ସର୍ବସାଧାରଣ ସ୍ଥଳରେ ନମାଜ ପାଠ

0
136

ଭୁବନେଶ୍ବର: ମହାପୁରୁଷ ମହମ୍ମଦଙ୍କ ଉପରେ ଟିପ୍ପଣୀ ଦେବା କାରଣରୁ ବିଜେପିରୁ ନିଲମ୍ବିତ ନୂପୁର ଶର୍ମାଙ୍କୁ ନେଇ ଦେଶର ବିଭିନ୍ନ ସ୍ଥାନରେ ମାମଲା ରୁଜୁ ହୋଇଛି। ନୂପୁର ଶର୍ମାଙ୍କୁ ନେଇ ବିଗତ ଦିନରେ ଦେଶରେ ବଡ଼ଧରଣର ହିଂସା ହୋଇଛି। ହିଂସାରେ କିଛି ଲୋକଙ୍କର ଜୀବନ ଯାଇଥିବା ବୋଳେ ଧନସଂପତ୍ତି କ୍ଷତି ହୋଇଛି। ଲୋକଙ୍କୁ ବହୁତ ହଇରାଣ ମଧ୍ୟ ହେବାକୁ ପଡ଼ିଛି। ନୂପୁର ଶର୍ମାଙ୍କୁ ସମର୍ଥନ କରି ରାଜସ୍ଥାନର ଉଦୟପୁର ନିବାସୀ ଦରଜୀ କହ୍ନୈୟାଲାଲଙ୍କ ମୃତ୍ୟୁ ହୋଇଛି। ତେବେ କିଛିଦିନ ହେଲେ ଉତ୍ତର ପ୍ରଦେଶରେ ସର୍ବସାଧାରଣସ୍ଥଳୀରେ ନମାଜ ପାଠକୁ ନେଇ ଏକ ନୂଆ ବିବାଦ ଛିଡ଼ା ହେବାରେ ଲାଗିଛି।

ନମାଜ ପାଠକୁ ବିଗତ କିଛି ବର୍ଷ ହେଲା ଅନେକଗୁଡ଼ିଏ ବିବାଦ ଦେଖାଯାଉଛି। ବିଶେଷ ଭାବରେ ଦେଶର ସବୁଠାରୁ ବୃହତ୍ତ ରାଜ୍ୟ ‘ଉତ୍ତରପ୍ରଦେଶ’ରେ ଏଭଳି ଘଟଣା ବାରମ୍ବାର ଘଟୁଛି। ଆମର ପୂର୍ବ ପୁରୁଷମାନେ ଧର୍ମ ଓ ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ନିର୍ଦ୍ଧାରିତ ସ୍ଥାନର ବ୍ୟବସ୍ଥା କରିଛନ୍ତି। ମଣିଷ ଯେଉଁ ଧର୍ମ ହେଉ ନା କାହିଁକି ଉପାସନା ପାଇଁ ନିଶ୍ଚିତ ଭାବେ ନିର୍ଦ୍ଧିଷ୍ଟ ସ୍ଥାନ ରହିଛି। ଯେଉଁଠି ମନ ହେଲା, ସେହିଠାରେ ପ୍ରାର୍ଥନା କରିବା, ନମାଜ ପାଠ କରିବା ଠିକ୍ ନୁହେଁ। କାରଣ ଉପାସନା ପାଇଁ ଉଦ୍ଦିଷ୍ଟ ଥିବା ସ୍ଥାନରେ ଏହି କାମ କରାଯିବା ଦ୍ବାରା ଅନ୍ୟକୁ ଆଦୌ ଅସୁବିଧା ହୋଇ ନଥାଏ।

