ରାଜ୍ୟରୁ କେବେ ଲିଭିଭ ଗରିବୀ ସୀମାରେଖା?

0
85

ଭୁବନେଶ୍ବର: ରାଜ୍ୟରେ ଲୋକସଂଖ୍ୟା ଏବଂ ଯୁବପିଢ଼ିଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରୋଜଗାରର ଘୋର ଅଭାବ ଦେଖାଯାଇଛି। ଧାନ ଚାଷ ବ୍ୟତୀତ ଅନ୍ୟ ଚାଷ ଆଖି ଦୃଶିଆ ହୋଇପାରୁ ନାହିଁ। ଧାନ ଚାଷ ମଧ୍ୟ ଯେତିକି ହେଉଛି, ଏଥିରେ ଏତେବେଶୀ ଶ୍ରମିକଙ୍କର ଆବଶ୍ୟକତା ପଡୁନାହିଁ। ଚାଷୀମାନେ ନିଜ ଜମିକୁ ନିଜେ ଆୟତ୍ତ କରିପାରୁଛନ୍ତି ତଥା ଟ୍ରାକ୍ଟର, ପାୱାର ଟିଲର, ଧାନକଟା ଯନ୍ତ୍ର ଆସିବା ଫଳରେ ଚାଷ କାମ ସହଜ ହୋଇଯାଇଛି। ତେବେ ଦୁଃଖର କଥା ହେଲା ଯେ, ରାଜ୍ୟରେ ଜଳସେଚନର ଅଭାବ କାରଣରୁ ବହୁତ କମ ପରିମାଣରେ ରବି ଚାଷ ହେଉଛି। ଅଧିକାଂଶ ଜମି ଚାଷପୋଯୋଗୀ ହୋଇପାରୁ ନାହିଁ।

ରାଜ୍ୟରେ ଧାନ ଚାଷ ବ୍ୟତୀତ ଡାଲି, ତେଲ, ପନିପରିବା, ଫଳ, କୁକୁଡା, ମତ୍ସ୍ୟ ଚାଷ ଆବଶ୍ୟକତା ଅନୁସାରେ ହୋଇପାରୁ ନାହିଁ। ତେଣୁ ଆମେ ଅନ୍ୟ ଦେଶ ଉପରେ ନିର୍ଭର କରୁଛେ। ରାଜ୍ୟରେ କୋଇଲା ଓ ଲୁହାପଥର ଖଣି ଥିଲେ ମଧ୍ୟ ବେକାର ଯୁବକ-ଯୁବତୀଙ୍କୁ କାମ ନ ମିଳିବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ପଡୁଛି। ପ୍ରବାସୀ ଓଡ଼ିଆମାନେ ଅନ୍ୟ ରାଜ୍ୟରେ ଯଦିଓ ଭଲ ରୋଜଗାର କରୁଛନ୍ତି। ତଥାପି ବେଳେ ବେଳେ ସଂକଟ ପରିସ୍ଥିତି ଦେଖିବାକୁ ମିଳୁଛି। ଅନେକ ସମୟରେ ଦେଶ ଓ ବିଦେଶରୁ ପ୍ରବାସୀ ଓଡ଼ିଆମାନଙ୍କର ମୃତଦେହ ଫେରୁଛି। ଏହା ନିଶ୍ଚିତ ଭାବେ କ୍ଷୋଭର ବିଷୟ। ଏକ ନିଦ୍ଦିଷ୍ଟ ଦଳ ଦୀର୍ଘ ୨୨ ବର୍ଷ ହେବ ଶାସନରେ ଥିଲେ ମଧ୍ୟ ସମସ୍ତଙ୍କୁ ରୋଜଗାର ଦେଇ ପାରିନାହିଁ। ରାଜ୍ୟରୁ ଗରିବୀର ସୀମାରେଖା ଲିଭିପାରି ନାହିଁ।ଭଲ ରୋଜଗାର କରନ୍ତି ଦାଦନ

