ବଢୁଛି ହିଜାବ୍‌ ବିବାଦ, ଚାଲିଛି ରାଜନୈତିକ ଯୁଦ୍ଧ

0
63

ନୂଆଦିଲ୍ଲୀ: କର୍ଣ୍ଣାଟକର ଉଡ୍ଡୁପୀସ୍ଥିତ ସରକାରୀ ପିୟୁ କଲେଜରେ ଗତବର୍ଷ ଡିସେମ୍ବର ୩୧ ତାରିଖରେ ୬ ଜଣ ଛାତ୍ରୀଙ୍କୁ କ୍ଲାସରେ ବସିବାକୁ ଅନୁମତି ନ ମିଳିବାକୁ କେନ୍ଦ୍ର କରି ବିବାଦ ବଢ଼ିବାରେ ଲାଗିଛି। ସରକାରୀ କଲେଜରୁ ଆରମ୍ଭ ହୋଇଥିବା ହିଜାବ୍‌ ବିବାଦ ଥଣ୍ଡା ହେଉନାହିଁ। ଏହି ବିବାଦ ଏବେ କେବଳ କର୍ଣ୍ଣାଟକ କି ଭାରତ ଭିତରେ ସୀମତି ହୋଇ ରହିନାହିଁ। ହିଜାବ୍‌ ବିବାଦ ଏବେ ବିବାଦକୁ ନେଇ ଏବେ ବିଦେଶରେ ମଧ୍ୟ ଜୋରଦାର୍‌ ଚର୍ଚ୍ଚା ହେଉଛି। ବିଶେଷ ଭାବେ ପାକିସ୍ତନରେ ଏହି ଘଟଣାକୁ କେନ୍ଦ୍ର କରି ଅଧିକ ଚର୍ଚ୍ଚା ହେଉଛି। ଭାରତର ମଧ୍ୟ ବୁଦ୍ଧିଜୀବୀମାନେ କର୍ଣ୍ଣାଟକର ଏହି କଲେଜ ଓ ସରକାରଙ୍କୁ ସମାଲୋଚନା କରୁଛନ୍ତି।

ଶିକ୍ଷାନୁଷ୍ଠାନରେ କିଛି ଛାତ୍ରୀ ହିଜାବ୍‌ ପିନ୍ଧିବା ଓ ଅନ୍ୟ ଛାତ୍ରଛାତ୍ରୀମାନେ ଗେରୁଆର ଗାମୁଛା ଧରିବାକୁ ନେଇ ଏବେ ପୂରା ରାଜ୍ୟରେ ରାଜନୀତି ଜୋର୍‌ ଧରିଛି। କଲେଜ ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀ, ସେମାନଙ୍କର ଅଭିଭାବକ ଓ ଅଧିକାରୀମାନଙ୍କ ସହିତ ବୈଠକ କରିଥିଲେ ମଧ୍ୟ, କୌଣସି ପ୍ରତିକାର ବାହାରି ନାହିଁ। ଯେଉଁଛାତ୍ର ମାନେ ବିନା ହିଜାବ୍‌ ପିନ୍ଧି କ୍ଲାସ କରିପାରୁ ନାହାନ୍ତି, ସେମାନେ ଅନ୍‌ଲାଇନ୍‌ ମାଧ୍ୟମରେ ପାଠ ପଢ଼ିପାରିବେ ବୋଲି ସ୍ଥାନୀୟ ବିଧାୟକ ରଘୁପତି ଭଟ କହିଥିଲେ। କିନ୍ତୁ ଛାତ୍ରୀମାନେ ଏହାକୁ ମନା କରିଦେଇଛନ୍ତି। କଲେଜରେ ହିଜାବ୍‌ ପିନ୍ଧି କ୍ଲାସ କରିବାକୁ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ସମର୍ଥନ କରିଛନ୍ତି। ରାଜ୍ୟରେ ହିଜାବ୍‌ ବିବାଦ ନୂଆ ନୁହେଁ। ପୂର୍ବରୁ ମଧ୍ୟ ୨୦୦୯, ୨୦୧୬ ଓ ୨୦୧୮ରେ ଏହି ବିବାଦ ଦେଖାଯାଇଥିଲା। ବିବାଦ ବଢ଼ିବାରୁ ରାଜ୍ୟ ସରକାର ଏବେ ଡ୍ରେସ୍‌ କୋଡ ଲାଗୁ କରିଦେଇଛନ୍ତି।

