ସତର୍କତାର ସହ ରଂଗ ଖେଳିଲେ ସରସ ହେବ ଜୀବନ

0
111

ଭୁବନେଶ୍ୱର: ସଂସାରରେ ପ୍ରତ୍ୟେକ ଜୀବଜନ୍ତୁଙ୍କୁ ଖୁସି ଦରକାର ହୋଇଥାଏ। ମନୁଷ୍ୟଙ୍କ କ୍ଷେତ୍ରରେ କିନ୍ତୁ ଏହା ସ୍ୱତନ୍ତ୍ର। ମନୁଷ୍ୟ ସୁଖରେ ଖୁସି ପାଳନ କରିଥାଏ। ପର୍ବପର୍ବାଣୀ ଖୁସିକୁ ଉତ୍ସବରେ ପରିଣତ କରାଇଥାଏ। ହୋଲି ହେଉଛି ଏଭଳି ଉତ୍ସବ, ଯାହାକି ଉତ୍ସାହକୁ ଦୁଇଗୁଣ କରିଦେଇଥାଏ। ଦେଶବ୍ୟାପୀ ହୋଲି ପାଇଁ ଉତ୍ସାହ ଦେଖାଯାଇଛି। କରୋନା କଟକଣା ଯୋଗୁଁ ବିଗତ ୨ ବର୍ଷ ହେବ ହୋଲି ଖେଳ ହୋଇପାରି ନଥିଲା। ଏଥର କିନ୍ତୁ ଭାରତରେ କରୋନା ନିମ୍ନଗାମୀ ହୋଇଥିବାରୁ ହୋଲି ଉପରେ ସାମାନ୍ୟ କଟକଣା ହଟିଛି। ସମଗ୍ର ଉତ୍ତର ଭାରତରେ ମାର୍ଚ୍ଚ ୧୮ ତାରିଖରେ ହୋଲି ଉତ୍ସବ ପାଳନ ହୋଇଥିଲା ବେଳେ ଓଡ଼ିଶାରେ ଶନିବାର ହୋଲି ଖେଳାଯିବ। କିନ୍ତୁ ଏହା ପୂର୍ବରୁ ଫାଲଗୁନ ପୂର୍ଣ୍ଣିମା ଅବସରରେ ରଂଗ ଖେଳ ଆରମ୍ଭ ହୋଇଯାଇଛି।

ରଂଗର ପର୍ବ ‘ହୋଲି’ ଆସିଛି। ପ୍ରେମ ଓ ସ୍ନେହର ଏହି ପର୍ବ ହିନ୍ଦୁ ଧର୍ମରେ ବହୁତ ଲୋକପ୍ରିୟ। ଏହି ଦିନରେ ଜଣେ ଅନ୍ୟକୁ ରଂଗ ଲଗାଇଥାନ୍ତି। ସମସ୍ତେ ମିଶି ମିଠା ଖାଆନ୍ତି। କିନ୍ତୁ ଆଜିକାଲି ରଂଗରେ ରାସାୟନିକ ପଦାର୍ଥ ମିଶୁଥିବାରୁ ମୁହଁ ଓ ଚର୍ମକୁ କ୍ଷତି ପହଞ୍ଚାଇବାର ଆଶଙ୍କା ରହୁଛି। ରସାୟନିକ ପଦାର୍ଥ ଯୋଗୁଁ ଆମର କେଶ କ୍ଷତି ହୋଇପାରେ। କିନ୍ତୁ ମନେରଖିବାକୁ ହେବ ଯେ, ଯଦି ଆମକୁ ହୋଲି ଖେଳିବାକୁ ଅଛି, ତା’ହେଲେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏହା ଦ୍ୱାରା ରସାୟନିକ ପଦାର୍ଥରୁ ବର୍ତ୍ତି ହୋଇଯିବ।