ରେଳଷ୍ଟେସନରେ ନମାଜ ପାଠ

ସର୍ବସାଧାରଣସ୍ଥଳୀରେ ନମାଜ ପାଠ କରିବାକୁ ଉତ୍ତର ପ୍ରଦେଶ ସରକାର ବାରଣ କରିଛନ୍ତି। ଏହା ପରେ ବି  ପ୍ରୟାଗରାଜ ରେଳଷ୍ଟେସନର ଯାତ୍ରୀ ପ୍ରତୀକ୍ଷାଳୟରେ ପ୍ରାୟ ୧୦ ଜଣ ନାବାଳକଙ୍କ  ସାମୁହିକ ନମାଜ ପାଠ କରିଛନ୍ତି। ଜଣେ ମୌଲାନାଙ୍କ ପରାମର୍ଶରେ ନାବାଳକମାନେ ରେଳଷ୍ଟେସନ ପରିସରରେ ନମାଜ ପାଠ କରି ଚର୍ଚ୍ଚାକୁ ଆସିଛନ୍ତି। ସାମାଜିକ ଗରମାଧ୍ୟମରେ ‘ରେଳଷ୍ଟେସନ ପରିସରରେ ନମାଜ ପାଠ’ର ଭିଡିଓ ଭାଇରାଲ ହେବା ପରେ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ଦେଖାଯାଇଛି। ନାବାଳକଙ୍କ ସହିତ ଟ୍ରେନ୍ରେ ଯାତ୍ରା କରୁଥିବା ଜଣେ ମୌଲାନାଙ୍କୁ ମହାନନ୍ଦା ଏକ୍ସପ୍ରେସରୁ ଓହ୍ଲାଇ ଦିଆଯାଇଥିଲା । ଏହା ପରେ ସେହି ମୌଲାନା ଟ୍ରେନ୍ରୁ ଓହ୍ଲାଇ ଦିଆଯାଇଥିବା ନାବାଳକମାନଙ୍କ ସହିତ ପ୍ରୟାଗରାଜ ଜଙ୍କଶନସ୍ଥିତ ଯାତ୍ରୀପ୍ରତୀକ୍ଷାଳୟରେ ସାମୁହିକ ନମାଜ ପାଠ କରିଥିଲେ ବୋଲି ପୋଲିସ କହିଛି। ମୌଲାନା ଯେତେବେଳେ ପିଲାମାନଙ୍କୁ ଯେତେବେଳେ ନମାଜ ପାଠ କରିବାକୁ ପରାମର୍ଶ ଦେଉଥିଲେ, ଘଟଣାସ୍ଥଳରେ ଥିବା ଲୋକମାନେ ମଧ୍ୟ ତୀବ୍ର ବିରୋଧ କରିଥିଲେ। କିନ୍ତୁ କ୍ଷୋଭର କଥା ଯେ, ସେମାନେ କାହାରି କଥା ଶୁଣୁ ନଥିଲେ।  

ସପିଂ ମଲରେ ନମାଜ ପାଠ

ଉତ୍ତର ପ୍ରଦେଶର ରାଜଧାନୀ ଲଖନଉରେ ଗତ ୧୦ ତାରିଖ ଦିନ ସପିଂ ମଲ୍ ‘ଲୁଲୁ ମଲ’ ଉଦ୍ଘାଟନ ହୋଇଥିଲା । ଏହି ସପିଂମଲ ଉଦଘାଟନ ହେବା ପରେ ଯୁବପିଢ଼ି ‌ବହୁତ ଉତ୍ସାହ ଦେଖାଯାଇଥିଲେ। କାରଣ ଭାରତର ଅନ୍ୟତମ ବଡ଼ ସମୂହର ସପିଂମଲ ଲଖନଉରେ ଆରମ୍ଭ ହୋଇଥିବାରୁ ସହରବାସୀ ଖୁସି ହୋଇଥିଲେ। କିନ୍ତୁ ସପିଂ ଖୋଲିବା ଦିନ ଠାରୁ ଏଠାରେ ନମାଜ ପାଠକୁ କେନ୍ଦ୍ର କରି ବିବାଦ ଆରମ୍ଭ ହୋଇଯାଇଥିଲା। ସପିଂ ମଲରେ ନମାଜ ପାଠ ପରେ ହନୁମାନ ଚାଲିସା ପାଠ କରାଯାଇଥିଲା। ହନୁମାନ ଚାଲିସା ପାଠ ଘଟଣାରେ ପୋଲିସ ୪ ଜଣ ଯୁବକଙ୍କୁ ଗିରଫ ମଧ୍ୟ କରିଥିଲା। ସେହିପରି  ପରିସ୍ଥିତି ଅନିୟନ୍ତ୍ରିତ ହେବାରୁ ପୋଲିସକୁ ୧୪୪ ଧାରା ଲାଗୁ କରିବାକୁ ପଡ଼ିଥିଲା ।  

LEAVE A REPLY

Please enter your comment!
Please enter your name here