ତେଜୁଛି ରାଜନୀତି

ହିଜାବ୍‌ ବିବାଦକୁ କେନ୍ଦ୍ରକରି ମଙ୍ଗଳବାର ହିଂସା ଦେଖାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍କୁଲ-କଲେଜ ତିନିଦିନ ପାଇଁ ବନ୍ଦ କରିଦିଆଗଲା। ରାଜ୍ୟ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର ଓ ରାଜସ୍ୱ ମନ୍ତ୍ରୀ ଆର. ଅଶୋକା କଂଗ୍ରେସ ଉପରେ ହିଜାବ୍‌ ମାମଲାରେ କଂଗ୍ରେସ ନେତା ନିଆଁରେ ଘିଅ ଢାଳିବା ଭଳି କାମ କରୁଛନ୍ତି। ଯଦି ସେମାନେ ଲଗାତା ଏଭଳି କାମ କରିବେ, ତା’ହେଲେ କର୍ଣ୍ଣାଟକର ଲୋକେ ସେମାନଙ୍କୁ ଉଠାଇ ଆରବସାଗରରେ ଫିଙ୍ଗିଦେବେ। ସେ ତ୍ରିରଙ୍ଗା ହଟାଇ ଗେରୁଆ ପତାକା ଉଡାଇବା ନେଇ କର୍ଣ୍ଣାଟକ ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ହିଜାବ୍‌ ତଥା ଗେରୁଆ ଗାମୁଛା ପିନ୍ଧି କ୍ଲାସରେ ଆସିବାକୁ ଅନୁମତି ମିଳିବ ନାହିଁ।

ହାଇକୋର୍ଟରେ ମାମଲା

ହିଜାବ ବିବାଦ ବଢ଼ିବାରୁ କର୍ଣ୍ଣାଟକ ସରକାର ୩ ଦିନ ପାଇଁ ସ୍କୁଲ-କଲେଜ ବନ୍ଦ କରିଦେଇଛନ୍ତି। ମାମଲା ହାଇକୋର୍ଟରେ ପହଞ୍ଚିଛି  ଏବଂ ଏହାର ଶୁଣାଣୀ ଜାରି ରହିଛି। ହାଇକୋର୍ଟ ଶୁଣାଣୀ ସମୟରେ ମଙ୍ଗଳବାର ଲୋକଙ୍କୁ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଅପିଲ କରିଥିଲେ। ହାଇକୋର୍ଟ ହିଜାବ ପିନ୍ଧୁଥିବା ଛାତ୍ରମାନଙ୍କ ଅଧିକାରୀ ପାଇଁ ହୋଇଥିବା ଆବେଦନ ଉପରେ ବିଚାର କରୁଛନ୍ତି ବୋଲି କହିଥିଲେ।  ଛାତ୍ରୀଙ୍କୁ କଲେଜ କ୍ଲାସ ରୁମରେ ବସିବାକୁ ସୁଯୋଗ ଦିଆ ନଯିବାରୁ ସେମାନେ ହାଇକୋର୍ଟରେ ନ୍ୟାୟ ପାଇଁ ଆବେଦନ କରିଥିଲେ । କଲେଜ ଛାତ୍ରୀମାନେ କହିଥିଲେ ଯେ, ହିଜାବ ପିନ୍ଧିବାକୁ ସୁଯୋଗ ଦିଆ ନଯିବା ଦ୍ୱାରା ସମ୍ବିଧାନର ଧାରା ୧୪ ଓ ୨୫ରେ ଉଲ୍ଲେଖ ଥିବା ମୌଳିକ ଅଧିକାରକୁ ଉଲ୍ଲଂଘନ କରାଯାଉଛି।

