ଭଲ ନେତୃତ୍ୱ ଦିଏ ସଫଳତା

0
89

ଭୁବନେଶ୍ୱର: ଆପଣଙ୍କର ପାଖରେ ଯେତେ ଭଲ ଦକ୍ଷତା ଥାଉ ନା କାହିଁକି ସଫଳତା ହାସଲ କରିବାକୁ ହେଲେ ନେତୃତ୍ୱର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅଭିଜ୍ଞତାକୁ ଠିକ୍ ଭାବରେ ପରିଚାଳନା କରିପାରିଲେ ସଫଳତା ସୁନିଶ୍ଚିତ ପାଇପାରିବେ । ଏହାର ଅଭାବରେ ଆପଣଙ୍କର ପାଖରେ ସବୁକିଛି ଥାଇ ବି ପରାଜୟର ସ୍ୱୀକାର କରିବାକୁ ହେବ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ୨୦୨୨ ସଂସ୍କରଣରେ ଏହା ହିଁ ଦେଖିବାକୁ ମିଳିଛି । ଏହି ଟୁର୍ଣ୍ଣାମେଣ୍ଟରେ ବଡ଼ ବଡ଼ ଅଭିଜ୍ଞ ଦଳ ଥାଇ ମଧ୍ୟ ସେମାନେ ପ୍ଲେଅଫ୍‌କୁ ଯାଇପାରିନାହାନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫାଇନାଲରେ ପହଞ୍ଚି ପାରି ନାହିଁ । ସେହିଭଳି ରାଜସ୍ଥାନ୍ ରୟାଲ ମଧ୍ୟ ନିଜରଣ ରଣନୀତିକୁ ସଠିକ ଭାବରେ ତୁଲାଇ ପାରି ନଥିବାରୁ ଗୁଜରାଟ ଟାଇଟନ୍ସ ଆଇପିଏଲ୍‌-୨୦୨୨ରେ ଚାମ୍ପିଅନ୍ ହୋଇଛି ।

ଆଇପିଏଲ୍ ଇତିହାସରୁ ଜଣାଯାଏ ଯେ, ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର, ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍‌ସ ୪ ଥର, କୋଲକାତା ନାଇଟ୍ ରାଇଡର୍ସ ୨ ଥର, ଡେକାନ ଚାଜର୍ସ ହାଇଦ୍ରାବାଦ୍ ଥର ଟିଏ, ସନରାଇଜର୍ସ ହାଇଦ୍ରାବାଦ୍ ଥରଟିଏ, ରାଜସ୍ଥାନ ରାୟାଲ୍ସ ଥରଟିଏ (ପଦାର୍ପଣ-୨୦୦୮) ଓ ପଦାର୍ପଣରେ ଗୁଜରାଟ ଟାଇଟନ୍ସ ଚାମ୍ପିଅନ ଟ୍ରଫି ହାସଲ କରିଛନ୍ତି । ସବୁଠାରୁ ବଡ଼ କଥା ହେଲା ଯେ, ଚେନ୍ନାଇ, ମୁମ୍ବାଇ, ହାଇଦ୍ରାବାଦ୍‌, ଦିଲ୍ଲୀ, ପଂଜାବ, କୋଲକାତା ଟିମ୍‌ରେ ବହୁତ ମଜବୁତ ଖୋଳଳି ଥାଇ ମଧ୍ୟ ସେମାନେ ପ୍ଲେ-ଅଫ୍‌ରେ ପହଞ୍ଚି ନ ପାରିବ ।

ଗୁଜରାଟ-ରାଜସ୍ଥାନ ମୁକାବିଲା

ଆଇପିଏଲ୍‌-୨୦୨୨ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ମଧ୍ୟରେ ୩ ଥର ମୁକାବିଲା ହୋଇଛି । ସବୁ ମ୍ୟାଚରେ ଗୁଜରାଟର ବିଜୟ ହୋଇଛି । ମାର୍ଚ୍ଚ ୨୪ରେ ଲିଗ ମ୍ୟାଚରେ ଗୁଜରାଟ ୩୭ ରନ୍‌ରେ ବିଜୟୀ ହୋଇଥିଲା । ମେ’ ୨୪ ତାରିଖ ଖେଳାଯାଇଥିବା କ୍ୱାଲିଫାୟର-୧ରେ ରାଜସ୍ଥାନ ବିପକ୍ଷରେ ଗୁଜରାଟ ୭ ୱିକେଟ୍‌ରେ ବିଜୟୀ ହୋଇଥିଲା । ସେହିପରି ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଗୁଜରାଟ ପୁଣି ୭ ୱିକେଟରେ ମ୍ୟାଚ ବିଜୟ ହାସଲ କରିଥିଲା । ତେବେ ଫାଇନାଲ ମ୍ୟାଚ ପୂର୍ବରୁ ବିପକ୍ଷ ଦଳ ଚଳିତ ସଂସ୍କରଣରେ ୨ ଥର ବିଜୟ ହାସଲ କରିସାରିଥିବାରୁ ରାଜସ୍ଥାନକୁ ସତର୍କତାର ସହିତ ମ୍ୟାଚ ଖେଳିବାକୁ ଥିଲା ।