ହୋଲି ଖେଳିବା ପୂର୍ବରୁ ସତର୍କତା

ପୂରା କପଡ଼ା ପିନ୍ଧନ୍ତୁ: ସର୍ବପ୍ରଥମେ ଆପଣ ଆଲମାରି ଖୋଲନ୍ତୁ। ଏଭଳି ପୁରୁଣା କପଡ଼ା ବାହାର କରନ୍ତୁ, ଯେଉଁଥିରେ ଆପଣଙ୍କ ଶରୀର ସଂପୂର୍ଣ୍ଣ ଭାବେ ଢାଙ୍କି ହୋଇଯିବ। ଦେହରେ ଯେତିକି କମ୍‌ ରଂଗ ଲାଗିବ, ଛଡ଼ାଇବା ପାଇଁ ସେତିତି ସହଜ ହେବ।
-କୋଲ୍ଡ କ୍ରିମ୍‌ ଅଥବା ତେଲ ଲଗାନ୍ତୁ: ଶରୀରର ଯେଉଁ ଅଂଶ କପଡ଼ା ଢାଙ୍କି ହେବ ନାହିଁ, ସେଠାରେ କୋଲ୍ଡ କ୍ରିମ୍‌ ଅଥବା ତେଲ ଲଗାନ୍ତୁ। ତୈଳ ଚର୍ମ ଉପରେ ରଂଗ ଭିଜିପାରିବ ନାହିଁ। ପରେ ଗାଧୋଇବା ସମୟରେ ସହଜରେ ସଫା ହୋଇପାରିବ।
-ଓ୍ଵାଟରଫ୍ରୁଫ ସନସ୍କି୍ରନ୍‌: ଯଦି ହୋଲି ଦିନ ଆପଣ ଖରାରେ ବାହାରୁଛନ୍ତି, ତା’ହେଲେ ଓ୍ଵାଟରପ୍ରୁଫ୍‌ ସନସ୍କ୍ରିମ ଲଗାଇପାରିବେ। ସନସ୍କ୍ରିମ ଦ୍ୱାରା ତ୍ୱଚାକୁ କୌଣସି କ୍ଷତି ପହଞ୍ଚାଇ ପାରିବ ନାହିଁ।
-ଅଧିକ ପାଣି ପିଅନ୍ତୁ: ହୋଲି ଖେଳିବା ସମୟରେ ପାଣି ପିଇବା ଆବଶ୍ୟକ। ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା ତ୍ୱଚାରେ ନରମ ହୋଇଥାଏ। ଚର୍ମ ସୁଖିଲା ମଧ୍ୟ ରହିବ। ସୁଖିଲ ଚର୍ମରେ ରଂଗର ଖରାପ ପ୍ରଭାବ ପଡ଼ିପାରେ। ଏଥି ପାଇଁ ପାଣି ପିଇବା ଦରକାର।
-ଡ୍ରାଏ ଲିପ୍ସ: ହୋଲି ଖେଳିବା ସମୟରେ ଶରୀରର ଧ୍ୟାନ ରଖିବେ ନିଶ୍ଚିତ। କିନ୍ତୁ ଓଠ ଓ କାନର ଯତ୍ନ ମଧ୍ୟ ନିଅନ୍ତୁ। ଓଠ ଓ କାନରେ ଲିପ ବାମ୍‌ ଅଥବା ଭ୍ୟାସଲିନ ଲଗାନ୍ତୁ। ଏହା ଦ୍ୱାରା ସୁରକ୍ଷିତ ରହିବେ। କୌଣସି କ୍ଷତି ହେବ ନାହିଁ।
-କୁଣ୍ଡେଇ ହେଲେ ଥଣ୍ଡା ପାଣି : ଯଦି ହୋଲି ଖେଳିବା ସମୟରେ କୌଣସି ସ୍ଥାନ ଜଳୁଛି, ତାହେଲେ ତୁରନ୍ତ ସେହି ସ୍ଥାନରେ ଥଣ୍ଡା ପାଣି ଢାଳନ୍ତୁ। ବନ୍ଦ ନ ହେଲେ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।
-କେଶକୁ କ୍ଷତି: ବହୁତ ଲୋକ ମୁହଁ ସହିତ କେଶରେ ରଂଗ ଓ ଗୁଲାଲ ଭରି ଦେଇଥାନ୍ତି। ହୋଲି ଖେଳିବା ପୂର୍ବରୁ କେଶରେ ଭଲଭାବରେ ତେଲ ଲଗାନ୍ତୁ। ଏହା ଦ୍ୱାରା କେଶ ସୁରକ୍ଷିତ ରହିବ।
-ଆଖି ପ୍ରତି ସତର୍କ ରହିବା: ଚଷମା ଓ ଗ୍ଲେୟର୍ସ ଲଗାଇ ହୋଲି ଖେଳିବା ଏକ ଭଲ ଅଭ୍ୟାସ। ଅନେକ ସମୟରେ ଅନେକ ଥର ରଂଗ ଆଖି ଭିତର ପର୍ଯ୍ୟନ୍ତ ଚାଲିଯାଇଥାଏ। ଏହି ରସାୟନିକ ପଦାର୍ଥ ଆଖି ପାଇଁ ବିପଦ ପହଞ୍ଚାଇଥାଏ। ତେଣୁ ତୁରନ୍ତ ଆଖିକୁ ପାଣିରେ ଧୂଅନ୍ତୁ।
-ଅର୍ଗାନିକ କଲର: ହୋଲିରେ ଯଥା ସମ୍ଭବ ଅର୍ଗାନିକ କଲର୍ସ ବ୍ୟବହାର କରନ୍ତୁ। ଏହିଭଳି ରଂଗ ଆପଣଙ୍କ ସ୍କିନ, ଆଖି ଓ କେଶକୁ ରସାୟନିକ ରଂଗ ଭଳି କ୍ଷତି ପହଞ୍ଚାଇବା ନାହିଁ। ଗୋଲାପି, ହଳଦିଆ ଓ ହାଲୁକା ନାଲି ରଂଗ ପ୍ରୟୋଗ କରନ୍ତୁ। ବାଇଗଣୀ, କଳା ଅଥବା ଗ୍ରେ ଭଳି ରଂଗ ସହଜରେ ସଫା ହୋଇ ନଥାଏ।
-ହାତ ଧୋଇ ଖାଆନ୍ତୁ: ହୋଲିରେ ଲୋକେ ରଂଗୀନ ହାତରେ ମଧ୍ୟ ଦରକାର ପଡ଼ିଲେ ଖାଦ୍ୟ ଖାଇଥାନ୍ତି। ଏହା କରିବା ଠିକ୍‌ ନୁହେଁ। କାରଣ ରଂଗୀନ ହାତରେ ଖାଦ୍ୟ ଖାଇବା ଦ୍ୱାରା ପେଟ ଭିତରକୁ ରସାୟନିକ ପଦାର୍ଥ ଚାଲିଯିବାର ଆଶଙ୍କା ରହୁଛି। ତେଣୁ ହାତ ଧୋଇ ଖାଇଲେ ଭଲ।

Share the article

LEAVE A REPLY