ଟଙ୍କା ନିଶା: ମାଧ୍ୟମ ପାଲଟିଛି ଦେହ ବେପାର

0
227

କଟକ: ବିନା ପରିଶ୍ରମରେ ଟଙ୍କା ରୋଗଗାର କରିବା କିଛି ଯୁବକ-ଯୁବତୀଙ୍କ ପାଇଁ ବିପଦ ହେଉଛି। ସହରାଞ୍ଚଳର ଯୁବକ-ଯୁବତୀମାନେ କମ୍‌ ସମୟରେ ବଡ଼ ଲୋକ ହେବା ପାଇଁ ଆଜିକାଲି ବେଆଇନ୍‌ କାରବାର ସହିତ ଲିପ୍ତ ରହୁଛନ୍ତି। ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ଭଲି ଭୁବନେଶ୍ୱର, କଟକ, ପୁରୀ, ରାଉରକେଲାରେ ଯୁବତୀମାନେ ଦେହ ବ୍ୟବସାୟ କରୁଛନ୍ତି। ପୋଲିସ ସବୁ ମାମଲାକୁ ଖୁଲାସା କରିପାରୁ ନାହିଁ। ବହୁତ କମ୍‌ ଘଟଣା ଲୋକଲୋଚନକୁ ଆସୁଛି। ରାଜ୍ୟରେ ପ୍ରତି ବର୍ଷ ସେକ୍ସ ରାକେଟ୍‌ ଘଟଣା ଦେଖିବାକୁ ମିଳୁଛି। 
ଚଳିତ ବର୍ଷ ପ୍ରଥମ ଥର ପାଇଁ ରବିବାର କଟକରୁ ସେକ୍ସ ରାକେଟ ଧରାପଡ଼ିଛି। ପୂର୍ବରୁ ମଧ୍ୟ କଟକରୁ ସେକ୍ସ ରାକେଟର ପର୍ଦ୍ଦାଫସ ହୋଇଥିଲା। କେବଳ ଭୁବନେଶ୍ୱର ଓ କଟକ ନୁହେଁ। ଅତୀତରେ କନ୍ଦେୁଝର, ସୁନ୍ଦରଗଡ଼, ରାଉରକେଲା, ନୟାଗଡ଼, ବଲାଙ୍ଗୀର, ରାୟଗଡ଼ା, ବ୍ରହ୍ମପୁର, ଅନୁଗୁଳ, ଗଜପତି, ସୁବର୍ଣ୍ଣପୁର, ସମ୍ବଲପୁର ଆଦି ପ୍ରମୁଖ ସହରରେ ଦେହ ବ୍ୟବସାୟ ଘଟଣା ସାମ୍ନାକୁ ଆସିଛି।  

ଦଲାଲଙ୍କୁ ଫାଇଦା

କିଛି ଯୁବକ ଓ ମୁଷ୍ଟିମେୟ ଲୋକ ନୀରିହ ଯୁବତୀମାନଙ୍କୁ ଫସାଇ ଓ ଯୁବକମାନଙ୍କୁ ଆକର୍ଷିତ କରି ଟଙ୍କା ରୋଜଗାର କରୁଛନ୍ତି। ସେକ୍ସ ରାକେଟ ହୋଟେଲ, ସ୍ପା, ବିଉଟିପାର୍ଲର, ଅତିଥି ଭବନ ଆଦି ସ୍ଥାନରେ ଚାଲୁଛି। ଏଥି ପାଇଁ କିଛି ନେଟଓ୍ଵାର୍କ କାମ କରିଥାଏ। ଦଲାଲ ମାନେ ସୁନ୍ଦରୀ ଯୁବତୀଙ୍କୁ ଫସାଇ ରାତି ପିଛା ହିସାବରେ ଟଙ୍କାର ଲାଳସା ଦେଖାଇ ନିଜର ଜାଲରେ ଫସାଇଥାନ୍ତି। ଏହି ପ୍ରକାରର ଲୋକେ ଧନୀ ଯୁବକ ମାନଙ୍କୁ ଆକର୍ଷଣୀୟ ଯୁବତୀଙ୍କ ସହିତ ଯୋଗାଯୋଗ କରାଇ ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି। ଯୁବତୀମାନେ ସେମାନଙ୍କର ଇଜ୍ଜତ ବିକ୍ରି କରି ଯେତିକି ଟଙ୍କା ରୋଜଗାର କରି ନଥାନ୍ତି, ଦଲାଲ ମାନେ ଏଥିରୁ ଅଧିକ ଲାଭ ପାଇଥାନ୍ତି।

