ବିବାଦୀୟ କ୍ରିକେଟର-ରାଜନେତା ସିଦ୍ଧୁ

0
132
Spread the love

ନୂଆଦିଲ୍ଲୀ: ଉଭୟ କ୍ରିକେଟ୍‌ ଓ ରାଜନୀତି କ୍ୟାରିୟରରେ ବିବାଦ ଘେରରେ ରହି ଆସିଥିବା ନାୟକ ନବଜ୍ୟୋତ୍‌ ସିଂହ ସିଦ୍ଧୁଙ୍କୁ ୨୦୨୨ ମେ’ ୨୦ ତାରିଖ ଠାରୁ ଜେଲ୍‌ରେ ରହିବାକୁ ପଡ଼ିଛି। ୧୯୮୮ ‘ରୋଡ୍‌ ରେଜ୍‌’ ମାମଲାରେ ସେ ଦୀର୍ଘ ୧ ବର୍ଷ ଜେଲ୍‌ରେ ରହିବେ ବୋଲି ସୁପ୍ରିମ୍‌କୋର୍ଟ ତାଙ୍କର ରାୟ ଶୁଣାଇଛନ୍ତି। ନବଜ୍ୟୋତ୍‌ ସିଂହ ସିଦ୍ଧୁ ଶୁକ୍ରବାର ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ। ସିଦ୍ଧୁଙ୍କ ଓକିଲ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ ଯେ, ସିଦ୍ଧୁଙ୍କୁ ଆତ୍ମସମର୍ପଣ କରିବାକୁ ଅତିକମ୍‌ରେ ଏକ ସପ୍ତାହ ସମୟ ଦିଆଯାଉ। କିନ୍ତୁ କୋର୍ଟ ଏହି ମାମଲାରେ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଥିଲେ। ଫଳରେ  ସିଦ୍ଧୁଙ୍କୁ ଜେଲ ଯିବାକୁ ପଡ଼ିଛି।

୧୯୮୮ ମସିହା ଡିସେମ୍ବର ୨୭ ସନ୍ଧ୍ୟା ସମୟର ଘଟଣା। ସିଦ୍ଧୁ ନିଜର ବନ୍ଧୁ ରୁପିନ୍ଦର ସିଂହ ସଂଧୁଙ୍କ ସହିତ ପଟିଆଲାର ଶେରାୱାଲେ ଗେଟ ମାର୍କେଟକୁ ଯାଇଥିଲେ। ସେଠାରେ ଜଣେ ୬୫ ବର୍ଷୀୟ ବ୍ୟକ୍ତି ଗୁରନାମ ସିଂହଙ୍କ ସହିତ ତାଙ୍କର କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ସିଦ୍ଧୁ ରକ୍ତମୁହାଁ ହୋଇଯାଇଥିଲେ। ତାଙ୍କର ଆକ୍ରମଣରେ ବରିଷ୍ଠ ନାଗରିକ ଜଣକ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ବରିଷ୍ଠ ନାଗରିକଙ୍କୁ ଡାକ୍ତର ବଞ୍ଚାଇ ପାରି ନଥିଲେ। ଅର୍ଥାତ ଚିକିତ୍ସାଧୀନ ଅବସ୍ଥାରେ  ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ସିଦ୍ଧୁଙ୍କ ବିରୋଧରେ ପଟିଆଲାସ୍ଥତ ଟ୍ରାଏଲ କୋର୍ଟରେ ମାମଲା ରୁଜୁ ହୋଇଥିଲା। କୋର୍ଟ କିନ୍ତୁ ୧୯୯୯ ସେପ୍ଟେଟର ୨୨ରେ ଖଲାସ କରିଦେଇଥିଲେ। ପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚି ଥିଲା। କୋର୍ଟ ସିଦ୍ଧୁ ଓ ତାଙ୍କର ବନ୍ଧୁଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଓ ୧ ଲକ୍ଷ ଟଙ୍କା ଜରିମାନା ଶୁଣାଇଥିଲେ। ଏହି ଦଣ୍ଡରେ ପୀଡିତ ପରିବାର ନ୍ୟାୟ ନେଇ ଅସନ୍ତୁଷ୍ଟ ହୋଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସେଲ୍‌ ନଂବର-୧୦

ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ପଟିଆଲ ଜେଲ୍‌ର ୧୦ ନମ୍ବର ସେଲ୍‌ରେ ରଖାଯାଇଛି। ସେ ହେଉଛନ୍ତି କଏଦୀ ନମ୍ବର ୨୪୧୩୮୩।  ସିଦ୍ଧୁଙ୍କୁୁ ପଟିଆଲା ଜେଲରେ ଏକ ଚୌକି, ଟେବୁଲ, ୨ ପଗଡ଼ି, ଗୋଟିଏ ଆଲମିରା, ଗୋଟିଏ କମ୍ବଲ, ଗୋଟିଏ ଶୋଇବା ଖଟ ଓ ବାନିୟନ୍‌ ମିଳିଛି। ସେହିପରି ୨ଟି ଟାୱେଲ, ଗୋଟିଏ ମଶାରୀ (ମଶା), ହଳେ ଯୋତା, ୨ଟି ବେଡଶିଟ୍‌, ୪ଟି କୁର୍ତ୍ତା  ଆଦି ମିଳିଛି। ସିଦ୍ଧୁଙ୍କୁ ଭିଆଇପି ଷ୍ଟାଟସ ହାସଲ ହୋଇଥିଲା। ତାଙ୍କୁ କଡ଼ା ସୁରକ୍ଷା ମଧ୍ୟ ମିଳିଥିଲା ସେ ବିଳାସମୟ ଜୀବନ ବିତାଉଥିଲେ। କିନ୍ତୁ ତାଙ୍କୁ ସୁପ୍ରିମକୋର୍ଟ ଦ୍ୱାରା ଜେଲଦଣ୍ଡ ମିଳିଛି। ପ୍ରଥମ ଦିନରେ ଭୋଜନ କରି ସାରିଛନ୍ତି ବୋଲି କହି ସିଦ୍ଧୁ ଶୁକ୍ରବାର ରାତିରେ ପଟିଆଲା ସେଣ୍ଟ୍ରାଲ୍‌ ଜେଲ୍‌ରେ ରାତ୍ର ଭୋଜନ କରି ନାହାନ୍ତି। କେବଳ ଔଷଧ ଖାଇଥିଲେ ବୋଲି ଜଣେ ଜେଲ୍‌ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।

ଜେଲ୍‌ ନିୟମ ମାନିଲେ

ଜେଲ୍‌ ଭିତରେ ସିଦ୍ଧୁ ଭଲ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ସେ ଜେଲ୍‌ ନିୟମ ମାନୁଛନ୍ତି। ତାଙ୍କ ପାଇଁ କୌଣସି ସ୍ୱତନ୍ତ୍ର ଭୋଜନ ପ୍ରସ୍ତୁତ କରାଯାଇ ନାହିଁ। କୌଣସି ଡାକ୍ତର ପରାମର୍ଶ ଦେଲେ ସେ ଜେଲ୍‌ କ୍ୟାଣ୍ଟିନ୍‌ କିଣି ଖାଇପାରିବେ କିଂବା ନିଜେ ରାନ୍ଧି ପାରିବେ। ସିଦ୍ଧୁଙ୍କୁ ସଶ୍ରମ କାରାଦଣ୍ଡାଦେଶ ହୋଇଥିବାରୁ ତାଙ୍କୁ ‘ଜେଲ୍‌ ମାନୁଆଲ୍‌’ ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିବଯ ‘ଜେଲ୍‌ ମାନୁଆଲ୍‌’ ଅନୁସାରେ, ଜେଣ ଅଣକୁଶଳୀ ଅନ୍ତେଃବାସୀ ଦେନିକ ଟ. ୪୦/- ଓ କୁଶଳୀ ଅନ୍ତେଃବାସୀ ଦେନିକ ଟ. ୬୦/- ପାରିଶ୍ରମିକ ପାଇବେ।

କଂଗ୍ରେସର ବଡ଼ ନେତାଙ୍କ ନାହିଁ ସମର୍ଥନ

ନବଜ୍ୟୋତ୍‌ ସିଂହ ସିଦ୍ଧୁ ଯଦି ତାଙ୍କର ବ୍ୟବହାରରେ ପରିବର୍ତ୍ତନ କରନ୍ତି, ତା’ହେଲେ ଜେଲ ଅଧୀକ୍ଷକ ଦଣ୍ଡ କମ କରିପାରନ୍ତି। ସେହିଭଳି ପଂଜାବ ସରକାର ଚାହିଁଲେ ତାଙ୍କର ଜେଲଦଣ୍ଡ ୪ ମାସ କମ୍‌ ହୋଇପାରେ। ତାଙ୍କୁ ୮ ମାସ ଜେଲଦଣ୍ଡ ମିଳିବ। ଅନ୍ୟପଟରେ ସିଦ୍ଧୁ ଜେଲ୍‌ରେ ଥିବା ବେଳେ ତାଙ୍କ ଘରକୁ କୌଣସି ବଡ଼ ନେତା ଅଥବା ସମର୍ଥକ ଯାଇନାହାନ୍ତି। ଜେଲ ଅଧୀକ୍ଷକଙ୍କ ପାଖରେ ଦଣ୍ଡରୁ ୩୦ ଦିନ ରିହାତି କରିବାର ଅଧିକାର ଅଛି। ସମସ୍ତ ଦୋଷୀ ଭଲ ବ୍ୟବହାର କଲେ ଏହି ସୁବିଧା ମିଳିଥାଏ। ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ କୌଣସି କଏଦୀଙ୍କୁ ଅତିରିକ୍ତ ୬୦ ଦିନ ରିହାତି କରିବାର ଅଧିକାର ଅଛି। କିନ୍ତୁ ଏହା ସାଧାରଣ ମାମଲା ଓ ରାଜନୀତିକ ସହମତିରେ ଦିଆଯାଏ। 

LEAVE A REPLY