ସ୍କୁଲରେ ହିଂସା, ଲକ୍ଷ୍ୟ ପୂରଣ ହେବ କେମିତି?

0
35

ଭୁବନେଶ୍ବର: ବିଦ୍ୟାଳୟରେ ଛାତ୍ରଛାତ୍ରୀ ହେଉଛନ୍ତି ଭଗବାନଙ୍କ ସ୍ବରୂପ। ଶିକ୍ଷକ-ଶିକ୍ଷୟିତ୍ରୀ ପୂଜାରୀ ହୋଇଥିବା ବେଳେ ବାକି କାମ ପାଇଁ ପ୍ରୋତ୍ସାହନ ଯୋଗାଇଥାନ୍ତି ଅଭିଭାବକ। ତିନି ପକ୍ଷ  ମିଳିତ ଭାବେ କାମ କଲେ ଶିକ୍ଷା ପରିପୂର୍ଣ୍ଣ ହୋଇଥାଏ। ଏଥି ପାଇଁ ତିନି ପକ୍ଷ ଦୃଢ଼ମନା ହେବା ଦରକାର। ଗୋଟିଏର ଅଭାବରେ ଅନ୍ୟ ଦୁଇଟି ଅଧିକ ଆଶା କରିବା ବୃଥା। ତେବେ ଆଜିକାଲି ପରିସ୍ଥିତି ଯେଭଳି ହୋଇଛି, ଛାତ୍ରଛାତ୍ରୀ-ଶିକ୍ଷକ-ଅଭିଭାବକଙ୍କ ମନ ଏକ ହେବା ସହଜ ନୁହେଁ। କ୍ବଚିତ ପରିମାଣରେ ଏହି ତିନି ସ୍ରୋତର ମନ ମିଶୁଛି। ଏଭଳି ହେଲେ ସଫଳତା ମଧ୍ୟ ମିଳୁଛି। ଶିକ୍ଷାକୁ ସଫଳତାର ରୂପ ଦେବାକୁ ହେଲେ ଶିକ୍ଷକଙ୍କୁ ପ୍ରଥମେ ମାନସିକ ଭାବେ ପ୍ରସ୍ତୁତ ହେବ ଏବଂ ଜଣେ ସେବକ ଭାବେ କାମ କରିବାକୁ ପଡ଼ିବ।

ଶିକ୍ଷାନୁଷ୍ଠାନରେ ଆଜିକାଲି ଅନେକ ହିଂସାତ୍ମକ ଗତିବିଧି ଦେଖାଯାଉଥିବା ପ୍ରତିଦିନ ଗଣମାଧ୍ୟମରୁ ପ୍ରକାଶ ପାଉଛି। ପୂଜାରୀ ରୂପକ ଶିକ୍ଷକମାନେ ଦେବତା ଭଳି ଛାତ୍ରୀଙ୍କ ଉପରେ ନିଜର ପକାଉଛନ୍ତି। ଶିକ୍ଷକମାନେ ଛାତ୍ରୀମାନଙ୍କୁ ଅସଦାଚରଣ, ଦୁଷ୍କର୍ମ କଲା ଭଳି ଖବର ମଧ୍ୟ ଆସୁଛି। ଅଭିଭାବକଙ୍କୁ ମାନିସିକ ନିର୍ଯ୍ୟାତନାର ଶିକାର ହେବାକୁ ପଡୁଛି। ହିଂସାର ସାମ୍ନା କରୁଥିବା ଛାତ୍ରୀର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଥିବା ନଜରକୁ ଆସୁଛି। ଅଭିଯୋଗ ହେଉଛି ଯେ, ଆଇନ୍କାନୁନ ବ୍ୟବସ୍ଥା ଅଧିକ କଠୋର ନ ଥିବାରୁ ବିଦ୍ୟାଳୟରେ ହିଂସାତ୍ମକ ଘଟଣା ଦେଖିବାକୁ ମିଳୁଛି।