ଦାଦନକୁ ଯଦିଓ ଦୁଃଖ ବୋଲି ସମସ୍ତେ କୁହନ୍ତି। କିନ୍ତୁ ପ୍ରବାସୀ ଓଡ଼ିଆମାନେ ଦାଦନ ଖଟିବାକୁ ଯାଇ ବାହାର ରାଜ୍ୟରେ ଭଲ ରୋଜଗାର କରନ୍ତି। ଦଶମ ଶ୍ରେଣୀ ପାସ କରି ନଥିବା ଯୁବକ ତାମିଲନାଡୁ, କେରଳ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଆଦି ରାଜ୍ୟରେ ମାସକୁ ୨୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। କିନ୍ତୁ ଓଡ଼ିଶାରେ ସ୍ନାତକୋତ୍ତର ପାଠ ପଢ଼ିଥିବା ଯୁବକଙ୍କୁ ୭ ହଜାର ଟଙ୍କାରେ ମଧ୍ୟ କାମ କରିବାକୁ ପଡୁଛି। ପ୍ରବାସୀ ଦାଦନ ଶ୍ରମିକମାନେ ବାହାର ରାଜ୍ୟରେ ଟଙ୍କା ରୋଜଗାର କରି ନିଜ ଗାଁରେ ଯେଭଳି ଭାବରେ ଘର-ଦ୍ବାର, ଦୋକାନ କରୁଛନ୍ତି, ଓଡ଼ିଶାରେ ବସି ରହିଲେ କ’ଣ ଅସୁବିଧା କରିଥାନ୍ତେ, ତାହା ଚିନ୍ତାର ବାହାରେ। କେବଳ ଦୁଃଖର ବିଷୟ ହେଲା ଯେ, ଅନେକ ସମୟରେ 

ଦାଦନମାନଙ୍କର ମୃତଦେହ ଆସୁଛି।  

ଓଡ଼ିଶା ସରକାର ଲୋକଙ୍କୁ ରୋଜଗାର ଦେଇ ପାରୁ ନଥିବାରୁ ଲୋକେ ଦାଦନ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଶବ ହୋଇ ଫେରନ୍ତି। ଏହି ଶବ ଆଣିବାରେ ଅଥବା ଶବ ଆଣିବା ପାଇଁ ସହାୟତା ଯୋଗାଇବା କ୍ଷେତ୍ରରେ ‘ଓଡ଼ିଶା ମୋ ପରିବାର’ ପ୍ରଶଂସନୀୟ କାମ କରୁଛି। ଅସହାୟ ମୃତକଙ୍କ ପରିବାର ସହ ସମସ୍ତ ଜଟିଳ ପରିସ୍ଥିତିରେ ଛିଡ଼ା ହୋଇ ସହାୟତାର ହାତ ବଢାଇ ଆସିଛି। ଶୋକ ସନ୍ତପ୍ତ ପରିବାର ନିଜର ପ୍ରିୟଜନକୁ ହରାଇ ଲୁହ ଗଡ଼ାଉଥିବା ବେଳେ ସେମାନଙ୍କୁ ଓଡ଼ିଶା ମୋ ପରିବାର ଆଶ୍ବସ୍ତି ପ୍ରଦାନ କରୁଛି। ସଂକଟରେ ପଡ଼ିଥିବା ପରିବାର ପାଇଁ ଜରୁରୀକାଳୀନ ପରିସ୍ଥିତିରେ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। 

  ବୈଜୟନ୍ତ ପଣ୍ଡାଙ୍କ ପ୍ରଶଂସନୀୟ କାମ

ବିଦେଶରେ ଫସି ରହିଥିବା ଓଡ଼ିଆ ଓ ଓଡ଼ିଆ ଲୋକଙ୍କର ମୃତହେଦ ଆଣିବାରେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ପ୍ରଶଂସନୀୟ। ବିଗତ କିଛି ବର୍ଷ ମଧ୍ୟରେ ଶ୍ରୀ ପଣ୍ଡା ଶତାଧିକ ଓଡ଼ିଆଙ୍କର ମୃତଦେହ ବିଦେଶରୁ ଫେରାଇ ଆଣିସାରିଛନ୍ତି। ସେହିପରି ଓମାନ, ଦୁବାଇ, ୟୁଏଇରେ ଫସି ରହିଥିବା ଓଡ଼ିଆମାନଙ୍କୁ ସ୍ବଦେଶ ଫେରାଇ ଆଣିବାରେ ଶ୍ରୀ ପଣ୍ଡା ଉଲ୍ଲେଖନୀୟ କାମ କରୁଛନ୍ତି। ଶ୍ରୀ ପଣ୍ଡା ବିଦେଶ ମନ୍ତ୍ରାଳୟ ସହିତ ଯୋଗାଯୋଗ କରି ଏପର୍ଯ୍ୟନ୍ତ ୫୦୦ରୁ ଅଧିକ ଓଡ଼ିଆଙ୍କୁ ଫେରାଇ ଆଣିସାରିଛନ୍ତି।  

Share the article

LEAVE A REPLY