ପ୍ରାକୃତିକ ବିପର୍ଯ୍ୟୟ ନେଉଛି ଜୀବନ

0
27

ଭୁବନେଶ୍ବର: ଚଳିତ ବର୍ଷ ମୌସୁମୀ ବାୟୁ ଠିକ୍ ସମୟରେ ଆସିନାହିଁ। ଜୁନ୍ ମାସରେ ଆବଶ୍ୟକତା ଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା। ଜୁଲାଇରେ ବର୍ଷା ନିଅଣ୍ଟିଆ ହେବ ବୋଲି କୁହାଯାଇଥିଲା। କିନ୍ତୁ ଦେଶରେ ଚଳିତ ବର୍ଷ ଜୁନ ଶେଷ ସପ୍ତାହ ଠାରୁ ଜୁଲାଇ ୨ୟ ସପ୍ତାହ ପର୍ଯ୍ୟନ୍ତ ବନ୍ୟା ଓ ଭୂସ୍ଖଳନ କାରଣରୁ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏଥିରେ ଆସାମାରୁ ସର୍ବାଧିକ ୧୯୨, ଗୁଜରାଟରୁ ୬୯ ଓ ଜମ୍ମୁ କଶ୍ମୀରରେ ୧୩ ଜଣ ସାମିଲ ଅଛନ୍ତି। ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ  ବର୍ଷା ଓ ଭୂସ୍ଖଳନ ଯୋଗୁଁ ବହୁ ଲୋକଙ୍କର ମୃତ୍ୟୁ ହୋଇଛି। ବନ୍ୟା ଘେରରେ ଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଦୁର୍ବିସହ ଜୀବନ ଜିଇଁବାକୁ ପଡ଼ିଛି 

ବନ୍ୟା ଓ ଭୂସ୍ଖଳନଜନିତ ଅସୁବିଧା ଚଳିତ ବର୍ଷ ଓଡ଼ିଶାରେ ଦେଖାଯାଇନାହିଁ।  କିନ୍ତୁ ନିଅଣ୍ଟିଆ ବର୍ଷା ଚଳିତ ବର୍ଷ ଚାଷକାର୍ଯ୍ୟରେ ପ୍ରଭାବ ପକାଇଛି। କାରଣ ଜୁନ୍ ଦ୍ବିତୀୟ ସପ୍ତାହରେ ବର୍ଷା ହେଲେ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା କାରଣରୁ ବିଳମ୍ବରେ ଚାଷ କାମ ଆରମ୍ଭ ହୋଇଯାଇଛି। ଚାଷ କାମ ଠିକ ସମୟରେ ଆରମ୍ଭ ହୋଇଥିଲେ, ଏବେ ସୁଦ୍ଧା ଧାନ ବିହୁଡ଼ା, ତଳି ରୋପଣ କରିବା ଆରମ୍ଭ ହୋଇଯାଇଥାନ୍ତା। ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଭଲ ବର୍ଷା ହେବ ବୋଲି ଆଶା କରାଯାଉଛି। କିନ୍ତୁ ଦେଖିବାକୁ ଗଲେ ମାଲକାନଗିରି ସମେତ ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାର କିଛି ସ୍ଥାନକୁ ଛାଡ଼ି ଦେଲେ, ରାଜ୍ୟରେ ଚାଷପୋଯୋଗୀ ବର୍ଷା ହୋଇନାହିଁ।