ଆଇପିଏଲ୍‌-୨୨ରେ ଗୁଜରାଟର ଯାତ୍ରା

ଗୁଜରାଟ ଟାଇଟନ୍ସ ଭଳି ଅନ୍ୟ ଟିମ୍‌ଗୁଡ଼ିକରେ ବହୁତ ଅଭିଜ୍ଞସଂପନ୍ନ ଖେଳାଳି ଥିଲେ, ଯେଉଁମାନେ କି ଟ୍ରଫି ହାସଲ କରିପାରିଥାନ୍ତେ । ହେଲେ ଆମେ ଏଠାରେ କହିପାରିବା ଯେ, ଅନ୍ୟର ମଜବୁତ ନେତୃତ୍ୱର ଅଭାବ ଥିଲା, ଯେଉଁଥି ପାଇଁ ତାହା ହୋଇପାରି ନଥିଲା । ଗୁଜରାଟ ଏକ ଲୟରେ ନିଜର ଅଭିଯାନ ଆରମ୍ଭ କରିଥିଲା । ଲିଗ ପର୍ଯ୍ୟାୟରେ ଲଗାତାର ହ୍ୟାଟ୍ରିକ ବିଜୟ ହାସଲ କରିଥିଲା । ଏହା ପରେ ୪ର୍ଥ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ୍ ଠାରୁ ୮ ୱିକେଟରେ ପରାସ୍ତ ହୋଇଥିଲା । ଏହି ପରାଜୟ ପରେ ଗୁଜରାଟ ଭାଙ୍ଗି ନଯାଇ ପରବର୍ତ୍ତୀ ୫ଟି ମ୍ୟାଚ କ୍ରମାଗତ ଭାବେ ବିଜୟ ହାସଲ କରିଥିଲା । କିନ୍ତୁ ଏତେ ଶକ୍ତିଶାଳୀ ଟିମ୍‌କୁ ପୁଣି ପଂଜାବ ଓ ମୁମ୍ବାଇ ଠାରୁ ଲଗାତାର ପରାଜୟର ସ୍ୱୀକାର କରିବାକୁ ପଡ଼ିଥିଲା । ମେ’ ୧୦ ଓ ୧୫ରେ ଯଥାକ୍ରମେ ଲଖନଉ ଚେନ୍ନାଇକୁ ପରାସ୍ତ କରିବା ପରେ ୧୯ ତାରିଖରେ ବାଙ୍ଗାଲୋର ଠାରୁ ପରାସ୍ତ ହୋଇଥିଲା । ଗୁଜରାଟ ଲିଗ ପର୍ଯ୍ୟାୟରେ ୧୦ଟି ମ୍ୟାଚରେ ବିଜୟୀ ହୋଇ ପ୍ରଥମ ଟିମ୍ ଭାବେ କ୍ୱାଲିଫାୟରରେ ପହଞ୍ଚିଥିଲା ।

ଫାଇନାଲ: ୭ୱିକେଟ ହରାଇ ରାଜସ୍ଥାନର ୫୨ ରନ୍‌

ଫାଇନାଲ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଭଲ ପ୍ରଦର୍ଶନ କରିଥିଲା । ଟିମ୍ ଆରମ୍ଭରୁ ଯେଭଳି ଭାବରେ ବ୍ୟାଟିଂ କରୁଥିଲା, ସ୍କୋର ୨୦୦ ରନ୍ ଅତିକ୍ରମ କରିପାରିଥାନ୍ତା । ମୂଳ ଲକ୍ଷ୍ୟରେ ପହଞ୍ଚି ଥିଲେ ରାଜସ୍ଥାନର ସମ୍ଭାବିତ ବିଜୟ ହୋଇପାରି ଥାନ୍ତା ।  କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱ ରାଜସ୍ଥାନର ଗଣିତକୁ ଭୁଲ କରିଦେଇଥିଲା । ୩.୫ ଓଭରରେ ରାଜସ୍ଥାନ ଆଦୌ ୱିକେଟ ନହରାଇ ୩୧ ରନ୍ ସଂଗ୍ରହ କରିସାରିଥିଲା । ଏହା ପରେ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ଆଗଧାନୀର ଯୁବ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ଖରାପ ବ୍ୟାଟିଂ ଯୋଗୁଁ ଦଳ ନିମ୍ନଗାମୀ ହେବାରେ ଲାଗିଲା । ଯଶସ୍ୱୀ ଆଉଟ ହୋଇଯିବା ପରେ ଅନ୍ୟ ଖେଳାଳିମାନେ ସତର୍କତାର ସହିତ ଖେଳି ପାରି ନଥିଲେ ।  ୯ମ ଓଭରରେ ଅଧିନାୟକ ସଂଜୁ ସାମସନ ଆଉଟ ହୋଇଯିବା ପରେ ଦଳ ଆହୁରି ଦୁର୍ବଳ ହୋଇଯାଇଥିଲା ।  ଗୋଟିଏ ୱିକେଟରେ ସ୍କୋର ୬୦ ରନ୍ ଥିବା ବେଳେ ୭ ୱିକେଟ ବେଳକୁ ୧୧୨ ରନ୍‌ରେ ପହଞ୍ଚି ଥିଲା । ଅର୍ଥାତ ରାଜସ୍ଥାନ ୫୩ ରନ୍ ଭିତରେ ୬ଟି ୱିକେଟ ହରାଇଥିଲା ।

Share the article

LEAVE A REPLY