କ୍ୟାରିୟର ବର୍ବାଦ କରୁଛି ଖରାପ ୟୁଟ୍ୟୁବ୍‌ ଚ୍ୟାନେଲ

0
73

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମର ଅନ୍ୟତମ ପ୍ଲାଟଫର୍ମ ହେଉଛି ୟୁଟ୍ୟୁବ୍‌। ଗୁଗୁଲ୍‌କୁ ଅନୁସରଣ କରୁଥିବା ଲୋକଙ୍କ ପାଇଁ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ବ୍ୟବହୃତ ସର୍ଚ୍ଚ ଇଞ୍ଜିନ୍‌। ଆଜିକାଲି ଛୋଟ ପିଲା ଠାରୁୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ୟୁଟ୍ୟୁବକୁ ବ୍ୟବହାର କରୁଛନ୍ତି। ଟଙ୍କା ରୋଜଗାର କରିବାର ଅନ୍ୟତମ ଏକ ସହଜ ମାାଧ୍ୟମ ପାଲଟିଛି ୟୁଟ୍ୟୁବ୍‌। ଗ୍ରାହକଙ୍କ ପାଇଁ ମଧ୍ୟ ଏହି ମାଧ୍ୟମ ବହୁ ଉପଯୋଗୀ ହୋଇପାରିଛି। ଦୁନିଆର ପ୍ରତ୍ୟେକ ଜିନିଷ ବାବଦରେ ସହଜରେ ୟୁଟୁବ୍‌ରୁ ଜାଣି ହେଉଛି। ଗବେଷଣା ସଂସ୍ଥା ‘ପ୍ୟୁ’ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ୟୁଟ୍ୟୁବ୍‌ ବର୍ତ୍ତମାନ ଆମେରିକାର ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ। ଫେସ୍‌ବୁକ୍‌ ପରି ୟୁଟୁବ୍‌କୁ ମଧ୍ୟ ଯୁବପିିଢ଼ିମାନେ ଅନୁସରଣ କରୁଛନ୍ତି। ଆମେରିକାର ୬୯ ପ୍ରତିଶତ ଲୋକ ୟୁଟ୍ୟୁବ୍‌ ବ୍ୟବହାର କରନ୍ତି।

ୟୁଟ୍ୟୁବ୍‌ରେ ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟପେୟ ପ୍ରସ୍ତୁତି, ନିର୍ମାଣ, ରୋଜଗାର, ତାଲିମ୍‌ ଆଦି ଉପରେ ଲୋକେ ଅନେକ କଥା ଜାଣିପାରୁଛନ୍ତି। ଯେଉଁ ଭିଡିଓକୁ ଯେତେ ଅଧିକ ଲୋକ ଦେଖୁଛନ୍ତି, ଏହାର ନିର୍ମାତାକୁ ସେହି ହିସାବରେ ଟଙ୍କା ମିଳିପାରୁଛି। ତେଣୁ କିଛି ଲୋକ ଖରାପ ଭିଡିଓ ପ୍ରସ୍ତୁତ କରି ୟୁଟୁବ୍‌ରେ ତାହା ସେୟାର କରୁଛନ୍ତି। ଯୁବପିଢ଼ିଙ୍କୁ ଏହି ଖରାପ ଭିଡିଓ ଗୁଡ଼ିକ ଅଧିକ ଆକର୍ଷିତ କରୁଛନ୍ତି। ଏହା ଦ୍ୱାରା ନିର୍ମାତା ମାନେ ଢେର ଟଙ୍କା ରୋଜଗାର କରିପାରୁଛନ୍ତି। ୟୁଟୁବ୍‌ ଗାଇଡଲାଇନ୍‌ ଅନୁସାରେ ଯୌନ ସଂପର୍କିତ ଖରାପ ଭିଡିଓ ଗୁଡ଼ିକ ୧୮ ବର୍ଷରୁ କମ ବୟସର ପିଲାଙ୍କୁ ବାରଣ ରହିଛି। ତଥାପି ଏହାକୁ ମାନୁଛି କିଏ। ପିଲାମାନେ ଏହି ପ୍ରକାରର ଭିଡିଓ ଦେଖିବା ଦ୍ୱାରା ସେମାନେ ଅବାଟରେ ଯାଉଛନ୍ତି। ବାପା-ମା’ ମାନେ ପିଲାମାନଙ୍କୁ ମଧ୍ୟ ଜାଣି ପାରୁ ନାହାନ୍ତି।

