ଧରାପଡ଼ିଲା ପୋଲିସ-ଡାକ୍ତରଙ୍କ କାରନାମା

0
206

ଭୁବନେଶ୍ୱର: ରାଜ୍ୟରେ ଆଇନ୍‌କାନୁନ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ସ୍ତରରେ ପହଞ୍ଚି ସାରିଛି। ଏକ ନିଦ୍ଦିଷ୍ଟ ରାଜନୈତିକ ଦଳ ଦୀର୍ଘ ଦିନରୁ କ୍ଷମତାରେ ରହିବା କାରଣରୁ ସରକାରୀ କର୍ମଚାରୀମାନେ ଲାଞ୍ଚୁଆ ହୋଇପଡ଼ିଛନ୍ତି। ମୋଟା ଅଙ୍କର ଦରମା ପାଉଥିଲେ ମଧ୍ୟ ଗରିବ, ନୀରିହ ଲୋକଙ୍କ ଠାରୁ ଲାଞ୍ଚ ନେବା ପ୍ରକୃତି ଛାଡୁ ନାହାନ୍ତି। ବିଳାସମୟ ଭବନରେ ରହୁଥିବା ସରକାରୀ କର୍ମଚାରୀମାନେ ଗରିବ ଲୋକଙ୍କର କଥା ଚିନ୍ତା କରୁନାହାନ୍ତି। ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ଭୁଲି ଯାଇ ଟଙ୍କା ସଂଗ୍ରହ ନିଶାରେ ପଡ଼ିଯାଉଛନ୍ତି। ଦୁର୍ନୀତି ନିବାରଣର ପଞ୍ଝାର ପଡୁଥିବା କର୍ମଚାରୀମାନଙ୍କୁ ଅନ୍ୟମାନେ ଦେଖୁନାହାନ୍ତି।

ନିକଟରେ ରାଜ୍ୟର ୨ ବଡ଼ ମାଛ ଧରାପଡ଼ିଛନ୍ତି। ସେମାନେ ହେଲେ କଟକ ଜିଲ୍ଲା ତୁଳସୀପୁର ସିଗ୍ନାଲର ଅତିରିକ୍ତ ଏସପି ତ୍ରିନାଥ ମିଶ୍ର  ଓ ଅନ୍ୟ ଜଣେ ହେଲେ ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ କୁମାର ଜେନା। ଉଭୟଙ୍କ ସମ୍ପତ୍ତି କୋଟି କୋଟି ଟଙ୍କା। ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ୨ କର୍ମଚାରୀ ଲାଞ୍ଚ ନେବାରେ ଓସ୍ତାଦ। ବିଳାସମୟ ଘରରେ ରହି ନିଜର କିଛି ଅସୁବିଧା ନଥିଲେ ମଧ୍ୟ ରାଶି ଜୁଟାଇବାରେ ଏମାନେ ବ୍ୟସ୍ତ। କେଭଳି ଏହି ୨ ଜଣ ନୁହେଁ। ବରଂ ରାଜ୍ୟରେ ଆହୁରି ବଡ଼  ବଡ଼ ମାଛ ଅଛନ୍ତି, ଯେଉଁମାନେ ଚତୁରତାର ସହିତ ଖେଳ ଖେଳୁଛନ୍ତି। ଭିଜିଲାନ୍ସ ବିଭାଗକୁ ଆହୁରି ସତର୍କତାର ସହିତ କାମ କରିବାର ଅଛି। ଅନ୍ୟପଟରେ କେବଳ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରିଦେଲେ ଅନ୍ୟମାନେ ସଚ୍ଚୋର୍ଟ ହେବେନି ବରଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର।

ଚୋର ମୁହଁ ଟାଣ!