ଅମରନାଥ ଯାତ୍ରାରେ ୫୭ ମୃତ

ଅମରନାଥ ଯାତ୍ରା ହେଉଛି ଭାରତର ଏକ ମହାନ ଆଧ୍ୟାତ୍ମିକ ଯାତ୍ରା। ବରଫ ଲିଙ୍ଗ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଏହି ଯାତ୍ରା କରିଥାନ୍ତି। ଜମ୍ମୁ କଶ୍ମୀରର ଏହି ପବିତ୍ର ସ୍ଥଳକୁ ପହଞ୍ଚିବା ପାଇଁ ଦେଶବ୍ୟାପୀ ଭକ୍ତମାନେ ବଡ଼ ଉତ୍ସାହ ଦେଖାଯାଇଥାନ୍ତି। ବହୁ ଦିନ ଆଗରୁ ଯୋଜନା ପ୍ରସ୍ତୁତ କରିଥାନ୍ତି। ଅମରନାଥ ଯାତ୍ରା ପାଇଁ ଖର୍ଚ୍ଚ ମଧ୍ୟ ସାଧାରଣ ଯାତ୍ରା ଠାରୁ ଅଧିକ। କିନ୍ତୁ ଅମରନାଥ ଯାତ୍ରା କାଳରେ ଚଳିତ ଥର ବିପର୍ଯ୍ୟୟ ଦେଖାଯାଇଛି। ଗତ ସପ୍ତାହରେ ଅଚାନକ ବର୍ଷା ଓ ଭୂସ୍ଖଳନ ହେବା କାରଣରୁ ଶ୍ରଦ୍ଧାଳୁଙ୍କର ଟେଷ୍ଟ ଭାସିଯାଇଛି। ୧୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ, ବଦ୍ରୀନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀରେ ମଧ୍ୟ ବିପର୍ଯ୍ୟୟ ଦେଖାଯାଇଛି। ଚାରିଧାମ କୁହାଯାଉଥିବା ଏହି ପବିତ୍ର ସ୍ଥାନରେ ୫୭ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି।

ଗୁଜରାଟରେ ୬୯ ମୃତ

ଚଳିତ ସପ୍ତାହରେ ଗୁଜରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ବାଧାପ୍ରାପ୍ତ ହୋଇଛି । ଗୁଜରାଟରେ ବର୍ଷା ଓ ବନ୍ୟା କାରଣରୁ ୬୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ହଜାରରୁ ଅଧିକ ଲୋକଙ୍କୁ ସରକାର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ମଧ୍ୟ ବର୍ଷା ଲୋକଙ୍କର ଚିନ୍ତା ବଢ଼ାଇଛି । ଗୁଜରାଟର ଅମ୍ବିକା ନଦୀ କୂଳରେ ଅଚାନକ ବନ୍ୟାପାଣି ଆସିବା କାରଣରୁ ସରକାରୀ କର୍ମଚାରୀ ଫସିଯାଇଥିଲେ। ପରେ ଭଲସାଡର ଜିଲ୍ଲାପାଳ ଭାରତୀୟ ତଟରକ୍ଷକଙ୍କୁ ଏନେଇ ସୂଚନା ଦେଇଥିଲେ । ଆଇସିଜିର ଜଣେ ଅଧିକାରୀ କହିଛନ୍ତି ଯେ, ଚେତକ ହେଲିକପ୍ଟର ମାଧ୍ୟମରେ ଅଭିଯାନ ଚଳାଇଥିଲା ।

   କଷ୍ଟ ପାଇଲେ ବନ୍ୟପ୍ରାଣୀ

ଚଳିତ ବର୍ଷ ବନ୍ୟା ଯୋଗୁଁ ସର୍ବାଧିକ କ୍ଷତି ସହିଛନ୍ତି ଆସାମବାସୀ। କାରଣ ଆସାମରେ ଚଳିତ ବର୍ଷ ୨ ଥର ବନ୍ୟା ଆସିସାରିଛି। ରାଜ୍ୟର ଅଧିକାଂଶ ଜିଲ୍ଳା ବନ୍ୟାପାଣିରେ ବୁଡ଼ିଛି। ମୋଟ ୧୯୨ ଜଣଙ୍କର ମୃତ୍ୟୁ ହୋଇସାରିଥିଲା ବେଳେ ୫୪ ଲକ୍ଷ ଲୋକ ବନ୍ୟାପାଣି ଘେରରେ ରହିଥିଲେ। ଠିକ୍ ସେହିପରି ହଜାର ହଜାର ହେକ୍ଟର ଜମି ଜଳାର୍ଣ୍ଣବ ହୋଇଯାଇଥିବା ବେଳେ କାଜିରଙ୍ଗା ଅଭୟାରଣ୍ୟର ଜୀବଜନ୍ତୁମାନେ ନାହିଁ ନଥିବା କଷ୍ଟ ପାଇଛନ୍ତି। ବନ୍ୟପ୍ରାଣୀମାନେ ସପ୍ତାହବ୍ୟାପୀ ନଖାଇ ନ ପିଇ ରହିଛନ୍ତି।  

Share the article

LEAVE A REPLY