କ୍ରିକେଟ୍‌ ଷ୍ଟାଡିୟମରେ ଯୋଗୀଙ୍କ ଶପଥ ଉତ୍ସବ, ମନ୍ଦିରରେ ଭଜନ କୀର୍ତ୍ତନ

0
70

ଭୁବନେଶ୍ୱର: ଉତ୍ତର ପ୍ରଦେଶରେ କ୍ରମାଗତ ୨ୟ ଥର ପାଇଁ ଯୋଗୀ ଆଦିତ୍ୟନାଥଙ୍କ ସରକାର ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ୨୦୨୨ ମାର୍ଚ୍ଚ ୨୫ ତାରିଖରେ ରାଜଧାନୀ ଲକ୍ଷ୍ନୌସ୍ଥିତ ଇକାନା ଷ୍ଟାଡିୟମ୍‌ରେ ନିଜର ୫୨ ଜଣ ମନ୍ତ୍ରୀଙ୍କ ସହିତ ଶପଥ ନେଇଛନ୍ତି। ରାଜ୍ୟପାଳ ଆନନ୍ଦୀ ବେନ୍‌ ଯୋଗୀଙ୍କ ମନ୍ତ୍ରିମଣ୍ଡଳକୁ ଶପଥ ପାଠ କରାଇଛନ୍ତି। ଯୋଗୀଙ୍କ ୨.୦ କ୍ୟାବିନେଟ୍‌ରେ କିଛି ପୁରୁଣା ମନ୍ତ୍ରୀଙ୍କୁ ଦ୍ୱିତୀୟ ଥର ସୁଯୋଗ ମିଳିଛି। ନୂଆ ନେତାଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିଛି। ସଂଖ୍ୟାଲଘୁ ସଂପ୍ରଦାୟକୁ ମଧ୍ୟ ଅବହେଳା କରାଯାଇ ନାହିଁ। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ, ଶିଳ୍ପପତି ଓ ବଲିଉଡ କଳାକାର ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ଯୋଗୀ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦବି ଲାଗି ଶପଥ ଗ୍ରହଣ କରିଛନ୍ତି। ଅଟଳ ବିହାରୀ ବାଜପେୟୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଆୟୋଜିତ ସମାରୋହରେ ୫୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ଓ ପ୍ରଶଂସକଙ୍କ ଉପସ୍ଥିତିରେ ଯୋଗୀ ଶପଥ ଗ୍ରହଣ କରିଥିଲେ। ଏହି ସମାରୋହକୁ ଐତିହାସିକ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସହିତ ଗୋରଖପୁରରେ ବାଣ-ଫୋଟକା ଫୁଟିଛି। ଗୋରଖନାଥ ମନ୍ଦିର ବାହାରେ ଡିଜେ ଲଗାଇ ନୃତ୍ୟ କରିଛନ୍ତି। ଗୋରଖପୁରର ସହରର ସଂରକ୍ଷକ କୁହାଯାଉଥିବା ଯୋଗୀଙ୍କୁ ନେଇ ସହରବାସୀ ଅତ୍ୟନ୍ତ ଖୁସି ଦେଖାଯାଇଛନ୍ତି। ଗୋରଖନାଥ ମନ୍ଦିରରେ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥକ ଓ ବିଜେପିର କର୍ମକର୍ତ୍ତା ବୁଲଡୋଜର ନେଇ ପହଞ୍ଚିଥିଲେ। ଗୋରଖନାଥ ମନ୍ଦିରରେ ଭଜନ-କୀର୍ତ୍ତନର ଆୟୋଜନ ହୋଇଥିଲା। ଲୋକେ ମିଠା ବାଣ୍ଟିଥିଲେ। ହଜାର ହଜାର ଲୋକ ଉତ୍ସବ ପାଳନ କରିଥିଲେ।