ଛାତ୍ରକୁ ପିଟିପିଟି ମାରିଦେଲେ ଶିକ୍ଷକ

ରାଜସ୍ଥାନର ଜାଲୋର ଜିଲ୍ଲାରେ ନବମ ଶ୍ରେଣୀର ଜଣେ ଦଳିତ ଛାତ୍ରର ମୃତ୍ୟୁ ହୋଇଛି। ବିଦ୍ୟାଳୟର ଛାତ୍ର ସ୍କୁଲର ମାଠିଆରୁ ପାଣି ଆଣି ପିଇବାରୁ ଶିକ୍ଷକ ଜଣକ ନିସ୍ତୁକ ଭାବେ ମାଡ଼ ମାରିଛନ୍ତି। ଛାତ୍ରକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ୨୫ ଦିନ ପର୍ଯ୍ୟନ୍ତ ଚିକିତ୍ସାଧୀନ ରହିବା ପରେ ଶେଷରେ ଛାତ୍ରର ମୃତ୍ୟୁ ହୋଇଥିଲା। ଏନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ରବିବାର ଠାରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ସ୍ଥଗିତ କରିଦିଆଯାଇଛି। ସ୍ଥାନୀୟ ଲୋକେ ଘଟଣାକୁ ନେଇ ଆକ୍ରୋଶ ଦେଖାଯାଇଛନ୍ତି। ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ବିଦ୍ୟାଳୟରେ ଖଣ୍ଡା ବୁଲିଲା

ଗତ ଜୁଲାଇ ମାସରେ ବିହାରର ଆରାରିଆ ଜିଲ୍ଲାରେ ପୁଅକୁ ପୁସ୍ତକ ଓ ୟୁନିଫର୍ମ ପାଇଁ ଟଙ୍କା ନ ମିଳିବାରୁ ଜଣେ ଅଭିଭାବକ ହାତରେ ଖଣ୍ଡା ଧରି ସ୍କୁଲରେ ଉତ୍ପାତ କରିଥିଲେ। ଅଭିଯୁକ୍ତ ଅଭିଭାବକଙ୍କ ବିରୋଧରେ ଥାନାରେ ଏତଲା ହୋଇଥିଲା। ଅଭିଯୋଗରେ ଦର୍ଶାଯାଇଥିଲା ଯେ, ଅଭିଭାବକ ଜଣକ  ଶିକ୍ଷକମାନଙ୍କୁ ଧମକ ଦେଇଥିଲେ। ବିଦ୍ୟାଳୟ ପରିସରରେ ମାରଣାସ୍ତ୍ର ଧରି ସ୍କୁଲ ପରିସରରେ ହଙ୍ଗାମା କରିଥିଲେ । ଜୋକିହାଟ ବ୍ଲକର ଭଗବାନପୁର ପଂଚାୟତସ୍ଥିତ ସରକାର ସ୍କୁଲରେ ଛାତ୍ରର ପିତା ଆକବର ନିଜର ପିଲାକୁ ୟୁନିଫର୍ମ ଓ ପୁସ୍ତକ ପାଇଁ ଟଙ୍କା ନ ମିଳିବାରୁ ଉତ୍ତେଜିତ ଥିଲେ । ଧାରୁଆ ଅସ୍ତ୍ର ଦେଖି ସ୍କୁଲରେ ପିଲାମାନେ ଡରି ଯାଇଥିଲେ ।

ଶିକ୍ଷୟିତ୍ରୀଙ୍କୁ ଉଲଗ୍ନ କଲେ  

ସେହିପରି ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁର ଜିଲ୍ଲାର ଜଣେ ଛାତ୍ରୀଙ୍କୁ ଅପମାନିତ କରିବା ଶିକ୍ଷୟିତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଥିଲା। ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟର ଲୋକେ ଶିକ୍ଷୟିତ୍ରୀଙ୍କୁ ନିର୍ବସ୍ତ୍ର କରି ମାଡ଼ ମାରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ହିଲୀ ଥାନା ଅଞ୍ଚଳରେ ଥିବା ତ୍ରିମୋହିନୀ ପ୍ରତାପ ଚନ୍ଦ୍ର ସ୍କୁଲରେ ଏଭଳି ପରିସ୍ଥିତି ଉପୁଜି ଥିଲା। ଏହି ହାଇସ୍କୁଲରେ ଜଣେ ଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ଅପମାନିତ କରିଥିଲେ । ଏହାର ଦିନକ ପରେ ଛାତ୍ରୀଙ୍କ ସଂପର୍କୀୟ ସ୍କୁଲରେ ପ୍ରବେଶ କରିଥିଲେ। । ସେମାନେ ପ୍ରଧାନଶିକ୍ଷକଙ୍କୁ ଅଭିଯୋଗ କରିଥିଲେ। କିଛି ଲୋକ କଥତ ଭାବେ ଶିକ୍ଷୟିତ୍ରୀଙ୍କ କୋଠରୀକୁ ପ୍ରବେଶ କରିଥିଲେ ଏବଂ ମହିଳା ଶିକ୍ଷକଙ୍କୁ ନିର୍ବସ୍ତ୍ର କରିବା ପରେ ମାଡ଼ ମାରିଥିଲେ। ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିବା ମାମଲାରେ ୪ ଜଣଙ୍କୁ ଗିରଫ କରିଥିଲା।

Share the article

LEAVE A REPLY