ତୁଳସୀପୁର ସିଗ୍ନାଲର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ସଂପତ୍ତି ନିଜ ଆୟଠାରୁ ୪୮୯ ପ୍ରତିଶତ ଅଧିକ। ଭିଜିଲାନ୍ସ ବିଭାଗ ଶ୍ରୀ ମିଶ୍ରଙ୍କୁ ଦୀର୍ଘ ୨୨ ଘଣ୍ଟା ଧରି ଜେରା କରିବା ପରେ ଏହା ଜଣାଯାଇଛି। କାରଣ ସେ ନିଜ ଆୟକୁ ନେଇ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏଏସ୍‌ପିି ଶ୍ରୀ ମିଶ୍ରଙ୍କ ପତ୍ନୀ ଦୀପ୍ତିମୟୀ ଚେଧୁରୀଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି। ଶ୍ରୀ ମିଶ୍ରଙ୍କୁ ଜେରା କରାଯିବା ପରେ ଜଣାପଡ଼ିଥିଲା ଯେ, ତାଙ୍କର ସମସ୍ତ ସମ୍ପତ୍ତିର ମୂଲ୍ୟ ୯କୋଟି ଟଙ୍କା। ଦୁର୍ନୀତି ନିରୋଧ ଆଇନ-୨୦୧୮ (ପିଏସ୍‌ କେସ୍‌- ନଂ ୧୩)ରେ ମାମଲା ରୁଜୁହୋଇଛି। କିନ୍ତୁ ଶ୍ରୀ ମିଶ୍ରଙ୍କ ପତ୍ନୀ ମଧ୍ୟ ଭିଜିଲାନ୍ସକୁ ଚ୍ୟାଲେଞ୍ଜ୍‌ କରିଛନ୍ତି। ସେ କହିଛନ୍ତି ଭିଜିଲାନ୍ସ ଦ୍ୱାରା ଜବତ କରାଯାଇଥିବା ସମ୍ପତ୍ତି ତାଙ୍କର ପୈତୃକ ସମ୍ପତ୍ତି, ତାଙ୍କ ବାପଘର ଓ ଶ୍ୱଶୁର ଘର ଲୋକ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ। ଶ୍ରୀ ମିଶ୍ରଙ୍କ ଜାମିନ ଆବେଦନ ଉପରେ ଆସନ୍ତା ୨୧ ତାରିଖ ଦିନ ଶୁଣାଣି ହେବ।

ଭିଜିଲାନ୍ସ କର୍ମଚାରୀ ତାଜୁବ୍‌

ଭିଜିଲାନ୍ସ ଟିମ୍‌ ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ କୁମାର ଜେନାଙ୍କ ଭୁବନେଶ୍ୱରସ୍ଥିତ ଘରୁ ନଗଦ କୋଟିଏ ୧୨ ଲକ୍ଷ ଟଙ୍କା ଜବତ କରିଛି। କାରର ଓଡ଼ିଶା ଭିଜିଲାନ୍‌ସ ଏତେ ପରିମାଣରେ ଏକକାଳୀନ ଏତେ ଟଙ୍କା କେବେ ଦେଖି ନଥିଲା। ଟଙ୍କା ଗଣି ଗଣି ହାଲିଆ ହୋଇଯାଇଥିଲେ। ଦୁଇଟି ଟଙ୍କା ଗଣା ମେସିନରେ ଏ ସବୁର ପରିମାଣ ଆକଳନ କରାଯାଇଥିଲା। ଡାକ୍ତର ଜେନାଙ୍କୁ ଗିରଫ କରି ତଦନ୍ତକାରୀ ଟିମ୍‌ ପଚରାଉଚରା ଜାରି ରଖିଛି। କୋଣାର୍କ ଅଞ୍ଚଳର ଜଣେ ପ୍ରସୂତିଙ୍କ ଅସ୍ତ୍ରୋପଚାର କରିବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଡାକ୍ତର ଜେନାଙ୍କ କଳାକାରନାମା ପଦାରେ ପଡ଼ିଥିଲା। 

LEAVE A REPLY

Please enter your comment!
Please enter your name here