ବଢ଼ିଛି ଯୋଗୀଙ୍କ ଲୋକପ୍ରିୟତା

ସୂଚନାଯୋଗ୍ୟ, ଯୋଗୀ ଆଦିତ୍ୟନାଥ ୨୦୧୭ ମସିହା ମାର୍ଚ୍ଚ ୧୯ ତାରିଖରେ ଉତ୍ତରପ୍ରଦେଶର ୨୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପ୍ରଥମ ଥର ମୁଖ୍ୟମନ୍ତ୍ରୀ କାର୍ଯ୍ୟ ସୂଚାରୁ ରୂପେ ସଂପାଦନ କରିଥିବା ବେଳେ ୨ୟ ଇନିଂସ ଆରମ୍ଭ କରିଛନ୍ତି। ଯୋଗୀ ୨୬ ବର୍ଷ ବୟସରେ ଦ୍ୱାଦଶ ଲୋକସଭାକୁ ନିର୍ବାଚିତ ହେବା ପରଠାରୁ ଦୀର୍ଘ ୧୯ ବର୍ଷ (୧୯୯୮-୨୦୧୭) କାଳ ଗୋରଖପୁରରୁ ସାଂସଦ ରହି ଏଠାକାର ଲୋକଙ୍କ ସେବା କରିଆସିଛନ୍ତି। ଏଥର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ପୂର୍ବରୁ ଯୋଗୀଙ୍କୁ ସନ୍ୟାସୀ କୁହାଯାଉଥିବା ବେଳେ ଏବେ ଅନେକ ତାଙ୍କୁ ମହାରାଜ ମନେ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଳି ଯୋଗୀ ଆଦିତ୍ୟନାଥଙ୍କର ମଧ୍ୟ ରାଷ୍ଟ୍ରୀୟ ସ୍ତରରେ ଲୋକପ୍ରିୟତା ବିଢ଼ିବାରେ ଲାଗିଛି।

ଉତ୍ତର ପ୍ରଦେଶରେ କମିଛି ହିଂସା

ଅନେକ କ୍ଷେତ୍ରରେ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ଯୋଗୀଙ୍କ ସ୍ଥାନ ସ୍ୱତନ୍ତ୍ର। ତାହା ତ୍ରିପୁରା ନିର୍ବାଚନ ହେଉ କି ଦକ୍ଷିଣ ଭାରତର କେରଳ ହେଉ, ତାଙ୍କୁ ବିଜେପି ତରଫରୁ ଷ୍ଟାର ପ୍ରଚାରକ ଭାବେ ସମସ୍ତ ରାଜ୍ୟକୁ ପଠାଯାଇଥାଏ। ମୋଦୀଙ୍କ ଭଳି ସେ ଭି ଜଣେ ସଂପୂର୍ଣ୍ଣ ନିଃସ୍ୱାର୍ଥପର ରାଜନୀତିଜ୍ଞ ବ୍ୟକ୍ତ। ଉଭୟ ମୋଦୀ ଓ ଯୋଗୀଙ୍କ ରାଜନୀତି ଦେଶର ବିକାଶ ପାଇଁ ସମର୍ପିତ। ଯେପରିକି ମୋଦୀଙ୍କ ପାଇଁ ତାଙ୍କର ପରିବାର, ପୁଂଜି ଓ ଜୀବନ କେବଳ ଦେଶ ପାଇଁ, ଠିକ ସେହିଭଳି ଯୋଗୀଙ୍କୁ ମଧ୍ୟ ଅନୁରୂପ ଭାବେ ଦେଖାଯାଇପାରିବ। ଯୋଗୀ ଆଦିତ୍ୟନାଥଙ୍କ ବୟସ ୪୯ ବର୍ଷ। ଯୋଗୀଙ୍କ ଅଭିଜ୍ଞତା ଓ ନେତୃତ୍ୱକୁ ଆଜି କେବଳ ଉତ୍ତର ପ୍ରଦେଶରେ ନୁହେଁ, ବରଂ ସମଗ୍ର ଭାରତ ବର୍ଷରେ ସମ୍ମାନ ମିଳୁଛି। ବିଗତ ୫ ବର୍ଷର ଶାସନ କାଳରେ ଯୋଗୀ ଉତ୍ତର ପ୍ରଦେଶରେ ଆଇନ୍‌ କାନୁନକୁ ମଜବୁତ କରିପାରିଛନ୍ତି। ଲୋକେ ନିର୍ଭୟରେ ଯିବା ଆସିବା କରୁଛନ୍ତି। ଅପରାଧ ହ୍ରାସ ପାଇଛି। ମହିଳାଙ୍କୁ ସୁରକ୍ଷା ମିଳିପାରୁଛି। 

Share the article

LEAVE A REPLY