କୋଇଲା ଅଭାବରେ ପାଓ୍ଵାର ସଂକଟ!

0
158
Spread the love

ଭୁବନେଶ୍ୱର: ଓଡ଼ିଶା ସମେତ ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବିଦ୍ୟୁତ୍‌ କାଟ ଯୋଗୁ ଲୋକେ ହନ୍ତସନ୍ତ ହୋଇଯାଉଛନ୍ତି।  ବିଦ୍ୟୁତ୍‌ କାଟ ସମସ୍ୟା କେବଳ ଓଡ଼ିଶାରେ ନୁହେଁ। ବରଂ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସମେତ ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଂଜାବ, ହରିୟାଣା, ଉତ୍ତରାଖଣ୍ଡ, ବିହାର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଏବେ ବିଦ୍ୟୁତ୍‌ ସଂକଟ ଦେଖାଯାଇଛି। ଦେଶରେ ତାପମାତ୍ରା ୪୭ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ବିଦ୍ୟୁତ୍‌ କାଟ୍‌ ଯୋଗୁଁ ଲୋକଙ୍କର ଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି। ଦେଶରେ ବୃହତ୍ତ ଜଳବିଦ୍ୟୁତ୍‌, ତାପଜ ବିଦ୍ୟୁତ୍‌ ଓ ସୌରଶକ୍ତି ପ୍ରକଳ୍ପ ଥିଲେ ବି ବିଦ୍ୟୁତ୍‌ କାଟ ହେବା ଦୁଃଖର ବିଷୟ। ବିଦ୍ୟୁତ୍‌ ଉତ୍ପାଦନରେ ସମସ୍ୟା ଯୋଗୁଁ କେନ୍ଦ୍ର ସରକାର ୬୫୭ ପାସେଞ୍ଜର ଟ୍ରେନ୍‌କୁ ବାତିଲ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ।

ଭାରତରେ ପ୍ରବଳ ମାତ୍ରାରେ କୋଇଲା ରହିଛି। କିନ୍ତୁ ଏହା ଖଣିରୁ ପାଓ୍ଵାର ପ୍ଲାଣ୍ଟ ପର୍ଯ୍ୟନ୍ତ ପହଞ୍ଚି ପାରୁ ନଥିବାରୁ ବିଦ୍ୟୁତ୍‌ ଉତ୍ପାଦନରେ ପ୍ରଭାବିତ ହେଉଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଶେଷଜ୍ଞମାନେ ଚର୍ଚ୍ଚା କରୁଛନ୍ତି ଯେ, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ କାରଣରୁ କୋଇଆ ଆମଦାନୀରେ ପ୍ରଭାବ ପଡୁଛି। ପୂରା ଭାରତରେ ବିଦ୍ୟୁତ୍‌ର ଚାହିଦା ଶୁକ୍ରବାର ଦିନ ୨ଟା ୫୦ରେ ୨,୦୭,୧୧୧ ମେଗାୱାଟ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ତେବେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ଦେଶର ପ୍ଲାଣ୍ଟରେ ପାଖାପାଖି ୨୨ ମିଲିୟନ୍‌ ଟନ୍‌ କୋଇଲା ଅଛି, ଯାହା ୧୦ ଦିନ ପାଇଁ ପର୍ଯ୍ୟାପ୍ତ। ପ୍ଲାଣ୍ଟକୁ କୋଇଲା ଯୋଗାଇ ଦିଆଯିବ।

ଅଘୋଷିତ ବିଦ୍ୟୁତ୍‌ କାଟ

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କହିବା ଅନୁସାରେ ଓଡ଼ିଶାରେ କୋଇଲା ଯୋଗାଣରେ ଅସୁବିଧା ନାହିଁ। ସେହିଭଳି ଜଳ ବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକରେ ମଧ୍ୟ ପାଣିର ସମସ୍ୟା ନାହିଁ। କିନ୍ତୁ ରାଜ୍ୟରେ ପାଓ୍ଵାର କଟ୍‌ ହେବା କଥା ସତ। କେବଳ ଭୁବନେଶ୍ୱରକୁ ଛାଡ଼ି ଦେଲା ପରେ ଅନ୍ୟ ସହରଗୁଡ଼ିକରେ ବିଦ୍ୟୁତ୍‌ ବିଭ୍ରାଟ ଦେଖାଯାଉଛି। କିଛି ସହରରେ ବିନା ଘୋଷଣାରେ ବିଦ୍ୟୁତ୍‌ କାଟ ହେଉଛି। କିଛି ସ୍ଥାନରେ ଦିନକୁ ୧୦ ଘଣ୍ଟା ବିଦ୍ୟୁତ୍‌ ରହୁ ନାହିଁ। ବିଦ୍ୟୁତ୍‌ ବିତରଣ କମ୍ପାନୀମାନେ ଚଞ୍ଚକତା କରି ଗ୍ରାମାଞ୍ଚଳରେ ବିଜୁଳି କାଟ୍‌ କରୁଛନ୍ତି। ଏନେଇ ବିଦ୍ୟୁତ୍‌ କଂପାନୀ ବିଭିନ୍ନ ପ୍ରକାର ଆଳ ଦେଖାଇ ପାଓ୍ଵାର୍‌ କଟ୍‌କରୁଥିବା ଦୃଷ୍ଟିଗୋଚର ହେଉଛି।  

ଓଡ଼ିଶାରେ ନାହିଁ କୋଇଲା ସଂକଟ

ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ଭିତରେ ଅଘୋଷିତ ବିଦ୍ୟୁତ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଓଡିଶାକୁ ଯେତେ ମେଗାୱାଟ ବିଜୁଳି ଆବଶ୍ୟକ, ତାଠୁ କମ୍‌ ବିଜୁଳି କିଣୁଛି ବିତରଣ କମ୍ପାନି। ଗୋଟିଏ ମାସରେ ପ୍ରାୟ ୨୫୦ କୋଟି ଟଙ୍କା ଭରଣା କରାଯାଉଥିବା ଅଭିଯୋଗ ହେଉଛି। ବିତରଣ କମ୍ପାନି ନିଜ କ୍ଷତିର ଭରଣା କରିବା ପାଇଁ, ଖରାଦିନେ ଅଘୋଷିତ ବିଦ୍ୟୁତ କାଟ କରୁଛନ୍ତି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କୋଇଲାର ଅଭାବ ନାହିଁ। ଅନ୍ୟ ରାଜ୍ୟରେ କୋଇଲା ଅଭାବ ଦେଖାଯାଇଛି। କୋଇଲା ପହଞ୍ଚି ପାରୁ ନଥିବାରୁ ୧୦ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ ହେଇଛି। ଓଡ଼ିଶାର ସବୁ ପାଓ୍ଵାର ପ୍ଲାଣ୍ଟରେ କୋଇଲା ଗଚ୍ଛିତ ରହିଛି। ମହାନଦୀ କୋଲ୍‌ ଫିଲ୍ଡର ଏମ୍‌ଡିଙ୍କ ସହିତ କଥା ହୋଇଛି।  

LEAVE A REPLY