସ୍ଥିତି ଏଭଳି ହେଉଛି, ସରକାର କଟକଣା ଲଗାଇବାକୁ ବାଧ୍ୟ। ବର୍ଷର ଶେଷ ସପ୍ତାହ ଓ ନୂଆ ବର୍ଷର ପ୍ରଥମ ଦୁଇ ଦିନ ସଭିଙ୍କ ମନରେ ଉତ୍ସାହ ଆଣିଥାଏ। କିନ୍ତୁ ଓଡ଼ିଶା ସମତେ ଭାରତର ଅଧିକାଂଶ ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‌’ ଯୋଗୁଁ ଉତ୍ସାହ ଫିକା ପଡ଼ିଯାଇଛି।

ଲୋକେ ଉତ୍ସାହ ପାଳନ ନ କରି ଘର ରୁହନ୍ତୁ। ଘରେ ପରିବାର ଲୋକଙ୍କୁ ସମୟ ଦିଅନ୍ତୁ। କୋଭିଡକୁ ନ ବ୍ୟାପିବା ପାଇଁ ସଂକଳ୍ପ ନିଅନ୍ତୁ। ଏହି ଚିନ୍ତାରେ ରାଜ୍ୟ ସରକାର ବଡ଼ଦିନ (ଡିସେମ୍ବର ୨୫) ଓ ଡିସେମ୍ବର ୩୧ରୁ ୨୦୨୨ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ କରିଛନ୍ତି। ସମ୍ଭାବିତ କୋଭିଡ-୧୯ର ୩ୟ ଲହରକୁ ଦୃଷ୍ଟିରେ ରଖି ସରକାର ଏଭଳି କଟକଣା ଲାଗୁ କରିଛନ୍ତି। ଏହି ଦିନ ଗୁଡ଼ିକରେ ଲୋକେ ସର୍ବସାଧାରଣ ସ୍ଥଳୀରେ ଉତ୍ସାହ ପାଳନ କରିପାରିବେ ନାହିଁ। ଅର୍ଥାତ ପରିବାର ଲୋକଙ୍କ ସହିତ ନିଜ ଘର ପରିସୀମା ଭିତରେ ସୀମିତ ରହିବେ। ସରକାର ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟ ଓ ପାର୍କ ଭଳି ସ୍ଥାନରେ କୌଣସି ସେଲିବ୍ରେସନ ହୋଇପାରିବ ନାହିଁ ବୋଲି ଗାଇଡଲାଇନ୍‌ ଜାରି କରିଛନ୍ତି। ବଡଦିନ ପାଳନ ପାଇଁ ଚର୍ଚ୍ଚ ଭିତରେ ସର୍ବାଧିକ ୫୦ ଜଣଙ୍କୁ ପ୍ରବେଶ ଅନୁମତି ଦେଇଛନ୍ତି।  

ବିନା ଖୁସିରେ ନୂଆବର୍ଷ

ଡିସେମ୍ବର ଶେଷ ସପ୍ତାହ ଠାରୁ ନୂଆବର୍ଷ ପର୍ଯ୍ୟନ୍ତ ସ୍କୁଲ-କଲେଜ ଗୁଡ଼ିକ ଛୁଟି ରହିଥାଏ। ପିଲାମାନେ ପରିବାର ଲୋକ, ସାଙ୍ଗାସାଥୀଙ୍କ ସହିତ ବଣଭୋଜିରେ ଯିବା ପାଇଁ ପୂର୍ବରୁ ଯୋଜନା କରିଥାନ୍ତି। ବଣଭୋଜିରେ ଭଲ ଖାଇବା, ନାଚିବା, ମସ୍ତି କରିବା ଆଦି ଭାବିଥାନ୍ତି। ଏହି ଦିନଟି ଜାତୀୟ ଅବକାଶ ହୋଇଥିବାରୁ ବନ୍ଧୁବାନ୍ଧବଙ୍କ ଘରକୁ ଯିବାକୁ ସୁଯୋଗ ମିଳିଥାଏ। ଉତ୍ସାହ ପାଳନ ପାଇଁ ଯୁବଗୋଷ୍ଠୀ ବଡ଼ଦିନ ଠାରୁ ନୂଆ ବର୍ଷ ମଧ୍ୟରେ ଏକାଧିକ ଯୋଜନା କରିଥାନ୍ତି। ବଣଭୋଜିରେ ନାଚ-ଗୀତର ଆୟୋଜନ ପାଇଁ ମଧ୍ୟ ପ୍ରସ୍ତୁତି ହୋଇଥାଏ। ତେଣୁ ସମସ୍ତେ ଏହି ସମୟକୁ ଅପେକ୍ଷା କରିଥାନ୍ତି। ନୂଆବର୍ଷ ଶନିବାର ପଡ଼ିବ। ୨ ତାରିଖ ରବିବାର ପଡୁଥିଲେ ମଧ୍ୟ ସରକାର ଏହି ଦିନଟି ଉପରେ କଟକଣା ଲାଗୁ କରିଛନ୍ତି।

ସତର୍କ କରୁଛି ଓମିକ୍ରନ୍‌

ଓମିକ୍ରନ୍‌ ସମଗ୍ର ବିଶ୍ୱକୁ ଚେତାବନୀ ଦେଇଛି। ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ, ଜର୍ମାନୀରେ ସ୍ଥିତି ଅସମ୍ଭାଳ ହୋଇଛି। ଭାରତରେ ୧୬ରୁ ଅଧିକ ରାଜ୍ୟରେ ପାଖାପାଖି ୪୦୦ ଜଣ ଓମିକ୍ରନ୍‌ ଚିହ୍ନଟ ହୋଇସାରିଛନ୍ତି। ଓଡ଼ିଶା ମଧ୍ୟ ଓମକ୍ରନ୍‌ରୁ ତ୍ରାହି ପାଇପାରି ନାହିଁ। ବିଶେଷଜ୍ଞ ଓ ଗବେଷକ ମାନେ ଓମିକ୍ରନ୍‌କୁ ନେଇ ନାନା ସତର୍କବାଣୀ ଶୁଣାଇଛନ୍ତି। ଏବେଠାରୁ ସଜାଗ ନ ରହିଲେ, ଆଗାମୀ ଦିନରେ ବିପଦ ମାଡ଼ି ଆସିବ। ରାଜ୍ୟରେ ଏପର୍ଯ୍ୟନ୍ତ ୪ ଜଣ ବିଦେଶ ଫେରନ୍ତା ଓମିକ୍ରନ୍‌ ଚିହ୍ନଟ ହୋଇସାରିଛନ୍ତି। ଡେଲ୍‌ଟା ପ୍ରଜାତି ଅପେକ୍ଷା ଓମିକ୍ରନ ଭୂତାଣୁ ଦ୍ରୁତ ବେଗରେ ବ୍ୟାପୁଥିବାରୁ ରାଜ୍ୟ ସରକାର ବଣଭୋଜି, ଜନଗହଳି ଉପରେ ରୋକ୍‌ ଲଗାଯାଇଛନ୍ତି। ଯ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।  

Share the article

LEAVE A REPLY