ୟୁରୋପ୍‌ରେ ହୃଦୟ ଜିତିଲେ ପ୍ରଧାନମନ୍ତ୍ରୀ ମୋଦୀ

0
130
Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କେବଳ ଭାରତର ୧୪୦ କୋଟି ଲୋକ ନୁହେଁ। ବରଂ ତାଙ୍କୁ ବିଦେଶରେ ମଧ୍ୟ କୋଟି କୋଟି ଲୋକ ଭଲ ପାଆନ୍ତି। ୟୁରୋପର ୩ ଦେଶ (ଜର୍ମାନୀ, ଡେନ୍‌ମାର୍କ ଓ ଫ୍ରାନ୍ସ) ଗସ୍ତ ଏହା ବୟାନ କରୁଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଗତ ରବିବାର ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ବିଦେଶ ଗସ୍ତ କରିଥିଲେ। ପ୍ରଥମ ଗସ୍ତରେ ମୋଦୀଙ୍କୁ ଲୋକେ ଯେଉଁଭଳି ଭାବରେ ଭଲପାଇଛନ୍ତି ଓ ୟୁରୋପ୍‌ର ୩ ଦେଶ ସମର୍ଥନ କରିଛନ୍ତି, ତାହା ପ୍ରତ୍ୟେକ ଭାରତୀୟମାନଙ୍କ ପାଇଁ ଗର୍ବର ବିଷୟ। ମୋଦୀ କେବଳ ୟୁରୋପ୍‌ରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ସେ ଜଣେ ଆଗଧାଡ଼ିର ରାଷ୍ଟ୍ର ନାୟକ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି।

ଭାରତ ସହିତ ଜର୍ମାନୀ, ଡେନ୍‌ମାର୍କ ଓ ଫ୍ରାନ୍ସ ସହିତ କିଛି ରାଜିନାମା ନେଇ ପ୍ରଧାନମନ୍ତ୍ରୀ ମୋଦୀ ୟୁରୋପ ଗସ୍ତ କରିଥିଲେ। କିନ୍ତୁ ତାଙ୍କର ଏହି ଗସ୍ତ ଐତିହାସିକ ହୋଇଯାଇଛି। ଭାରତ ଯାହା ଆଶା କରି ନଥିଲା ତା’ଠାରୁ ଅଧିକ ସମ୍ମାନ ପାଇଛି। ଏହାର ଅର୍ଥ ହେଲା ଯେ, ୟୁରୋପ ମହାଦେଶରେ ମୋଦୀଙ୍କ ସମ୍ମାନ ରହିଛି। ପ୍ରଧାନମନ୍ତ୍ରୀ ଯେତେବେଳେ ୟୁରୋପୀୟ ଦେଶଗୁଡ଼ିକରେ ପହଞ୍ଚୁଥିଲେ, ସେଠାରେ ଥିବା ଭାରତୀୟମାନେ ନିଜକୁ ଧନ୍ୟ ମନେ କରୁଥିଲେ। ମୋଦୀଙ୍କୁ ଦେଖିବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ବିମାନବନ୍ଦର ଓ ହୋଟେଲରେ ପ୍ରଶଂସକମାନଙ୍କର ଭିଡ଼ ଦେଖିବାକୁ ମିଳୁଥିଲା। ଏଥିରେ ଶିଶୁଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସାମିଲ ଥିଲେ। ମୋଦୀ ମଧ୍ୟ ସେମାନଙ୍କୁ ଆଦୌ  ଅବହେଳା କରି ନଥିଲେ।

