ରୋଗପ୍ରତିଷେଧକ ବଢ଼ାଇବ କାଢ଼ା!

0
58

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣରୁ କେବେ ମୁକ୍ତି ମିିଳିବ ସେକଥା କହିହେବ ନାହିଁ। ଏହିରୋଗ ମାନେ ସଠିକ୍‌ ମେଡିସିନ୍‌ ଓ ଟିକା ଉତ୍ପାଦନ ମଧ୍ୟ ଆହୁରି ଅନେକ ବର୍ଷ ଲାଗିପାରେ। କରୋନା ଭାଇରସ୍‌ ବାବଦରେ ଯେପର୍ଯ୍ୟନ୍ତ ଭଲ ଭାବରେ ଆକଳନ କରାଯାଇ ପାରି ନାହିଁ, ସେହି ସମୟ ପର୍ଯ୍ୟନ୍ତ ମଜବୁତ୍‌ ଟିକା ଓ ଔଷଧ ଆଶା ରଖିବା ମଧ୍ୟ ବୋଧେ ଠିକ୍‌ ହେବ ନାହିଁ। କରୋନା ବିଭିନ୍ନ ସମୟରେ ରୂପ ବଦଳାଇ ଯେପରି ବିଶ୍ୱବାସୀଙ୍କୁ ଭୟଭୀତ କରାଉଛି, ଏଥିରୁ ମୁକ୍ତି ପାଇବାକୁ ହେଲେ ପ୍ରତ୍ୟେକ ମନୁଷ୍ୟ ନିଜ ଶରୀରରେ ରୋଗପ୍ରତିଷେଧକ ବଢ଼ାଇବାର ଆବଶ୍ୟକତା ଅଛି। କାରଣ ସଂକ୍ରାମକ ରୋଗ ସହିତ ମୁକାବିଲା କରିବାକୁ ହେଲେ ରୋଗପ୍ରତିଷେଧକ ହେଉଛି ସବୁଠାର ବଡ଼ ଅସ୍ତ୍ର।

ବିଗତ ଦିନରେ ଆଜିକାଲିର ଡାକ୍ତର, ଗବେଷକ ମାନେ ଆୟୁର୍ବେଦିକ ଓ ହୋମିଓପାଥିକ ଔଷଧକୁ ସେତେ ଗୁରୁତ୍ୱ ଦିଅନ୍ତି ନାହିଁ। କାରଣ ଏହି ପ୍ରକାରର ଔଷଧ ହଠାତ୍‌ ରୋଗକୁ ଭଲ କରିପାରି ନଥାଏ। କିନ୍ତୁ ଜାଣି ରଖିବାକୁ ହେବ ଯେ, ଏହା ରୋଗକୁ ସଂପୂର୍ଣ୍ଣ ଭାବେ ଶେଷ କରିଦେଇଥାଏ। ପ୍ରସଙ୍ଗ କ୍ରମେ କରୋନା ରୋଗକୁ ଯେହେତୁ ଚିହ୍ନାଯାଇ ପାରି ନାହିଁ, ଆୟୁର୍ବେଦିକ ଓ ହୋମିଓପାଥିକ ଔଷଧ ଆଶା କରିବା ଠିକ୍‌ ହେବ ନାହିଁ। କିନ୍ତୁ ଶରୀରର ରୋଗପ୍ରତିଷେଧକ ବଢ଼ାଇବା ପାଇଁ ଆୟୁର୍ବେଦିକ ଓ ହୋମିଓପାଥିକ ଦ୍ରବ୍ୟକୁ କାଢ଼ା ଭାବରେ ବ୍ୟବହାର କରିପାରିବା।