ସୋସିଆଲ ମିଡିଆରେ ଭାଇରାଲ

କର୍ଣ୍ଣାଟକର ଶିକ୍ଷାନୁଷ୍ଠାନରୁ ଆରମ୍ଭ ହୋଇଥିବା ବିବାଦ ବିଶ୍ୱର ଚାରିଆଡ଼େ ପ୍ରଚାର ହୋଇସାରିଛି। ସୋସିଆଲ ମିଡିଆରେ ଏହାର ପ୍ରଚାର ହେଉଥିବାରୁ କର୍ଣ୍ଣଟକର ଘଟଣା ସମଗ୍ର ବିଶ୍ୱବାସୀ ସହଜରେ ଜାଣିପାରୁଛନ୍ତି। ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଖୁବ ଜୋରରେ ଭାଇରାଲ ହେଉଛି, ଯେଉଁଥିରେ ହିଜାବ ପିନ୍ଧିଥିବା ଜଣେ ଯୁବତୀଙ୍କୁ କିଛି ଯୁବକ ଘେରିଯାଇ ତାଙ୍କ ସାମ୍ନାରେ ଜୟ ଶ୍ରୀରାମ ନାରା ଦେଉଛନ୍ତି। ସେହିପରି ନୋବେଲ ପୁରସ୍କାର ବିଜୟିନୀ ତଥା ମାନବାଧିକାର କାର୍ଯ୍ୟକର୍ତ୍ତା ମଲାଲା ୟୁସୁଫ ମଧ୍ୟ ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତିି।

ପାକିସ୍ତାନର ଟାର୍ଗେଟ

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମୁଦ୍‌ କ୍ୟୁରେସୀ ଟୁଇଟ୍‌ କରି ଲେଖିଛନ୍ତି, ମୁସଲିମ୍‌ ଝିଅମାନଙ୍କୁ ଶିକ୍ଷାରୁ ବଞ୍ଚିତ କରିବା ତାଙ୍କ ମୌଳିକ ମାନବାଧିକାରର ଉଲ୍ଲଙ୍ଘନ ଅଟେ। କାହାକୁ ବି ଏହି ମୌଳିକ ଅଧିକାରରୁ ବଞ୍ଚିତ କରାଯିବା ଓ ହିଜାବ ପିନ୍ଧିବାରୁ ଆତଙ୍କିତ କରିବା ଦମନକାରୀ ନୀତି ଅଟେ। ସାରା ଦୁନିଆ ଏହା ଜାଣିବା ଉଚିତ ବୋଲି ସେ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଚୌଧୁରୀ ଫବାଦ ହୁସେନ୍‌ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତ। ସେ ଟୁଇଟ୍‌ କରି ସେ ଲେଖିଛନ୍ତି, ମୋଦୀଙ୍କ ଭାରତରେ ଯାହା ହେଉଛି, ତାହା ଡରାଇଲା ଭଳି। ଭାରତ ଏବେ ଏକ ଅସ୍ଥିର ନେତୃତ୍ୱରେ ତଳକୁ ଖସୁଛି। ଅଲଗା କପଡା ପିନ୍ଧିବାକୁ ଲୋକଙ୍କୁ ଯେଭଳି ସ୍ୱାଧୀନତା ମିଳୁଛି, ହିଜାବ ପିନ୍ଧିବା ମଧ୍ୟ ସେହିଭଳି ବ୍ୟକ୍ତିଗତ ବୋଲି ସେ କହିଛନ୍ତି। 

Share the article

LEAVE A REPLY