ୟୁକ୍ରେନ୍‌ ପାଇଁ ଚିନ୍ତା, ରୁଷିଆକୁ ନିନ୍ଦା

ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍‌ସରେ ନିଜର ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। କିନ୍ତୁ ଏହା ପୂର୍ବରୁ ସେ ଫ୍ରାନ୍ସ ସହିିତ ଏକ ମିଳିତ ବିବୃତି ରଖିଛନ୍ତି। ଏହା ୟୁକ୍ରେନବାସୀଙ୍କ ଉପରେ ପର୍ଯ୍ୟବେସିତ। ସେଠାରେ ମାନବ ସମାଜ ଉପରେ ଚାଲିଥିବା ଅତ୍ୟାଚାରକୁ ବନ୍ଦ କରିବାକୁ ମୋଦୀ ଆହ୍ଵାନ କରିଛନ୍ତି। ମୋଦୀ ପଡ଼ୋଶୀ ଦେଶ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ଫ୍ରାନ୍‌ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରନଙ୍କ ସହିତ କହିଛନ୍ତି, ୟୁକ୍ରେନବାସୀଙ୍କ ସଂକଟ ବିଷୟରେ ଆଲୋଚନା କରିବା ପାଇଁ ହିଁ ସେମାନଙ୍କ ଏହି ସାକ୍ଷାତ। ୟୁକ୍ରେନ ଉପରେ ଏପରି ରୁଷର ଅନୈନିକ ଓ ଅମାନୁଷିକ ଆକ୍ରମଣକୁ ଫ୍ରାନ୍‌ସ ଖୁବ୍‌ ନିନ୍ଦା କରିଥିବା ଦେଖିବାକୁ ମିଳିଛି। ବିଶ୍ୱବାସୀଙ୍କୁ ଗହମ ଯୋଗାଉଥିବା ରାଷ୍ଟ୍ର ମଧ୍ୟରେ ୟୁକ୍ରେନ ଅନ୍ୟତମ ହୋଇଥିବାରୁ ୟୁକ୍ରେନର ଦୁର୍ବଳ ହୋଇପଡ଼ିବା ବିଶ୍ୱରେ ଏକ ଖାଦ୍ୟ ସଂକଟ ସୃଷ୍ଟି କରିପାରେ ବୋଲି ଦୁଇ ଦେଶ ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି।  

ଡେନ୍‌ମାର୍କ ପ୍ରଧାନମନ୍ତ୍ରୀଙ୍କ ଘରେ ମୋଦୀଙ୍କ ଭୋଜନ

ଜର୍ମାନୀ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ନିଜର ଡେନମାର୍କ ସମକକ୍ଷ ମେଟେ ଫ୍ରେଡେରିକସେନ୍‌ଙ୍କୁ ଭେଟିଥିଲେ। ଦୁଇ ନେତା ଆଞ୍ଚଳିକ ତଥା ସ୍ତରୀୟ ସ୍ୱାର୍ଥ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ଫ୍ରେଡେରିକସେନ୍‌ ତାଙ୍କ ସରକାରୀ ବାସଭବନ ମାରିଏନବର୍ଗରେ ପହଞ୍ଚିବା ପରେ ମୋଦୀଙ୍କୁ ସ୍ୱାଗତ କରିଥିଲେ। ସେ  ମୋଦୀଙ୍କୁ ତାଙ୍କ ଘର ଦେଖାଇବା ପାଇଁ ନେଇଥିଲେ।  ଓଡ଼ିଶାର ଲୋକକଳା ସହିତ ଜଡ଼ି ଏକ ପଟ୍ଟଚିତ୍ର ଦେଖାଇଥିଲେ, ଯାହା ଭାରତରେ ମଧ୍ୟ ଆଲୋଚନା ହେଉଛି। ଏହି ଚିତ୍ର ତାଙ୍କୁ ପିଏମ ମୋଦୀ ଯେତେବେଳେ ଭାରତ ଗସ୍ତରେ ଆସିଥିଲେ ତାଙ୍କୁ ଉପହାର ଦେଇଥିଲେ।  ଡେନମାର୍କର ରାଜଧାନୀ କପିଳେନ୍ଦ୍ରରେ ମୋଦୀ ଯେତେବେଳେ ପହଞ୍ଚିଥିଲେ, ସେଠାରେ ସେ ଭାରତୀୟ ସମ୍ପ୍ରଦାୟ ସହ କଥାବାର୍ତ୍ତା ହୋଇଥିଲେ। ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନ୍‌ ମଧ୍ୟ ଉପସ୍ଥିତ ଥିଲେ। ମେଟେ ଫ୍ରେଡେରିକସେନ୍‌ କହିଥିଲେ ଯେ ଡେନମାର୍କରେ ରହୁଥିବା ଏବଂ କାର୍ଯ୍ୟ କରୁଥିବା ସମସ୍ତ ଭାରତୀୟଙ୍କୁ ଧନ୍ୟବାଦ, ଯେଉଁମାନେ ଡେନମାର୍କ ସମାଜରେ ଏକ ସକରାତ୍ମକ ଅବଦାନ ଦେଇଛନ୍ତି।