ବଢ଼ିଛି କାଢ଼ାର ମହତ୍ୱ

କାଢ଼ା ପିଇବା କେବେ ହେଲେ କୋଭିଡରୁ ସୁସ୍ଥ ହେବାର ବିକଳ୍ପ ନୁହେଁ ବୋଲି ଅତୀତରେ କିଛି ବିଶେଷଜ୍ଞ କହିଥିଲେ। କିନ୍ତୁ କାଢ଼ା ସପକ୍ଷରେ ଆୟୁର୍ବେଦ ବିଶେଷଜ୍ଞ। ରାଜ୍ୟର ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, କାଢ଼଼ା ପିଇଲେ ପଜିଟିଭ୍‌ ରୋଗୀ ସୁସ୍ଥ ହୋଇ ପାରିବେ ନାହିଁ ବୋଲି କହିଥିଲେ। ତେବେ କାଢ଼ା ପିଇବା ଦ୍ୱାରା ଶରୀରରେ ଇମ୍ୟୁନିଟି ବୃଦ୍ଧି ପାଇବ ଏହା ସୁନିଶ୍ଚିତ ବୋଲି ଅନେକ ମତ ଦିଅନ୍ତି। କରୋନାର ତୃତୀୟ ଲହର ବୃଦ୍ଧି ପାଇବା ପରେ ପୁଣିଥରେ କାଢ଼ାର ଉପକାରିତା ଓ ଅନ୍ୟାନ୍ୟ ଆୟୁଷ ଉପଚାର ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାଢ଼ା ପିଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ପରେ ଏହାର ଗୁରୁତ୍ୱ ବଢ଼ିଯାଇଛି।

କାଢ଼ା ପିଇଲେ ସଂକ୍ରମଣରୁ ମୁକ୍ତି!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଦେଶବାସୀ ସମ୍ବୋଧିତ କରିବା ଅବସରରେ ଦେଶବାସୀଙ୍କୁ କରୋନାରୁ ସୁସ୍ଥ ରହିବା ପାଇଁ ମନ୍ତ୍ରୀ ଦେଇଥିଲେ। ଆୟୁଷ ମନ୍ତ୍ରାଳୟର ପରାମର୍ଶ ପାଳନ କରିବାକୁ କହିଥିଲେ। ଗରମ ପାଣି ଓ କାଢ଼ା ପିଇ ଶରୀରର ରୋଗପ୍ରତିଷେଧକ ବଢ଼ାଇବାକୁ ପରାମର୍ଶ ଦେଇଥିଲେ। କାଢ଼ା ହେଉଛି ଆୟୁର୍ବେଦିକ ପାନୀୟ। ଏହା ପିଇବା ଦ୍ୱାରା ଥଣ୍ଡା, କାଶ ଓ ସଂକ୍ରଣମରୁ ମୁକ୍ତି ମିଳିଥାଏ। ତେଣୁ ରୋଗପ୍ରତିଷେଧକ ବଢ଼ାଇବା ପାଇଁ ଗରମ ପାଣି ଓ କାଢ଼ା ପିଇଲେ ଭଲ।  

ଦ୍ରୁତଗତିରେ ବଢୁଛି ଦୈନିକ ସଂକ୍ରମଣ

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି। ୧୫ ଦିନ ଭିତରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିଛି। କୋଭିଡ କଟକଣା ଯୋଗୁଁ ରାଜ୍ୟବାସୀଙ୍କର ଚିନ୍ତା ବଢ଼ିଯାଇଛି। ଚିନ୍ତା ବଢ଼ିବାର ସ୍ୱାଭାବିକ। କାରଣ ଗତବର୍ଷ ମେ’ ଓ ଜୁନ୍‌ ମାସରେ ଯେଉଁ ଅବସ୍ଥା ସୃଷ୍ଟି ହୋଇଥିଲା, ତାହାର ପୁନାରବୃତ୍ତି ହେଲେ ପୁଣି ଥରେ ହଜାର ହଜାର ଲୋକଙ୍କ ଅକାଳରେ ମୃତ୍ୟୁ ହୋଇଯିବ। ସରକାର ଯେତେ ଯାହା ଭାଷଣବାଜି କରନ୍ତୁ ପଛେ, ସଂକ୍ରମଣ ବଢ଼ିଲେ କିଛି କରିପାରିବେ ନାହିଁ। ସରକାର ସବୁବେଳେ କହି ଆସୁଛନ୍ତି ଯେ, ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରାଯାଇଛି। ହେଲେ ସାଧାରଣ ଲୋକଙ୍କୁ ଏଥିରୁ ସୁବିଧା ମିଳୁ ନଥିବା ଅନେକ ସମୟରେ ଅଭିଯୋଗ ହୋଇଥାଏ। 

Share the article

LEAVE A REPLY