ହୋଟେଲରୁ ୨ ରୂପଜୀବୀ ଉଦ୍ଧାର

ଦୀର୍ଘ ଦିନର ବ୍ୟବଧାନ ପରେ କଟକର ଏକ ହୋଟେଲରେ ପୁଣି ଦେହ ବେପାର ଧରାପଡ଼ିଛି। ମର୍କତନଗର ଥାନା ପଛ ପଟେ ଥିବା ଏକ ହୋଟେଲରେ ଦେହ ବ୍ୟବସାୟ ଚାଲିଥିଲା ବେଳେ ପୋଲିସ ଅତର୍କିତ ଭାବେ ମାଡ଼ିବସିଛି। ଘଟଣା ସମୟରେ ୨ ଯୁବକ ଓ ୨ ଜଣ ପୁରୁଷ ଅସଞ୍ଜତ ଅବସ୍ଥାରେ ଥିଲେ। ଯୁବତୀ ମାନେ କିଛି ଦିନ ହେବ ହୋଟେଲରେ ରହୁଥିବା ବେଳେ ବାହାରୁ ନୂଆ ନୂଆ ପୁରୁଷ ମାନେ ସେଠାକୁ ଆସୁଥିଲେ। ଫୋନ୍‌ ମଧ୍ୟରେ ଦର ମୁଲଚାଲ ହେଉଥିଲା। କଟକରେ ଏହା ପୂର୍ବରୁ ମଧ୍ୟ ଅନେକ ଥର ସେକ୍ସ ରାକେଟର ପର୍ଦ୍ଦାଫାସ ହୋଇଛି। ଗତବର୍ଷ ଏପ୍ରିଲ ୧ ତାରିଖରେ ମଙ୍ଗଳବାଗ ଥାନା ଅନ୍ତର୍ଗତ ରାଣୀହାଟ ଠାରେ ଏହି କାମ ଚାଲିଥିଲା ବେଳେ ପୋଲିସ ଜଣେ ଯୁବତୀ ଓ ୩ ଜଣ ଯୁବକଙ୍କୁ ଗିରଫ କରିଥିଲା।  

ରାଜଧାନୀରେ ବି ଦେହ ବେପାର

ବିଗତ ଦିନରେ ରାଜଧାନୀ ଭୁବନେଶ୍ୱରରେ ମାଳମାଳ ସେକ୍ସ ରାକେଟ୍‌ ଘଟଣା ଧରାପଡ଼ିଥିଲା। ୨୦୧୮ ମସିହାରେ ୪୦ରୁ ଊର୍ଦ୍ଧ୍ୱ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍‌ ହୋଇଥିଲା। ୫୦ରୁ ଅଧିକ ରୂପଜୀବୀଙ୍କୁ ଉଦ୍ଧାର ହୋଇଥିଲେ। ଭୁବନେଶ୍ୱରରେ ଦେହ ବ୍ୟବସାୟରେ ଲିପ୍ତ ଥିବା ମହିଳାଙ୍କ ମଧ୍ୟରୁ ଅଧିକାଂଶ ପଶ୍ଚିମବଙ୍ଗରୁ ଆସିଥାନ୍ତି। ୨୦୧୮ ମସିହାରେ ରାଜଧାନୀରେ ବିଦେଶୀ ଯୁବତୀ ଉଦ୍ଧାର ହୋଇଥିଲେ, ଯେଉଁମାନେ କି ଖାରବେଳନଗର ଥାନା ଅଧୀନ ୟୁନିଟ-୩ ହେଭେନ୍‌ ସ୍ପା’ରୁ ଉଦ୍ଧାର ହୋଇଥିଲେ। ୪ଜଣ ଥାଇଲାଣ୍ଡ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି କ୍ୟାପିଟାଲ ଥାନା ଅଧୀନ ବାପୁଜୀ ଏଚଟୁଓ ସ୍ପା’ରୁ ୫ ଥାଇଲାଣ୍ଡ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୮ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା। 

LEAVE A REPLY

Please enter your comment!
Please enter your name here