ହୃଦୟ ଜିତିଲେ ୨ ଶିଶୁ

ଜର୍ମାନୀରୁ ମୋଦୀଙ୍କ ୟୁରୋପ ଗସ୍ତ ଆରମ୍ଭ ହୋଇଥିଲା। ଜର୍ମାନ୍‌ ଚାନେ୍‌ସଲର୍‌ ଓଲାଫ୍‌ ସୋଲ୍‌ଜ୍‌ଙ୍କ ସହିତ ମୋଦୀ ଏହି ଗସ୍ତରେ ୮ଟି ରାଜିନାମା ହୋଇଛି। ଗସ୍ତ ପୂର୍ବରୁ ମୋଦୀ କହିଥିଲେ ଯେ, ୟୁରୋପୀୟ ଅଞ୍ଚଳ ଅନେକ ଆହ୍ଵାନର ସମ୍ମୁଖୀନ ହେଉଥିବା ବେଳେ ମୋର ୟୁରୋପ ଗସ୍ତ ଆରମ୍ଭ ହେଉଛି। ଶାନ୍ତି ଓ ସମୃଦ୍ଧି ଅନେ୍ଵଷଣରେ ଭାରତର ପ୍ରମୁଖ ସହଯୋଗୀ ୟୁରୋପୀୟ ରାଷ୍ଟ୍ରମାନଙ୍କର ସହଯୋଗ ମନୋଭାବ ସୁଦୃଢ଼ କରିବା ହେଉଛି ମୋର ଆଲୋଚନାର ଉଦ୍ଦେଶ୍ୟ। ମୋଦୀଙ୍କ ଜର୍ମାନୀ ଗସ୍ତ ଦୁଇ ଜଣ ଭାରତୀୟ ବଂଶୋଦ୍ଭବ ଶିଶୁ ଆଶୁତୋଷ ଓ ମାନ୍ୟା ମିଶ୍ରଙ୍କ ପାଇଁ ସ୍ମରଣୀୟ ହୋଇଛି। ଏହି ଦୁଇ ଶିଶୁ ମୋଦୀଙ୍କୁ ଭେଟି ନିଜକୁ ଭାଗ୍ୟବାନ ମନେ କରିଛନ୍ତି। କାରଣ ସେମାନେ ନିଜ ପ୍ରତିଭା ବଳରେ ମୋଦୀଙ୍କୁ ଭେଟିବାର ସୁଯୋଗ ପାଇପାରିଛନ୍ତି। ଆଶୁତୋଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ ଏକ ଦେଶପ୍ରେମ ଗୀତ ଗାଇଥିଲେ। ସେହିଭଳି, ଛୋଟ ଝିଅ ମାନ୍ୟା ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଏକ ତୈଳଚିତ୍ର ପ୍ରଦାନ ସହ ପ୍ରଧାନମନ୍ତ୍ରୀ ମୋଦୀ ମାନ୍ୟାଙ୍କ ସହ ଏକ ଫଟୋ ଉଠାଇଥିଲେ।

LEAVE A REPLY