ଚର୍ଚ୍ଚିତ ମହିଳା ପୋଲିସ ଇନ୍ସପେକ୍ଟର

0
39

ଭୁବନେଶ୍ବର: କୁହାଯାଇଥାଏ ଯେ, ଚାକିରି କରିବ ପୋଲିସ, ମାଛ ଖାଇବ ଇଲିସି। ଅର୍ଥାତ ପୋଲିସ ଚାକିରି ଠାରୁ କୌଣସି ଚାକିରି ସୁଖ ନୁହେଁ। ଏହା ଆମର ପୁରୁଣାକାଳିଆ ଲୋକମାନେ କହି ଆସିଛନ୍ତି। ବୋଧେ ପୁରୁଣାକାଳିଆ ଲୋକଙ୍କ ସମୟରେ ରାଜ୍ୟର ଜନସଂଖ୍ୟା ଏତେ ନ ଥିଲା କି ଚୋରି, ଡକାୟତି, ରାହାଜନୀ, ହିଂସା, ଦଙ୍ଗା, ଲୁଟ, ଦୁଷ୍କର୍ମ ଆଦି ଘଟଣା ଏତେ ଘଟଣା ଘଟୁ ନଥିଲା। କିନ୍ତୁ ସମୟ ବଳଦିବା ସହିତ ପୋଲିସ ଚାକିରିଆମାନଙ୍କର ଦାୟିତ୍ବ ମଧ୍ୟ ବଢ଼ିଯାଇଛି। ତେଣୁ ପୋଲିସି, ଚାକିରି ଓ ଇଲିସି ମାଛ ଉପରେ ଥିବା ଢଗ ଆଜିକାଲି ଆଉ କିଛି ମତଲବ ନାହିଁ।  

ରାଜ୍ୟ ସରକାର ପୋଲିସ ବିଭାଗକୁ ୫-ଟି ଅଧିନରେ ରଖିଛନ୍ତି। ଅର୍ଥାତ ପୋଲିସ ଲୋକଙ୍କୁ ଭଲ ବ୍ୟବହାର କରିବ। ନିଜକୁ ଚାକିରିଆ ନ ଭାବି ସେବକ ଭାବିବ। ସେହିପରି ଅସୁବିଧାରେ ପଡ଼ିଥିବା ଲୋକଙ୍କର ସହଯୋଗ କରିବ। ପୋଲିସ ବିଭାଗରେ ମହିଳା ଓ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଡେକ୍ସ ବ୍ୟବସ୍ଥା, ସ୍ବତନ୍ତ୍ର ମହିଳା ଥାନା ଓ କିଛି ଥାନା କେବଳ ମହିଳାଙ୍କୁ ନେଇ ପରିଚାଳନା କରିବା ବ୍ୟବସ୍ଥା ରହିଛି। ଭର୍ତ୍ତି ସମୟରେ ମହିଳାଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଭାବେ ସଂରକ୍ଷଣ ବ୍ୟବସ୍ଥା ରହୁଛି। ମହିଳାଙ୍କୁ ସମ୍ମାନ ଦେଇ ସରକାର ସମାଜକୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ପୋଲିସ ବିଭାଗରେ କାର୍ଯ୍ୟରତ ଅନେକ ମହିଳା କର୍ମଚାରୀ ଅସାଧୁ ଉପାୟ ଅବଲମ୍ବନ କରୁଥିବା ଦୃଷ୍ଟିଗୋଚର ହେଉଛି।

ସ୍ନିଗ୍ଧାରାଣୀ ସୁନା

ମହିଳା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ଉପସ୍ଥିତିରେ ତାଙ୍କର କାର ଚାଳକ ମଙ୍ଗଳବାର ରାସ୍ତାଉପରେ ଛିଡ଼ା ହୋଇଥିବା ଏକ ଅଟୋରେ ଚଢ଼ିଯାଇଛି। ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଖାରୀ ନିକଟ ବଡବାହାଲି ସ୍ବାଗତ ଢ଼ାବା ପାଖରେ ଛିଡା ହୋଇଥିବା ଅଟୋକୁ ସ୍ନିଗ୍ଧାରାଣୀଙ୍କ କାର ଧକ୍କା ଦେଇଥିଲା। ସ୍ନିଗ୍ଧାଙ୍କ କାର (ଓଡ଼ି ୧୬ ଜେ ୧୩୫୫) ବ୍ୟାପକ କ୍ଷତି ହୋଇଥିଲା ବେଳେ ସେ କୌଶଳ କ୍ରମେ ବଲାଙ୍ଗୀର ଖସି ଯାଇଥିଲେ। ଏହି ଦୁର୍ଘଟଣାରେ ୩ ଜଣ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୬ଜଣ ଆହତ ହୋଇଥିଲେ । ଜଣେ ପୋଲିସ ଅଧିକାରୀ ହୋଇ ଦୁର୍ଘଟଣାର ସାମ୍ନା କରି ଛଟପଟ ହେଉଥିବା ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ପରିବର୍ତ୍ତେ ସେଠାରୁ ଫେରାରହୋଇଯିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଚର୍ଚ୍ଚା ହେଉଛି।  