ଟପିଯାଉଛି ଅଭଦ୍ରତା

ଯଦି କୌଣସି ସ୍ଥାନରେ ସେସ୍କ କାରବାର ଚାଲିଛି, ସୂଚନା ପାଇଲେ ପୋଲିସ ଅତର୍କିତ ଚଢ଼ଉ କରୁଛି। ବେଆଇନ୍‌ କାମରେ ନିୟୋଜିତ ଲୋକଙ୍କୁ ଗିରଫ କରୁଛି। କେନ୍ଦ୍ର ସରକାର ବିଗତ ଦିନରେ ବହୁ ସଂଖ୍ୟାରେ ସେକ୍ସ ସଂପର୍କିତ େଓ୍ଵବ୍‌ସାଇଟ୍‌ ଉପରେ କଟକଣା ଲାଗୁ କରିଛନ୍ତି। କିନ୍ତୁ ସରକାର ସେକ୍ସ ଉପରେ ଥିବା ୟୁଟ୍ୟୁବ୍‌ ଚ୍ୟାନେ୍‌ଲ ଉପରେ କଟକଣା ଲାଗୁ କରିପାରି ନାହାନ୍ତି କି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ଓଡ଼ିଆରେ ସେକ୍ସ ସଂପର୍କିତ ଏଭଳି ଅନେକ ଗୁଡ଼ିଏ ଚ୍ୟାନେଲ୍‌ ଦେଖିବାକୁ ମିଳୁଛି, ଯାହାକି ଆଜିର ଯୁବପିଢ଼ିଙ୍କୁ ଲକ୍ଷ୍ୟଭ୍ରଷ୍ଟ ଓ ଖରାପ ବାଟରେ ପାଦ ଥାପିବାକୁ ସଂକେତ ଦେଉଛି। ୟୁଟ୍ୟୁବ୍‌ ଆପଣ ଗୋଟିଏ ଜିନିଷ ଖୋଜିବା ସମୟରେ ଖରାପ ଭିଡିଓ ଗୁଡ଼ିକ ସାମ୍ନାକୁ ଆସିଯାଉଛି। ମୋଟାମୋଟି ଭାବେ କହିବାକୁ ଗଲେ ଆଡଲ୍ଟ ଫିଲ୍ମ ଠାରୁ ମଧ୍ୟ ଏଭଳି ପ୍ରକାରର ୟୁଟ୍ୟୁବ୍‌ ଭିଡିଓ ସୀମା ଟପିଯାଉଛି। ତେଣୁ ସରକାର ଓ ପୋଲିସ ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର।

କାର୍ଯ୍ୟାନୁଷ୍ଠାନ ଦରକାର

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିକଟରେ ୩୩ଟି ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିଦେଇଛି। ସରକାର ୨ଟି ଟ୍ଵିଟର, ୨ଟି ଇନଷ୍ଟାଗ୍ରାମ ଆକାଉଣ୍ଟ, ୨ଟି ଫେସବୁକ୍‌, ଦୁଇଟି ୱେବସାଇଟ୍‌ ଏବଂ ଗୋଟିଏ ଫେସବୁକ୍‌ ଆକାଉଣ୍ଟକୁ ବନ୍ଦ କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଯୁଗ୍ମ ସଚିବ ବିକ୍ରମ ସହାୟ କହିଛନ୍ତି, ବନ୍ଦ କରାଯାଇଥିବା ଚ୍ୟାନେଲ ଏବଂ ଆକାଉଣ୍ଟଗୁଡ଼ିକ ପାକିସ୍ତାନରୁ ହିଁ ପରିଚାଳିତ ହେଉଥିଲା ଏବଂ ସେମାନେ ଭାରତ ବିରୋଧୀ ମିଛ ସମ୍ବାଦ ପ୍ରସାର କରୁଥିଲେ। ବ୍ଲକ୍‌ ହୋଇଥିବା ଆକାଉଣ୍ଟଗୁଡ଼ିକରେ ଭାରତୀୟ ସଶସ୍ତ୍ର ବଳ, କାଶ୍ମୀର, ଭାରତର ବିଦେଶ ନୀତି ଏବଂ ପୂର୍ବତନ ସିଡିଏସ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁସଂପର୍କରେ ମିଛ ସମ୍ବାଦ ପ୍ରସାର କରାଯାଉଥିଲା। ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକର ୧.୨ କୋଟିରୁ ଅଧିକ ସବ୍‌ସ୍କ୍ରାଇବର ରହିଛନ୍ତି ଏବଂ ସେଗୁଡ଼ିକୁ ୧୩୦ କୋଟିରୁ ଅଧିକ ଦର୍ଶକ ଦେଖିଛନ୍ତି।

କ୍ୟାରିୟର ବର୍ବାଦ୍‌

ୟୁଟ୍ୟୁବ୍‌ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ପ୍ରେରଣ କରୁଥିବା ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ସରକାର ହେଉ ଅଥବା ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ସରକାରଙ୍କୁ କିନ୍ତୁ ଏବାବଦରେ ଚିନ୍ତା କରିବା ଜରୁରୀ ଅଛି। କାରଣ କିଛି ଖରାପ ଚ୍ୟାନେଲ ଯୋଗୁଁ ରାଜ୍ୟର ଲକ୍ଷ ଲକ୍ଷ ଯୁବପିଢ଼ି ଖରାପ ରାସ୍ତାରେ ପାଦ ଥାପୁଛନ୍ତି। 

Share the article

LEAVE A REPLY