ଏସ୍‌ଡିପିଓ-ଇନ୍ସପେକ୍ଟରଙ୍କ ପ୍ରେମ କାହାଣୀ

ଗତବର୍ଷ ମେ’ ମାସରେ ଏକ ଅଭିଯୋଗ ଆସିଥିଲା ଯେ, ଅନୁଗୁଳ ଏସ୍ଡିପିଓ ଅଶ୍ବିନୀ କୁମାର ସାହୁ ସେ ଜଣେ ମହିଳା ଇନ୍ସପେକ୍ଟରଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ଏହି ଅଭିଯୋଗ ଖୁଦ୍‌ ନିଜେ ଶ୍ରୀ ସାହୁଙ୍କ ପତ୍ନୀ ମମତା ଅଭିଯୋଗ କରିଥିଲେ। ଅଶ୍ୱିନୀ ଓ ମହିଳା ଆଇଆଇସିଙ୍କ ରୋମାନ୍ସର ଏକ ଭାଇରାଲ୍ ଭିଡିଓକୁ ନେଇ ରାଜ୍ୟସାରା ଚର୍ଚ୍ଚା ହୋଇଥିଲା। ପ୍ରାୟ ଦେଢ଼ ମିନିଟର ଏହି ଭିଡିଓ କିଏ ରେକର୍ଡିଂ କରିଥିଲା ଓ କେମିତି ଭାଇରାଲ ହେଲା, ତାହା ସ୍ପଷ୍ଟ ହୋଇପାରି ନଥିଲା। ଅନୁଗୁଳ ଏସ୍ଡିପିଓ ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କ ପ୍ରେମିକା କୁହାଯାଉଥିବା ମହିଳା ଇନ୍ସପେକ୍ଟର ଜଣକ ମୟୂରଭଞ୍ଜ ଜିଲାର ଏକ ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରୁଥିଲେ। ଦୁଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ଏ ପ୍ରେମ କାହାଣୀ ପୁଲିସ ମହଲରେ କମ୍ପନ ସୃଷ୍ଟି କରିଥିଲା।  

ଭାବି ସ୍ବାମୀଙ୍କୁ ଜେଲ ପଠାଇଲେ

ଗତ ଜୁନ ୪ ତାରିଖର ଘଟଣା। ଆସାମର ଜଣେ ମହିଳା ପୋଲିସ ଇନ୍ସପେକ୍ଟର ଜୁନମଣି ରାଭା ନିଜର ଭାବି ସ୍ବାମୀଙ୍କୁ ଜେଲ ପଠାଇ ଦେଇଥିଲେ। ସେମାନେ ଉଭୟ ବିବାହ କରିଥାନ୍ତେ। ଇନ୍ସପେକ୍ଟର ରାଭା ଲୋକଙ୍କୁ ଚାକିରି ଦେବା ନାଁରେ ଯୁବକ-ଯୁବତୀଙ୍କୁ ଠକୁ ଥିଲେ। ସେମାନେ ଏକ କଂପାନୀରେ ଚାକିରି ଦେବା ନାଁରେ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ। କିନ୍ତୁ ଘଟଣା ଧରାପଡ଼ିବା ପୂର୍ବରୁ ଇନ୍ସପେକ୍ଟର ଜୁନମଣି ନିଜ ଭାବିସ୍ବାମୀ ରାଣା ପରାଗଙ୍କୁ ଫସାଇ ଦେଇଥିଲେ। ଅଭିଯୁକ୍ତ ରାଣା ନିଜକୁ ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମ (ଓଏନ୍ଜିସି)ରେ ଜନସଂପର୍କ ଅଧିକାରୀ ଥିବା କହି ଲୋକଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଠକୁ ଥିଲେ।  

ଶବ ବୋହିଲେ ଲେଡି ପୋଲିସ

ତେବେ ସବୁ ପୋଲିସ କର୍ମଚାରୀ ଅସାଧୁ ନୁହଁନ୍ତି। ଦେଶରେ ଭଲ ପୋଲିସ ଅଧିକାରୀଙ୍କ ମଧ୍ୟ ଅଭାବ ନାହିଁ। ଏମିତି ଏକ ସୁନାମଧନ୍ୟ ପୋଲିସ କର୍ମଚାରୀ ହେଉଛନ୍ତି ତାମିଲନାଡୁର ରାଜଶ୍ବେରୀ। ଗତବର୍ଷ ନଭେମ୍ବର ମାସରେ ଚେନ୍ନାଇରେ ପ୍ରବଳ ବର୍ଷାରେ ଅଚେତ ହୋଇପଡ଼ିଥିବା ଯୁବକଙ୍କୁ କାନ୍ଧରେ ଉଠାଇ ଅଟୋ ପାଖକୁ ନେଇଥିଲେ। ପରେ ଯୁବକଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ମହିଳା ପୋଲିସ ଇନ୍ସପେକ୍ଟରଙ୍କୁ ଲୋକେ ପ୍ରଶଂସା କରିଥିଲେ। ଯୁବକ ଜଣକ ଉପଯୁକ୍ତ ଚିକିତ୍ସା ପାଇବା ପରେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ମଧ୍ୟ ଜଣେ ମହିଳା ପୋଲିସ ଇନ୍ସପେକ୍ଟରଙ୍କୁ ଶବ ବୋହିବାକୁ ପଡ଼ିଥିଲା।

Share the article

LEAVE A REPLY